Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମିଛେଇ ମିତାଲି
ମିଛେଇ ମିତାଲି
★★★★★

© Narendra Sahu

Others

4 Minutes   6.4K    11


Content Ranking

କିଛି ସ୍ମୃତି ରୂପା ଜହ୍ନ ଭଳି ତାର ରୌପ୍ଯ କିରଣରେ ଝଲସି ଉଠିଲା ବେଳେ ଆଉ କିଛି ସ୍ମୃତି ଅଙ୍କା ବଙ୍କା ନଈଟି ଭଳି ମନ ପାହାଡକୁ ଡେଇଁ ପୁଣି ଥରେ ଜୀବନର ଚଲାପଥରେ ଯେ ଉଙ୍କି ମାରିବ କେବେ ବିଶ୍ୱାସ କରି ହୁଏନା।

ଥରେ ଉପରସ୍ଥ ଅଧିକାରୀ ମାନଙ୍କର ଆଶା ବିଶ୍ୱାସ ଆଉ ପ୍ରେରଣା ରେ ମୋତେ ଯିବାକୁ ପଡେ ଜିଲ୍ଲା ଶିକ୍ଷା ଗବେଷଣା ପ୍ରତିଷ୍ଠାନ ଖଲ୍ଲିକୋଟ୍ ଠାରେ ଆୟୋଜିତ ହେବାକୁ ଥିବା ପାଞ୍ଚ ଦିନିଆ କର୍ମଶାଳାରେ ଯୋଗ ଦେବା ପାଇଁ,ଇଚ୍ଛା ନ ଥିଲେ ବି ଯିବାକୁ ପଡୁଥାଏ।ବସ୍ କୁ ଅପେକ୍ଷା କରି କରି ମନକୁ ବ୍ଯସ୍ତ ବିବ୍ରତ ଲାଗୁଥାଏ।ଘରୁ ବ୍ରହ୍ମପୁର ପୁଣି ବ୍ରହ୍ମପୁରରୁ ଖଲ୍ଲିକୋଟ ଏମିତି ଦୁଇଟି ବସ୍ ରେ ଯିବାକୁ ପଡେ।ଗାଆଁରୁ ବସ୍ ମିଳିଲା ପରେ ମନରେ ଆଶା ସଞ୍ଚାର ହେଲା ଯେ ଯିବାଟା ଟିକେ ବିଳମ୍ବ ହେଲେ ବି ଚଳିବ।ବ୍ରହ୍ମପୁରରେ ପହଞ୍ଚିଲା ପରେ ପୁଣି ବସଷ୍ଟାଣ୍ଡରୁ ଖଲ୍ଲିକୋଟ ଅଭିମୂଖେ ଯାତ୍ରା ପାଇଁ ଆଉ ଗୋଟେ ବସ୍ ଦେଖି ଚଢିଗଲି।ବସ୍ ଛାଡି ନଥାଏ।ମୁଁ ଭିତରକୁ ଯାଇ ଦେଖେ ତ ପ୍ରାୟ ସବୁ ସିଟ୍ ରେ ଲୋକେ ବସି ସାରିଥିଲେ।କେବଳ ଗୋଟିଏ ସିଟ୍ ରେ ଗୋଲାପୀ ରଙ୍ଗର ଶାଢୀଟିଏ ପିନ୍ଧିଥିବା ଦିଦିଙ୍କ ପାଖରେ କେହି ନ ବସି ସିଟ୍ ଫାଙ୍କା ପଡିଥାଏ।ଦିଦି ଜଣକ ଗାଡିରୁ ବାହାରକୁ ମୁହଁ କରି ଦେଖୁଥାନ୍ତି।ମୁଁ କହିଲି,ଅକ୍ସ୍ଯୁକୁଜ ମି ମାମ୍।ଏଠା କିଏ ବସିବେ ନା ଖାଲି ଅଛି।ସେ କହିଲେ ନା କିଏ ବସିବେନି,ଆପଣ ବସନ୍ତୁ।ଯେତେବେଳେ ସିଏ ଏପଟକୁ ମୁହଁ ଫେରାଇ ଆଣିନ୍ତି,ମୁଁ ତାଙ୍କୁ ଦେଖିବା କ୍ଷଣି କିଛି ସମୟ ଆବାକ୍ ହୋଇ ରହିଗଲି।କାରଣ ଯାହାକୁ ମୁଁ ଦେଖୁଛି ସେ ଆଉ କେହି ନୁହେଁ,ସେ ମୋ ପିଲା ଦିନର କ୍ଳାସମେଟ ଝିଅ ମିତାଲି।ତାକୁ ବହୁଦିନ ପରେ ଏ ଗୋଲାପୀ ଦିଦି ବେଶରେ ଦେଖି ମୁଁ ଯେତିକି ଆଶ୍ଚର୍ଯ୍ଯ ହେଲି ତା ଠାରୁ ବେଶୀ ଖୁସି ହେଲି ତାକୁ ବହୁଦିନ ପରେ ଦେଖିଥିବାରୁ।

