Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମେଘ ସେପାଖେ
ମେଘ ସେପାଖେ
★★★★★

© ସତ୍ୟବତୀ ସ୍ୱାଇଁ

Others

4 Minutes   219    48


Content Ranking

   

ମନ ଉଡୁଥିଲା ମେଘ ସେପାଖେ । ମଧ୍ୟାହ୍ନ ଖୋଜୁଥିଲା କଅଁଳ ଖରାର ଧାସ । ଭାବନା ମାନେ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ସତେକି ଦୌଡୁଥିଲେ ।

             ବାରମ୍ବାର ଘଣ୍ଟାକୁ ଅନାଉଥିଲି ମୁଁ । ଓଃ ! କେତେବେଳେ ଆସିବ ମୋ ପାଳି ? ଜଣଙ୍କ ନାମ ଡକା ହେଲା ପରେ ମୁଁ ଆଶ୍ୱସ୍ତ ହେଉଥିଲି-ହଁ ଜଣେ କମିଲେ, ମୁଁ ଆଉ ଟିକେ ଆଗେଇ ଗଲି । ପଛକୁ ଫେରି ଚାହୁଁଥିଲି ଆହୁରି ଏତେ ଜଣ !

                 ଅପେକ୍ଷା ମୋତେ ସହ୍ୟ ହେଉ ନଥିଲା । ବହୁତ ଭିଡ ଥିଲା ଡାକ୍ତର ଚଣ୍ଡୀ ଦାସଙ୍କ ଘରେ । +2 ଠାରୁ ମୁଁ ତାଙ୍କ ପାଖେ ମୋ ଆଖି ଚିକିତ୍ସା କରାଏ । ଏବେ ତ ଲାଗୁଛି ମୋ ହୃଦୟରେ ସ୍ପନ୍ଦନ ହୋଇ ମୋତେ ବଞ୍ଚାଇ ରଖିଥିବା ମୋ ଆତ୍ମା ,ଜୀବନ,ଜୀଇଁବା "ଲେଖା" ହୁଏତ ଆଉ ଦିନ କେଇଟାରେ ସମ୍ଭବ ହେବନି । କାରଣ ଆଖିଟି ସାଥ ଦେଉନି ଆଜିକାଲି ? ଭିଡ ମଧ୍ୟରେ ମୁଁ କିନ୍ତୁ ଅଧୈର୍ଯ୍ୟ ହୋଇ ପଡୁଥିଲି । ଯେହେତୁ ଅନେକ ଅନେକ ବର୍ଷ ପରେ ମୋର କିଛି ମୁହଁକୁ ଦେଖିବାର ଥିଲା ।

             ମନର ତୃଷ୍ଣା ପାଖେ ମୁଁ ଯେ ଅନ୍ଧ ହେବାକୁ ଯାଉଛି ସେ କଥା ଭୁଲି ଯାଇଥିଲି । କେବଳ ଗୋଟିଏ ଇପ୍ସିତ ମୁହୂର୍ତ୍ତର ଅପେକ୍ଷାରେ ଥିଲି ମୁଁ । ଆକ୍ତା ମାକ୍ତା ହେଉଥିଲି ଘଡି ଘଡି । ଆଖି ପରୀକ୍ଷା ସରିଲେ ମୁଁ ଯେ ଭେଟିବି ମୋ ବନ୍ଧୁ ମାନଙ୍କୁ କଥା ଦେଇଛି ! ସେମାନଙ୍କ ଘନ ଘନ ଫୋନ୍ ମୋତେ ଆହୁରି ବିଚଳିତ କରୁଥିଲେ ।

           ଅପେକ୍ଷା ଏତେ କଷ୍ଟ ! ଏମିତି ଯନ୍ତ୍ରଣା ଦିଏ ! ଆଖି ବୁଜି ଚେୟାରକୁ ଆଉଜି ମନେ ପକାଇଲି ସେଇ ମୁହଁ ମାନଙ୍କୁ ।

             ଅପେକ୍ଷାର ଅସହ୍ୟ ଯନ୍ତ୍ରଣା ଲାଘବ ହେଉଥିଲା କିଛି ମାତ୍ରାରେ । ଆରେ ବାଃ !! ଆଖି ଖୋଲିଥିବା ଯାଏ ସମସ୍ତଙ୍କର ଛାୟା ଛବି ଆଙ୍କୁ ଥିଲି ମନେ ମନେ;ମାତ୍ର ଏ କଣ ! ଆଖି ବନ୍ଦ କରିଦେଲା ପରେ ସବୁ ବନ୍ଧୁ ଯାହାର ରୂପ ଯେମିତି ଛାପି ହୋଇଛି ମୋ ହୃଦୟ କାନ୍ଥରେ ସମସ୍ତେ ଆସି ମୋ ପାଖେ ହାଜର !

