Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଂସ ବିକାଳି
ମାଂସ ବିକାଳି
★★★★★

© Lipika Mohapatra

Drama

12 Minutes   886    9


Content Ranking

                                                                                                                                 ଲିପିକା ମହାପାତ୍ର

ସିନ୍ଦୁରା ନ-ଫାଟୁଣୁ ଯେତେବେଳେ କାଠ ଗୋଲାର ସାଇରନ୍ ଚିଲ୍ଲାଏ ସାହିର ଲୋକ ଉଠିପଡନ୍ତି ନିଦରୁ। କାଠମିଲର ଖଟିଖିଆ ମୂଲିଆମାନେ ନିଜ ମୁଣ୍ଡଟିମାନ ଗାମୁଛାର ବହଳିଆ ଠେକାରେ ଗଳେଇ ଦେଇ ଦଉଡନ୍ତି କାଠ ଟ୍ରକ୍ ନିକଟକୁ। କାଠ ମିଲ୍ ସାମ୍ନା ରାସ୍ତାରେ ଡଜନେ ସରିକି କାଠଭର୍ତ୍ତି ପଞ୍ଜାବୀ ଟ୍ରକ୍। ଟ୍ରକ୍ ହେଡ ଲାଇଟର ନିର୍ଜନ ଆଲୋକରେ ମୂଲିଆମାନେ ଯେମିତି ଗତିମୟ ଛାୟାସବୁ ପ୍ରେତ-ପୂରର। ରାସ୍ତାଟି ଅନିର୍ଧିଷ୍ଟ ଭାବେ ମୂଲିଆଙ୍କ, ହେଇ..ସାଃ ଯୋର୍ ଲଗାକେ...! ସମ୍ମିଳିତ ବଳ ପ୍ରୟୋଗର ପରିଚିତ ଧ୍ବନି, ଟ୍ରକ୍ ରୁ କାଠ ବୁହାର ଓଜନିଆ କୋଳାହଳାରେ ମଗ୍ନ ଥିଲାବେଳେ ଡିଜେଲ୍ ଧୂଆଁ, ଟ୍ରକ୍ ଇଞ୍ଜିନ୍ ର ଅଶାନ୍ତ କର୍କସ ଗୁମୁରା ଭିତରେ କାଠ ଗୋଲାର ସୁଟ୍ ପିନ୍ଧା ବାବୁମାନେ ହଜି ଯାଆନ୍ତି ନିଜ ନିଜ କେବିନ୍ ରେ- କାଠର ହିସାବ ରଖିବାରେ।

         ଟ୍ରକ୍ ରୁ କାଠ ଖାଲିହୁଏ। କମ୍ପି କମ୍ପି ଟ୍ରକ ମାନେ ଆଗ ପଛ ହୋଇ ଫେରି ଯାଆନ୍ତି। ତାପରେ ସବୁ ନିରୋଳା। ରାସ୍ତାଟି ଜୀବନ ଫେରିପାଏ। ରାସ୍ତା ଦୁଇ କଡରେ ବୀର୍ଜ୍ୟବାନ୍ ବୃକ୍ଷଙ୍କରଚ୍ ଶୀତଳ ଛାୟାରେ ରାସ୍ତାଟି ଘୋଡାଇ ହୋଇଯାଏ। ପକ୍ଷୀମାନେ ତାଙ୍କ ଉପସ୍ଥିତି ଜଣେଇ ଦିଅନ୍ତି। ବସ୍ତାନି ପକେଇ ସ୍କୁଲ୍ ପିଲେ ଡେଇଁ କୁଦି ସ୍କୁଲ୍ ବାହାରନ୍ତି। ସୋଲି ମଧ୍ୟ ସ୍କୁଲ୍ ବାହାରେ। ସାଇର ଅନ୍ୟ ଲୋକମାନେ ସ୍ବାଭାବିକ ଢଙ୍ଗରେ ସକାଳ ଉପଭୋଗ କରନ୍ତି। ଜେମା ବିଡିରେ ଫୁଙ୍କାଦେଇ ଦେଇ ରାସ୍ତାର ଶେଷ ମୁଣ୍ଡରୁ ଆସି ଉଭାହୁଏ ପଟେଲ୍ ତେଜରାତି ଦୋକାନରେ। ସରକାରୀ ଚାଉଳ ଦିକେଜି ପାଇଁ। ଜେମାର ଚାଲି ଦୂରରୁ ସ୍ପଷ୍ଟ ଧରାପଡେ। ଲମ୍ବା ଟେସିଲ୍ ବନ୍ଧା ଚୁଟିକୁ ମୁଣ୍ଡ ଶେଷରେ ରବରରେ ଭିଡି ବାକିତକ ଚୁଟି ଘୋଡା ଲଞ୍ଜ ପରିକା ପିଠି ପଟେ ଅଣ୍ଟାଯାଏ ଓହଳି ଥାଏ। ଛୋଟିଆ ମୁଣ୍ଡର ମଜଭୁତ ଶରୀର। ଓଠ ଉପରକୁ ବିରାଟ ନୋଥରେ ନାକଟା ତାର ଲୁଚିଯାଏ। ଗୋଲ ଗୋଲ କଜଳ ମଖା ଆଖିରୁ ବୟସ ଜାଣିବାର ଜୁ ନାହିଁ। କାଠ ଗୋଲାର ମୂଲିଆ ଯୋମାନଙ୍କ ପରିବାର ନଥାଏ କିମ୍ବା ମାଇପ ନଥାଏ ଭିଡ ଜମାନ୍ତି ସନ୍ଧ୍ୟାରେ ଜେମା ମେସ୍ ରେ। ଜେମାର ଗୋଟିଏ ବଖୁରିଆ ଆଜବେଷ୍ଟ୍ ଘରେ- ଜେମା ହାତରନ୍ଧା ଖାଇବାକୁ। ଅଗଣାରେ ଚୁଲି। ରାତିରେ କେତେକ ଗରାଖ ସେଇ ଅଗଣାରେ ଚୁଲି ପାଖେ ମଶିଣା ପାରି ଶୁଅନ୍ତି। ତାଙ୍କଠୁଁ ଜେମା ରାତିକୁ ପାଞ୍ଚଟଙ୍କା ନିଏ। ପଟେଲ୍ କହେ ଜେମାଠୁ ବେପାର ଶିଖିବା କଥା। ସୋଲି ଜେମାର ଜୀବନ। ଜେମା ପଇସା ସଞ୍ଚେ ସୋଲି ପେଇଁ। ସୋଲିକୁ ଅଫିସର୍ ବାହାଦବ।

