Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁନା ବୋହୂ
ସୁନା ବୋହୂ
★★★★★

© Kiran Mishra

Others

4 Minutes   549    46


Content Ranking

ବୋହୂ ଶବ୍ଦଟି ଉଚ୍ଚାରଣ କରିଦେଲେ ସାଧାରଣତଃ ଗୋରା ତୋରା ହୋଇ, ଶାଢୀ ପିନ୍ଧି ଗୋଟିଏ ସୁନ୍ଦରୀ ସ୍ତ୍ରୀ ଲୋକକୁ ସମସ୍ତଙ୍କ ଆଖି ଖୋଜି ବସେ।ସେଇ ଭାବନାକୁ ଆଖିରେ ରଖି ସୁରେଖା ପଟ୍ଟନାୟକ ନିଜ ପୁଆ ଆମର୍ ପାଇଁ ମଧ୍ୟ ସେମିତି ଗୋଟିଏ ବୋହୂ ଖୋଜୁଥାନ୍ତି।ସୁରେଖା ଓ ସୁମନ୍ତଙ୍କର ଦୁଇ ପୁଅ ମଧ୍ୟରୁ ବଡପୁଅ ଆମର ଗୋଟିଏ ସରକାରୀ କଲେଜରେ ଅଧ୍ୟାପକ,ଓ ସାନପୁଅ ଅନୁପ୍ ବ୍ୟାଙ୍କରେ ଚାକିରୀ କରିଛି।

ଅମର ଚାକିରୀ ପାଇବା ର କିଛିବର୍ଷ ପରେ ସୁରେଖା ଓ ସୁମନ୍ତ ଭାବିଲେ ପୁଅ ବାହାଘର କରି କାମ ଛିଣ୍ଡାଇ ଦେବେ।ସୁମନ୍ତଙ୍କର ବୃଦ୍ଧବାପା ସନାତନ ବାବୁ ମଧ୍ୟ ଚାହୁଁଥାନ୍ତି ନାତି ବାହାଘର ଦେଖିବା ପାଇଁ।ତେଣୁ ସୁମନ୍ତବାବୁ ଅନେକ ମଧ୍ୟସ୍ଥିଙ୍କୁ କହିଥାନ୍ତି ବିବାହ ପ୍ରସ୍ତାବଟିଏ ଯୋଗାଡ଼ କରିବାକୁ।

ଆନେକ ଆଡୁ ଅନେକ ପ୍ରସ୍ତାବ ଆସୁଥାଏ କିନ୍ତୁ କେଉଁ ଝିଅ ମୋଟି ଲାଗୁଥାଏ ତ କୋଉଟି ଗେଡି।କୋଉଟି ପାଠ କମ ଲାଗୁଥାଏ ତ ,କୋଉ ଯାଗାରେ ଜାତକ ସୁଝୁ ନଥାଏ।ଘରେ ସମସ୍ତେ ସୁନାନାକୀ ବୋହୂ ଖୋଜୁଥାନ୍ତି।।ସୁରେଖା ଦେବୀ ଭାବୁଥାନ୍ତି ଏମିତି ବୋହୂଟିଏ ହୋଇଥିବ ଯାହାକୁ ଦେଖିଲେ ସମସ୍ତ ପ୍ରଶଂସାରେ ପୋତି ପକଉଥିବେ।ତେବେ ଜାଣିବ ପୁଅର ବାହା ହେବା ସାର୍ଥକ ହେଲା।ଚାରିବର୍ଷ ବିତିଗଲା ସୁନାନାକି ବୋହୂ ଖୋଜି ଖୋଜି ସମସ୍ତେ ହାଲିଆ।ପ୍ରତ୍ୟେକ ରବିଵାର ସିନେମା ଦେଖା ଭଳି ବୋହୂ ଦେଖା ଚାଲେ।ଚାରିଟା ବେଳ ଜଳଖିଆ ସିନା ହୁଏ କିନ୍ତୁ କେଉଁଠି ଝିଅ ମନୋନୀତ ହୁଏନି।ହବବା କେମିତି,ତାଙ୍କ ପୁଅ ସରକାରୀ ଚାକିରୀ କରିଛି ଟି !!ଯାହିତାହି ପ୍ରସ୍ତାବ କାହିଁକି ବା କରିବେ।ଝିଅର କ'ଣ ଅଭାବ ଅଛି !! ଏଣେ ମଧ୍ୟସ୍ଥିମାନେ ମଧ୍ୟ ପ୍ରସ୍ତାବ ଆଣି ଆଣି ବିରକ୍ତ ହୋଇଗଲେଣି। ଶେଷରେ ଗୋଟିଏ ଫୋଟ ସମସ୍ତଙ୍କ ମନକୁ ଟିକେ ପାଇଲା।ନପାଇବାକୁ ଉପାୟ ନାହିଁ।କାରଣ ମଧ୍ୟସ୍ଥିଟି କଡାକଡା ଶୁଣିଇ ଦେଇଛି ଏଇଟି ତାର ଶେଷ ପ୍ରସ୍ତାବ ,ଏହାପରେ ଅଉ ସେ ପ୍ରସ୍ତାବ ଆଣିବନି।ବାଧ୍ୟ ହୋଇ ସମସ୍ତ ଝିଅଟିକୁ ଦେଖିଯିବାକୁ ସ୍ଥିର କଲେ। ଅବଶ୍ୟ ଫଟୋରେ ଝିଅଟି ଟିକେ କମ କଲର ଲାଗୁଥିଲା।ଭାବିଲେ ଚଳାଇ ନେବେ।ଶେଷରେ ଦିନ ଧାର୍ଯ୍ୟ ହେଲା ଘରର ସମସ୍ତେ , ଅର୍ଥାତ୍ ବୃଦ୍ଧ ସନାତନ ବାବୁ,ସୁମନ୍ତ ବାବୁ,ସୁରେଖା ଦେବୀ ଓ ଦୁଇ ପୁଅ ଗୋଟିଏ ଗାଡିର ବସି ଝିଅ ଦେଖିବାକୁ ଗଲେ।

