Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -38
ଜହ୍ନମାମୁଁ -38
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.5K    11


Content Ranking

ପରାକ୍ରମୀ ସ୍ତ୍ରୀ 1

ବହୁପୂର୍ବର କଥା । ରାଜା ଦୁର୍ଜୟ ଧର୍ମପୁର ରାଜ୍ୟର ଶାସକ ଥିଲେ । ବର୍ଷକୁ ଥରେ ସେ ତାଙ୍କର ସାମନ୍ତ ରାଜାମାନଙ୍କୁ ନିମନ୍ତ୍ରଣ କରୁଥିଲେ ଓ ରାଜ୍ୟରେ ଦୁଇ ତିନିଦିନ ଧରି ଖୁବ୍ ଉତ୍ସବ ହୁଏ । ଖିଆପିଆ ଓ ନାନା ପ୍ରକାର ମନୋରଞ୍ଜନର କାର୍ଯ୍ୟକ୍ରମ ସବୁହୁଏ । ଏଥର ମଧ୍ୟ ସାମନ୍ତରାଜାମାନେ ଆସିଲେ । ରାଜାମାନେ ନିଜନିଜର ବଡେଇ କରୁଥା’ନ୍ତି । କିଏ ନିଜ ଦୁର୍ଗର ତ, କିଏ ନିଜର ଆରବୀ ଘୋଡାର, କିଏ ସ୍ୱାଦିଷ୍ଟ ଫଳର ତ, କିଏ ତାଙ୍କ ରାଜ୍ୟର ଅନ୍ୟ କିଛିର କଥାସବୁ କହୁଥା’ନ୍ତି । କିନ୍ତୁ ବିଜୟ ନାମକ ଯୁବକ ରାଜା ଚୁପ୍ଚାପ୍ ବସିଥା’ନ୍ତି । ରାଜା ଦୁର୍ଜୟ ତାଙ୍କୁ ଚାହିଁ ପଚାରିଲେ, “ବିଜୟ, ସମସ୍ତେ ତ ନିଜ ନିଜର ବିଶେଷ କଥା କହି ଚାଲିଛନ୍ତି; କିନ୍ତୁ ତମେ କାହିଁକି ମୌନ ହୋଇ ବସିଛ?”

ବିଜୟ କହିଲେ “ମୁଁ ଯଦି କିଛି କହିବି, ତୋର ମୋର ପତ୍ନୀ ମାଳିନୀ ବିଷୟରେ କହିବି । କିନ୍ତୁ ଏଠାକାର ପରିସ୍ଥିତିରେ ତାହା ଅସଙ୍ଗତ ମନେ ହେବାରୁ ମୁଁ ଚୁପ୍ଚାପ୍ ହୋଇ ବସିଛି ।”

ଦୁର୍ଜୟ ପଚାରିଲେ “କୁହ ତ ଦେଖି ତୁମ ସ୍ତ୍ରୀଙ୍କ ମଧ୍ୟରେ କ’ଣ ଏମିତି ବିଶେଷତା ରହିଛି? ଯାହାକୁକି ଶୁଣି ଆମେ ଅପାର ଆନନ୍ଦ ପାଇବୁ । କ’ଣ ସେ ଜଣେ ସ୍ୱପ୍ନ ସୁନ୍ଦରୀ, ନା ବିଶିଷ୍ଟ କଳାକାର, ନା ସଙ୍ଗୀତଜ୍ଞ?”