         ପଟେଲ୍ ଦୋକାନ: କାଠମିଲ୍ ସାମ୍ନା ରାସ୍ତାରେ ମିଲ୍ କୁ ଲାଗି। କାଠ ମିଲ୍ ର ଖଟିଖିଆ ମୂଲିଆଙ୍କ ପେଟ ଚାଖଣ୍ଡେ ପାଇଁ ସଂଘର୍ସକୁ କିଞ୍ଚିତ ମାତ୍ରାରେ ହ୍ରାସ କରିଥାଏ। ହେତୁହେଲା ପଟେଲ୍ ର ବାକି ଖାତାରେ କାଠମିଲ୍ ରେ କାମକରୁଥିବା ସବୁ ମୂଲିଆଖ ନାଁଥାଏ। ପଟେଲ୍ ବାକି ଦେବାରେ କେବେ କାର୍ପଣ୍ୟ କରେନି। ବାକି ମୁଣ୍ଡଉପରକୁ ଉଠିଲେ ଖାତା ବନ୍ଦ। କେବେ କେବେ ଦରକାର ପଡିଲେ କାଠଗୋଲାର ବଡ ବାବୁମାନେ ଆସୁଥିଲେ ତାଙ୍କଠି କାମ କରୁଥିବା ମୂଲିଆଙ୍କ ଠିକଣା ପାଇଁ। ଯଦିବା ସଫା ସୁତୁରାର ଜ୍ବଳନ୍ତ ଉଦାହରଣ ପଟେଲ୍ ଦୋକାନକୁ କହିବା ଭୁଲ୍ ହବ କିନ୍ତୁ ନିତ୍ୟ ବବହାର୍ଯ୍ୟ ପଦାର୍ଥର ଭଣ୍ଡାର ଥିଲା।

       ବେପାର ଏକ ଗୁଢ ତତ୍ବ। ବେପାରରେ ଭାଗୀଦାରର ସମ୍ପର୍କ ପୃଥିବୀର ସବୁ ଜଣା ଅଜଣା ସଂପର୍କରୁ ଉର୍ଧରେ। ବିଶ୍ବାସର ଏକ ଦୁଇ ପକ୍ଷିଆ ବୁଝାମଣା। ଗୋପନୀୟ ଏବଂ ରହସ୍ୟମୟ। ତୁଆଇ ଜାଣିଲେ ଲକ୍ଷୀ ଉଭା ଟିକେ ଏପାଖ ସେପାଖ ହୋଇଗଲେ ଅଲକ୍ଷୀ ପଶିଆସିବେ ଜୀବନକୁ। ପଟେଲ୍ ଓ ଜେମା ମଧ୍ୟରେ ଗଢିଉଠିଥିଲା ସେପରି ଏକ ସମ୍ବନ୍ଧ। ଜେମା ଝିଅ ଚାଲାଣ କରେ ପଟେଲ୍ ମାଧ୍ୟମରେ ବିଳାସି ଲୋକଙ୍କ ପାଇଁ। ରାତି ଅଧରେ କେବେ କେମିତି ଭିନ୍ନ ଏକ ଟ୍ରକ୍ ନଜରରେ ପଡେ। ସେଟା ଝିଅ ଚାଲାଣ ପାଇଁ। ଜେମାକୁ ଛାଡି ୟେ ରହସ୍ୟ ଯଦି ଆଉ କାହାକୁ ଜଣାଥାଏ, ସେ ହେଲା ପଟେଲ୍।

         ଗଜା ଝିଅ, ଯୁବତୀ ଝିଅ, କେବେ କେମିତି ଶିଶୁ କନ୍ୟା ମଧ୍ୟ ଜେମାର ତତ୍ବାବଧାନରେ, ମାତୃତ୍ବ ସୁଲ୍ଲଭ ସ୍ନେହରେ, ନର୍କରୁ ମୁକ୍ତି ପାଇବାର ନିର୍ଭର ପ୍ରତିଶୃତିରେ ଟ୍ରକରେ ଚଢନ୍ତି। ସହରରେ ପେଟ ପୋଷିବାକୁ କାମର ଅଭାବ ନାହିଁ। ଯିବନକୁ ସପ୍ରରଙ୍ଗରେ ରଙ୍ଗେଇବାଟା ସହଜ। ସ୍ବପ୍ନରେ ବଞ୍ଚିବାର ଅନୂଭବ କିଏ ନଚାହିଁବ। ମାଲ୍ ଟ୍ରକ୍ ରେ ଗୋଡ ଦେଲା ମାତ୍ରେ ଡ୍ରାଇଭର୍ କବାଟକୁ ଧଡକରି ବନ୍ଦ କରିଦିଏ। ତାପରେ କାଚକୁ ଅଳ୍ପ ଖୋଲି ଝରକା ବାଟୁ ହାତ ଗଳେଇ ଟଙ୍କା ବିଡାଟା ଧରେଇ ଦିଏ। ପରେ ପରେ ଧୂଆଁ ଉଡାଇ ଟ୍ରକ୍ ବହଳିଆ ଅନ୍ଧାରରେ ଲିନ ହେଇଯାଏ। କୁଆଡେ ଯାଏ ଜେମା ପଟେଲଙ୍କୁ ଜଣା ନଥାଏ। ଜାଣିବାର ପ୍ରୟୋଜନ ମଧ୍ୟ ନଥାଏ।

         ପୁଣି ସେଇ ନିରୋଳା ଅନ୍ଧାରର ଘୁମନ୍ତ ପ୍ରାୟ ରାସ୍ତା! ଜେମା ତାଭାଗର ଟଙ୍କା ଧରି ଘରକୁ ଫେରେ। ସୋଲି ଶୋଇ ଥାଏ ହୁଏତ ସ୍ବପ୍ନ ରାଜ୍ୟର ଭସାମେଘର ଦୋଳିରେ ଝୁଲୁଥାଏ। ଅନ୍ଧାରରେ ସୋଲି ମୁଣ୍ଡରେ ହାତ ବୁଲାଇ ଆଣେ। ତାପରେ ଗାଢା ନିଦ କୁଆଡୁ ଗ୍ରାସକରେ ତାକୁ ଯେ ସକାଳୁ ସୋଲି ଡାକରେ ଉଠେ। ମାଲଟିଏ ଛାଡିବା ପରେ ତାର ଏମିତିଆ ଡେରିରେ ଉଠିବା ଅଭ୍ୟାସ। ମାଲଟିଏ ଠାବ କରି ତାକୁ ସମ୍ପୁର୍ଣ୍ଣ ଅକ୍ତିଆର କରିବା କିଛି କମ କାମ ନୁହଁ। ମନକୁ କିଣି, ପରିବର୍ଟ୍ଟନକରି ତାପରେ ଯାଇଁ ରପ୍ତାନି। ପଟେଲର କାମ ବେଶି ନାହିଁ ୟେ ବେପାରରେ ହଁ କେବେ କେମିତି ସମ୍ଭାବ୍ୟ ମାଲ୍ ଦୋକାନକୁ ଆସିଲେ ଜେମାକୁ ସୂଚନା ଦିଏ।

        ପଟେଲ୍ ଦୋକାନରେ ଦିନ ଆରମ୍ଭ ହୁଏ ଗଣେଶଜୀଙ୍କ ଆରତିରୁ। ଆରତି ମାନେ ଛୋଟ ଟୁଲ୍ ରେ ପଟେଲ୍ ଗରାଖଙ୍କୁ ପଛ କରି ଚଢେ ଉଚ୍ଚା ଥାକରେ ଥିବା ଗଣେଶ ମୂର୍ତ୍ତି ଆରତି ପାଇଁ। ଗରାଖ ଅପେକ୍ଷା କରନ୍ତି। ଘଣ୍ଟିକୁ ଠିକ୍ ତିନିବାର ଟିଂ...ଟିଂ ପରେ ଓହ୍ଲ୍ଲାଇ ଆସେ।

ସର୍ବନାସ  ଯେତେବେଳେ ରିତା ଡାକିଲା ପଟେଲ ଟୁଲ୍ ଉପରେ ଠିଆ ଅବସ୍ଥାରେ, “ପଟେଲ୍ ଭାଇ ତେଲେ ନେବି ବାପଠେଇଛି।

