Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଅତୁଟ ଏ ଭଲ ପାଇବା ।

ଅତୁଟ ଏ ଭଲ ପାଇବା ।

2 mins
6.9K


ଅତୁଟ ଏ ଭଲ ପାଇବା ।

କାଶ୍ୟପ ।

ଜରାଜୀର୍ଣ୍ଣ ଚର୍ଚ୍ଚ ଟିଏ । ଜଳୁଛି କିଛି ମହମବତି । ସ୍ବୀକାର ପ୍ରକୋଷ୍ଟ । ପାଦରୀ ବସିଛନ୍ତି । ପ୍ରଭୁ ଯୀଶୁ ମା ମାରୀଙ୍କ କୋଳ ରେ ହସ ହସ ,ଦୁଇଟି ପରି ଜଣେ ଅଭିଭାବକ ଆଉ ଜଣେ ଅମିନଁ । ଦୁହେଁ ମନ ଦେଇ ଶୁଣନ୍ତି ପ୍ରାର୍ଥନା ଆଣ୍ଠୁମାଡ଼ି ବସିଛନ୍ତି ପାଦ୍ରୀଙ୍କ ସାମ୍ନାରେ ହିନ୍ଦୁ ଯୁବକ ଆଶୁତୋଷ ସତ୍ୟପାଠ କରୁଛନ୍ତି । କହୁଛନ୍ତି ତାଙ୍କରି କାହାଣୀ । ପାଦରୀ ଏମ୍ମି ଙ୍କୁ ମୁଁ ଦେଖିନି । ଏଇ କିଛି ଦିନ ତଳେ ସେ ଦେଖି ଥିଲେ ମତେ ଅନ୍ତଃରାଲେ । ମୋ ବିଷୟରେ ସେ ସବୁ ଜାଣନ୍ତି । ତାଙ୍କରି ରହଣି କାଳ ଭିତରେ ମୋ ସହରରେ ସେ ଖୋଜିଲେ ସବୁ କିଛି ମୋ ବିଷୟରେ ଆଉ ଭଲ ପାଇ ବସିଲେ । ଆମ ସମ୍ମର୍କ କେବଳ ହୃଦୟ ର କେବେ ଦେଖା ବି ହେଇନି ତାଙ୍କ ସହ ମୋର । ସେ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୁର୍ଘଟଣା ଗ୍ରସ୍ତ । ଠିକଣା ନାହିଁ ତାଙ୍କରି ମୋ ପାଖରେ । ମୁଁ ଚିନ୍ତା ଗ୍ରସ୍ତ । ଯାହା ତାଙ୍କୁ କହିବାର ଥିଲା ଆପଣଂକୁ ପ୍ରଭୁ ଯୀଶୁଙ୍କୁ ଜଣାଉଛି । ପ୍ରଭୁ ଆପଣ ଈଶ୍ଵରସନ୍ତାନ । ମୋ ପ୍ରେମ କୁ ବଞ୍ଚାନ୍ତୁ ।