         ମୁଦା ଆଖିର ଏତେ ପାୱାର ! ସମସ୍ତଙ୍କୁ ଗୋଟିଏ ଗୋଟିଏ ମନେ ପକାଉଥିବା ଭିତରେ ମୋ ପାଳି ଆସିଯାଇଛି । ଆଖିର ବିଭିନ୍ନ ଟେଷ୍ଟ ସରୁ ସରୁ ସନ୍ଧ୍ୟା ଛଅ ।

             ତରବରେ କ୍ଲିନିକରୁ ବାହାରି ସିଧା ଚାଲିଲୁ ଦୀପ୍ତି ଘର । ରାତି ପୁଣି ଆଗରୁ ଆଦୌ ଦେଖି ନଥିବା ତା ଘର ଖୋଜିବାରେ ଆମକୁ ଟିକେ ଅସୁବିଧା ହେଲା । ତେବେବି ପଚାରି ପଚାରି ତା ଫୋନ୍ ନିର୍ଦ୍ଦେଶ ଅନୁଯାୟୀ ପହଞ୍ଚି ଗଲୁ ମାତୃଭବନ ପାଖ ତା ଘର ଆଗେ ।

        ଦୁଇ ଜଣ ପରି ଦୀପ୍ତି ଓ ଗାୟତ୍ରୀ ଗେଟ ପାଖରେ ମୋତେ ଅପେକ୍ଷା କରିଥିଲେ । ଚିହ୍ନିବାରେ ଟିକେ ବି ଅସୁବିଧା ହୋଇ ନଥିଲା ଯଦିଓ ବହୁତ ଦିନର ବ୍ୟବଧାନ ଥିଲା ।

            ଛଡା ଛଡି ହୋଇଥିଲୁ କଅଁଳିଆ ସକାଳ ଖରାରେ । ଏବେତ ମଧ୍ୟାହ୍ନ । ଆଉ କେତୁଟା ଦିନ ପରେ କ୍ଲାନ୍ତ ଅପରାହ୍ନ ଛୁଇଁବ । ପଶ୍ଚିମ ଆକାଶକୁ ସୂର୍ଯ୍ୟ ନଇଁବ । କିଏ ଜାଣେ କେତେ ଜଣ ଦିଗବଳୟ ଛୁଇଁବେ ?

      କୋଳାକୋଳି ଆଦାନ ପ୍ରଦାନରେ ବିତି ଗଲା ପାଞ୍ଚ ମିନିଟ । ଆତିଥେୟତାରେ ପୋତି ପକାଉଥିଲା ଦୀପ୍ତି । ତା ପୁଅ ଚିକୁଟି ଭାରି ଅମାୟିକ । ସରଳ ମଧୁର, ଖାଲି କହୁଥିଲେ ଖା ଖା।

           କିନ୍ତୁ ସେମାନେ ଜାଣି ନଥିଲେ ପେଟରେ ନୁହେଁ ମୋ ମନରେ ଥିଲା ଅନେକ ଯୁଗର ଭୋକ-ସେମାନଙ୍କୁ ଦେଖିବାର ଛୁଇଁବାର,ହୃଦୟକୁ ବାଣ୍ଟିବାର । ସେଇତକ ହେବା ପରେ ପରେ ଶେଷ ହୋଇଯାଇଥିଲା ମୋ ଭୋକ । ଆଉ କି ଭୋକ ! ପେଟ ଅପେକ୍ଷା ମନର ଭୋକ ବେଶୀ ମାରାତ୍ମକ ।

           ତରବରରେ ଦୀପ୍ତି,ଗାୟତ୍ରୀ,ସହ ସୁଜିତ ଘର ଅଭିମୁଖେ ଯାତ୍ରା କଲୁ ଆମେ-ମୋ ମିଷ୍ଟର,ଚିକୁ,ଗାୟତ୍ରୀ ଓ ଦୀପ୍ତି । ସୁଜିତ ଅପେକ୍ଷା ତା ମିସେସ୍ କୁ ଦେଖା କରିବାର ଅଦମ୍ୟ ଅଭିଳାଷ ଥିଲା ମୋର ।

