Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shibashis Padhee

Tragedy

2  

Shibashis Padhee

Tragedy

କୂଅ

କୂଅ

5 mins
740


ଧୂଳି ଉଡାଇ ଉଡାଇ ଚାଲିଗଲା ଗାଡି ଟି !ପୁଅ ର ଯିବା ବାଟକୁ ଏକ ଲୟ ରେ ଅନାଇ ରହିଥିଲେ ଦିନମଣି ! ପୁଅ ଭାସ୍କର ଭୁବନେଶ୍ୱର ରେ ବଡ଼ ଯନ୍ତ୍ରୀ !ପିଲାଛୁଆ ନେଇ ସେଇଠି ରହେ !ଭୁବନେଶ୍ୱର ରେ ରହିଲେ ବି ଗାଁ ର ମୋହ ତୁଟେଇ ପାରେ ନି !ମଝିରେ ମଝିରେ ଏମିତି ମାଡି ଆସେ !ଗାଁ ରେ ବୁଲେ ସାଙ୍ଗ ସାଥି ଙ୍କ ସହ ଭେଟ ହୁଏ !ନିଜେ ରୋଷେଇ କରେ !ବାପ ପୁଅ ଙ୍କ ପାଇଁ ଆଗରୁ ଭଲ ମାଛ ବରାଦି ଥାନ୍ତି ଦିନମଣି !ଚାକର ଟୋକା ଭୋଳା ସେ ସବୁ ଯୋଗାଡ଼ ଯନ୍ତ୍ର ରେ ମାହିର !କେବେ କେମିତି ବୋହୁ ଦିବ୍ୟା ତଥା ନାତି ବୈଭବ କୁ ବି ନେଇ କି ଆସେ !

ସମସ୍ତେ ଜିଦ କରନ୍ତି ""ବାପା ଆମ ସହ ଯେମିତି ହେଉ ଭୁବନେଶ୍ୱର ଚାଲ, ଏଇ ଜାଗା ବାଡ଼ି ଏମିତି ଥାଉ, ଭୋଳା ତ ଅଛି, ମଝିରେ ମଝିରେ ଆସୁଥିବ !""

କିନ୍ତୁ ଏଇ ଘର ଏଇ ମାଟି କୁ କ୍ଷଣେ ବି ଛାଡି଼ବାହୁ ରାଜି ନୁହଁନ୍ତି ସେ !ଏଇ ଘର ତ ଖାଲି ଘର ନୁହେଁ !ଏହା ସ୍ମୃତି ର ଏକ ମିନାର !ତାଙ୍କ ବାପା ଙ୍କ ଲହୁ ଲୁହ ରେ ଗଢା ଏକ ସୌଧ ଯାହାର ପ୍ରତ୍ୱେକ ଅଂଶ ରେ ଭରି ରହିଛି ଅମାପ ସ୍ମୃତି !

ସହର ରୁ ବହୁ ଦୂର ରେ ଥିବା ଏଇ ଗାଁ ଏମିତି ବିଶେଷ ମହତ୍ୱ ରଖୁ ନ ଥିଲା ଅଂଚଳରେ !କିନ୍ତୁ ତାଙ୍କ ପାଇଁ ଥିଲା ଏଇଟା ହିଁ ପୃଥିବୀ !ଛୋଟ ବେଳେ ଲାଗୁ ନ ଥିଲା ଯେ ଗାଁ କୁ ଘେରି ରହିଥିବା ଜଙ୍ଗଲ ପାହାଡ ସେ ପାଖେ ବି ଭିନ୍ନ ଏକ ଦୁନିଆଁ ର ଅସ୍ତିତ୍ୱ ଅଛି ! ଦିଗନ୍ତ ବିସ୍ତାରି ସବୁଜିମା ମଧ୍ୟରେ ଲମ୍ବି ଯାଇ ଥିଲା ସର୍ପିଳ ରାସ୍ତା ! ବାହାର ଲୋକ ପ୍ରାୟ ତ ଆସୁ ନ ଥିଲେ !ଗାଁ ରେ ଥିଲା ଦୁଇଟି ସାହି !ତଳ ସାହି ଓ ଉପର ସାହି !ଉପର ସାହି ର ଗୋଟିଏ କୋଣ କୁ ତାଙ୍କ ଘର କ୍ଷେତ କୁ ଲାଗି !

