ଚୁଟିଆ ସାର୍ ........
ଚୁଟିଆ ସାର୍ ........
ଚୁଟିଆ ସାର୍ ........
----------------------
ମୁଁ ଯେଉଁ କଲେଜରେ ପାଞ୍ଚ ବର୍ଷ ପାଠ ପଢିଥିଲି ସେଇଠି କଲେଜ ଛାଡି଼ବାର ଚାରି ବର୍ଷ ପରେ ଅଧ୍ଯାପକ ଭାବରେ ଯୋଗ ଦେଲି l ଏମିତରେ ଦେଖିଲେ ମୋ ସମୟର ସମସ୍ତ ଅଧ୍ଯାପକ ଓ ଅଧ୍ଯାପିକା ମାନେ କଲେଜରେ କାର୍ଯ୍ୟରତ ଥାଆନ୍ତି l କାଁଭାଁ କିଛି ଅନ୍ୟତ୍ର ବଦଳି ହୋଇ ଯାଇଥାନ୍ତି ଏବଂ ତାଙ୍କ ସ୍ଥାନରେ ଅନ୍ୟ କଲେଜରୁ କିଛି ଶିକ୍ଷକ ଆମ କଲେଜକୁ ଆସିଥାନ୍ତି l ସବୁଠାରୁ ଜୁନିଅର୍ ହୋଇଥିବାରୁ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରିବାସହ ନମସ୍କାର କରିବା ମୋର ନିତି ଦିନିଆଁ କର୍ତ୍ତବ୍ଯ ହୋଇଥାଏ l ଷ୍ଠାଫ୍ କମନ୍ ରୁମ୍ ରେ ମୋତେ ପାଠ ପଢାଇଥିବା ଅଧ୍ଯାପକ ବା ଅଧ୍ଯାପିକାଙ୍କ ପାଖା ପାଖି ବସିବାକୁ ଖୁବ୍ ଡର ଲାଗେ l ତେଣୁ କମନ୍ ରୁମରେ ଗୋଟେ କଡକୁ ଲୁଚିକି ବସିବାକୁ ଠିକ୍ ମନେ କରେ l
ସେତେବେଳେ ମାନେ ଆଜକୁ ୨୫ ବର୍ଷ ତଳେ ଯେଉଁମାନେ ସବୁ ଆମ କଲେଜରେ ଅଧ୍ଯାପକ ଥିଲେ ସେମାନେ କମନ୍ ରୁମ୍ ରେ ଫାଙ୍କା ସମୟରେ ଅର୍ଥାତ୍ କ୍ଲାସ୍ ନଥିବା ବେଳେ ଏକାଠି ହୋଇ ପାଠ ଉପରେ ଖୁବ୍ ଗୁରୁତ୍ବପୂର୍ଣ୍ନ ସାରଗର୍ଭକ ଆଲୋଚନା କରୁଥିଲେ l ସେମାନଙ୍କର ସେହି ସବୁ ଆଲୋଚନାର ଷ୍ଟାଣ୍ଡାର୍ଡ ଖୁବ୍ ଉର୍ଚ୍ଚ ଧରଣର ଥିଲା l ମୁଁ ଦୂରରୁ ବସି ସେ ସବୁ ଆଲୋଚନା ଶୁଣି ବହୁତ ଖୁସି ହୁଏ l ଆଜିକାଲି ସେମିତିକା ଆଲୋଚନା ଆମ କଲେଜ କାହିଁକି ଆଉ କେଉଁଠି ହେଉଥିବ ସେମିତି ସମ୍ଭବ ଲାଗୁନି l
