Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arati Sahoo

Classics

3  

Arati Sahoo

Classics

ଏକଦନ୍ତ ଗଣପତି

ଏକଦନ୍ତ ଗଣପତି

1 min
495



 ଏକଦା କୈଳାସ ପର୍ବତରେ ତପସ୍ୟାରତ ଥାଆନ୍ତି ଦେବାଧିଦେବ ମହାଦେବ । ପୁତ୍ର ଗଣନାଥ ଦ୍ଵାରପାଳର କାର୍ଯ୍ୟ ସମ୍ପାଦନ କରୁଥାନ୍ତି । ମହାଦେବ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥାନ୍ତି ପୁତ୍ରକୁ , ଯେ ତାଙ୍କ ତପସ୍ୟାରେ ଯେମିତି ବିଘ୍ନ ନ ଘଟେ । କୌଣସି ଆଗନ୍ତୁକ ଯେମିତି ତାଙ୍କ ଧ୍ୟାନରେ ବ୍ୟାଘାତ ନ ଘଟାଏ ।


  ବିଘ୍ନରାଜ ଗଣେଶ ଯଷ୍ଟି ସହିତ ପର୍ବତର ପାଦଦେଶରେ ଅତି ଭକ୍ତିର ସହିତ ରକ୍ଷୀକାର୍ଯ୍ୟରେ ନିୟୋଜିତ ଥାଆନ୍ତି । ସତର୍କ ଦୃଷ୍ଟିରେ , ଚତୁର୍ଦିଗକୁ ନିରୀକ୍ଷଣ କରୁଥାନ୍ତି ।


 ଠିକ ଏହି ସମୟରେ ଯମଦଗ୍ନି ପୁତ୍ର ଶ୍ରୀ ପରଶୁରାମ ଆସନ୍ତି ଶଙ୍କରଙ୍କ ସହ ସାକ୍ଷାତ କରିବାକୁ । ଗଣପତି କିନ୍ତୁ ତାଙ୍କର ପଥରୋଧ କରନ୍ତି । ମହାକ୍ରୋଧି ପରଶୁରାମ ଯୁଦ୍ଧ କରନ୍ତି ଗଣେଶଙ୍କ ସହିତ । କିନ୍ତୁ ସମସ୍ତ ଦେବଦେବୀ ଦତ୍ତ ଶକ୍ତିରେ ବଳିୟାନ ଗଣପତିଙ୍କୁ ପରାସ୍ତ କରିବା ଅସମ୍ଭବ ମନେହୁଏ ତାଙ୍କୁ । ତାପରେ ଯାହାଙ୍କ ନିକଟରେ ସ୍ଵୟଂ ମହାଦେବ ପରାସ୍ତ ହୋଇଥଲେ ତାକୁ ପୁଣି ପରାଜିତ କରିବାର ଶକ୍ତି କାହାର ଅଛି ?


 ଅନନ୍ୟୋପାୟ ହୋଇ ପରଶୁରାମ ପଶୁପତିଦତ୍ତ କୁଠାର ନିକ୍ଷେପ କରନ୍ତି ଗଣେଶଙ୍କ ଉପରକୁ । ଯଦିଓ ସେ ସେହି ପଶୁପତାସ୍ତ୍ର କୁ ମଧ୍ୟ ଶକ୍ତିହୀନ କରିପାରିଥାନ୍ତେ , କିନ୍ତୁ ତାହା ତାଙ୍କ ପିତାଙ୍କର ଅବମାନନା ହୋଇଥାଆନ୍ତା । ମହାଦେବଙ୍କ ଦତ୍ତ ପଶୁପତାସ୍ତ୍ରକୁ ସମ୍ମାନ ଦେଇ ଗଣେଶ ତାର ଆଘାତ ଗ୍ରହଣ କରନ୍ତି ନିଜର ବାମ ଦନ୍ତରେ । ଆଘାତ ସଯ୍ୟ କରିନପାରି ଦନ୍ତଟି ଭାଙ୍ଗିଯାଇ ଭୂଲୁଣ୍ଠିତ ହୁଏ । 


 ସେହି ଦିନଠାରୁ ଗଣେଶ ଏକଦନ୍ତ ନାମରେ ପ୍ରସିଦ୍ଧ ହୁଅନ୍ତି ।



Rate this content
Log in

Similar oriya story from Classics