ଏବେ ଗାଁ ପାଖ ରେ କୋଇଲା ଖଣି ହେବାରୁ ଗାଁ ରେ ଦେଖା ଯାଉଛି ଦ୍ରୁତ ପରିବର୍ତନ !କେତେ କେତେ ବାହାର ଲୋକ ଆସୁଛନ୍ତି !ଭଡ଼ା ଘର ପାଇଁ ଦରାଣ୍ଡି ବୁଲୁଛନ୍ତି ! ଅଂଚଳରେ ଗାଁ ର ଗୁରୁତ୍ୱ ବଢିଛି !

ଭାସ୍କର ଗଲା ଥର ଆସିଥିଲା ବେଳେ କହିଥିଲା

"""ବାପା ଏଇ ସାମ୍ନା ଖୋଲା ଜାଗା ରେ ନୂଆ ଘର କରି ଦେବା ଆମ ପାଇଁ କିଛି ରଖିବା ଓ କିଛି ଭଡ଼ା ଲଗେଇ ଦେବା !ଗହଳ ଚହଳ ରହିବ ଆମେ ଆସିଲେ ବି ସୁବିଧା ହେବ ଭୋଳା ତ ଅଛି ସବୁ ବୁଝା ବୁଝି କରିଦେବ !""

""ସେଠାରେ ତ କୂଅ ଟା ଅଛି ""କହିଥିଲେ ଦିନମଣି

""ସେ କୂଅ କୁ ପୋତି ଦେବା ମୁଁ କାଲି କହିଦେବି ବୋର ଟିଏ କରିଦେବା !""କହି ଭୋଳା କୁ ଡାକ ଦେଲା ଭାସ୍କର !କେଉଁଠି ବୋର ହେବ ସେଯାଗା ଦେଖା ଦେଖି କରି ଆବଶ୍ୟକ ନିର୍ଦେଶ ଦେଉଥିଲା ସେ !

ଦିନମଣି ଚିନ୍ତା କରୁଥିଲେ କେତେ ସହଜ ରେ କୂଅ ପୋତିବା କଥା କହିଦେଲା ଭାସ୍କର ଏଇଟା ଯେ ଖାଲି କୂଅ ନୁହେଁ ୟା ପଛ ରେ ଜଡିତ ଅଛି ତାଙ୍କ ବାପାଙ୍କ ବର୍ଷକର ପରିଶ୍ରମ !ଏକ ସମୟରେ ତାଙ୍କ ସମ୍ମାନର ପ୍ରତୀକ ଏଇ କୂଅ ! ସବୁ ଜାଣିଛି ସେ ! ସେଇଟା ତା ପାଇଁ ମୂଲ୍ୟହୀନ ହୋଇଗଲା କେମିତି??

ସନ୍ଧ୍ୟା ରେ କୂଅ ଚାନ୍ଦିନୀ ରେ ବସି ଭାବୁଥିଲେ ସେ !ସେତେବେଳେ ଉପର ସାହି ରେ କୂଅ ନ ଥିଲା ସମସ୍ତେ ମହାନ୍ତି ଘର କୂଅ ରୁ ପାଣି ଆଣୁଥିଲେ !ତୀବ୍ର ଜାତି ଭେଦ ଥିଲା ଗାଁ ରେ !ତଳ ସାହି ର ସମସ୍ତେ ପାଣି ନେଲା ପରେ ସୁଯୋଗ ମିଳୁଥିଲା ଉପର ସାହି ଲୋକ ଙ୍କୁ !ନିଜ ରଶି ବାଲ୍ଟି ନେଇ ଯାଉଥିଲେ ମା !ଏତେଦୂର ରୁ ପାଣି ଆଣିବା ଯେତେ ବାଧ୍ହୁ ନ ଥିଲା ମହାନ୍ତି ଘର ବୁଢୀ ଙ୍କ ଛୁଇଁବୁ ନ ଛୁଇଁବୁ କଥା ବେଶି କଷ୍ଟ ଦେଉଥିଲା !ମା ଅନେକ ଥର କାନ୍ଦି ପକାଉ ଥିଲା, ବାପା ବ୍ୟସ୍ତ ହେଉଥିଲା !ବାପା ଅନେକ ଥର ଚିନ୍ତା କରିଥିଲା କୂଅ ଟେ କରିବା ପାଇଁ କିନ୍ତୁ ଯେଉଁଠି ଖାଇବା ଯୋଗାଡ଼ ଚିନ୍ତା ରେ ବର୍ଷ ସାରା ଯାଉଛି କୂଅ ଭଳିଆ ଏକ ବ୍ୟୟ ବହୁଳ କଥା କଣ ସମ୍ଭବ !ମନ ମାରି ବସେ ବାପା !

