Satyabati Swain

Tragedy


2  

Satyabati Swain

Tragedy


ମହାବଳ ବାଘ ମାରିଛି

ମହାବଳ ବାଘ ମାରିଛି

3 mins 414 3 mins 414

Prompts 5 Day 5


ସାହି ଲୋକେ କୁହା କୁହି ହେଉଥିଲେ ବିଶୁନିଆଟା ପାଗଳ ହୋଇଗଲାଣି ବୋଧେ।ରିକ୍ସା ଟାଣୁ ନାହିଁ,ରନ୍ଧା ବଢା କରୁ ନାହିଁ,ଖାଉ ନାହିଁ କି ପିଉ ନାହିଁ।କେବଳ ତାଙ୍କ ଦାଣ୍ଡ ଦୁଆର ମୁହଁ ପଣସ ଗଛ ପାଖେ ଦିନ ରାତି ପଡି ରହିଛି ଆକାଶକୁ ଚାହିଁ।ପଡ଼ିଶା ଲୋକେ ବାଧ୍ୟ କରି ଚା କି ବିସ୍କୁଟ ଟିକେ ଖୁଆଉଛନ୍ତି।ଇଚ୍ଛା କଲେ ଖାଉଛି,ନଲେ ସେମିତି ଗଛକୁ ଆଉଜି ବସିଛି ମାଟି ଗଦା ପରି।

   ଲୋକେ କହୁଥିଲେ ତା ଝିଅ ଗୌରୀ ପଣସ ଖାଇବାକୁ ଭାରି ଭଲ ପାଏ।ପାଚିଲା ପଣସରେ ଗୌରୀର ଭାରି ଶ୍ରଦ୍ଧା।ଗୌରୀ ପଣସ ଖାଇବ ବୋଲି ବିଶୁନିଆ ଏଇ ପଣସ ଗଛଟି କିଣି ଆଣିଥିଲା।ଝିଅ ବଢ଼ୁଥିଲା ଗଛ ବି।ଝିଅଟି ଭାରି ସିନିହ କରୁଥିଲା ଓ ଯତ୍ନ ନେଉଥିଲା ଗଛଟିର।ରାସ୍ତା କାମ ହେଲା ବେଳେ ଗୋଡି ବାଲି ଗୋଟାଇ,ସିମେଣ୍ଟ ଟିକେ ମାଗି ଆଣି ଗଛ ଚାରି ପାଖ ଚାନ୍ଦିନୀ ପରି ଚଉତରା ଟିଏ କରିଦେଇଛି ବିଶୁନିଆ।ଝିଅଟି ତାର ସେଇଟି ଖେଳି,ବୁଲି ବଡ଼ ହୋଇଗଲା।ଗଛକୁ ପୁରିଲା ପାଞ୍ଚ,ଝିଅକୁ ପୁରିଲା ତେର।

    ଗଛ ଓ ଝିଅ କି କୁଲୁବୁଲିଆ ହୋଇ ବଢ଼ିଗଲେ ଅନେଉଁ ଅନେଉଁ।ବିଶୁନିଆ ଝିଅ ଓ ଗଛକୁ ଦେଖି କୁଣ୍ଢେ ମୋଟ ହୋଇଯାଏ ତାର ମନ।ଅନ୍ଧାର ଘରେ ଗୌରୀ ପୁନେଇଁ ଚାନ୍ଦ ପରି,ଗୋରା ତକ ତକ ଗୋଲ ଗାଲ ଥାଳି ପଟ ପରି ମୁହଁ।ଗୌରୀକୁ ଦେଖି କେହି କହିବେ ନାହିଁ ନଥିଲା ଵାଲା ଘରର ଝିଅ।କ୍ଷଣେ ଅନାଇଁ ବିଶୁନିଆ ମୁଗ୍ଧ ହୋଇଯାଏ।ସାର୍ କହୁଥିଲେ ଭଲ ପଢୁଛି ଗୌରୀ।ଏବର୍ଷ ଦଶମ ହେଲା।ବାପା ଅଜା ଚଉଦ ପୁରୁଷରେ ବିଶୁନିଆର କେହି ଏତେ ପାଠ ପଢି ନଥିଲେ।