ରିତା ଜେମା ଝିଅ ସୋଲି ସାଙ୍ଗର। ନଅ କି ଦଶ ବର୍ଷ ହବ ଅତି ବେଶିରେ। ନ,ଜାଣିଲା ଲୋକ ଜାଆଁଳା ଭଉଣୀ କହିବ! ରୀତାର ମାଁ ମଲାପରେ ବାଆଉଗୋଟେ ବାହା ହେଇଛି। ହଠାତ୍ ଚିଡି ଉଠୁଥିବା ପଟେଲ୍ ଥମ୍ ହେଇଗଲା। ୟା,କଥା ମନକୁ କେବେ ଆସିନିତ। ସାବତ ମାଁ ଖଟଉଛି ରୀତାକୁ, ମାର ଧର କରୁଛି ବୋଲି ସନା କହୁଥିଲା।

        ଟୁଲ୍ ରୁ ଓହ୍ଲାଇ ପଡି ରୀତାର ସର୍ବାଙ୍ଗରେ ଦୃଷ୍ଟି ବୁଲେଇ ଆଣିଲା ପଟେଲ୍, ଯେମିତି ନୂଆ ଦେଖୁଛି। ତାର ଆଖି ରକ୍ତବର୍ଣ୍ଣ ହୋଇଗଲା ହିଂସାର ତିକ୍ତତାରେ। ଗଣେଶଜୀଙ୍କ କୃପାରୁ ମାଲ ଦୂଆର ମୁହଁରେ-ପେଡାରୁ ଅଧା ଭାଙ୍ଗି ରୀତା ହାତରେ ଗୁଞ୍ଜି ଦେଲା। ପଟେଲ୍ ଯିଏ ଡହଡହ ଖରାରେ ତଣ୍ଟି ଶୁଖିଗଲେ ପାଣି ଟୋପେ ମାଗିଲେ ପିବାକୁ ଦିଏନି ତାଠୁଁ ପେଡା? ପାଟିରେ ପୁରାଇବକି ନାହିଁ ଦ୍ବନ୍ଦରେ ପଡି ରୀତା ପଚାରିଲା, “କାହାପାଇଁ।

ଆଲୋ ବୋକି ତୋପେଇଁ! କହିଲା ପଟେଲ୍ ଅତି ସରାଗବୋଳା କଣ୍ଠରେ।

         ରିତା ଫେରିଲା। ଡେଇଁ ଡେଇଁକା ରାସ୍ତା ଦିଧାରରେ ଗଛଟି ମାନଙ୍କୁ ଛୁଇଁ ଛୁଇଁକା। ବାଳିକା ସୁଲ୍ଲଭ ଚପଳତାରେ ଗଣୁଥାଏ-ଏକ ଗଛ, ଦୁଇ ଗଛ,... ପେଡାର ସ୍ବାଦ ପୂର୍ବରୁ କେବେ ପାଇନଥିବା ରିତାର ଜିଭ ଉନ୍ନୋଚିତ କରୁଥାଏ ଅମୃତର ସ୍ବାଦ।

        ଜେମା ଚାଉଳକିଣା ବାହାନାରେ ପଟେଲ୍ ଦୋକାନରେ ପହଞ୍ଚିଲା ବେଳକୁ ଦୋକାନଟା ଗରାଖ ଶୁନ୍ୟଚ୍। ପଟେଲ୍ ଜେମାକୁ ଦେଖି ଗଡ ଯିତିବା ଭଳି କହିଲା, “ଆଲୋ ଜେମା ମଣି, କୋଉଠି ଥିଲୁ ଏଯାଏଁ?”

ଓଠ ସନ୍ଧିରୁ ଦାନ୍ତ ଖୁଣ୍ଟାଟା ଥୁକି ନିଃସାରିତ କରି ଜେମା କହିଲା, “ଣ ମାଲ ପାଇଲୁକି ପଟେଲ୍ ଭାଇ?”

ଆଉ ପଚାରିବାକୁ ଅଛି! ବସେଇ ବସେଇ ରସିକିଆ ଥାଟ୍ଟରେ କହିଲା ପଟେଲ୍। ଠିକଣା ଦେଲା ରିତାର।

ଏକ ଉଚ୍ଛୃଙ୍କଳିତ ହସ ଜେମା ଓଠରୁ ଛିଟିକି ଆସିଲା। ବୀଭତ୍ସ କ୍ଷୁଧାରେ ହଠାତ୍ ଭୋକିଲା ଦେଖାଗଲା ମୁହଁଟା। ଆଖିରେ ପଟେଲକୁ କୃତଞ୍ଜ୍ୟତାର ଚାହାଣିଟାଏ ଛଟକାଇ ଦେଇ ଜେମା ଫେରିଲା ଚାବି ପେନ୍ଥାକୁ ଆଙ୍ଗୁଠିରେ ଘୂରେଇ ଘୂରେଇ। ଅନ୍ୟମନସ୍କତାର ଏକ ଆବରଣରେ ମୁହଁକୁ ଢାଙ୍କି। ଶିକାର ପାଇଁ ଫାଶ ଠିକରେ ପକାଇବା ଦରକାର ନହିଲେ ବୃଥା ଦେହ କଷ୍ଟ ଧନ ହାନି।

         ସୋଲି ସ୍କୁଲରୁ ଆସିଲାପରେ ତାହାତରେ ରିତାକୁ ଡକେଇ ପଠାଇଲା। ପୂର୍ବ ଅଭିଞ୍ଜ୍ୟତାରୁ କାମରେ ବିଳମ୍ବ ହେଲାନି। ରିତା ରାଜି। ଟ୍ରକରେ ସହର ଯିବ ଯୋଉଠି ଆଶ୍ରମ ଅଛି। ସେଠି ତାଭଳିଆ ଅନେକ ମାଁଛେଉଣ୍ଡ ପିଲାଙ୍କ ସାଙ୍ଗରେ ରହି ପାଠ ପଢିବ। ଜୋଜନା ଅନୁଶାରେ ରିତା ସେଦିନ ରହିଲା ସୋଲି ଘରେ। ରାତା ରାତି ଯିବାକୁ ହେବ।

         ନିଶାର୍ଧ। ଚତୁର୍ଦିଗରେ ଅନ୍ଧାରର ବହଳିଆ ଆସ୍ତରଣ। କାଠା ମିଲ ର ମୂଲିଆମାନେ ଦେସି ଟୋପେ ଟୋପେ ପକେଇ ଦେଇ ନିଦରେ ବେହୋସ୍। ଜେମା ଅଣ୍ଡାଳିଲା ରିତାକୁ ଠାବ କରିବାକୁ। ସୋଲି ଓ ରିତା ଏକାଠି ଶୋଇଥିଲେ। ସୋଲି ବାନ୍ଧେ ଦିଟା ବେଣି ଏବଂ ରିତା ମୁଣ୍ଡରେ ଦିଟା ବେଣି କାନ ଦିକଡରେ ଲମ୍ବିଥାଏ। ହାତରେ ଦିହିଙ୍କ ମୁଣ୍ଡକୁ ଅଣ୍ଡାଳି ଧୀରେ କରି କାଖେଇ ଆଣିଲା ରିତାକୁ। ପାଦ ଚିପି ଚିପି ଅଗଣାରେ ଚୁଲି ପାଖକୁ ଶୋଇଥିବା ମୁଲିଆଙ୍କୁ ଡେଇଁ ବଢିଲା ଆଗକୁ। କାଠ ମିଲ୍ ସାମ୍ନା ରାସ୍ତାକୁ।