ସେଦିନ ଘରେ ମୋଟେ ପାଣି ନ ଥିଲା ରଶି ବାଲ୍ଟି ନେଇ ଅସମୟ ରେ ଯାଇଥିଲା ମା !ଅନୁନୟ କରି ଥିଲା କିନ୍ତୁ ଶୁଣି ନ ଥିଲେ ମହାନ୍ତି ଘରେ !ବହୁ ଅପେକ୍ଷା ପରେ କାନ୍ଦି କାନ୍ଦି ପାଣି ନେଇ ଆସିଥିଲା ମା !ସେଦିନ ବାପା ଯେଉଁ ରାଗିଥିଲା ଦିନମଣି ର ଆଜିବି ମନେ ଅଛି !ରାଗ ରେ କୁଡି କୋଦାଳ ଧରି କୂଅ ଖୋଲା ଆରମ୍ଭ କରି ଦେଇଥିଲା ବାପା !

କାହାକୁ ନ ଡାକି ବାପା ଓ ମା ଅଳ୍ପ ଅଳ୍ପ କରି କୂଅ ଖୋଲି ଥିଲେ !କ୍ଷେତ ରେ ଦିନସାରା ର କଠିନ ପରିଶ୍ରମ ପରେ ସନ୍ଧ୍ୟା ରେ ଘର କୁ ଆସିଲେ କିଛି ସମୟ କୂଅ ଖୋଲିବା ବାପା ଙ୍କ ଅଭ୍ୟାସ ହୋଇ ଯାଇଥିଲା !ଦିନମଣି କୁ ବି ଟୋକେଇ ରେ ବସାଇ ତଳ କୁ ନେଉଥିଲା ଥରେ ଥରେ !ଛୋଟ ଛୋଟ ହାତ ରେ ମାଟି ଖଣ୍ଡ ଗୁଡିକୁ ଟୋକେଇ ରେ ରଖିଲା ବେଳେ ଆସନ୍ନ ପାଣି କୁ ଖୋଜୁଥିଲେ ସେ !ବାପା ର ଝାଳ ସରସର ଦେହ ରୁ ବାହାରୁଥିବା ପ୍ରତ୍ୱେକ ଜଳ ବିନ୍ଦୁ ରେ ମା ଦେଖି ପାରୁଥିଲା ଅପୂର୍ବ ଆତ୍ମବିଶ୍ୱାସ !ଉପରେ ରହି ଟୋକେଇ ଟାଣୁ ଥିଲା ମା !

କେବେ କେମିତି ଥକି ଗଲେ ସେଇଠି ଶୋଇ ବିଶ୍ରାମ ନେଉଥିଲା ବାପା !

ପରିଶ୍ରମ ସାର୍ଥକ ହୋଇ ଥିଲା !ପାଣି ସ୍ରୋତ ଯେମିତି ଅପେକ୍ଷା କରିଥିଲା ବାପା ଙ୍କ ହାତ କୁ !ପ୍ରବଳ ମିଠା ପାଣି ରେ ଭରି ଯାଇଥିଲା କୂଅ !ବାପା ମୁହଁ ରୁ ଝଟକୁ ଥିଲା ଅପୂର୍ଵ ସନ୍ତୋଷ !ମା ର ଗୋଡ ତଲେ ଲାଗୁ ନ ଥିଲା !ସାରା ସାହି ରେ ଉତ୍ସବ ର ମାହୋଲ କିଛି ଦିନ ପାଇଁ ରହିଥିଲା !

ଭୋଳା ର ଡାକ ରେ ତନ୍ଦ୍ରା ଭଙ୍ଗ ହେବା ବେଳକୁ ରାତି ମାଡି ଆସିଲାଣି !

ବଡ଼ବାବୁ ଭିତରେ ଗୋଟିଏ ଅଦ୍ଭୁତ ପରିବର୍ତନ ଦେଖୁଥିଲା ଭୋଳା !ଭାରି ଚୁପ ଚାପ ରହୁଥିଲେ ସେ !

ବୋର ଖୋଲିବା ଵାଲା ସାରା ରାତି ଘର ଘର କରିଥିଲା ସେ ଆଡକୁ ମୋଟେ ଯାଇ ନ ଥିଲେ ସେ !ସକାଳୁ ସକାଳୁ ଭୋଳା କହିଥିଲା

""ବଡ଼ବାବୁ ବହୁତ ପାଣି ଦୁଇ ଶହ ଫୁଟ ରୁ ଅଧିକ ଖୋଲି ହେଲାନି ମୁଁ ବାବୁ ଙ୍କୁ ଫୋନ ରେ କହିଦେଇଛି !ମୁଲିଆ ଡାକି କାଲି ଠୁ କୂଅ ପୋତିବା ପାଇଁ କହିଛନ୍ତି ସେ !"""