       ପଣସ ଗଛରେ ଏସନ ପାଞ୍ଚଟି ପଣସ ହୋଇଛି।ଗଛକୁ ଦେଖି ବିଶୁନିଆ ଟିକେ ଡରି ଗଲା।ଝିଅଟି ବି ତାର ଜ୍ଞାନ ପାଇଲାଣି।ଏଣିକି ଏକା ଛାଡି କୁଆଡେ ଯିବାକୁ ମନ କୁଳାଏ ନାହିଁ।ତା ଝିଅ ବାସ୍ନା ଉଣ୍ଡି ଘର ଚାରିପାଖେ ପାଇଁତରା ଦେଲେଣି ଅନେକ ବାତେରା ଟୋକା।ବେଶୀ ଡର ତାଙ୍କ ସାହିର ମଣ୍ଟୁ ବାବୁଙ୍କ ପୁଅକୁ।

ଝିଅ କେଇଥର କହିଲାନି ମଣ୍ଟୁ ବାବୁଙ୍କ ପୁଅ ବାଦଲ ତା ପିଛା କରୁଛି।ଆଜେ ବାଜେ ଗୀତ ବୋଲୁଛି।

     କଲିକତାରେ ଥିଲାବେଳେ ବଙ୍ଗାଳୁଣୀ ଟିଏ ବାହା ହୋଇ ଘରକୁ ଆଣିଥିଲା ବିଶୁନିଆ।ଝିଅଟି ତାର ଠିକ୍ ବଙ୍ଗାଳୁଣୀ ମା ପରି ଖୁବ୍ ସୁନ୍ଦର ହୋଇଛି।ବଙ୍ଗାଳୁଣୀ ଟା ଝିଅଟିକୁ ଚାରି ବର୍ଷ ବେଳେ ୟୁଟର୍ସ କ୍ୟାନ୍ସରରେ ବାପା ଝୁଅଙ୍କୁ ଏକା କରିଦେଇ ଗଲା।ସେବେଠୁ ବିଶୁନି ଆର ଜୀବନ ତା ଝିଅ ଗୌରୀ।

    ଦିନ ସାରା ଯାହା, ରାତିକୁ ଭାରି ଡର ବିଶୁନିଆର।ଯେତେ ପଇସା ଦେଲେବି ସେ ରାତିରେ ଭଡାରେ ଝିଅଟିକୁ ଏକା ଛାଡି କୁଆଡେ ଯାଏନି।

  ହେଲେ ଦିନେ ଦିପହରରେ ଘରକୁ ଆସି ଦେଖିଲା ତା ଘର ଆଗେ ଲୋକ ଭିଡ଼।ଭିଡ଼ ଠେଲି ଦେଖିଲା ତା ସୁନା ନାକୀ ଗୌରୀ ଅଦ୍ଭୁତ ଲଙ୍ଗଳା ହୋଇ ଚାରିକାତ ଳମ୍ବେଇ ପଡିଛି।ଦେହ ସାରା ଆମ୍ପୁଡା ଦାଗ ତଣ୍ଟି କିଏ ଚିପି ଦେଇଛି କି କଣ ରକ୍ତ ସର ସର ବୋହି ଚଟାଣରେ ଜମା।ବିଚିତ୍ର ଲୋକେ ଦେଖୁଛିନ୍ତି ସେଇ ଲଙ୍ଗଳା ଦେହଟାକୁ।କେହି ଜଣେ ଗାମୁଛା ଟିଏ ପକାଇ ଦେଉନି ତା ସୁନାନାକୀ ଝିଅ ଉପରେ।ହାଁ ମୋ ଝିଅ କହି କଚାଡି ପଡ଼ିଲା ଯେ ଆଜି ଯାଏ ମୁକ,ତୁନି ବିଶୁନିଆ।