ସେତେବେଳେ କଲେଜ ମନଙ୍କରେ ଗ୍ରୁପ୍ କ୍ଲାସ୍ ହେଉଥିଲା l ଏବେ ତାହା ସରକାର ଉଠାଇଦେଇଛନ୍ତି l ସେଇ ଗ୍ରୁପ୍ କ୍ଲାସ୍ କରିବାକୁ ଛାତ୍ରଛାତ୍ରୀ ମାନେ ଶେଷ କ୍ଲାସ୍ ଅର୍ଥାତ୍ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ରହୁଥିଲେ l ଆଜିକାଲି କିନ୍ତୁ ସେଇ ଗ୍ରୁପ୍ କ୍ଲାସ୍ ନଥିବାରୁ ଦିନ ୨ ଟା ପରେ କୌଣସି କଲେଜରେ ପିଲା ରହୁନାହାନ୍ତି l ଏବେ ଆସିବା ଘଟିଥିବା ଘଟଣାକୁ l ୧୯୯୫ ମସିହା କଥା l ସମୟ ସେଇ ୩.୩୦ ପାଖା ପାଖି ହେବ l ଲାଷ୍ଟ ଗ୍ରୁପ୍ କ୍ଲାସ ଆରମ୍ଭ ହେବ ୩.୪୫ରେ l ମୋର ସେଇ ଲାଷ୍ଟ କ୍ଲାସ ଥିବାରୁ ମୁଁ କମନ୍ ରୁମ୍ ରେ ପହଞ୍ଚିବା ସମୟରେ ଦେଖିଲି ଦୁଇଜଣ ବରିଷ୍ଠ ରିଡର୍ ଯିଏ ଆମ କଲେଜ ପ୍ରତିଷ୍ଠା ହେବା ସମୟରୁ ଅର୍ଥାତ୍ ୧୯୬୩ ମସିହାରୁ କର୍ଯ୍ୟରତ, ସେମାନେ ପରଷ୍ପର ଭିତରେ କଥା ହେଉଥାନ୍ତି l ମୁଁ କିଛି ଦୂରରେ ବସି ସେମାନଙ୍କ କଥାବାର୍ତ୍ତା ଶୁଣିବାକୁ ଚେଷ୍ଟା କଲି l ସେମାନଙ୍କ କଥା ଥିଲା ଏମିତି :-
ପ୍ରଥମ ସାର୍ ଖୁବ୍ ମନ ଦୁଃଖରେ କହୁଥିଲେ, " ବୁଝିଲ ଭାଇ, ସେ ଆଗ ସମୟ ଆଉ ନାହିଁ l ସମୟ ସହିତ ଏ ପିଲାମାନଙ୍କର ଚାଲି ଚଳନ, ଅଚାର ବ୍ୟବହାର ମଧ୍ଯ ବହୁତ ପରିବର୍ତ୍ତନ ହୋଇ ଗଲାଣି l"
୨ୟ ସାର୍ ପଚାରିଲେ, "କାଇଁ କଣ ହେଲା ? କୋଉ ଛାତ୍ର କିଛି ଖରାପ ବ୍ୟବହାର କଲା ନାଁ କଣ ? "
୧ମ ସାର୍ , " କଣ ଆଉ କହିଥାନ୍ତା ? ପିଲାଟା ନମସ୍କାର କରି କହୁଛି - ସେ ଚୁଟିଆ ସାର୍ ମୋ ଫଟୋ ଆଟେଷ୍ଟେଡ୍ କରିବାକୁ ମନା କରିଦେଲେ, ଆପଣ ଟିକେ କରିଦେଲେ l "
ସେତେ ବେଳେ ପିଲାମାନଙ୍କର ଫଟୋ ଆଟେଷ୍ଟେଡ୍ ହେବା ନିୟମ ଥିଲା l ବହାରୁ ଗେଜେଟେଡ୍ ଅଫସର୍ ବା ଯେଉଁ କଲେଜରେ ଫଟୋ ଦିଆଯିବ ସେ କଲେଜର ଅଧ୍ଯାପକ ଆଟେଷ୍ଟେଡ୍ କଲେ ଗ୍ରହଣ କରାଯାଉ ଥିଲା l ଏବେ କିନ୍ତୁ ସରକାର ଯୁଗୋପଯୋଗୀ ପଦକ୍ଷେପ ନେଇ ପିଲାଙ୍କ ସୁବିଧା ପାଇଁ ସେ ନିୟମ ଉଠାଇ ଦେଇଛନ୍ତି l ସେତେ ବେଳେ କିନ୍ତୁ ସେ ଆଟେଷ୍ଟେଡ୍ କରିବା ନିୟମ ପ୍ରଚଳିତ ଥିଲା l