           ସେଠି ବି ଘର ପାଇବାରେ ସୂର୍ଯ୍ୟବିହାର ନିଶାମଣି ହଲପାଖ ଘର ଖୋଜୁ ଖୋଜୁ ଭୁଲ୍ ଗଳିରେ ପହଞ୍ଚି ଗଲୁ । ଆମକୁ ବାଟ କଢାଇ ନେଉଥିବା ଦୀପ୍ତି ଗାଡି ଚଳାଉଥିଲା ବୋଧେ ଶହେ ସ୍ପୀଡରେ । ଆମେ ତାକୁ ଫଲୋ କରି ପାରୁ ନଥିଲୁ ।

          ଆରେ ବାବାରେ ! ଏ ସହରୀ ଲେଡି ବାର୍ଡ ଏମିତି ଉଡନ୍ତି ରାତି ଆକାଶରେ ବି !

        ଶେଷରେ ପାଖ ପାଖି ସାତଟା ଚାଳିଶ ପରେ ପହଞ୍ଚିଲୁ ସୁଜିତ ଘରେ । ସୁଜିତ ଘରେ ସଜାଇ ରଖିବା ସାଇତି ରଖିବା କଳାଟି ମୋତେ ମୁଗ୍ଧ କଲା । ଛୋଟ ସଂଗ୍ରହାଳୟଟିଏ ସତେ ଅବା ଖୋଲିଛନ୍ତି । ବିଲୁପ୍ତ ହେବାକୁ ଯାଉଥିବା ଆମ ଅତୀତ ସଂସ୍କୃତି ହସୁଥିଲା ତା ଘରେ । ଜମିଦାରୀ ବାଡ଼ି ,ଜମିଦାରୀ ଫୋନ,ଖାନଦାନୀ ଲଣ୍ଠନ, କଳ ଗାଉଣା,ଆଗକାଳ ସାଇକେଲ,ବିଭିନ୍ନ ପୁରାତନ ବାଦ୍ୟ ବଂଶୀ ସମେତ,ଆହୁରି କେତେ କଣ କଳାକୃତି ।

        ଘର କହୁଥିଲା ଏମାନଙ୍କ ପୂର୍ବଜ ଖାନଦାନୀ ଜମିଦାରୀ ଥିଲେ । ଘରଠାରୁ ଆହୁରି ଚମତ୍କାର ଥିଲେ ଘରର ମଣିଷ ମାନେ ଭାରୀ ସେହ୍ନି ସେହ୍ନି।

'ବବି' ସୁଜିତ ମିସେସ୍ ମୋ ନୂଆ ବାନ୍ଧବୀ ସତ ସତିକା ଗୋଟେ ବବି ଡଲ୍ ଥିଲା । 'ରୁବି' ସୁଜିତ ସାନ ଭାଇର ମିସେସ୍ ମୋ ଗୋଡ଼ଠାରୁ ମୁଣ୍ଡ ଯାଏ କେବଳ ଚାହୁଁଥିଲେ ଏବଂ ଭାବୁଥିଲେ ଇଏ ସେଇ ମେଞ୍ଚେଡି !! ଯାହାକୁ ଦେଖିବା ପାଇଁ ଏତେ ପାଗଲାମୀ ! ଚା,ଆଟିଥେୟତା ଭିତରେ ଘଣ୍ଟା କହୁଥିଲା ଆଠ ହେଲା ଆଠ ହେଲା।

          ମୁଁ ତର ବର ହେଉଥିଲି ରାତି ଆଠଟା ବାଜିବ ଯେ ? ଆମେ ବାଇକ୍ ରେ ଜଗତତସିଂପୁର ଫେରିବୁ । ମୋ ପାଇଁ କିନ୍ତୁ ଗୋଟେ ବଡ଼ ସର୍ପ୍ରାଇଜ ଅପେକ୍ଷା କରିଥିଲା।

       ସୁଜିତ କହିଲା ଆଉ ଟିକେ ଅପେକ୍ଷା କର ଜଣେ ମହତରମା ତୋତେ ଦେଖା କରିବାକୁ ଆସୁଛନ୍ତି,ଯଦିଓ ତାର ଚିନ୍ତା ଥିଲା କି ଆମେ ଏତେ ଦୂର ଫେରିବାର ଅଛି ।

      ଗେସ୍ କଲି କିଏ ହେଇ ଥାଇ ପାରେ....ଆହୁତି !! ପରବିନ ! ନା ଝରଣା ! କାରଣ ଏମାନେ ମୋ ବେଷ୍ଟ ତାଲିକା ଅନ୍ତର୍ଭୂକ୍ତ ।

       ସମୟ ଗଡି ଯାଉଥିଲା । ରାତି ଗାଢ଼ରୁ ଗାଢ଼ତର । ସୁଜିତ କହୁନଥିଲା ଆସୁଥିବା ବନ୍ଧୁର ନାଁ । ରହସ୍ୟ ଉତ୍ସୁକତାକୁ ବଢ଼ାଏ । ବଢି ଯାଉଥିଲା ମନର ଆବେଗ । କିଏ ! କିଏ ହେଇଥାଇ ପାରେ ?

