Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Inspirational

2  

Amiya Bej

Inspirational

ନାଗିନ୍ ନାଗିନ୍

ନାଗିନ୍ ନାଗିନ୍

6 mins
7.6K


ରାତି ନ' ହେଲାଣି । ତରତର ହୋଇ ଫେରିଲା ବେଳେ , ମେଡିକାଲ ଛକରେ ପ୍ରସେସନ୍ । ଡିଜେ ସାଉଣ୍ଡରେ ଫାଟୁଛି କାନ । ବିଚରା ରୋଗୀ ମାନଙ୍କ କି' ଅବସ୍ଥା ନହେଉଥିବ ? ଅଗତ୍ୟା ଗାଡ଼ି ସାଇଡ୍ କରି ବୁଝୁବୁଝୁ , କଣ ନା ଖୁଦୁରୁକୁଣୀ ବିସର୍ଜନ ।

- ଇୟେ ତ ପୁରା ଝିଅପିଲାଙ୍କ ଠାକୁରାଣୀ । ଏଥିରେ ପୁଣି କଣ ଡିଜେ ? ପଚାରିଲି ଜଣକୁ ।

- କେଉ ଦୁନିଆରେ ଅଛନ୍ତି ? ଯୁଗ ଆସି କେଉଁଠି ହେଲାଣି । 

କେମିତି ଗୋଟେ ତାତ୍ସଲ୍ୟ କଲା ଲୋକଟା ମୋତେ ।

ସତକଥା , ପଛକୁ ଝିଅମାନଙ୍କର ପଟୁଆର । ଭାରି ଖୁସିରେ ସବୁ ।

ହଠାତ୍ ଡିଜେବାଲା ବାବୁ ବଜାଇଲା " ନାଗିନ୍ ନାଗିନ୍ "

ଝିଅଟିଏ ସତକୁସତ ନାଗସାପ ପରି ଭାଙ୍ଗିମୋଡି ହେଲା । ତା' ଦେଖାଦେଖି ଆଉ ପଲାଏ ସାପ ପରି ଅଙ୍ଗିଭଙ୍ଗି କରିବାକୁ ଲାଗିଲେ । ବାସ୍ ଚାଲିଲା ଗୋଟେ ରିତମତ୍ ସାପଖେଳ ! ରାସ୍ତାରୁ ଧୂଳି ଉଡୁଥିଲା । ପହିଲି ଝିଅଟା ତ ତଳେଗଡିପଡି ସାପଫଣା କାଢି ଫଅଁଫଅଁ ହେଉଥିଲା ! 

ପୁଅ ମାନେ ଏମିତି ହେବାର ଦେଖିଥିଲି । ଆଜି ମଉକା ମିଳିଛି ଝିଅଙ୍କୁ !!!

ଯା'ହେଉ, ବାଟକାଢି ଗାଡିଟିକେ ଆଗକୁ ନେବାରୁ , ଅନ୍ଧାରୁଆ ପାନଗୁମୁଟି କଡୁ ପାଟିଶୁଭୁଥିଲା । ଚାରିପାଞ୍ଚଟା ସାହିଟୋକା ଖଟି କରୁଥିଲେ । ଜଣେକିଏ କହୁଥିଲା -

- ପୁରା ନାଗ ପାଲଟି ଗଲେଣି । ଏଥର ଚାଲ ସାପୁଆକେଳା ମାନେ ।

ମୁଁ କିଛି ବୁଝିପାରିଲିନି । କିନ୍ତୁ କିଏ ଗୋଟେ ଲାଇଟ୍ ତାର ଟଣାଟଣି କରି ଜେନେରେଟରକୁ ଅସଜ କରିପକାଇଲା ବୋଧେ ...!!!

ଜୟ ମା ଖୁଦୁରୁକୁଣୀ

@ ଅମିୟ ବେଜ୍


Rate this content
Log in

Similar oriya story from Inspirational