ମିତାଲି ମୋ ସହ ୭ମ ଶ୍ରେଣୀ ଯାଏଁ ପାଠ ପଢିଲା।ତା ପରେ ତା ବାବାଙ୍କର ଅନ୍ଯତ୍ର ବଦଳି ଯୋଗୁଁ ସେ ବି ଆମ ଗାଁ ସ୍କୁଲ ଛାଡି କୁଆଡେ ଚାଲିଗଲା ଆଉ ଜାଣି ହେଲାଣି ।ମାତ୍ର ଏହି ସାତ ବର୍ଷର ପାଠପଢାରେ ଆମ ଦୁହିଁଙ୍କର କଥାବାର୍ତ୍ତା,ଚାଲି ଚଳଣି,ପାଠ ପଢାର ଯୋଉ ପ୍ରତିଯୋଗିତା ମୋର ଗଟି ଗୋଟି କରି ସବୁ ମନେ ପଡିଯାଇଥିଲା।ଆଉ ବିଳମ୍ବ ନ କରି ପଚାରିଲି ଆଚ୍ଛା ତୁମେ......ମିତାଲି ନା ଯିଏ ମାନେ ଆମ ଶ୍ରେଣୀରେ ସବୁ ବେଳେ ସାର୍ ଙ୍କୁ ମିଛ କହୁଥିଲା ବୋଲି ମୁଁ ଆଉ ଆମ ପୁଅ ସାଙ୍ଗ ମାନେ ତୁମକୁ ମିଛେଇ ମିତାଲି ବୋଲି ଡାକୁଥିଲୁ।ସେ ସ୍ମିତ ହାସ୍ଯରେ ହଁ ଟି ମାରି କହିଲା।ଆଉ ତା ପରେ କହିଲା ତୁମେ ସିଏ ନା ସାର୍ ଦେଉଥିବା ଗଣିତକୁ ତରତରରେ କରି ଭୂଲ୍ ହେଲା ପରେ ସାରଙ୍କ ଠାରୁ ଭୂଷ୍ ପଣ୍ଡିତ ବୋଲି ଗାଳି ଖାଉଥିଲ, ତୁମେ ସେହି ଭୂଷ୍ ପଣ୍ଡିତ ରାଜୁ ନା ।ଆରେ ହଁ ତ ,ତା ମାନେ ତୁମେ ବି ମୋତେ ଚିହ୍ନି ପାରିଲ ଯାହା ହେଉ କହି ମୁଁ ବି ଖୁବ୍ ଜୋର୍ ରେ ହସିଲି ଆଉ ସେ ବି।ତା ପରେ ମୋତେ ଲାଜ ବି ଲାଗିଲା କାରଣ ବୟସର ସୁଅରେ ସେ ଆଜି ଜଣେ ବିବାହିତ ନାରୀର ରୂପ ଧାରଣ କରିସାରିଛି।ତେଣୁ ତାକୁ ମୁଁ ତୁ ନ କହି ତମେ ଉଚ୍ଚାରଣ କରିବାରୁ ସେ କିନ୍ତୁ ମୋତେ ମନା କରି କହିଲା ନା କରାଜୁ ଭାଇ ତୁ ମୋତେ ତମେ ନ କହି ମିଛେଇ ମିତାଲି ବୋଲି ଡାକ ନା,ମୋତେ ଖୁବ୍ ଭଲ ଲାଗିବ।ମୁଁ ବି କହିଲି ମୋତେ ତୁ ତ ପିଲା ବେଳେ ଅନେକ ଥର ଭୂଷ୍ ପଣ୍ଡିତ ବୋଲି କହି ଅନେକ ଥର ଚିଡେଇଛୁ,ମୁଁ ଅନେକ ଥର ରାଗି ତୋରି ବହିପତ୍ର ସବୁ ଚିରିଥିଲେ ବି ଏ କଥା କେବେ ବି ତମ ଘରେ କହିନୁ କି ମୋ ଉପରେ ରାଗିନୁ।ଆଜି ତୁ ବି ମୋତେ ଡାକିଦେ ପୁଣି ସେହି ଭୂଷ୍ ପଣ୍ଡିତ ବୋଲି ମୁଁ ସତ କହୁଛି ଲୋ ମିତାଲି ମୁଁ ତୋ ଉପରେ ଜମା ରାଗିବିନି।

