Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଘଡି
ଘଡି
★★★★★

© Manoj Kumar Panda

Tragedy

2 Minutes   410    19


Content Ranking

ଆଲାରମ ଘଡି'ର ଟିକ ଟିକ ଶବ୍ଦରେ ଧଡପଡ ହୋଇ ଉଠିପଡ଼ିଲା ଜୀବନ।ମୁହଁ ଉପରେ ଗମ ଗମ ହୋଇ ବୋହିଯାଉଥିଲା କେଇ ଠୋପା ଝାଳ। ମନ ଭିତରଟା କେମିତି ଗୋଟେ ଅସ୍ୱସ୍ତିକର ଅନୁଭବ ହେଉଥିଲା। ପାଖରେ ପଡିଥିବା ଗାମୁଛାରେ ମୁହଁକୁ ପୋଛି ବାପାଙ୍କର ସେହି ଶେଷ ସନ୍ତକ ଘଡିକୁ ଚାହିଁଲା ଜୀବନ। ସମୟ ପ୍ରାୟେ ୧୨ଟା ବାଜିବାକୁ ୫ମିନିଟ ଥାଏ ମନେ ପଡିଗଲା, ଅତୀତର ଡାଈରୀର ଧୂଳି ଧୂସର ହୋଇ ଯାଇଥବା ସ୍ମୃତିର କେଇଫର୍ଦ। 


ବାପା! କେବେ କାନ୍ଧରେ ବସି ତ କେବେ ଆଙ୍ଗୁଠିକୁ ଧରି ଏ ଦୁନିଆକୁ ପୁରା ଦେଖିବା ଆଗରୁ କଣ ପାଇଁ ଯେ ତାକୁ ଏକା କରି ଚାଲିଗଲେ, ହେଲେ ଗଲା ବେଳେ ଛାଡି ଯାଇଥିଲେ ସହରରୁ କିଣି ଆଣିଥିବା ସେହି ଘଡିଟିକୁ ଜୀବନର ଏହି ସଂଘର୍ଷ ସମୟ ପାଇଁ। ମନରେ ବାପାଙ୍କର ନୀତି ଆଦର୍ଶର କୁଟା କାଠିର ବସାଟିଏ ବାନ୍ଧି ଜୀବନ ଉଠିଲା। ବୋଉକୁ ଡାକିବାକୁ ସାହସ ନଥାଏ, ହେତୁ ପାଇଲା ଦିନଠୁ କେବେ ତାକୁ ବସିବାର କି କାହା ସହ ଟିକିଏ ବସି ଗପିବାର ଦେଖିନି। କେବଳ ଖଟି ଖଟି ନିଜର ଜୀବନ ଟାକୁ କଟେଇ ସାରିଲାଣି।ଆଉ ପ୍ରତୀଦାନରେ ପାଇଛି କେବଳ ସାଇପଡ଼ିଶାର ନିନ୍ଦା ଅପବାଦ।

'ବୋଉ', ଧିରେ ଡାକିଲା ଜୀବନ।

"କିଏ? ବନ କିରେ", ଧଡପଡ ହୋଇ ଉଠିପଡ଼ିଲା ବୋଉ।

"ଏତେ ସଅଳ ଉଠିପଡିଲୁ ଯେ, ଏ ମାଘ ମାସ ଜାଡ଼ରେ କୁଆଡେ ଯିବୁ?"

"ନାଇଁ ବୋଉ, ଆଜି ପରୀକ୍ଷା ଥିଲା ତ। ରାଉରକେଲା ଯିବି ବୋଲି ବହାରିଥିଲି, ଫେରିଲା ବେଳକୁ ଦୁଇ ତିନି ଦିନ ହେଇଯିବ।" 

"ବାପରେ ଏଇ ପରୀକ୍ଷାଟା ନାଦେଲେ ହେବନି? କାଲି ପରା ସୀମାକୁ ଦେଖିବାକୁ ସେମାନେ ଆସୁଛନ୍ତି।ତୁ ନରହିଲେ କେମିତି ସବୁ କାମ ହେବ କହିଲୁ। ମୋ ଧନଟା ପରା !"

