ଗପ-ମୋ ଜୀବନ କାହାଣୀ
ଗପ-ମୋ ଜୀବନ କାହାଣୀ
ମୁଁ ଛୋଟ ପିଲାଦିନେ ସାଙ୍ଗ ସାଥି କବାଡି। ବ୍ୟାଟବଲ ଖେଳ କଥା ବହୁତ ଆଜି ମନେ ପଡ଼େ। ରଜ ଦୋଳି ଖେଳ ବିଦ୍ୟାଳୟ ସାଙ୍ଗ ସାଥିଙ୍କ ମେଳ ମୋ ପିଲାଦିନର ସମୟ ବାଲି ଧୂଳି ଖେଳ ବାପାଙ୍କର ମାଡ଼। ଉସ୍କୁଲ ଶିକ୍ଷକଙ୍କ ମାଡ଼ ବହୁତ ମନେ ପଡ଼େ ଆଉ ବିଲକୁ ପଖାଳ ଭାତ ନେଇ ବାପା ଆଉ ଜେଜେଙ୍କ ପାଇଁ ନେଇ ଯିବା। ମାଆଙ୍କ ସହ ମାମୁ ଘର ମଜା ଆଉ ମିଳୁନି ସେ ଆଯାତ ଅଳି କାନ୍ଦଣା ଆଉ ମିଳୁନି ମୁଁ ଉଠିଲା ପରେ ମାଆ ହାତ ରନ୍ଧା ମାଆ ମୁଣ୍ଡ କୁଣ୍ଡାଇ ଦିଏ ଉସ୍କୁଲ ବ୍ୟାଗ ଧରି ଚାଲେ ମନ୍ଦିର। ବଗିଚାରେ ବୁଲିବା ପୋଖରୀ ପାଣିରେ ପହଁରିବା ଓଃ କି ମଜା ଥିଲା ସେ ସବୁ ସମୟ ବାସି ପଖାଳକୁ ବାରି ସଜନା ଶାଗ ଭଜା। ବାରି ଭେଣ୍ଡି। ବାଇଗଣ। ବିଲାତି ବାଇଗଣ। କଞ୍ଚା ଲଙ୍କା। କୁ ବାରି କମଳା ପାଣି ମାଆ ପୁରା ସଜାଇକି ଦେବ। ହଠାତ ଗୋଟିଏ ଝଡ଼ ଆସିଲା ସୁନା ଘର। ସୁନା ସଂସାର ଉପରେ ମୁଁ ସେତେବେଳେ ବହୁତ ଛୋଟ ମୋର ଗୋଟିଏ ଭଉଣୀ ବି ଛୋଟ ମୁଁ ସେତେବେଳେ ଉସ୍କୁଲ ରେ ଥିଲି ପାଠ ପଢ଼ୁଥିଲି ମତେ ଜଣେ କହିଲା ତମ ବାପା ଚାଲିଗଲେ ମୋର ବୟସ ସେତେବେଳେ ଆଠ ବର୍ଷ ହୋଇଥିଲା ମୁଁ ଜାଣି ପାରିଲି ସେ ମୋତେ ଧରି ଧରି ଆମ ଘରକୁ ଆସିଲେ ଆଖିରେ ଦେଖି ନ ଥିଲି ଭାବି ନ ଥିଲି କାନ୍ଦି ପକେଇଲି ମୋ ମାଆ ମୋ ପରିବାର ବାହୁନି ବାହୁନି କାନ୍ଦୁଥାନ୍ତି ମାଟି ଉପରେ ମୋ ଘର ଶହ ଶହ ଲୋକ ଠିଆ ହୋଇଥାନ୍ତି ମୁଁ ଭାବିଲି କଣ ହୋଇଗଲା କାହା ନଜର ଲାଗିଲା ଆମ ଘର ଉପରେ କେଜାଣି କଣ ସବୁ ହୋଇଗଲା। ପାଠ ପଢା ଛାଡ଼ି ଓଡିଶା ବାହାରକୁ ଗଲି ଚାକିରୀ କଲି ତା ପରେ ମୁଁ ବେପାର ରେ ମୁଁ ଏତେ ଧୋକା ଖାଇଛି ବହୁତ ଲୋକ ମତେ ଠକିଲେ ମୋ ସରଳ ଆଉ ଶାନ୍ତ ଥିଲି ମୁଁ ବହୁତ ବିପଦର ସମୂଖୀନ ହୋଇଛି ଜୀଵନରେ ମଜା କଣ ମୁଁ ଜାଣି ନଥିଲି ଧୀରେ ମୋ ଜୀବନରେ ଥକି ଗଲି ମୋ ଜୀବନ ଆସିବା ବେଳେ ମୁଁ ଜୀବନରେ ବହୁତ ଲୋକଙ୍କୁ ଦେଖିଛିତାକୁ ଦେଖି ଭାବେ ମୁଁ ବି ଏମିତି ଦିନେ ହେବି କିନ୍ତୁ ଯେତେବେଳେ ମୁଁ ପାଗଳ ଓ ଭିକାରୀ ମାନଙ୍କୁ ଦେଖେ ମୁଁ ବୁଝି ପାରେନି ଏମାନେ କଣ ପାଇଁ ଆଜି ଏମିତି ଏମାନଙ୍କର ଭୁଲ କଣ। ଏହି ମୋର ଛୋଟ ବୟସରେ ବହୁତ ଜାଗା ବୁଲିଛି ବହୁତ ପ୍ରକାର ଲୋକଙ୍କୁ ଦେଖି ବହୁତ କିଛି ଏହି ମିଛ ମାୟା ମୋହ ମାୟା ଦୁନିଆରୁ ସବୁ ପ୍ରକାର ଶିକ୍ଷା ଶିଖିଛି ମୁଁ ନିଜେ ନିଜ ଜୀବନକୁ ଜିଇବା ଶିଖି ଯାଉଛି ବନ୍ଧୁ ଜୀବନରେ ବହୁତ ବାନ୍ଧେ ବିଘ୍ନ ଆସେ ତାକୁ ପାରି କରି ଆମକୁ ଚାଲିବାର ଅଛି ବହୁତ ଆଗକୁ ବହୁତ ବାଟ ଚାଲିବାକୁ ବାକି ଅଛି ଆମେ ସେଥି ଲାଗି ବହୁତ କିଛି ଭଲ କାମ କରିବା ବହୁତ କାମ ମୋ ବାପାଙ୍କ ସ୍ୱପ୍ନ ପୂରଣ କରିବାର ଅଛି ମୋ ନିଜ ଖୁସି ମୁଁ ସବୁବେଳେ ଦେଖେନି ସଦାବେଳେ ସମସ୍ତଙ୍କର ଭଲ ଶୁଭ ଚିନ୍ତକ ହୋଇ ଶୁଭ ଭାବନାରେ ଚିନ୍ତା କରେ ସଭିଙ୍କର ମଙ୍ଗଳ ମୁଁ ଏହି ଦୁନିଆରେ ବଞ୍ଚିଥିବା ଯାଏ !
ଜୟ ଜଗନ୍ନାଥ ଗପ ରଚନା- ବଳରାମ ତରାଇ।ଖୋର୍ଦ୍ଧା। ଫୋନ-୯୯୩୭୦୧୪୬୪୬ !!