ପରେ ସେ ମୋତେ ଗାଆଁର ଭଲମନ୍ଦ କଥା ସବୁ ଗୋଟି ଗୋଟି ପଚାରିଲା।ମୁଁ ସବୁ ଗୋଟିକ ପରେ ଗୋଟିଏ ତା ଆଗରେ କହିଚାଲିଲି ସଭ୍ଯତାର ତାଳରେ ବଦଳିଥିବା ଗାଁର ଚିତ୍ର ସବୁକୁ,ତା ପରେ ନିଜର ଝିଅ ପୁଅ ସାଙ୍ଗ କଥା କିଏକୋଉଠି ବାହା ହେଲା,କାହାର ସ୍ୱାମୀ କଣ କରୁଛି,କିଏ ଦେଶରେ କିଏ ବିଦେଶରେ,କାହାର କେତୋଟି ପିଲା ଏମିତି ଅନେକ କଥା ବାର୍ତ୍ତା ଭିତରେ ମିତାଲି କେତେବେଳେ ହସି ହସି ବେଦମ୍ ହେଉଥିଲା ତ ମୁଁ କେତେବେଳେ ।କାହାର ହତଭାଗା ପରିସ୍ଥିତି ଶୁଣି ସେ କେତେବେଳେ ଆହା କହୁଥିଲା ତ ମୁଁ କେତେବେଳେ,ଦୁହେଁ ବୃତ୍ତି କୁ ନେଇ ଖୁସି ହେଲୁ ଯେ ମଣିଷ ତିଆରି କାରଖାନାରେ ଦୁଇ ଜଣ ଯାକ ଅବସ୍ଥାପିତ।