ଏମ୍ମି କୁ ପାଇ ମୁଁ ନିଜକୁ ବଦଳାଇଦେଲି । ତା ପାଇଁ ମୁଁ ସବୁକିଛି କରି ପାରେ । ମୁଁ ଶପଥ କରୁଛି ଏମ୍ମି । ମୁଁ ବଞ୍ଚିଛି ତମ ପାଇଁ ।ମୋ ନିଶ୍ୱାସ ଚାଲିଛି ତମ ପାଇଁ । ମୁଁ ତମ ପାଇଁ ମରି ବି ଯାଇପାରେ । ତମେ ମୋ ବଞ୍ଚିବା ସାହାରା । ମୋର ତମରି ସମ୍ମର୍କ ଶରୀର ର ନୁହେଁ ଏ ଆତ୍ମାର ବନ୍ଧନ । ମୁଁ ତମକୁ ଦେଖିନି କେବେ କିନ୍ତୁ ତମ ପ୍ରତିଛବି ଦେଖାଯାଏ ମୋ ଚେହେରା କୁ ଦେଖିଲେ । ତମେ ମୋ ଛାଇ ମୋ ଗନ୍ତବ୍ୟ ,ତମ ଠାରୁ ମୋଯାତ୍ରା ଆରମ୍ଭ ଆଉ ଶେଷ । ଆଜି ମୋ ଜୀବନ ଉପରେ ମୋ ଅଧିକାର କିଛି ନାହିଁ । ଦିନେ ଏ ବୟସ ଢଳିଯିବ । ଜୀବନ ଶେଷ ହୋଇ ଯିବ । ତମେସେତେବେଳେ ମୋ ପାଖରେ ରୁହ । ତମରି କୋଳ ରେ ମୋ ପ୍ରାଣ ଯାଉ । ଏ ମୋର ଶେଷ ଅଭିଳାଷ । ହେ ପ୍ରଭୁ ଯୀଶୁ । ତମ ରାଇଜ ରେ ଏମିତି ଅନେକ ପରି ଅଛନ୍ତି ସେମାନଙ୍କ ଭିତରୁ ଏମିତି ଜଣକୁ ପଠାନ୍ତୁ ଯିଏ ମୋଏମ୍ମି କୁ ବଞ୍ଚାଇ ପାରିବ ଯଦି ଚାହଁ ମୋ ଜୀବନ ରୁ କିଛି ବୟସ ନେଇ ଯାଆନ୍ତୁ । ତାକୁ ବଞ୍ଚାନ୍ତୁ । ସେ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇ ମୁର୍ମୁଷ୍ ଅବସ୍ଥା ରେ ଚିକିତ୍ସିତ । ତାରି ଶେଷ କେଇ ପଦ ଏ ଭଳି ଥିଲା ।

ମୁଁ ବଞ୍ଚିବାକୁ ଚାହେଁ ।ମୋ ପ୍ରେମ ସହ ଯଦି ମୋର କିଛି ହୋଇ ଯାଏ ତା ହେଲେ ତମେ ସମ୍ଭାଳିନେବ ନିଜକୁ । ତମରି ନାମ ର ସିନ୍ଦୁର ମୋ ସୀମାନ୍ତ ରେ ଭରିଛି ।ଯଦି ଚାଲିଯିବା କୁ ଦିଅ ମତେ ଚାଲିଯିବି ଅରପାରି ରେ କରିବି ପ୍ରତୀକ୍ଷା ତମର । ହେ ପ୍ରଭୁ ଯୀଶୁ ତମରି ଭାଷରେ ପ୍ରେମ ସ୍ବର୍ଗୀୟ । ଯେଉଁଠି ଆତ୍ମା କହେ ଆତ୍ମ ଶୁଣେ । ଶରୀର ତ କାମନା କରେ । ପ୍ରେମ ଆତ୍ମ ର ଅଧୀନ । ମୋ କୃତ ପାପ ପାଇଁ ଯଦି ସେ ଦଣ୍ଡ ଭୋଗୁଛନ୍ତି ତା ହେଲେ ତାଙ୍କୁ ମୁକ୍ତ କରନ୍ତୁ ,ମତେ ଦଣ୍ଡ ଦିଅନ୍ତୁ । ଆପଣ ତ ଆଲୋକ । ଏମ୍ମି ଆଉ ମତେ ଯଦି ଏ ପାରି ରେ ମିଳନ ନ କରନ୍ତି ତେବେ ଅରପାରି ରେ ଆମକୁ ନେଇ ଆପଣଙ୍କ ପରି ରାଇଜ ରେ ଆମକୁ ଯାଗା ଦିଅନ୍ତୁ । ଆମେ ଉଡି ବୁଲିବୁ । ଆପଣ ଜାଣନ୍ତି ; "" ଅତୁଟ ଏ ଭଲପାଇବା '' ।

ରାମ ବିଶୋଇ ରାୟଗଡା ୧୪-୧-୧୬ ସକାଳ-୭.୪୫


Rate this content
Log in