ଝିଅଟିର ବାପା ଜଣେ ହାଇସ୍କୁଲ ଶିକ୍ଷକ ଥିଲେ।ଗୋଟିଏ ସଂସ୍କାରୀ ପରିବାର ଭାବେ ପୁଅଘରକୁ ସେମାନେ ବେଶ୍ ଆଦର ଅଭ୍ୟର୍ଥନା କଲେ।ଝିଅଟିକୁ ଦେଖିଲା ପରେ କିନ୍ତୁ ପରିବାରର ସମସ୍ତଙ୍କ ମନ ମରି ଯାଇଥିଲା।ଝିଅଟି ଫଟୋରେ ଯେତିକି କଳା ଲାଗୁଥିଲା। ତାଠୁ ମଧ୍ୟ ଅଧିକ କଳା ଲାଗିଲା। ସେଦିନ ସମସ୍ତେ ଚୁପ୍ ଚାପ୍ ଘରକୁ ଫେରିଲେ। ଘରେ ବିଚାର ବିମର୍ଷ ପରେ ଝିଅ ଘରକୁ ମନାକରିଦେବା ପାଇଁ ସ୍ଥିର ହେଲା। କିନ୍ତୁ ବୃଦ୍ଧ ସନାତନ ବାବୁ ଯିଦ୍ ଧରିଲେ ଯଦି ନାତିର ବିବାହ ହେବ ,ତାହେଲେ ସେଇଠି ହେବ,ନହେଲେ ସେ ଘରେ ଅନ୍ନ ଜଳ ସ୍ପର୍ଶ କରିବେନି।ଯେତେ ବୁଝାଇଲେ ସେ ନିଜ ଯିଦ୍ ରେ ଅଟଳ,ତାଙ୍କ ମତରେ ସଂସ୍କାରୀ ପରିବାରରୁ ଝିଅଟିଏ ବୋହୂ ହୋଇ ଆସୁ।ଶେଷରେ ତାଙ୍କ ଯିଦ୍ ଆଗରେ ସମସ୍ତେ ମୁଣ୍ଡ ନୁଆଁଇଲେ।ସୁରେଖା ଦେବୀ ଓ ସୁମନ୍ତ ବାବୁ ବାହାଘର ପାଇଁ ଅନିଚ୍ଛାରେ ରାଜି ହେଲେ।।

ବାହାଘରର ଦିନ ସ୍ଥିରହେଲା।କେବଳ ବୁଢାଙ୍କ ଯିଦ୍ ରେ ବାହାଘର ହେଉଥାଏ।ସୁରେଖା ଦେବୀ ଯାହାକୁ ନିମନ୍ତ୍ରଣ କରୁଥାନ୍ତି ସମସ୍ତଙ୍କୁ ବୋହୂ ମନଲାଖି ନୁହେଁ ,କେବଳ ଶଶୁରଙ୍କ ଯିଦ୍ ରେ କରୁଛନ୍ତି ବୋଲି କହୁଥାନ୍ତି।ଶେଷର ବାହାଘର ହେଲା