   ଅଧିକ ଡେରି ହେବାରୁ ଅପେକ୍ଷା ନକରି ଯିବାକୁ ବାହାରିଲି ଦୁଃଖ ମନରେ ସମସ୍ତଙ୍କ ଠାରୁ ବିଦାୟ ନେଇ । ମାତ୍ର ଶିଡିର ଶେଷ ପାହାଚରେ ଅପେକ୍ଷା କରିଥିଲା ମୋ ସର୍ପ୍ରାଇଜ୍ । ସେ ଆସୁଥିଲା ଧାଇଁ ଧାଇଁ । ସେ ପାଦ ପକାଉଥିଲା ଶିଡି ପ୍ରଥମ ପାହାଚରେ ଉପରକୁ ଯିବା ନେଇ ମୁଁ ଆସୁଥିଲି ତଳ ପାହାଚକୁ ଛୁଇଁବାକୁ ଫେରିବି ବୋଲି । ଦୀପ୍ତି,ଆହୁତି,ବବି,ରୁବି,ସମସ୍ତେ ବିଦାୟ ଦେବାକୁ ତଳେ । ମୁଁ ଶେଷ ପାହାଚ ଛୁଉଁ ଛୁଉଁ ଲୁଚିକି ଥିବା କେହି ଜଣେ ମୋତେ ଜାବୁଡି ଧରିଲା । ଓ ମାଇଁ ଗଡ଼ ଝରଣା ! ତୁ ଭୁବନେଶ୍ୱରରୁ ଆସି ଯାଇଛୁ?

        ଭାଷା କାହିଁ ! ସେ ମୁହୂର୍ତ୍ତକୁ ବର୍ଣ୍ଣନା କରିବାରେ ? ମୋ ହୃଦୟ ହିଁ କହିବ,ବୁଝିବ ସେ ଅଚାନକ୍ ଚମକେଇ ଦେବା ସମୟର ଆବେଗକୁ । ଝରଣା ମୋତେ ଧରିଥିଲା ଜାବୁଡି,ମୁଁ ଗୋଟା ପଣେ ଗାଧୋଉଥିଲି ଖୁସି ଝରଣାରେ ଡୁବା ମାରି ।

        ଗୋଟିଏ ରାତିର ଦୁଇଘଣ୍ଟା ମୋତେ ଆଣି ଦେଇଛି ଅସୁମାରୀ ଆନନ୍ଦ,ଅବ୍ୟକ୍ତ ଖୁସି,ଅଜସ୍ର ପୁଲକ । ଅଧିକ ଟିକେ ସମୟ ହୋଇଥିଲେ ଉପଭୋଗ କରି ହୋଇଥାନ୍ତା ଏଇ ନିରୋଳା ମୁହୂର୍ତ୍ତର ସ୍ୱାଦ ।

    ଅବଶୋଷ ରହିଗଲା ଆହୁତି,ପରବିନ,ସଂଯୁକ୍ତା,ପ୍ରଣୟିନୀ,ନନ୍ଦିନି,ମାମୁନି,ଅମୀୟ ଅନ୍ୟ କଟକ ଲୋକାଲ୍ ବନ୍ଧୁଙ୍କୁ ଦେଖା ନକରି ପାରିବାର।

         ଆଶା କିନ୍ତୁ କେବେ ନା କେବେ ମୋର ଅନ୍ୟ ସମସ୍ତ ବନ୍ଧୁଙ୍କ ସହ ଦିନେ ନା ଦେଖା ହେବ ଏମିତି ହଠାତ୍ । ମୋ ବନ୍ଧୁ ମାନଙ୍କ ଦେଖା,କୋଳା କୋଳି, ଆଲିଙ୍ଗନ ମୋତେ ଘୋଡାଇ ଦେଉଥିଲା ଆତ୍ମୀୟତାର ଚାଦର ଓ ଅନ୍ତରିକତାର ଉତ୍ତରୀ ।

           

         


ଝରଣା ଦୀପ୍ତି ସୁଜିତ

Rate the content


Originality
Flow
Language
Cover design

Comments

Post

Some text some message..