ଆଗପଟିଆ କାଖେଇଥାଏ ଝିଅଟାକୁ ତାର ନିଦ ଭାଙ୍ଗିଯିବ ବୋଲି ସତର୍କରେ ଚାଲୁଥାଏ। ପଟେଲ୍ ଅନ୍ଧାର ଅଢୁଆଳରେ ଜେମାର ପରିଚିତ ଚାଲିରୁ ଠଉରାଇନେଲା ମାଲ୍ ସମେତ ଆସୁଛି ବୋଲି। ଉଛୁର ହେବାରୁ ଅସନ୍ତୁଷ୍ଟ ଡ୍ରାଇଭରକୁ ମାଲ ଆସିବାର ଖବର ଦେଲା। ଟ୍ରକ୍ ହେଡ୍ ଲାଇଟର ନିର୍ଜନ ଆଲୋକରେ ରାସ୍ତାଟା କେମିତି ପ୍ରେତପୁରି ପରି ମନେ ହେଉଛି। ଜେମା ଅଭ୍ୟାସ ଗତ ହାତରେ ମାଲକୁ ଟ୍ରକରେ ଚଢେଇଦେଲା। ମାଲ ସମେତ ଟ୍ରକଟି କମ୍ପି କମ୍ପି ଅଚିରେ ଅନ୍ଧାରରେ ଅଦୃଶ୍ୟ ହୋଇଗଲା। ଜେମା ଫେରିଲା ଟଙ୍କା ବିଡା ସହ। ଝିଅ ମୁଣ୍ଡରେ ହାତ ସାଉଁଳେଇଲା ଏବଂ ମଦ ନିଶାରେ ବୁଡିଗଲା ଗଭିର ନିଦ୍ରାରେ।

        କାଠମିଲ୍ ସାଇରନ୍ ବାଜିଲା। ହଡ ବଡ ମୂଲିଆ ମାନେ ଦଉଡିଲେ ସେଇ ରାସ୍ତାକୁ କାଠ ବୁହା ପାଇଁ। ରିତା ନିଦରୁ ଉଠି ହଲେଇଲା ଜେମାକୁ। ଜେମା ନିଦ ମଳମଳ ଆଖିରେ ଖୋଜିଲା ସୋଲିର ଚନ୍ଦ ଉଡିଆ ମୁହଁକୁ। ଆଖି ସାମ୍ନାରେ ରିତାର ମୁହଁକୁ ଦେଖି ହାଉଳି ଖାଇଲା। ଆଲୋ ତୁ କେତେବେଳେ!

କେମିତି ଆସିଲୁ? ଟ୍ରକ୍ ଗଲାନିକି? ଆତଙ୍କିତ କଣ୍ଠରେ ପଚାରିଲା ଜେମା। ରିତା ଅବାକ୍ ହୋଇ ଚାହିଁ ରହିଲା। କୋଉ ଟ୍ରକ୍? ସେ ତ ଶୋଇ କିଚ୍ ଉଠିଲା ମୁହୁର୍ତ୍ତେ ଆଗରୁ।

ସୋଲି କାଇଁ?

ରିତାର ସେଇ ଅବୋଧ ଦୃଷ୍ଟି ବଜାୟ ରହିଲା।

         ଜେମା ଦଉଡିଲା ସ୍କୁଲ୍ କୁ। ସୋଲି ସ୍କୁଲ୍ ଆସିନି। ଜେମା ଦଉଡିଲା ଘରକୁ। ରିତାର ମୁଣ୍ଡକୁ ବହେ ଅଣ୍ଡାଳି ପକେଇଲା। ନିଆଁ ଭଳି ଚିତ୍କାର କଲା-ତୋରତ ଦିଟା ବେଣୀ ଥିଲା ଗଲା ରାତିରେ। ଶୋଇବାକୁ ଗଲାବେଳେ ଗୋଟେ କେମିତି ହେଲା!

ରିତା ଘଟଣାଟା ଠଉରାଇ ନପାରି ବୋକା ଭଳି ଉତ୍ତର ଦେଲା, “ଶୋଇବା ପୂର୍ବରୁ ଖେଳ ଖେଳରେ ସୋଲି ମୋ ମୁଣ୍ଡରେ ତାପରି ବେଣୀ କଲା ଆଉ ମୁଁ ତାମୁଣ୍ଡରେ ମୋ ପରି ବେଣୀ ବାନ୍ଧିଦେଲି।

         ଜେମା ବୁଝିଗଲା ରିତା ବଦଳରେ ଅନ୍ଧାରର ପରଳରେ, ମଦର ନିଶାରେ ସେ ସୋଲିକୁ ନିଜ ହାତରେ ବିକିଦେଇଛି। ସୋଲିର କଅଁଳ ମାଂସକୁ ବିଳାସୀ ଲୋକ ଭିଡି ଚୋବେଇ ଖାଇବାକୁ। ମଦ ନିଶାରେ ଏମିତିବି ଭୁଲ୍ ହୋଇପାରେ ସେ ସ୍ବପ୍ନରେ ସୁଦ୍ଧା ଭାବିନଥିଲା। ଛାତିତଳେ ଛାତିଏ ଶୁନ୍ୟତା। ଏତେ ଜଲଦି ତାଖେଳ ସରିଗଲା!

ବିକ୍କଳରେ ଗୁହାରିହେଲା ପଟେଲକୁ ସୋଲିର ସନ୍ଧାନପାଇଁ। ଜାଣିବାର ଉପାୟ ନାହିଁ, ପଟେଲର କ୍ଷମତାଠୁଁ ଯଥେଷ୍ଟ ବାହାରେ ଥିଲା ସୋଲିର ସନ୍ଧାନ। ଦେଶ କି ବିଦେଶ ଠିକଣା ନାହିଁ।

       .....କାଠମିଲ ସାମ୍ନା ରାସ୍ତାରେ ଟ୍ରକ୍ ଇଞ୍ଜିନ୍ ର ପରିଚିତ କମ୍ପନ ଏବଂ କାଠ ବୁହାର ହେଇ ସାଃ.. ଶବ୍ଦରେ ଆଉଏକ ନୂତନ ଶବ୍ଦ ପଖାଳେଇଗଲା,-ମୋଁ ସୋଲି ଲୋ...ଫେରିଆ...ମୋ ସୋଲି... ନିଶାର୍ଦ୍ଧ କେବେ କେମିତି ଅଶାନ୍ତ ମଦ୍ୟପ ଜେମା ମାଂସର ସ୍ବାଦ ଲୋଭରେ ଖେଦିଯାଏ ତାଶରୀରକୁ , ପରେ ପରେ ପାଟି ଚାକୁଳେଇ ମିଳେଇଯାଏ ଅନ୍ଧାରରେ। ଅଦୂରରେ ଶୁନ୍ୟ ବୋତଲଟା ଗଡୁଥାଏ ଯାହା ସେଇ ରାସ୍ତା ଉପରେ।

ଜେମା ହୁଙ୍କାର ଛଡେ-ସ୍ବାଦ ନିଅ ବାବୁ ମାନେ...ମାଂସ ବିକାଳିର ନିଜ ଦେହର ମାଂସ। ବିରଳ ମାଂସ....!