ସମସ୍ତଙ୍କ ମନରେ କିନ୍ତୁ ବିରସ ଭାବ ଥାଏ। ଭୋଜି ଦିନ ମଧ୍ୟ ସେମିତି କାହା ମନରେ ଖୁସି ନଥାଏ।ସାଙ୍ଗ ସାଥିରେ ସୁରେଖା ଦେବୀ କହି ହେଉଥାନ୍ତି ,"ମୋର ଏଡେ ସୁନ୍ଦର ପୁଅକୁ ଏ ବୋହୂ ?,କିନ୍ତୁ କଣ କରିବି ଶଶୁରଙ୍କର ପରା ଏକା ଯିଦ୍ ଏଇଠି ବାହା କରିବା ପାଇଁ ! ତେଣୁ ବାଧ୍ୟ ହୋଇ ବାହାକଲି"।

ବାହାଘର ପରେ ବୋହୂଟି ଚାଲିଚଳଣ କାମଦାମ ,ବ୍ୟବହାର,ଶଣ୍ଠଣାରେ ସମସ୍ତଙ୍କ ମନ ମୋହିବାକୁ ଚେଷ୍ଟାକଲା।ରାତିରୁ ଉଠି ଗାଧୋଇ ପାଧୋଇ ଚଉଁରାରେ ପାଣି ଦେଇ, ସମସ୍ତଙ୍କୁ ଚା ଜଳଖିଆ ଦେଇ,ଦିହିପହର ରୋଷେଇକରି

ସମସ୍ତଙ୍କ ଖାଇବା ପିଇବା ବୁଝି,ରାତି ଖାଇବା ବୁଝି ଡେରି ରାତି ପର୍ଯ୍ୟନ୍ତ ଲୋଟଣୀ ପାରା ଭଳି ଖଟୁଥାଏ। ଯେତେ ଯାହା କଲେବି ସୁରେଖା ଦେବୀଙ୍କ ଆଗରେ ତାର ଗୁଣର ମହତ୍ୱ ରୂପ ଆଗରେ ମ୍ଲାନ ପଡି ଯାଉଥାଏ।ବୁଢା କିନ୍ତୁ ବୋହୂର ଚଳଣୀରେ ବହୁତ ଖୁସ୍ ଥାନ୍ତି। ସୁରେଖା ଯଦିଓ ବୁଢାଙ୍କ ପାଇଁ ବୋହୂକୁ କିଛି କହି ପାରନ୍ତି ନାହିଁ କିନ୍ତୁ ଖୁସି ନଥାନ୍ତି।

ଦୁଇ ବର୍ଷ ପରେ ସାନପୁଅ ପାଇଁ ଖୋଜି ଖୋଜି ଗୋଟିଏ ସୁନ୍ଦରୀ ବୋହୂ ଠିକ୍ କଲେ।ଦେଖିବାକୁ ଗୋରା,ଦାନ୍ତଗୁଡିକ ଡାଳିମ୍ବମଞ୍ଜି ଭଳି,ଆଖି ଦୁଇଟି ଟଣା ଟଣା ,ନାକଟି ମଧ୍ୟ ସୁନ୍ଦର ମୋଟାମୋଟି ଭାବରେ ବାହୁନିବାକୁ କିଛି ନାହିଁ। ଏମିତି ଝିଅଟିଏ ସେ ତାଙ୍କ ବଡ଼ ପୁଅ ବେଳୁ ଖୋଜୁଥିଲେ। ଯାହା ହେଉ ଏତେଦିନେ ଠାକୁରେ ତାଙ୍କ ଡାକ ଶୁଣିଛନ୍ତି।ଏମିତି ବୋହୂକୁ ଦେଖି ଦେଲେ ପେଟ ପୁରିଯିବ।।ଏଥର ମନ କୁଣ୍ଢେ ମୋଟ।ସମସ୍ତଙ୍କ ଆଗରେ ଭୁରି ଭୁରି ବୋହୂ ରୂପର ପ୍ରଶଂସା।

