Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Abstract

5.0  

Ranjita Das

Abstract

ନୂଆ ବିବାହିତା ଝିଅ ମନର ଗହନ କଥା

ନୂଆ ବିବାହିତା ଝିଅ ମନର ଗହନ କଥା

1 min
508


ସେ ହାତରେ ନୂଆ ନୂଆ ନାଲି ଚୁଡ଼ି ଆଉ ମଥାରେ ସିନ୍ଦୁର ନାଇଛି । ନୂଆ ନୂଆ ଘର ପୁଣି ଅଜଣା ଅପରିଚିତ ଲୋକବାକଙ୍କ ସହ ନିଜକୁ ଖାପ ଖୁଆଇ ଚଳିବାକୁ ଚେଷ୍ଟା ତ ଖୁବ କରୁଛି କିନ୍ତୁ ତାକୁ କଷ୍ଟ ଲାଗୁଛି, ତଥାପି ସେ ତା କର୍ତ୍ତବ୍ୟରେ ତିଳେ ମାତ୍ର ହେଳା କରୁନି । ନିଜର ଭୁଲ ନଥିଲେ ମଧ୍ୟ ସେ ପଦେ ଦୁଇପଦ ବାରଣା ଶୁଣିବାକୁ ବାଧ୍ୟ ହୋଇଯାଇଛି । ବୋଧହୁଏ ନିଜର ଖୁସି କ'ଣ ସେ ସେଠି ଭୁଲିଯାଇଛି ।


ଶାଶୁ ଶ୍ୱଶୁରଙ୍କ ସେବା ତାର ପ୍ରଥମ କର୍ତ୍ତବ୍ୟ ପାଲଟିଛି । ଘରେ ଯେତେଟା ସ୍ୱାଧୀନତା ଥିଲା ଏଠି କଣ ସେତେଟା ମିଳୁଛି । ଯିଏ ନିଜ ଘରେ ପ୍ରଥମେ ରନ୍ଧା ଭାତ ଖାଉଥିଲା ଆଜି ସେ ଶେଷରେ ଖାଉଛି, ନିଜ ପେଟ ଭୋକରେ ଜଳିଯାଉଥିଲେ ମଧ୍ୟ ସେ ସମସ୍ତଙ୍କ ମନ କଥା ଆଗ ବୁଝୁଛି ।ନିଜର ମନର କଥା କହିବାକୁ ସେ ଚେଷ୍ଟା ତ କରୁଛି କିନ୍ତୁ ତଥାପି ଏ ହୃଦୟ ତଳେ ସବୁ ଚାପି ରଖିଛି । କାରଣ ସେ ଯାହା ହାତ ଧରିଛି ସେ ମଧ୍ୟ ଜଣେ ଅଜଣା ଅଚିହ୍ନା ମଣିଷ, ତା ସାଙ୍ଗେ ମିଶିବାକୁ ତାକୁ ଆହୁରି ସମୟ ଦରକାର । ମଝି ମଝିରେ ନିଜ ମନର ବ୍ୟଥାକୁ ଲୁଚେଇ ରଖି କାନ୍ଦି ପକାଉଛି । ମନେ ପଡୁଛି ତା ନିଜ ବାପା ବୋଉ ଓ ଭାଇ ଭଉଣୀଙ୍କ କଥା । ସେ ଆଜି ପର ଗୋତରି ହୋଇଯାଇଛି, ହଁ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି ।


Rate this content
Log in

Similar oriya story from Abstract