Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract Others

2.9  

Rasmi Rekha Tripathy

Inspirational Abstract Others

ଯୌତୁକ

ଯୌତୁକ

1 min
14.9K


“ଯୌତୁକ ଜନିତ ବଧୂହତ୍ୟା”

ଶୀର୍ଷକଟିଏ ପଢିବାକୁ ଚେଷ୍ଟା କରୁଥିଲା ମୋର ସଦ୍ୟ ଅକ୍ଷର ଶିଖୁଥିବା ଝିଅ l

ଟିଭି ଦେଖି ଦେଖି ହତ୍ୟାର ମାନେ ବୁଝି ସାରିଥିଲା l କିନ୍ତୁ ଯୌତୁକ ଶବ୍ଦଟି ତା ପାଇଁ ନୂଆ ଥିଲା l ତା ଠାରୁ ବୟସରେ ବଡ ଭାଣିଜୀଙ୍କୁ ପଚାରି ସେ ବୁଝି ନେଇଥିଲା ଯୌତୁକର ମାନେ କଣ? କୌତୁହଳ ବଶତଃ ସମ୍ପୂର୍ଣ୍ଣ ସମ୍ବାଦଟିକୁ ମଧ୍ୟ ପଢି ସାରିଥିଲା ଝିଅ ମୋର l

ରବିବାରର ଅଳସିଆ ଅପରାହ୍ନ l ଘର କାମ ସାରି ମୁଁ ଖଟ ଉପରେ ଗଡପଡ ହେଉଥିଲି l ଝିଅ ଆସି ମୋତେ ଆଉଜି ଶୋଇଲା l କିଛି ସମୟ ପରେ ଉଠି ବସିଲା ଓ ମୋ ମୁହଁକୁ ଚାହିଁଲା l “ବୋଉ! ମୋତେ ଏମିତ ଘରେ ବାହା କରିବୁ ନାହିଁ l” ମୋ ପାଟିରେ ଭାଷା ନ ଥିଲା l ମୁଁ ତାକୁ କୋଳକୁ ଆଉଜେଇ ନେଇଥିଲି l ସତେ ଅବା ତାକୁ ଯୌତୁକ ଲୋଭୀ ରାକ୍ଷସମାନଙ୍କ ଠାରୁ ବଞ୍ଚେଇବାକୁ ଚେଷ୍ଟା କରୁଥିଲି l





Rate this content
Log in

Similar oriya story from Inspirational