ସତେ ଯେମିତି ଆକାଶର ଚାନ୍ଦକୁ ଘରକୁ ଆଣୁଛନ୍ତି। ଏଥର

ସମସ୍ତଙ୍କ ମନ ବହୁତ ଖୁସି।ଖୁବ୍ ଧୁମଧାମ ରେ ବାହାଘର ଆୟୋଜନ ହେଲା।

ବାହାଘରରେ ବଡ଼ ବୋହୁଟି ଅକ୍ଲାନ୍ତ ପରଶ୍ରମ କରି

ନିଜର ଦାଇତ୍ୱ ସଂପର୍ଣ୍ଣ କରିଥିଲା।ସବୁ କଥାରେ ସମସ୍ତେ ତାକୁ ଖୋଜୁଥାନ୍ତି।ସମସ୍ତଙ୍କ ମୁହଁରେ ତାର ଭୂରି ଭୂରି ପ୍ରଶଂସା ।ତାର ପ୍ରଶଂସା ଶୁଣି ସୁରେଖା ଦେବୀ କିନ୍ତୁ ମୁହଁ ମୋଡନ୍ତି।ବୋଧ ହୁଏ ଯିଏ ସୁନ୍ଦର ନୁହେଁ ସେ ପ୍ରଶଂସା ପାଇବାକୁ ଯୋଗ୍ୟ ମଧ୍ୟ ନୁହେଁ।ସାନ ବୋହୁର ରୂପର ପ୍ରଶଂସାରେ କିନ୍ତୁ ତାଙ୍କ ଛାତି କୁଣ୍ଢେମୋଟ ହୋଇଯାଉଥିଲା।ବାହାଘର ପରେ ସାନ ବୋହୂଟି ଦିନ ସାଢେ ଆଠଟାରେ ଶେଯରୁ ଉଠିଲା।ଉଠୁ ଉଠୁ ସାହେବୀ ଢାଞ୍ଜାରେ ବେଡ ଟି ପିଇ ।ରୋଷେଇ ଘର ଯିବା ନାଁ ଧରିଲାନି।ବିଚରା ବଡବୋହୂଟି ପୂର୍ବ ପରି ସବୁ କାମ କରୁଥାଏ।ନୂଆ ବୋହୂଟି ଯିବବା କାହିଁକି ସେତ ସୁନ୍ଦରୀ ବୋହୂ ହୋଇ ଘରକୁ ଆସିଛି।ବରଂ ଶାଶୁ ଓ ଯାଆ ତାର ସେବା କରିବା କଥା।ଆଣିଲା ପୂର୍ବରୁ କାମ କରବ ବୋଲି ସେ କି ତା ବାପଘର ଲୋକ କୌଣସି ପ୍ରତିଶୃତି ତ ଦେଇତ ନଥିଲେ।ସୁରେଖା ବେଦୀଙ୍କ ସୁନ୍ଦର ନିଶା ଛାଡି ନଥାଏ।ବଡ଼ ବୋହୂ ତ ବିନା ପ୍ରତିବାଦରେ କରିଦେଉଛି ,ତେଣୁ ଅସୁବିଧା କିଛି ନଥାଏ।

ବାହାଘରରେ ଅକ୍ଲାନ୍ତ ପରିଶ୍ରମ କରି ବଡ ବୋହୂଟିର ଦେହ

ଖରାପ ହୋଇଗଲା।ଡାକ୍ତର କହିଲେ ତାକୁ ବେଡ ରେଷ୍ଟ ଦରକାର।ବୁଢା ଶ୍ୱଶୁର ସେଇ ସୁଯୋଗକୁ ଉଣ୍ଡୁଥିଲେ। ସୁରେଖା ଦେବୀଙ୍କୁ କହିଲେ ,"ସେ ଏଠି ରହିଲେ ବିଶ୍ରାମ ପାଇବ ନାହିଁ,ବରଂ ସେ ତା ବାପ ଘରକୁ କୁ ଯାଉ,ସେଠି କିଛିଦିନ ବିଶ୍ରାମ ନେଇ ଆସୁ"। ବାପାଙ୍କ କଥାକୁ ସୁମନ୍ତ ବାବୁ ବି ସମର୍ଥନ କଲେ।"ସାନ ବୋହୂ କିଛି ଦିନ ଚଳାଇ ଦେଉ", ବୋଲି ସେ ମଧ୍ୟ କହିଲେ। ସେମାନଙ୍କ କଥା ସୁରେଖା ଦେବୀ ଟାଳି ପାରିଲେ ନାହିଁ। କିନ୍ତୁ ମନେ ମନେ ପ୍ରମାଦ ଗଣିଲେ।ପୁଅ ଯାଇ