  ସିନ୍ଦୁରା ନ-ଫାଟୁଣୁ ଯେତେବେଳେ କାଠ ଗୋଲାର ସାଇରନ୍ ଚିଲ୍ଲାଏ ସାହିର ଲୋକ ଉଠିପଡନ୍ତି ନିଦରୁ। କାଠମିଲର ଖଟିଖିଆ ମୂଲିଆମାନେ ନିଜ ମୁଣ୍ଡଟିମାନ ଗାମୁଛାର ବହଳିଆ ଠେକାରେ ଗଳେଇ ଦେଇ ଦଉଡନ୍ତି କାଠ ଟ୍ରକ୍ ନିକଟକୁ। କାଠ ମିଲ୍ ସାମ୍ନା ରାସ୍ତାରେ ଡଜନେ ସରିକି କାଠଭର୍ତ୍ତି ପଞ୍ଜାବୀ ଟ୍ରକ୍। ଟ୍ରକ୍ ହେଡ ଲାଇଟର ନିର୍ଜନ ଆଲୋକରେ ମୂଲିଆମାନେ ଯେମିତି ଗତିମୟ ଛାୟାସବୁ ପ୍ରେତ-ପୂରର। ରାସ୍ତାଟି ଅନିର୍ଧିଷ୍ଟ ଭାବେ ମୂଲିଆଙ୍କ, ହେଇ..ସାଃ ଯୋର୍ ଲଗାକେ...! ସମ୍ମିଳିତ ବଳ ପ୍ରୟୋଗର ପରିଚିତ ଧ୍ବନି, ଟ୍ରକ୍ ରୁ କାଠ ବୁହାର ଓଜନିଆ କୋଳାହଳାରେ ମଗ୍ନ ଥିଲାବେଳେ ଡିଜେଲ୍ ଧୂଆଁ, ଟ୍ରକ୍ ଇଞ୍ଜିନ୍ ର ଅଶାନ୍ତ କର୍କସ ଗୁମୁରା ଭିତରେ କାଠ ଗୋଲାର ସୁଟ୍ ପିନ୍ଧା ବାବୁମାନେ ହଜି ଯାଆନ୍ତି ନିଜ ନିଜ କେବିନ୍ ରେ- କାଠର ହିସାବ ରଖିବାରେ।

         ଟ୍ରକ୍ ରୁ କାଠ ଖାଲିହୁଏ। କମ୍ପି କମ୍ପି ଟ୍ରକ ମାନେ ଆଗ ପଛ ହୋଇ ଫେରି ଯାଆନ୍ତି। ତାପରେ ସବୁ ନିରୋଳା। ରାସ୍ତାଟି ଜୀବନ ଫେରିପାଏ। ରାସ୍ତା ଦୁଇ କଡରେ ବୀର୍ଜ୍ୟବାନ୍ ବୃକ୍ଷଙ୍କରଚ୍ ଶୀତଳ ଛାୟାରେ ରାସ୍ତାଟି ଘୋଡାଇ ହୋଇଯାଏ। ପକ୍ଷୀମାନେ ତାଙ୍କ ଉପସ୍ଥିତି ଜଣେଇ ଦିଅନ୍ତି। ବସ୍ତାନି ପକେଇ ସ୍କୁଲ୍ ପିଲେ ଡେଇଁ କୁଦି ସ୍କୁଲ୍ ବାହାରନ୍ତି। ସୋଲି ମଧ୍ୟ ସ୍କୁଲ୍ ବାହାରେ। ସାଇର ଅନ୍ୟ ଲୋକମାନେ ସ୍ବାଭାବିକ ଢଙ୍ଗରେ ସକାଳ ଉପଭୋଗ କରନ୍ତି। ଜେମା ବିଡିରେ ଫୁଙ୍କାଦେଇ ଦେଇ ରାସ୍ତାର ଶେଷ ମୁଣ୍ଡରୁ ଆସି ଉଭାହୁଏ ପଟେଲ୍ ତେଜରାତି ଦୋକାନରେ। ସରକାରୀ ଚାଉଳ ଦିକେଜି ପାଇଁ। ଜେମାର ଚାଲି ଦୂରରୁ ସ୍ପଷ୍ଟ ଧରାପଡେ। ଲମ୍ବା ଟେସିଲ୍ ବନ୍ଧା ଚୁଟିକୁ ମୁଣ୍ଡ ଶେଷରେ ରବରରେ ଭିଡି ବାକିତକ ଚୁଟି ଘୋଡା ଲଞ୍ଜ ପରିକା ପିଠି ପଟେ ଅଣ୍ଟାଯାଏ ଓହଳି ଥାଏ। ଛୋଟିଆ ମୁଣ୍ଡର ମଜଭୁତ ଶରୀର। ଓଠ ଉପରକୁ ବିରାଟ ନୋଥରେ ନାକଟା ତାର ଲୁଚିଯାଏ। ଗୋଲ ଗୋଲ କଜଳ ମଖା ଆଖିରୁ ବୟସ ଜାଣିବାର ଜୁ ନାହିଁ। କାଠ ଗୋଲାର ମୂଲିଆ ଯୋମାନଙ୍କ ପରିବାର ନଥାଏ କିମ୍ବା ମାଇପ ନଥାଏ ଭିଡ ଜମାନ୍ତି ସନ୍ଧ୍ୟାରେ ଜେମା ମେସ୍ ରେ। ଜେମାର ଗୋଟିଏ ବଖୁରିଆ ଆଜବେଷ୍ଟ୍ ଘରେ- ଜେମା ହାତରନ୍ଧା ଖାଇବାକୁ। ଅଗଣାରେ ଚୁଲି। ରାତିରେ କେତେକ ଗରାଖ ସେଇ ଅଗଣାରେ ଚୁଲି ପାଖେ ମଶିଣା ପାରି ଶୁଅନ୍ତି। ତାଙ୍କଠୁଁ ଜେମା ରାତିକୁ ପାଞ୍ଚଟଙ୍କା ନିଏ। ପଟେଲ୍ କହେ ଜେମାଠୁ ବେପାର ଶିଖିବା କଥା। ସୋଲି ଜେମାର ଜୀବନ। ଜେମା ପଇସା ସଞ୍ଚେ ସୋଲି ପେଇଁ। ସୋଲିକୁ ଅଫିସର୍ ବାହାଦବ।

         ପଟେଲ୍ ଦୋକାନ: କାଠମିଲ୍ ସାମ୍ନା ରାସ୍ତାରେ ମିଲ୍ କୁ ଲାଗି। କାଠ ମିଲ୍ ର ଖଟିଖିଆ ମୂଲିଆଙ୍କ ପେଟ ଚାଖଣ୍ଡେ ପାଇଁ ସଂଘର୍ସକୁ କିଞ୍ଚିତ ମାତ୍ରାରେ ହ୍ରାସ କରିଥାଏ। ହେତୁହେଲା ପଟେଲ୍ ର ବାକି ଖାତାରେ କାଠମିଲ୍ ରେ କାମକରୁଥିବା ସବୁ ମୂଲିଆଖ ନାଁଥାଏ। ପଟେଲ୍ ବାକି ଦେବାରେ କେବେ କାର୍ପଣ୍ୟ କରେନି। ବାକି ମୁଣ୍ଡଉପରକୁ ଉଠିଲେ ଖାତା ବନ୍ଦ। କେବେ କେବେ ଦରକାର ପଡିଲେ କାଠଗୋଲାର ବଡ ବାବୁମାନେ ଆସୁଥିଲେ ତାଙ୍କଠି କାମ କରୁଥିବା ମୂଲିଆଙ୍କ ଠିକଣା ପାଇଁ। ଯଦିବା ସଫା ସୁତୁରାର ଜ୍ବଳନ୍ତ ଉଦାହରଣ ପଟେଲ୍ ଦୋକାନକୁ କହିବା ଭୁଲ୍ ହବ କିନ୍ତୁ ନିତ୍ୟ ବବହାର୍ଯ୍ୟ ପଦାର୍ଥର ଭଣ୍ଡାର ଥିଲା।