ବିଜୟ କହିଲେ, “ଆପଣ ଯେତେ କଥା ସବୁ କହିଲେ ସେ ସମସ୍ତ ବିଷୟରେ ତାଙ୍କର ବୈଶିଷ୍ଟ୍ୟ ରହିଛି । କିନ୍ତୁ ସର୍ବାପେକ୍ଷା ଅଧିକ ବିଶେଷ ଗୁଣ ହେଉଛି ତାଙ୍କର ସାହସ ଓ ପରାକ୍ରମ । ଖଣ୍ଡାଯୁଦ୍ଧ ବା ତୀରଚାଳନା, ବା ଗଦାଯୁଦ୍ଧ, କେଉଁଥିରେ ତାଙ୍କର ସମକକ୍ଷ ଯୋଦ୍ଧା ପାଇବା ବଡ କଷ୍ଟକର ।”

ଦୁର୍ଜୟ କହିଲେ, “ଆରେ ତମେ ଭୁଲିଯାଉଛ କି ଏଠାରେ ତମେ ଏସବୁ କଥା, ଏତେ ବଡ ବଡ ଯୋଦ୍ଧାଙ୍କ ସମ୍ମୁଖରେ କହୁଛ ବୋଲି?”

ବିଜୟ କହିଲେ “ମହାରାଜ, ଏହି ସାମନ୍ତରାଜାମାନଙ୍କ କଥା ଛାଡି ଦିଅନ୍ତୁ । ଆପଣ ମଧ୍ୟ ମୋ ସ୍ତ୍ରୀର ପରାକ୍ରମ ସମ୍ମୁଖରେ ଆଦୌ ତିଷ୍ଠି ପାରିବେ ନାହିଁ । ଏହା ଅତିଶୟୋକ୍ତି ନୁହେଁ ।”

ଦୁର୍ଜୟ ତାଙ୍କ କଥାରେ ମନେ ମନେ ଭାରି ରାଗିଗଲେ । ସେ ଭାବିଲେ ବିଜୟ ତାଙ୍କ ଇଚ୍ଛା କରି ଅପମାନ କରୁଛି । ଜଣେ ସାମନ୍ତରାଜା ତା’ର ସ୍ତ୍ରୀ ପରାକ୍ରମକୁ ରାଜାଙ୍କ ପରାକ୍ରମଠାରୁ ଶ୍ରେଷ୍ଠ ବୋଲି କହୁଛି । ରାଜା ଦୁର୍ଜୟ ଏକଥା ସହ୍ୟ କରି ନପାରି ତାଙ୍କ ଅଙ୍ଗରକ୍ଷୀଙ୍କୁ କହିଲେ, “ଶୀଘ୍ର ଏ ଦୁଷ୍ଟକୁ ନେଇ କାରାଗାରରେ ନିକ୍ଷେପ କର । ଏଠାରେ ଏହାର ଆଉ ସ୍ଥାନ ନାହିଁ ।”

ବିଜୟ ବିବଶ ହୋଇ ଅଙ୍ଗରକ୍ଷୀଙ୍କ ସହ କାରାଗୃହକୁ ଗଲେ । ମନେ ମନେ ସେ ଭାବୁଥା’ନ୍ତି କି ତାଙ୍କୁ ଏଥିରୁ କିପରି ମୁକ୍ତି ମିଳିବ?

ବିଜୟଙ୍କ ସ୍ତ୍ରୀ ମାଳିନୀ ତାଙ୍କ ସ୍ୱାମୀଙ୍କ ଅପେକ୍ଷାରେ ଥିଲେ । ଉତ୍ସବ ପରେ ସେ ରାଜ୍ୟକୁ ନଫେରିବାରୁ ସେ କୌଣସି କର୍ମଚାରୀଙ୍କୁ ଧର୍ମପୁରକୁ ପଠାଇଲେ । ତା’ପରେ ସେ ଖବର ପାଇଲେ ଯେ ମହାରାଜା ଦୁର୍ଜୟ ତାଙ୍କୁ ବନ୍ଦୀ କରି ରଖିଛନ୍ତି ।