     ସାହି ଲୋକେ କହିଲେ ମଣ୍ଟୁ ବାବୁ ପୁଅ ବାଦଲ୍ ଵାଵୁ ଆସି ଏମିତି କରିଛି।ବନ୍ଧୁକ ଦେଖେଇ ସମସ୍ତ ଆଗରେ ସେ ଚଣ୍ଡାଳ ଝିଅଟିକୁ ଖିନ୍ନ ଭିନ୍ନ କରି ଖାଇଛି।ଯଦି କେହି କୁହେ ତା ଝିଅ ବୋହୁ ବି ଏମିତି ହେବେ ବୋଲି ଚେତାବନୀ ବି ଦେଇଛି।

   ବିଶୁ କେସ୍ ଟିଏ ଥାନାରେ ଦେଇ ଆସି ସେଇ ପଣସ ଗଛ ତଳେ ବସିଛି ଯେ ବସିଛି।ପୋଲିସ୍ ର ଖୋଜା ଖୋଜି କିଛି ନାହିଁ।ମଣ୍ଟୁ ବାବୁ ବିଡାଏ ନୋଟ ଆଣି କହିଥିଲେ ତାକୁ କେସ୍ ଉଠାଇ ଆଣିବାକୁ।ଟଙ୍କା ବିଡା ଫୋପାଡ଼ି ଦେଇଥିଲା ବିଶୁନିଆ ମଣ୍ଟୁ ବାବୁଙ୍କ ମୁହଁକୁ।

      ଶୁଭିଲା ଵାଦଲ୍ ବାବୁଙ୍କ ମଟର ଗାଡି ଶବ୍ଦ। ଭାରି ଚିହ୍ନା ସେ ଶବ୍ଦ।ସେ ଶବ୍ଦ ଶୁଲିଲା ମାତ୍ରେ ଲୋକେ ତାଙ୍କ ଝିଅ ବୋହୁଙ୍କ ଘରେ ନେଇ କବାଟ କିଳି ଦିଅନ୍ତି।ରାକ୍ଷସ ଯାହା ଉପରେ ଦୃଷ୍ଟି ପକାଇବ ତାକୁ ଖାଇବା ଥୟ।

    ଆଜକୁ ଏଗାର ଦିନ ହେଲା ଏ ଶବ୍ଦ ଶୁଭୁ ନଥିଲା।ଚେଇଁ ଉଠିଲା ବିଶୁନିଆ।ଆଗରୁ ପଜେଇ,ଲୁଚେଇ ରଖିଥିବା ଫାର୍ସାଟି ଆଣି ଅପେକ୍ଷା କଲା।ଯେମିତି ତାଙ୍କ ଘର ପାଖ ହୋଇ ଆସିଲା ଦଉଡ଼ି ଯାଇ ବିଶୁନିଆ ଦେଲା ବାଦଲ୍ ବାବୁଙ୍କ ବେକକୁ ଚୋଟେ।ମୁଣ୍ଡ ଟି ଛିଟିକି ପଡିଲା ପଣସ ଗଛ ଚାନ୍ଦିନୀକୁ।ଶରୀର ବାଇକ ସହ କିଛି ବାଟ ଯାଇ ପଶିଗଲା ଗୋଟେ ଦୋକାନରେ।

         ଵାଦଲ୍ବାବୁଙ୍କ ମୁଁଣ୍ଡ ରକ୍ତକୁ ହାତ ଦେହ ସାରା ବୋଲି ହୋଇ ପଣସ ଗଛ ଚାରି ପଟେ ବୁଲି ବୁଲି କହିଲା ମା ଗୌରୀ ଦେଖ୍ ମୁଁ ଆଜି ତୋ ଶୁଦ୍ଧ ହେଲି।

             ଠିକ୍ ସେଇ ଦିପହରେ ବିଶୁନିଆ ଥାନାକୁ ଯାଇ ରକ୍ତ ଜୁଡୁ ବୁଡୁ ହାତ ଦେଖାଇକହିଲା, ଥାନା ବାବୁ ମୋତେ ଆରେଷ୍ଟ କର ମୁଁ ମଣିଷ ଶରୀର ସହ ଖେଳି ତାକୁ ନୃଶଂସ ଭାବେ ହତ୍ୟା କରୁଥିବା ଗୋଟେ ମହାବଳ ବାଘ ମାରିଛି।

Satyabati, swain, balikuda, jagatsinghpur


Rate this content
Originality
Flow
Language
Cover Design