       ବେପାର ଏକ ଗୁଢ ତତ୍ବ। ବେପାରରେ ଭାଗୀଦାରର ସମ୍ପର୍କ ପୃଥିବୀର ସବୁ ଜଣା ଅଜଣା ସଂପର୍କରୁ ଉର୍ଧରେ। ବିଶ୍ବାସର ଏକ ଦୁଇ ପକ୍ଷିଆ ବୁଝାମଣା। ଗୋପନୀୟ ଏବଂ ରହସ୍ୟମୟ। ତୁଆଇ ଜାଣିଲେ ଲକ୍ଷୀ ଉଭା ଟିକେ ଏପାଖ ସେପାଖ ହୋଇଗଲେ ଅଲକ୍ଷୀ ପଶିଆସିବେ ଜୀବନକୁ। ପଟେଲ୍ ଓ ଜେମା ମଧ୍ୟରେ ଗଢିଉଠିଥିଲା ସେପରି ଏକ ସମ୍ବନ୍ଧ। ଜେମା ଝିଅ ଚାଲାଣ କରେ ପଟେଲ୍ ମାଧ୍ୟମରେ ବିଳାସି ଲୋକଙ୍କ ପାଇଁ। ରାତି ଅଧରେ କେବେ କେମିତି ଭିନ୍ନ ଏକ ଟ୍ରକ୍ ନଜରରେ ପଡେ। ସେଟା ଝିଅ ଚାଲାଣ ପାଇଁ। ଜେମାକୁ ଛାଡି ୟେ ରହସ୍ୟ ଯଦି ଆଉ କାହାକୁ ଜଣାଥାଏ, ସେ ହେଲା ପଟେଲ୍।

         ଗଜା ଝିଅ, ଯୁବତୀ ଝିଅ, କେବେ କେମିତି ଶିଶୁ କନ୍ୟା ମଧ୍ୟ ଜେମାର ତତ୍ବାବଧାନରେ, ମାତୃତ୍ବ ସୁଲ୍ଲଭ ସ୍ନେହରେ, ନର୍କରୁ ମୁକ୍ତି ପାଇବାର ନିର୍ଭର ପ୍ରତିଶୃତିରେ ଟ୍ରକରେ ଚଢନ୍ତି। ସହରରେ ପେଟ ପୋଷିବାକୁ କାମର ଅଭାବ ନାହିଁ। ଯିବନକୁ ସପ୍ରରଙ୍ଗରେ ରଙ୍ଗେଇବାଟା ସହଜ। ସ୍ବପ୍ନରେ ବଞ୍ଚିବାର ଅନୂଭବ କିଏ ନଚାହିଁବ। ମାଲ୍ ଟ୍ରକ୍ ରେ ଗୋଡ ଦେଲା ମାତ୍ରେ ଡ୍ରାଇଭର୍ କବାଟକୁ ଧଡକରି ବନ୍ଦ କରିଦିଏ। ତାପରେ କାଚକୁ ଅଳ୍ପ ଖୋଲି ଝରକା ବାଟୁ ହାତ ଗଳେଇ ଟଙ୍କା ବିଡାଟା ଧରେଇ ଦିଏ। ପରେ ପରେ ଧୂଆଁ ଉଡାଇ ଟ୍ରକ୍ ବହଳିଆ ଅନ୍ଧାରରେ ଲିନ ହେଇଯାଏ। କୁଆଡେ ଯାଏ ଜେମା ପଟେଲଙ୍କୁ ଜଣା ନଥାଏ। ଜାଣିବାର ପ୍ରୟୋଜନ ମଧ୍ୟ ନଥାଏ।

         ପୁଣି ସେଇ ନିରୋଳା ଅନ୍ଧାରର ଘୁମନ୍ତ ପ୍ରାୟ ରାସ୍ତା! ଜେମା ତାଭାଗର ଟଙ୍କା ଧରି ଘରକୁ ଫେରେ। ସୋଲି ଶୋଇ ଥାଏ ହୁଏତ ସ୍ବପ୍ନ ରାଜ୍ୟର ଭସାମେଘର ଦୋଳିରେ ଝୁଲୁଥାଏ। ଅନ୍ଧାରରେ ସୋଲି ମୁଣ୍ଡରେ ହାତ ବୁଲାଇ ଆଣେ। ତାପରେ ଗାଢା ନିଦ କୁଆଡୁ ଗ୍ରାସକରେ ତାକୁ ଯେ ସକାଳୁ ସୋଲି ଡାକରେ ଉଠେ। ମାଲଟିଏ ଛାଡିବା ପରେ ତାର ଏମିତିଆ ଡେରିରେ ଉଠିବା ଅଭ୍ୟାସ। ମାଲଟିଏ ଠାବ କରି ତାକୁ ସମ୍ପୁର୍ଣ୍ଣ ଅକ୍ତିଆର କରିବା କିଛି କମ କାମ ନୁହଁ। ମନକୁ କିଣି, ପରିବର୍ଟ୍ଟନକରି ତାପରେ ଯାଇଁ ରପ୍ତାନି। ପଟେଲର କାମ ବେଶି ନାହିଁ ୟେ ବେପାରରେ ହଁ କେବେ କେମିତି ସମ୍ଭାବ୍ୟ ମାଲ୍ ଦୋକାନକୁ ଆସିଲେ ଜେମାକୁ ସୂଚନା ଦିଏ।ଚ୍

        ପଟେଲ୍ ଦୋକାନରେ ଦିନ ଆରମ୍ଭ ହୁଏ ଗଣେଶଜୀଙ୍କ ଆରତିରୁ। ଆରତି ମାନେ ଛୋଟ ଟୁଲ୍ ରେ ପଟେଲ୍ ଗରାଖଙ୍କୁ ପଛ କରି ଚଢେ ଉଚ୍ଚା ଥାକରେ ଥିବା ଗଣେଶ ମୂର୍ତ୍ତି ଆରତି ପାଇଁ। ଗରାଖ ଅପେକ୍ଷା କରନ୍ତି। ଘଣ୍ଟିକୁ ଠିକ୍ ତିନିବାର ଟିଂ...ଟିଂ ପରେ ଓହ୍ଲ୍ଲାଇ ଆସେ।

ସର୍ବନାସ  ଯେତେବେଳେ ରିତା ଡାକିଲା ପଟେଲ ଟୁଲ୍ ଉପରେ ଠିଆ ଅବସ୍ଥାରେ, “ପଟେଲ୍ ଭାଇ ତେଲେ ନେବି ବାପଠେଇଛି।