ବୋହୂକୁ ବାପଘରେ ଛାଡି ଆସିଲା।

ସୁରେଖା ଦେବୀ ଭାବିଲେ ବଡ଼ବୋୋହୂ ଗଲାପରେ ନିଶ୍ଚୟ

ସାନ ବୋହୂ ଘରକାମରେ ତାଙ୍କ ସହ ମିଶିବ ,କିନ୍ତୁ ସେପରି କିଛିବି ହେଲାନି।ଯେଉଁ କାର୍ଯ୍ୟ କରିବାକୁ କହିଲେ ଶିଖିନି,ଯାଣିନି,ଆସିବନି ଇତ୍ୟାଦି ଶବ୍ଦ କହି ଟାଳିଦିଏ।

ସେଥିପାଇଁ ସଂକୋଚ ମଧ୍ୟ କରେ ନାହିଁ।ସୁରେଖା ଦେବୀ ବା କାହା ଆଗରେ କହିବେ।ନିଜେ ବାଛି ବାଛି ବୋହୂ କରିଛନ୍ତି।

ଶାଶୁ ରୋଷେଇଠୁ ଆରମ୍ଭ କରି ଘରର ସମସ୍ତ କାମ କରନ୍ତି।

ବୋହୂଟି କେବଳ ବେଷ ପୋଷାକ ହୋଇ ନିଜ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦିଏ।ପନ୍ଦର ଦିନରେ ଶାଶୁ ଘରର ସମସ୍ତ କାମ କରି ଆଣ୍ଠେଇ ପଡନ୍ତି,ସୌନ୍ଦର୍ଯ୍ୟର ନିଶା ତାଙ୍କ ପନ୍ଦରର ଦିନରେ ଛାଡି କଲା।

ବଡ଼ବୋହୂର ମହତ୍ୱ ସେ ସେତେବେଳେ ଅନୁଭବ କରି ପାରିଲେ।ଯେଉଁ ବୋହୂକୁ ଆସୁନ୍ଦର ବୋଲି ହେୟ ମନେ କରୁଥିଲେ ଏବଂ ଅସୁନ୍ଦର ବୋଲି ଅପମାନିତ କରୁ ଥିଲେ ପ୍ରକୃତରେ ତାର ହୃଦୟଟି କେଡେ ସୁନ୍ଦର।ସେ ନିଜର ଯତ୍ନ ନନେଇ ତାଙ୍କର ଓ ତାଙ୍କ ପରିବାରର ଯତ୍ନ ନେଉଥିଲା।ସେ

ଦିନେବି ତାକୁ ପ୍ରଶଂସା କରି ନାହାନ୍ତିକି ତାର ମହତ୍ୱ ବୁଝି ପାରୁନଥିଲେ।ଏତେଦିନ ପର୍ଯ୍ୟନ୍ତବାହ୍ୟ ସୌନ୍ଦର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଆସିଥିଲେ।ଏବେକିନ୍ତୁ ତାଙ୍କ ଆଖି ଖୋଲିଯାଇଛି। ପନ୍ଦର ଦିନ ପରେ ଯେତେବେଳେ ବଡ଼ ବୋହୂ ଘରୁ ଫେରିଛି ସୁରେଖା ଦେବୀ ତାକୁ ଧରି ଭୋ ଭୋ ହୋଇ କାନ୍ଦିଛନ୍ତି ଓ ତାକୁ କରିଥିବା ଖରାପବ୍ୟବହାର ପାଇଁ କ୍ଷମା ମାଗିଛନ୍ତି।ସେତେବେଳେ ସୁରେଖା ଦେବୀଙ୍କୁ ତାଙ୍କ ଶ୍ୱଶୁର କହିଛନ୍ତି, " ଏବେ ବୁଝିଲୁଟି ସୁନ୍ଦର ବୋହୂ ନୁହେଁ ସଂସ୍କାରୀ ବୋହୂ ହିଁ ଘରକୁ ସ୍ୱର୍ଗ କରିଥାଏ।ଯିଏ ଘରକୁ ସ୍ୱର୍ଗ କରେ ସେହିଁ ପ୍ରକୃତରେ ସୁନା ବୋହୂ।"

ଚାକିରୀ ବୋହୂ ପ୍ରସ୍ତାବ

Rate the content


Originality
Flow
Language
Cover design

Comments

Post

Some text some message..