Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

1.7  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ଶୈଶବ

ଶୈଶବ

2 mins
7.5K


ଏମିତି ଅନେକ ନାନାବାୟା ଗୀତ ଶୁଣୁଥିବା ଏହି କାନ ଦିଓଟି ସମୟକ୍ରମେ ଶୁଣେ ବାପାଙ୍କ ଠାରୁ ଗଜ ମୁର୍ଖ ଆଉ ମାଆଙ୍କ ଠାରୁ ଶୁଣେ ମରଣ ମୁହଁକୁ ଠେଲି ଦେବା ଭଳି ଅଭିଶାପ ଖାଲି ସେହି ପାଠ ପାଇଁ । ସେଦିନ ଏହି ଦୃଶ୍ୟ ଦେଖିବା ପରେ ଲାଗୁଛି ଶୈଶବ ଆଜି ପାଠ ପଢ଼ାର ଚାପରେ ରୁନ୍ଧି ହୋଇଯାଇଛି । ସଂନ୍ଧ୍ୟାରେ ସ୍କୁଲରୁ ଆସି ତରବରରେ ଟିଉସନ୍ ଯିବା ବାଟରେ ରାସ୍ତାର ଟ୍ରାଫିକ୍ ଭିତରେ ସାଇକେଲଟିରୁ ପଡ଼ିଗଲା ପିଲାଟି । ତାପରେ ଯନ୍ତ୍ରଣା ଓ କଇଁକଇଁ କାନ୍ଦ ଭିତରେ ଉଠିପଡ଼ି ବାହାରିପଡ଼ିଲା ନିଜ ବୟସ ଠାରୁ ଯଥେଷ୍ଟ ଅଧିକ ଓଜନର ବସ୍ତାନୀ ଓ ଦୁରରେ ପଡ଼ିଥିବା ଚପଲକୁ ସାଉଁଟି ସାଇକେଲଟିକୁ ଉଠାଇ ଡ଼େରି ହୋଇଯାଉଥିବା ଟିଉସନକୁ ।

ଅତିତ ସ୍ମୃତିରେ ମନେପଡ଼େ ଦେଖିଥିବା ସେଇ ଗାଁର ନିରଳସ, ସରଳ, ନିଷ୍ପାପ ପିଲାମାନଙ୍କର ଶୈଶବ ଥିଲା ସତରେ କେତେ ସ୍ମୃତିଭରା ଓ ଆମୋଦ ଦାୟକ । ସ୍କୁଲର ଖେଳଛୁଟିରେ ସ୍କୁଲ ବାଡ଼ରେ ଥିବା ବାଇଗିଡ଼ିଆ ଗଛ ପତ୍ରକୁ ଭାଙ୍ଗି ପତ୍ରର କ୍ଷିରରେ ବେଲୁନ୍ କରିବା ଥିଲା କେତେ ମଜାଦାର । ଏବେବି ପିଲାମାନେ ସାବୁନ ଫେଣରେ ସ୍ଟ୍ର ପୁରାଇ ବେଲୁନ କରନ୍ତି କିନ୍ତୁ ସେତେବେଳର ବେଲୁନ୍ ଆକାଶରେ ଉଡ଼ିବା ପରେ ମନରେ ଉଙ୍କିମାରେ ଇନ୍ଦ୍ରଧନୁର ହସ । କ୍ରମଶଃ ଧିରେଧିରେ ବାଗୁଡ଼ି, ଚୋର ପୁଲିସ, ପୁଚ୍ଚି, ବୋହୁ ବୋହୁକା ଭଳି ଅନେକ ଖେଳ ଲୋପ ପାଇଗଲାଣି । ଯଦିଓ କେତେକ ଖେଳର ପ୍ରତିରୁପ ଲଟୁ ବଦଳରେ ବେଣ୍ଟେନ୍ ଓ ଡ଼ାବୁଲ୍ ପୁଆ ବଦଳରେ କ୍ରିକେଟ ପ୍ରଭୁତି ଖେଳ ମାନ ଆଦୃତ ହେଲାଣି । ଆହୁରି ମଧ୍ୟ ପିଲାମାନଙ୍କ ମଧ୍ୟରେ ଭିଡ଼ିଓ ଗେମ ଓ ମୋବାଇଲରେ ଗେମ୍ ଖେଳିବାର ଆଗ୍ରହ ବି ବଢ଼ିଲାଣି ତତ୍ ସଙ୍ଗେସଙ୍ଗେ ମଧ୍ୟ ପିଲାମାନଙ୍କର ଚଷମାର କାଚ ବି ମୋଟା ହେବାରେ ଲାଗିଲାଣି ।

ବର୍ତ୍ତମାନର ଏ ପ୍ରତିଯୋଗିତା ପୂର୍ଣ୍ଣ ବ୍ୟସ୍ତ ବହୁଳ ଜୀବନ ଭିତରେ ଗୋଟିଏ ପିଲାକୁ ମିଳେ କ’ଣ ! ଏ ପାଠ ପଢ଼ାର ବୋଝରେ ସେ ନିଜେବି ଜାଣିପାରେନି କେତେବେଳେ ସେ ଶୈଶବ ଡ଼େଇଁ ଜୌବନରେ ଉପନିତ ହୁଏ । ଆଜିର ଅଭିଭାବକ ମାନେ ସ୍ୱାସ୍ଥ୍ୟ ବଦଳରେ ପାଠକୁ ଓ ସଂସ୍କାର ବଦଳରେ ଜ୍ଞାନକୁ ଦେଉଥିବା ଏ ଗୁରୁତ୍ୱର ପରିଣାମ ଯେ କ’ଣ ଏ ସବୁ ପ୍ରତି କାହାର ନିଘା ନାହିଁ । ଶୈଶବକୁ ଚାପି ଦେଇ ପିଲାର ଭବିଷ୍ୟତ କ’ଣ ସତରେ ସୁଦୃଢ଼ ହୋଇ ପାରିବ । ଏ ସବୁ ପ୍ରଶ୍ନ ମୋ ଭିତରେ ଉଙ୍କି ମାରିବାର କାରଣ ମୋ ଭିତରେ ବି ଗୋଟେ ଛୋଟ ପିଲା ଅଛି ।


Rate this content
Log in

Similar oriya story from Inspirational