ରିତା ଜେମା ଝିଅ ସୋଲି ସାଙ୍ଗର। ନଅ କି ଦଶ ବର୍ଷ ହବ ଅତି ବେଶିରେ। ନ,ଜାଣିଲା ଲୋକ ଜାଆଁଳା ଭଉଣୀ କହିବ! ରୀତାର ମାଁ ମଲାପରେ ବାଆଉଗୋଟେ ବାହା ହେଇଛି। ହଠାତ୍ ଚିଡି ଉଠୁଥିବା ପଟେଲ୍ ଥମ୍ ହେଇଗଲା। ୟା,କଥା ମନକୁ କେବେ ଆସିନିତ। ସାବତ ମାଁ ଖଟଉଛି ରୀତାକୁ, ମାର ଧର କରୁଛି ବୋଲି ସନା କହୁଥିଲା।

        ଟୁଲ୍ ରୁ ଓହ୍ଲାଇ ପଡି ରୀତାର ସର୍ବାଙ୍ଗରେ ଦୃଷ୍ଟି ବୁଲେଇ ଆଣିଲା ପଟେଲ୍, ଯେମିତି ନୂଆ ଦେଖୁଛି। ତାର ଆଖି ରକ୍ତବର୍ଣ୍ଣ ହୋଇଗଲା ହିଂସାର ତିକ୍ତତାରେ। ଗଣେଶଜୀଙ୍କ କୃପାରୁ ମାଲ ଦୂଆର ମୁହଁରେ-ପେଡାରୁ ଅଧା ଭାଙ୍ଗି ରୀତା ହାତରେ ଗୁଞ୍ଜି ଦେଲା। ପଟେଲ୍ ଯିଏ ଡହଡହ ଖରାରେ ତଣ୍ଟି ଶୁଖିଗଲେ ପାଣି ଟୋପେ ମାଗିଲେ ପିବାକୁ ଦିଏନି ତାଠୁଁ ପେଡା? ପାଟିରେ ପୁରାଇବକି ନାହିଁ ଦ୍ବନ୍ଦରେ ପଡି ରୀତା ପଚାରିଲା, “କାହାପାଇଁ।

ଆଲୋ ବୋକି ତୋପେଇଁ! କହିଲା ପଟେଲ୍ ଅତି ସରାଗବୋଳା କଣ୍ଠରେ।

         ରିତା ଫେରିଲା। ଡେଇଁ ଡେଇଁକା ରାସ୍ତା ଦିଧାରରେ ଗଛଟି ମାନଙ୍କୁ ଛୁଇଁ ଛୁଇଁକା। ବାଳିକା ସୁଲ୍ଲଭ ଚପଳତାରେ ଗଣୁଥାଏ-ଏକ ଗଛ, ଦୁଇ ଗଛ,... ପେଡାର ସ୍ବାଦ ପୂର୍ବରୁ କେବେ ପାଇନଥିବା ରିତାର ଜିଭ ଉନ୍ନୋଚିତ କରୁଥାଏ ଅମୃତର ସ୍ବାଦ।

        ଜେମା ଚାଉଳକିଣା ବାହାନାରେ ପଟେଲ୍ ଦୋକାନରେ ପହଞ୍ଚିଲା ବେଳକୁ ଦୋକାନଟା ଗରାଖ ଶୁନ୍ୟ। ପଟେଲ୍ ଜେମାକୁ ଦେଖି ଗଡ ଯିତିବା ଭଳି କହି ଉଠିଲା, “ଆଲୋ ଜେମା ମଣି, କୋଉଠି ଥିଲୁ ଏଯାଏଁ?”

ଓଠ ସନ୍ଧିରୁ ଦାନ୍ତ ଖୁଣ୍ଟାଟା ଥୁକି ନିଃସାରିତ କରି ଜେମା କହିଲା, “ଣ ମାଲ ପାଇଲୁକି ପଟେଲ୍ ଭାଇ?”

ଆଉ ପଚାରିବାକୁ ଅଛି! ବସେଇ ବସେଇ ରସିକିଆ ଥାଟ୍ଟରେ କହିଲା ପଟେଲ୍। ଠିକଣା ଦେଲା ରିତାର।

ଏକ ଉଚ୍ଛୃଙ୍କଳିତ ହସ ଜେମା ଓଠରୁ ଛିଟିକି ଆସିଲା। ବୀଭତ୍ସ କ୍ଷୁଧାରେ ହଠାତ୍ ଭୋକିଲା ଦେଖାଗଲା ମୁହଁଟା। ଆଖିରେ ଆଖିରେ ପଟେଲକୁ କୃତଞ୍ଜ୍ୟତାର ଚାହାଣିଟାଏ ଛଟକାଇ ଦେଇ ଜେମା ଫେରିଲା ଚାବି ପେନ୍ଥାକୁ ଆଙ୍ଗୁଠିରେ ଘୂରେଇ ଘୂରେଇ। ଅନ୍ୟମନସ୍କତାର ଏକ ଆବରଣରେ ମୁହଁକୁ ଢାଙ୍କି। ଶିକାର ପାଇଁ ମଜଭୁତ୍ ଫାଶ ପକାଇବା ଦରକାର ନହିଲେ ବୃଥା ଦେହ କଷ୍ଟ ଧନ ହାନି।

         ସୋଲି ସ୍କୁଲରୁ ଆସିଲାପରେ ତାହାତରେ ରିତାକୁ ଡକେଇ ପଠାଇଲା। ପୂର୍ବ ଅଭିଞ୍ଜ୍ୟତାରୁ କାମରେ ବିଳମ୍ବ ହେଲାନି। ରିତା ରାଜି। ଟ୍ରକରେ ସହର ଯିବ ଯୋଉଠି ଆଶ୍ରମ ଅଛି। ସେଠି ତାଭଳିଆ ଅନେକ ମାଁଛେଉଣ୍ଡ ପିଲାଙ୍କ ସାଙ୍ଗରେ ରହି ପାଠ ପଢିବ। ଜୋଜନା ଅନୁଶାରେ ରିତା ସେଦିନ ରହିଲା ସୋଲି ଘରେ। ରାତା ରାତି ଯିବାକୁ ହେବ।

         ନିଶାର୍ଧ। ଚତୁର୍ଦିଗରେ ଅନ୍ଧାରର ବହଳିଆ ଆସ୍ତରଣ। କାଠା ମିଲ ର ମୂଲିଆମାନେ ଦେସି ଟୋପେ ଟୋପେ ପକେଇ ଦେଇ ନିଦରେ ବେହୋସ୍। ଜେମା ଅଣ୍ଡାଳିଲା ରିତାକୁ ଠାବ କରିବାକୁ। ସୋଲି ଓ ରିତା ଏକାଠି ଶୋଇଥିଲେ। ସୋଲି ବାନ୍ଧେ ଦିଟା ବେଣି ଏବଂ ରିତା ମୁଣ୍ଡରେ ଦିଟା ବେଣି କାନ ଦିକଡରେ ଲମ୍ବିଥାଏ। ହାତରେ ଦିହିଙ୍କ ମୁଣ୍ଡକୁ ଅଣ୍ଡାଳି ଧୀରେ କରି କାଖେଇ ଆଣିଲା ରିତାକୁ। ପାଦ ଚିପି ଚିପି ଅଗଣାରେ ଚୁଲି ପାଖକୁ ଶୋଇଥିବା ମୁଲିଆଙ୍କୁ ଡେଇଁ ବଢିଲା ଆଗକୁ। କାଠ ମିଲ୍ ସାମ୍ନା ରାସ୍ତାକୁ।