୨ୟ ସାର୍ ୧ମ ସାର୍ ଙ୍କ କଥା ଶୁଣି ଅଶ୍ଚର୍ଯ୍ୟ ହୋଇ ପୁଣି ପଚାରିଲେ , " କଣ କହିଲା ସେ ପିଲା ? ଚୁଟିଆ ସାର୍ ବୋଲି କହିଲା ? "
୧ମ ସାର୍ କହିଲେ, " ହଁ କହିଲା ପରା , ନହେଲେ ମୁ୍ଁ କଣ ମିଛ କହୁଛି ? "
୨ୟ ସାର୍ ଏଥର ପୁରା ସିରିୟସ୍ ହୋଇ କହିଲେ, " ତାକୁ ଆପଣ ପଚାରିଲେ ତ ଚୁଟିଆ କୋଉ ସାର୍ ଙ୍କୁ କହୁଛ ? "
୧ମ ସାର୍ , " ନାଇଁ ତାକୁ କିଛି ନ ପଚାରି ଚୁପ୍ ଚାପ୍ ତା ଫଟୋକୁ ଆଟେଷ୍ଟେଡ୍ କରିଦେଲି l"
୨ୟ ସାର୍ ଏଥର ପୁରା ରାଗିଯାଇ କହିଲେ," କି ଆଶ୍ଚର୍ଯ୍ୟ କଥା ! ଆପଣ ତାକୁ କିଛି ନକହି ତା ଫଟୋ ଆଟେଷ୍ଟେଡ୍ କରିଦେଲେ ? "
୧ମ ସାର୍ ପୁରା ନିର୍ବିକାର ଭାବରେ କହିଲେ, " ଦେଖ, ଜଣେ ତା ଫଟୋକୁ ଆଟେଷ୍ଟେଡ୍ କରିବାକୁ ମନା କରିବାରୁ ତାଙ୍କୁ ମୋ ସାମ୍ନାରେ ଚୁଟିଆ ସାର୍ କହିବାକୁ ପଛାଇଲା ନାହିଁ l ଆଉ ମୁଁ ଯଦି ମନା କରିଥାନ୍ତି ଆଉ କାହାକୁ ଯାଇ ମୋତେ ବି " ବୋଦା ସାର୍ " କିମ୍ବା "ହାରାମି ସାର୍ " ବୋଲି କହିଥାନ୍ତା l ତେଣୁ ତା ଫଟୋ ଆଟେଷ୍ଟେଡ୍ କରିଦେଇ ମୁଁ ଖୁବ୍ ବୁଦ୍ଧିମାନର କାମ ନିଶ୍ଚୟ କରିଛି l ଯୋଉ ପିଲା ସାର୍ ଙ୍କୁ ଚୁଟିଆ ବୋଲି କହୁଛି ତା ଭବିଷ୍ଯତ କେତେ ଉଜ୍ଜଳ ତାହା ଏଇ ସମୟ ହିଁ ନିଶ୍ଚେ କହିବ ? "
୨ୟ ସାର୍ କହିଲେ, " ହଁ ଏସବୁ ସମୟର ଖେଳ l ଛାଡ ସେମାନେ ଯେମିତି ବିହନ ବୁଣିବେ ସେମିତି ଫଳ ଅମଳ କରିବେ l "
୧ମ ସାର୍ , " ମୁଁ କିନ୍ତୁ ବହୁତ ଚିନ୍ତାକଲି l ସେ ଚୁଟିଆ ସାର୍ ବୋଲି କାହିଁକି କହିଲା ? ଶେଷକୁ ଗୋଟେ କାରଣ ପାଇଛି l ଭାବୁଛି ସେଇଆ ହିଁ ହୋଇଥିବ l"