କିଛି କହି ପାରୁ ନ ଥିଲେ ଦିନମଣି !ଭାସ୍କର କୁ ବୁଝେଇ ହେବନି ସେ ଛୋଟ ବେଳୁ ଏମିତି ଯାହା ଭାବୀଥିବ ନ କରିବା ଯାଏ ତର ସହେନି!

ଦିନ ସାରା କାହା ସହ କଥା ହୋଇ ନ ଥିଲେ ସେ !ଭୋଳା ର ବାରମ୍ବାର ଅନୁରୋଧ ପରେ ବି ଖାଇ ନ ଥିଲେ ସେ !ଭୋଳା ରଖିଦେଇଥିବା ଖାଦ୍ୟ ସେପରି ହିଁ ଥିଲା ଟେବୁଲ ଉପରେ !ସନ୍ଧ୍ୟା କୁ ଖଣ୍ଡେ ରୁଟି ଖାଇ ପାଣି ଟିକିଏ ପି ଥିଲେ ସେ !ଶୋଇବାକୁ ବାରମ୍ବାର ଚେଷ୍ଟା କଲେ ବି ଯେପରି ନିଦ ନିର୍ବାସିତ ହୋଇ ସରିଥିଲା !ଲାଗିଲା କୂଅ ଡାକୁଛି ହାତ ଠାରି !

ଧୀରେ ଧୀରେ ନିଜ ରୁମ ରୁ ବାହାରିଲେ ସେ !ଶରତ ର ତୋଫା ଆକାଶ !ସବୁ ଆଡେ ଉଜ୍ବଳ !କୂଅ ପାଖରେ ଠିଆ ହେଲେ ସେ !ଦିଶୁଥିଲା ବାପା ର ମୁହଁ !ପାଣି ଉପରେ ଯେମିତି ଶୋଇ ରହିଛି ବାପା ଯେମିତି ଥକା ଲାଗିଲେ ଶୋଉ ଥିଲା !ଚାନ୍ଦିନୀ କୁ ଛୁଇଁ ଭଲ କରି ଦେଖୁଥିଲେ ସେ ଲାଗୁଥିଲା ବାପା ହାତ ବଢ଼ାଉଛି !ହାତ ବଢ଼ାଇ ଦେଲେ ସେ !

ହାତ କୁ ହାତ ମିଶିବା ଆଗରୁ ହାତ ଧରି ଟାଣି ଆଣିଲା ଭୋଳା

""ବଡ଼ବାବୁ ଏଠି କଣ କରୁଛ, ମୁଁ ଆସିଲି ବୋଲି ସିନା ନ ହେଲେ ଏବେ ପଡି ଯାଇ ଥାନ୍ତ !!""

ଆଉ କିଛି କହିଥାନ୍ତା ଭୋଳା କିନ୍ତୁ ତାଙ୍କ ଆଖିରୁ ଅନବରତ ବୋହୁଥିବା ଲୁହ କୁ ଦେଖି ଚୁପ ରହିଲା !

ଭୋଳା ର ଫୋନ ପାଇ ସକାଳୁ ସକାଳୁ ଆସି ଯାଇଥିଲା ଭାସ୍କର !ଦିନମଣି ଙ୍କ ରୁମ କୁ ଯାଇ ଜାଣି ପାରିଥିଲା ଅବସ୍ଥା !ଅଖିଆ ରୁଟି ସବୁ ସେମିତି ପଡିଥିଲା

କହିଲା

""ବାପା ମୁଁ ସେଦିନ ଆଉ ଏତେ କଥା ଚିନ୍ତା କରି ନ ଥିଲି !ତୁମେ ବି ଆଉ ଥରେ କହିଁଥାନ୍ତ ସିନା ! ମୁଁ ଏବେ ଘର ଡିଜାଇନ ବଦଳାଇ ଦେଇଛି, କୂଅ ରହିବ ତାକୁ ପୋତା ହେବନି !""

କିଛି କହି ପାରୁ ନ ଥିଲେ ଦିନମଣି ପୁଅ ମୁହଁ ରେ ନିଜ ବାପା ଙ୍କୁ ଦେଖିବା ଭଳି ଲାଗୁଥିଲା ତାଙ୍କୁ !


Rate this content
Log in

Similar oriya story from Tragedy