ଆଗପଟିଆ କାଖେଇଥାଏ ଝିଅଟାକୁ ତାର ନିଦ ଭାଙ୍ଗିଯିବ ବୋଲି ସତର୍କରେ ଚାଲୁଥାଏ। ପଟେଲ୍ ଅନ୍ଧାର ଅଢୁଆଳରେ ଜେମାର ପରିଚିତ ଚାଲିରୁ ଠଉରାଇନେଲା ମାଲ୍ ସମେତ ଆସୁଛି ବୋଲି। ଉଛୁର ହେବାରୁ ଅସନ୍ତୁଷ୍ଟ ଡ୍ରାଇଭରକୁ ମାଲ ଆସିବାର ଖବର ଦେଲା। ଟ୍ରକ୍ ହେଡ୍ ଲାଇଟର ନିର୍ଜନ ଆଲୋକରେ ରାସ୍ତାଟା କେମିତି ପ୍ରେତପୁରି ପରି ମନେ ହେଉଛି। ଜେମା ଅଭ୍ୟାସ୍ତ ହାତରେ ମାଲକୁ ଟ୍ରକରେ ଚଢେଇଦେଲା। ମାଲ ସମେତ ଟ୍ରକଟି କମ୍ପି କମ୍ପି ଅଚିରେ ଅନ୍ଧାରରେ ଅଦୃଶ୍ୟ ହୋଇଗଲା। ଜେମା ଫେରିଲା ଟଙ୍କା ବିଡା ସହ। ଝିଅ ମୁଣ୍ଡରେ ହାତ ସାଉଁଳେଇଲା ଏବଂ ମଦ ନିଶାରେ ବୁଡିଗଲା ଗଭିର ନିଦ୍ରାରେ।

        କାଠମିଲ୍ ସାଇରନ୍ ବାଜିଲା। ହଡ ବଡ ମୂଲିଆ ମାନେ ଦଉଡିଲେ ସେଇ ରାସ୍ତାକୁ କାଠ ବୁହା ପାଇଁ। ରିତା ନିଦରୁ ଉଠି ହଲେଇଲା ଜେମାକୁ। ଜେମା ନିଦ ମଳମଳ ଆଖିରେ ଖୋଜିଲା ସୋଲିର ଚନ୍ଦ ଉଡିଆ ମୁହଁକୁ। ଆଖି ସାମ୍ନାରେ ରିତାର ମୁହଁକୁ ଦେଖି ହାଉଳି ଖାଇଲା। ଆଲୋ ତୁ କେତେବେଳେ!

କେମିତି ଆସିଲୁ? ଟ୍ରକ୍ ଗଲାନିକି? ଆତଙ୍କିତ କଣ୍ଠରେ ପଚାରିଲା ଜେମା। ରିତା ଅବାକ୍ ହୋଇ ଚାହିଁ ରହିଲା। କୋଉ ଟ୍ରକ୍? ସେ ତ ଶୋଇ କିଚ୍ ଉଠିଲା ମୁହୁର୍ତ୍ତେ ଆଗରୁ।

ସୋଲି କାଇଁ?

ରିତାର ସେଇ ଅବୋଧ ଦୃଷ୍ଟି ବଜାୟ ରହିଲା।

         ଜେମା ଦଉଡିଲା ସ୍କୁଲ୍ କୁ। ସୋଲି ସ୍କୁଲ୍ ଆସିନି। ଜେମା ଦଉଡିଲା ଘରକୁ। ରିତାର ମୁଣ୍ଡକୁ ବହେ ଅଣ୍ଡାଳି ପକେଇଲା। ନିଆଁ ଭଳି ଚିତ୍କାର କଲା-ତୋରତ ଦିଟା ବେଣୀ ଥିଲା ଗଲା ରାତିରେ। ଶୋଇବାକୁ ଗଲାବେଳେ ଗୋଟେ କେମିତି ହେଲା!

ରିତା ଘଟଣାଟା ଠଉରାଇ ନପାରି ବୋକା ଭଳି ଉତ୍ତର ଦେଲା, “ଶୋଇବା ପୂର୍ବରୁ ଖେଳ ଖେଳରେ ସୋଲି ମୋ ମୁଣ୍ଡରେ ତାପରି ବେଣୀ କଲା ଆଉ ମୁଁ ତାମୁଣ୍ଡରେ ମୋ ପରି ବେଣୀ ବାନ୍ଧିଦେଲି।

         ଜେମା ବୁଝିଗଲା ରିତା ବଦଳରେ ଅନ୍ଧାରର ପରଳରେ, ମଦର ନିଶାରେ ସେ ସୋଲିକୁ ନିଜ ହାତରେ ବିକିଦେଇଛି। ସୋଲିର କଅଁଳ ମାଂସକୁ ବିଳାସୀ ଲୋକ ଭିଡି ଚୋବେଇ ଖାଇବାକୁ। ମଦ ନିଶାରେ ଏମିତିବି ଭୁଲ୍ ହୋଇପାରେ ସେ ସ୍ବପ୍ନରେ ସୁଦ୍ଧା ଭାବିନଥିଲା। ଛାତିତଳେ ଛାତିଏ ଶୁନ୍ୟତା। ଏତେ ଜଲଦି ତାଖେଳ ସରିଗଲା!

ବିକ୍କଳରେ ଗୁହାରିହେଲା ପଟେଲକୁ ସୋଲିର ସନ୍ଧାନପାଇଁ। ଜାଣିବାର ଉପାୟ ନାହିଁ, ପଟେଲର କ୍ଷମତାଠୁଁ ଯଥେଷ୍ଟ ବାହାରେ ଥିଲା ସୋଲିର ସନ୍ଧାନ। ଦେଶ କି ବିଦେଶ ଠିକଣା ନାହିଁ।

       .....କାଠମିଲ ସାମ୍ନା ରାସ୍ତାରେ ଟ୍ରକ୍ ଇଞ୍ଜିନ୍ ର ପରିଚିତ କମ୍ପନ ଏବଂ କାଠ ବୁହାର ହେଇ ସାଃ.. ଶବ୍ଦରେ ଆଉଏକ ନୂତନ ଶବ୍ଦ ପଖାଳେଇଗଲା,-ମୋଁ ସୋଲି ଲୋ...ଫେରିଆ...ମୋ ସୋଲି... ନିଶାର୍ଦ୍ଧ କେବେ କେମିତି ଅଶାନ୍ତ ମଦ୍ୟପ ଜେମା ମାଂସର ସ୍ବାଦ ଲୋଭରେ ଖେଦିଯାଏ ତାଶରୀରକୁ , ପରେ ପରେ ପାଟି ଚାକୁଳେଇ ମିଳେଇଯାଏ ଅନ୍ଧାରରେ। ଅଦୂରରେ ଶୁନ୍ୟ ବୋତଲଟା ଗଡୁଥାଏ ଯାହା ସେଇ ରାସ୍ତା ଉପରେ।

            ଜେମା ହୁଙ୍କାର ଛଡେ-ସ୍ବାଦ ନିଅ ବାବୁ ମାନେ...ମାଂସ ବିକାଳିର ନିଜ ଦେହର ମାଂସ। ବିରଳ ମାଂସ....!


                                                                                ୨୨୬୧୩  ଉଡରିଜ୍ ଡ୍ରାଇଭ୍

                                                                              ହେୱାର୍ଡ୍, କାଲିଫର୍ଣ୍ଣିଆ (ଯୁକ୍ତରାଷ୍ଟ୍ର ଆମେରିକା)

prostutation girls meat woman mother crazy

Rate the content


Originality
Flow
Language
Cover design

Comments

Post

Some text some message..