Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.PriYa❤️

Others

5.0  

Priyadarsini Das.PriYa❤️

Others

ମା ର ମନ

ମା ର ମନ

3 mins
358


କେଜାଣି କାହିଁକି ଆଜି ଡାହାଣ ଆଖି ଟି ବହୁତ ଫରକୁଛି ।ଆଦୌ ଭଲ ଲାଗୁନି ।ମନ ଟା ଭାରି ମୋର ଗୋଡେଇ ହେଉଛି ।ଯାଏ ଟିକିଏ ପୁଅ ସହିତ କଥା ହୋଇଯିବି ।ମନ ଟା ଯଦି ଭଲ ଲାଗିବ । ଫୋନ୍ ଟା ଉଠେଇଲି ।ନମ୍ବର ବି ଡାଏଲ୍ କରିଲି । ହେଇ ତ ରିଙ୍ଗ୍ ହେଉଛି । ଲମ୍ବା ରିଙ୍ଗ୍ ପରେ ବି କାହିଁ କେହି ଫୋନ୍ ତ ଉଠେଇଲେନି । ହେ ମା ମଙ୍ଗଳା ମୋ ପୁଅ କୁ ଭଲ ରେ ରଖିଥା । ସିଏ କାହିଁ ଗଲେ ।କାହିଁ ଦେଖା ଯାଉ ନାହାନ୍ତି ତ ।

-- ହେଇଟି ଶୁଣୁଛ ।କାହିଁ ଗଲ କି । କାହିଁ ଏଇଠି ତ ନାହାନ୍ତି ।ବାଡି ପଟକୁ ଯାଇଥିବେ କି ଦେଖେ ।

-- ହେଇଟି ଶୁଭୁଛି ନା ନାହିଁ ? କାହିଁ ଗଲ । କାହିଁ ବାଡିରେ ବି ନାହାନ୍ତି ତ । ଯାଏ ଘରେ ବସେ । ପୁଣି ଫୋନ୍ ଆଣେ ।କଲ୍ କରେ ।

ହେଇ ତ ରିଙ୍ଗ୍ ହେଲା ।

( ସେ ପଟରୁ ଆପ୍ ଜିସ୍ ନମ୍ବର ପେ କଲ୍ କର୍ ରହେ ହେ ,ବୋ ବ୍ୟସ୍ତ ହେ) ପୁଣି କଲ୍ କରେ । ପୁଣି ସେଇ ବ୍ୟସ୍ତ । ପୁଅ କଲ୍ କାହିଁକି କାଟି ଦେଉଛି । ( କବାଟ ଠକ୍ ଠକ୍ ଶବ୍ଦ ) ହେଇ ତ କବାଟ ଠକ୍ ଠକ୍ ହେଲାଣି ସିଏ ଆସିଲେ ବୋଧେ ।

-- ହେଇଟି କୁଆଡେ ଯାଇଥିଲ ।

-- ଆରେ ମାଧ ଦୋକାନକୁ ଯାଇଥିଲି ।

--ଓହୋଃ ।ଟିକିଏ କହିକି ଗଲେ ହେବନି ।

-- କହିଥିଲି ପରା ।ତୁମେ ମୋବାଇଲ୍ ଟା ଧରି କଣ କରୁଥିଲ ।

-- ଆରେ କଣ କହିବି ଜାଣି ପାରୁନି ।ଆଖି ଟା ଫରକୁଛି ।ମନ ଭଲ ଲାଗୁନି ।ପୁଅ ବି ଫୋନ୍ କରୁନି ।

-- ଓହୋଃ ।ତୁମର ସବୁଥିରେ ବ୍ୟସ୍ତ ।ଅଫିସ୍ ରେ ଥିବ ।ସେଇପାଇଁ ଫୋନ୍ କରି ନ ଥିବ । ସବୁ ଶୁଣି ବି ମନ ମାନୁନି କାହିଁକି ।ପୁଅ ଟା ଏକା ବାହାରେ ଅଛି ।ନିଜେ ରାନ୍ଧୁଛି ,ଖାଉଛି ।ତା ସହ ଅଫିସ୍ କାମ ।କେଜାଣି କେମିତି ଥିବ । କଣ କରିବି । (ଫୋନ୍ ରିଙ୍ଗ୍ ହେଲା ଏବଂ ମୁଁ ଦୌଡିଲି )

-- ହ୍ୟାଲୋ ।କାହିଁକି ଫୋନ୍ କରୁ ନ ଥିଲୁ ।ଫୋନ୍ କାଟି ଦେଉଥିଲୁ ।କଣ ହୋଇଛି ?