୨ୟ ସାର୍ ବଡ ବ୍ୟଗ୍ରହୋଇ ପଚାରିଲେ , " ଆଚ୍ଛା କଣ ସେ କାରଣ କହିଲେ ? "
୧ମ ସାର୍ , " ଆପଣ ଜାଣିଥିବେ ଆମ ବନ୍ଧୁ ଧୃବ ବାବୁଙ୍କ ବାପ ମରିବା ୧୫ ଦିନ ହେଲାଣି ଏ ଭିତରେ l"
୨ୟ ସାର୍ ପୁରା ବିଗିଡି ଯାଇ କହିଲେ, " ଆରେ ଏ କି କଥା ? ତାଙ୍କ ବାପ ମରିବା ସହ ଏ ପିଲାର ଏମିତି ବ୍ୟବହାର କରିବା ସହିତ ସମ୍ପର୍କ କଣ ? "
୧ମ ସାର୍ ହସି ହସି କହିଲେ, " ଆରେ ଭାଇ, ତାଙ୍କ ବାପ ମରିବା ପରେ ଶୁଦ୍ଧି କର୍ମ କରି ସେ ଲଣ୍ତା ହେଲେ ମଧ୍ଯ ମୁଣ୍ତର ପଛପଟେ ଅଳ୍ପ କେରାଏ ଚୁଟି ଛାଡିଛନ୍ତି l ତେଣୁ ସେ ପିଲା ତାଙ୍କୁ ହିଁ ଚୁଟିଆ ସାର୍ ବୋଲି ଡାକୁଛି l "
୨ୟ ସାର୍ କହିଲେ, " ଏ କେମିତି କଥା ? ତାଙ୍କର କଣ ନାଁ ନାହିଁ ? ପିଲାଟା ଯାହା ପାଖକୁ ଫଟୋ ଆଟେଷ୍ଟେଡ୍ କରିବାକୁ ଆସିବ ସେ ସାର୍ ଙ୍କ ନାଁ ବୁଝିବା କଣ ତା ଦାୟୀତ୍ୱ ନୁହେଁ ? ଜଣେ ସାର୍ ଲଣ୍ତା ହୋଇଛନ୍ତି ବୋଲି ତାଙ୍କ ମୁଣ୍ଡରେ ଥିବା କେରାଏ ଚୂଳ ଦେଖି ତାଙ୍କୁ ଚୁଟିଆ ଡାକିବା କଣ ଠିକ୍ ? "
୧ମ ସାର୍ , " ଛାଡନ୍ତୁ ସେ କଥା, ଠିକ୍ ଭୁଲ୍ ରୁ କଣ ଆମକୁ ମିଳିବ ? ଆମ ସମୟ ସରି ଆସିଲାଣି l ଆଉ ବର୍ଷେ କି ଦୁଇ ବର୍ଷରେ ଆମେ ସବୁ ଅବସର ନେଇ କିଏ କୁଆଡେ ଯିବା l ସେଇ ସମୟ ହିଁ କହିବ ଏପରି ପିଲାଙ୍କ ଭବିଷ୍ଯତ କଣ ? "
ଏ ଭିତରେ ୩.୪୫ ବେଲ୍ ବାଜି ଉଠିଲା l ମୁଁ ସେ ସାର୍ ଦୁଇ ଜଣଙ୍କ କଥାବାର୍ତ୍ତା ଶୁଣି ଖୁବ୍ ଗୁଡ଼ାଏ ଅବଶୋଶ୍ ମନରେ ଧରି ସେଦିନର ଶେଷ କ୍ଲାସ୍ ଆଡକୁ ଚାଲିଲି l
**********************************************
ପ୍ରଶାନ୍ତ କୁମାର ବେହେରା
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