ମିତାଲି ପଚାରୁଥାଏ ଆଚ୍ଛା ରାଜୁ ଭାଇ ସ୍କୁଲ ହତା ପାଖକୁ ଲାଗିଥିବା ବାରମାସୀ ଆମ୍ବ ଗଛଟା ଅଛି ନା,ଯୋଉଥିରେ ତୁ ଚଢି ଆମ୍ବ ତୋଳୁ ତୋ ସାଙ୍ଗ ରାକେଶ ତୋତେ ଜଗୁଥିଲା।ସାର୍ ଆସିଲା ପରେ ଆମ୍ବ ସମସ୍ତେ ଖାଇଥିବେ କିନ୍ତୁ ପ୍ରଧାନ ଶିକ୍ଷକ ଠାରୁ ତୁ ହିଁ ମାଡ ଖାଉଥିଲୁ।ମୁଁ କହିଲି ନା ଲୋ ମିତାଲି ସେ ଆମ୍ବ ଗଛଟି ପରା ବୁଢା ହୋଇ ରୋଗିଣା ହୋଇଥିଲା,ଫାଇଲିନ୍ ଝଡରେ ଢଳିଗଲା।ଆଉ ସେ ସ୍କୁଲ ଆଗର ଫୁଲେଇ ନଈଟା କଥା ପଚାରୁ ପଚାରୁ ମିତାଲି ଆଖିରେ ଲୁହ ଆସିଗଲା।କାରଣ ସେ ଫୁଲେଇ ନଈରେ ପରା ତା ଜେଜେମା ଗୋଡ ଖସି ଭାସି ପଳେଇଥିଲା।ବହୁ କଷ୍ଟରେ ଗାଁ ଲୋକେ ତାକୁ ନଦୀ ତଳ ମୁଣ୍ଡରେ ବେଡି ପକାଇ ବାହାର କରି ଟାଣିଥିଲେ ସିନା ସେ ଆଉ ବଞ୍ଚିଲା ନାହିଁ,ସେ ଦିନ ଠାରୁ ମିତାଲି କି ତା ପରିବାର ଲୋକେ ସେ ନଦୀକୁ ଯାଉ ନ ଥିଲେ।ଏତେ ସବୁ ପରେ ବି ମିତାଲି ଗାଁ ପାଖରେ ହେଉଥିବା ବାରୁଣୀ ସ୍ନାନ ଯାତ୍ରା ଆଉ ଗଣେଶ ମେଢରେ ପୁଅ ପିଲା ଝିଅ ପିଲାଙ୍କର ଦାୟିତ୍ୱକୁ ନେଇ ହୋ ହାଲ୍ଲାକୁ ମନେ ପକାଇ ପକାଇ ବସ୍ ମଧ୍ଯରେ ମୋତେ ହସାଇ ଦେଉଥିଲା।ୟା ଭିତରେ କେତେବେଳେ ବସ୍ ଆସି ମିତାଲି ଓହ୍ଲାଇବା ଜାଗାରେ ଲାଗିଗଲା କିଛି ଜଣାପଡିଲାଣି ସେ ତାର ଘରର ଠିକଣା ଦେଇ ମୋ ଠାରୁ ବିଦାୟ ନେଲା ସିନା,ମୁଁ କିନ୍ତୁ ବସ୍ ରେ ବସି ମିତାଲିର ୧୫ ବର୍ଷ ତଳର ଫଟୋଚିତ୍ର ଓ ତା ସହିତ ଝଗଡା ବାଦ ବିବାଦର ଚିତ୍ରକୁ ମନେ ପକାଉ କେତେବେଳେ ଆଖିରୁ ଲୁହ ଆସୁଥିଲା ତ କେତେବେଳେ ହସ।ସତରେ ଜୀବନର ଚଲାପଥରେ ହଜିଲା ଦିନ ଗୁଡାକ ମନେ ପଡିଗଲେ ଆଉ ଟିକେ ପଛକୁ ଫେରିଯିବାକୁ ଇଚ୍ଛା ହୁଅ,କିନ୍ତୁ ସମୟ ସେ କଣ କେବେ ଫେରିଇବ ପଛର ହସଖୁସିର ଆମର ସେହି ପିଲା ଦିନର ସ୍ମୃତିର ଫରୁଆକୁ।

ତେଣୁ ତ ସବୁ ସ୍ମୃତିଠାରୁ ପିଲାଦିନର ସ୍ମୃତି ଟିକେ ନିଆରା,ଆଜି ମିଛେଇ ମିତାଲି ଆସି ସ୍ମୃତି ଫରୁଆକୁ ପୁଣି ଥରେ ଖୋଲି ଚାଲିଗଲା।ମୁଁ ବି ମୋ ନିର୍ଦ୍ଧାରିତ ଜାଗାରେ ଓହ୍ଲାଇ ଗନ୍ତବ୍ଯ ସ୍ଥଳକୁ ଗଲି।କିନ୍ତୁ ସ୍ମୃତିକୁ ମନେ ପକାଇ ହସୁଥିଲି।

©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।

ସ୍ମୃତି ମିତାଲି ରାକେଶ

Rate the content


Originality
Flow
Language
Cover design

Comments

Post

Some text some message..