ଏହି ଖବର ଶୁଣିବା ମାତ୍ରେ ମାଳିନୀ କବଚ ଓ ଶିରସ୍ତ୍ରାଣ ପିନ୍ଧି, ଘୋଡାରେ ବସି ଶହେ ସୈନ୍ୟ ଧରି ଧର୍ମପୁରକୁ ଗଲେ । ସାଙ୍ଗରେ ସେ ତାଙ୍କ ଖଡ୍ଗ, ଗଦା ଓ ଧନୁ ମଧ୍ୟ ନେଇଥିଲେ । ନଗର ବାହାରେ ଶିବିର ପକାଇଲେ । ସେ ଏପରି ଭାବରେ ଶିବିର ରଚନା କଲେ ଯେ ଦୂରରୁ ଦେଖିଲେ ମନେହେବ ଅଗଣନ ଶିବିର ଓ ଅନେକ ସୈନ୍ୟ ଅଛନ୍ତି । ଯେକୌଣସି ଲୋକ ଦେଖିଲେ ଭୟ ପାଇବ ।

ତା’ପରେ ସେ ଏକାକୀ ରାଜା ଦୁର୍ଜୟଙ୍କ ସହିତ ଦେଖା କରିବାକୁ ଗଲେ ।

ସେ ପୁରୁଷ ବେଶରେ ବୀରୋଚିତ ପୋଷାକ ପିନ୍ଧିଲେ । ତାଙ୍କୁ ଦେଖି ଦୁର୍ଜୟ ନିଶ୍ଚେଟ ହୋଇଗଲେ । ସେ ସମ୍ମୁଖରେ ଆସି ଛିଡା ହୋଇ କହିଲେ, “ମହାରାଜ ମୁଁ କଳିଙ୍ଗ ସମ୍ରାଟଙ୍କ ଦୂତ । ଆପଣଙ୍କଠାରୁ ଦଶହଜାର ସ୍ୱର୍ଣ୍ଣମୁଦ୍ରା ଅସୁଲ କରି ନେବାକୁ ସମ୍ରାଟ ଆଜ୍ଞା ଦେଇଛନ୍ତି । ଆପଣ ଏକଥାକୁ ଅସ୍ୱୀକାର କଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତୁ । ମୁଁ ମଧ୍ୟ ପ୍ରସ୍ତୁତ ହୋଇ ଆସିଛି । ମୋର ଚାଳିଶ ହଜାର ସୈନ୍ୟ ନଗର ବାହାରେ ରହିଛନ୍ତି । ଏବେ ଆପଣ କୁହନ୍ତୁ କର ଦେବେ ନା ଯୁଦ୍ଧ କରିବେ ।”

ଏକଥା ଶୁଣି ଦୁର୍ଜୟ ଥଣ୍ଡା ହୋଇଗଲେ । କଳିଙ୍ଗ ସେନାଙ୍କ ସହ ଯୁଦ୍ଧ କରିବା କଥା କଳ୍ପନାର ବାହାରେ । ପୁଣି ତାଙ୍କ ସୈନ୍ୟମାନଙ୍କୁ ଓ ସାମନ୍ତ ରାଜାମାନଙ୍କୁ ଏକତ୍ରିତ କରିବାକୁ ସମୟ ଲାଗିବ । ତେଣୁ ଦୁର୍ଜୟ ଭାବିଚିନ୍ତି କହିଲେ, “ଏତେ ଶୀଘ୍ର ମୁଁ କିଛି ଉତ୍ତର ଦେଇ ପାରୁ ନାହିଁ । ସେଥି ପାଇଁ ମୋତେ ତିନିଦିନ ସମୟ ଦିଅ ।”

ମାଳିନୀ କହିଲେ “କିନ୍ତୁ ଆପଣ ମୋର ଏକ ସର୍ତ୍ତ ସ୍ୱୀକାର କରିବେ ତ ମୁଁ ତିନିଦିନ ସମୟ ଦେଇ ପାରିବି । ଆପଣଙ୍କ ଝିଅ ସହିତ ମୋର ବିବାହ ଦେଇ ପାରିବେ?”

ଦୁର୍ଜୟ ମାଳିନୀ କର

Rate the content


Originality
Flow
Language
Cover design

Comments

Post

Some text some message..