-- ମା ।କିଛି ନାହିଁ ।ଟିକିଏ ଜ୍ବର ।ତୋ ଫୋନ୍ ଆସିବା ସମୟରେ ମୁଁ ଡାକ୍ତର ଙ୍କ ପାଖରେ ଥିଲି ।ସାଙ୍ଗ ମାନେ ନେଇଥିଲେ ।

-- ଦେଖୁଛୁ ନା ।ସେଇ କଥା ପରା ।ସକାଳଠୁ ମୋ ଆଖି ଫରକୁଛି ।

-- ହଉ ମା କାନ୍ଦନି ।ଜ୍ବର ହୋଇଛି ।ପାଗ ବଦଳୁଛି ନା , ତା ସହ ଅଫିସ୍ ରେ ସବୁବେଳେ ଏ.ସି. । ସେଇଁପାଇଁ ଟିକିଏ ହୋଇଗଲା ଜ୍ବର ।

-- ହଉ ଟିକିଏ ଭିଡିଓ କଲ୍ କର ।ମୁଁ ଟିକିଏ ମୋ ଧନ କୁ ଦେଖେ ।

( ଭିଡିଓ କଲ୍ ରିଙ୍ଗ୍)

-- କେତେ ଦୁର୍ବଳ ହୋଇଛି ରେ ଧନ ।

-- ହଁ ମା ।ଆଜି କାଇଁ ମୋତେ ତୋ କୋଳରେ ମୁଣ୍ଡ ରଖିବାକୁ ମନ ହେଉଛି ।ଛୋଟ ବେଳେ ଦେହ ଖରାପ ନ ଥିଲେ ବି ତୋ କୋଳରେ ଶୋଇବା ପାଇଁ ମିଛଟାରେ ନାକ ପୋଛୁଥାଏ ।

-- ହଉରେ ଧନ ଦେହ ଠିକ୍ କର ।ମୁଁ ଆଉ ତୋ ବାପା ଆସିବା ତୋ ପାଖକୁ । ତୁ ମେଡିସିନ୍ ଖାଇ ଶୋଇଯା ।

( ଫୋନ୍ କଟିଗଲା ) ....

-- ହେଇଟି ଶୁଣୁଛ ।ମୁଁ ସକାଳଠୁ କହୁଛି ନା ମୋତେ ବ୍ୟସ୍ତ ଲାଗୁଛି ।ତୁମେ ତ କହିବ ମୁଁ ପରା ଖାଲି ଛାନିଆଁ ହୁଏ ମିଛରେ ।

ତୁମେ କେବେ ବି ବୁଝି ପାରିବନି ମା ର ମନ କୁ ।ଯାହାକୁ ୯ ମାସ ପେଟରେ ଧରିଛି ସେ ଯେତେ ଦୂର ରେ ଥିଲେ ବି ମୋ ମନ ଅନୁଭବ କରିପାରେ ।b ଆଉ କେବେ ବି ସେମିତି କହିବନି କି ମୁଁ ମିଛରେ ଛାନିଆ ହୁଏ ବୋଲି ।

-- ହଉ ରେ ବାବା ।ଆଉ କହିବିନି ।ଆଜି ବୁଝିଲି ।ସତରେ ମା ର ମନ କେତେ ଆବେଗଭରା ।ଏତେ ଦୂରରୁ ବି ତୁମେ ପୁଅ ର ଭଲ ମନ୍ଦ ଅନୁଭବ କରିପାରିଲ । ହଉ ଚିନ୍ତା କରନି ।ଟିକଟ କରିଦେବି ।ଯିବା ।ପୁଅ ପାଖରେ କିଛି ଦିନ ରହି ତାର ଯତ୍ନ ନେଇ ଆସିବା । ମୁଁ ବି ମୋ ପୁଅକୁ ଭଲ ପାଏ ହେଲେ ଜଣେ ମା ମନ ପାଖରେ ମୁଁ ହାରିଲି ଆଜି ।

●● Priyadarsini Das ●●

●● Asst Teacher ●●

●● R.K.U.P.School,Vellora.Balasore●●


Rate this content
Log in