"ବୋଉ! ସମସ୍ତଙ୍କ ଭଳି ତୋର କଣ ତୋ ପୁଅ ଉପରେ ଭରସା ନାହିଁ।", ଅଭିମାନ ଭରା କଣ୍ଠରେ କହିଲା ଜୀବନ।

"ଆରେ ପାଗଳା, ତୁ ତୋ ମୋର ଏଇ ବୁଢ଼ୀ ବୟସରେ ଏକମାତ୍ର ଅଶାର ଗଣ୍ଠିଲି, ତୋତେ ଭରସା କରିବିନି ତ ଆଉ କାହାକୁ କରିବି। ଦେଖ ତୁ ନ ରହିଲେ କଥାଟା ଅସୁନ୍ଦର ହେବ। ତା'ପରେ ଏ ଥଣ୍ଡାକୁ ମୋର ଇଶନ ଫୁଲିଆ ଟା ଟିକେ ବାହାରି ପଡିଛି, ମୁଁ ଏତେ ଗୁଡ଼ାଏ କୁଣିଆ ଙ୍କ କଥା ଏକା ବୁଝିପାରିବିନି।",

'କଣ ହେଇଛି ବୋଉ ତୋର?' ଧଡପଡ ହୋଇ ଜୀବନ ବୋଉର ହାତକୁ ଧରି ପକେଇଲା, ଦେଖିଲା ହାତ ଗୋଡ଼ ସବୁ ଫୁଲି ଯାଇଛି। 'ଔଷଧ ଖାଇଲୁଣି', ପଚାରିଲା ଜୀବନ।

'ଆରେ ବାୟାଟା, ଥଣ୍ଡାକୁ ଟିକିଏ କଣ ହେଇଯାଇଛି ସେ ଆପେ ଆପେ ଭଲ ହେଇଯିବ।

ଜୀବନ ବୁଝିପାରୁଥିଲା ବୋଉ ଔଷଧ ନଖାଇବାର କାରଣଟା, ହେଲେ ନିଜର ଅପାରଙ୍ଗମତାକୁ ସେ କାହା ଆଗରେ କେମିତି ବା ପ୍ରକାଶ କରିପାରନ୍ତା।


ବାସ ଜକେଇ ଆସୁଥିବା ଆଖିକୁ ଲୁଚେଇ ଫେରି ଆସିଲା ନିଜର ଖଟିଆ ଉପରକୁ ଜୀବନ। ଲାଗୁଥିଲା ସତେ ଯେମିତି ତା' ମନର ସାହସର ପାହାଡ଼ ଟାକୁ ଦୁଃଖର ଲିହାଣ ମୁନରେ କିଏ ଖୋଳି ପକାଉଥିଲା। ଓଃ! କି ଅସହ୍ୟ ଥିଲା ସେ ଶବ୍ଦ। ଜୀବନ କାନ୍ଦିବାକୁ ଚାହିଁ ବି କାନ୍ଦି ପାରୁନଥିଲା। ଠିକ ସେହି ସମୟରେ ଘଡିର ଟିକ ଟିକ ଶବ୍ଦ ତା'ର କାନରେ ବାଜିଲା। ମନେ ହେଉଥିଲା ବାପା କହୁଥିଲେ, "ଆରେ ଜୀବନ! ତୁ ପରା ମୋ ନୀତି ଆଦର୍ଶ ର କୁଟା କାଠିରେ ଗଢା, ଏତେ ଶୀଘ୍ର ଭାଙ୍ଗି ପଡ଼ିଲୁ।" ନିଜକୁ ଆଉ ସମ୍ଭାଳି ପାରିଲାନି ଜୀବନ, ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା, ବହୁ ଦିନର ସାଇତା ଲୁହ ଆଜି ବନ୍ୟା ହୋଇ ବୋହି ଯାଉଥିଲା ଜୀବନର ଗାଲ ଉପରେ।


ଲୁହ ଅପାରଙ୍ଗମତା ଗଣ୍ଠିଲି

Rate the content


Originality
Flow
Language
Cover design

Comments

Post

Some text some message..