Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବେଶ
ବେଶ
★★★★★

© Khiroda Biswal

Comedy Drama Fantasy

5 Minutes   7.1K    10


Content Ranking

ବେଶ

 

ରାଜଧାନୀରେ ଘର ଭଡା ମିଳିବା ବଡ କଷ୍ଟକର ବ୍ୟାପାର | କମ ବଜେଟରେ ଭଲ ଘର ପାଇବା , ଚନ୍ଦ୍ରରେ ଜମିକିଣିବା ଭଳି କଥା | ରାଜେଶର ଘର ବାଲେଶ୍ୱର, ରାଜଧାନୀରେ ଗୋଟେ ଏଟିଏମରେ ସିକିଉରୀଟି ଗାଡ଼ ଭାବରେ ନୂଆ ନୂଆ ଚାକିରୀ ପାଇଛି |ରାଜଧାନୀରେ କେହି ଚିହ୍ନା ଲୋକ  ନାହିଁ ଯାହାଘରେ ରାତିଟିଏ  ବି ରହିହବ | ସେହି ଅବସ୍ଥାରେ ଗୋଟିଏ ବ୍ୟାଗରେ ତାର ସବୁ ଲୁଗା , ଆଉ ସାର୍ଟିଫିକେଟ ଧରି ପଳେଇ ଆସିଛି ରାଜଧାନୀ ଭୁବନେଶ୍ୱର |

 

ଗୋଟିଏ ଦିନ ଲଜରେ ରହିଗଲା କିନ୍ତୁ ଆଉ ନୁହଁ | ଯେମିତି ହେଲେ ବ୍ୟବସ୍ଥାଟେ କରିବାକୁ ପଡିବ | ନହେଲେ ସାଙ୍ଗ ସାଥି ମାନଙ୍କଠାରୁ ଆଣିଥିବା ଧାର ଟଙ୍କା ସବୁ ଲଜରେ ଯିବ  |

 

ଏଟିଏମରେ ସିକୁରିଟି ଗାଡ଼ ଥିବା ରାଜେଶ କିନ୍ତୁ ଅଭିନୟରେ ରୁଚି ରଖେ | ତାର ରାଜଧାନୀ ଆସିବାର ମୁଖ୍ୟ ଉଦ୍ଦେଶ୍ୟ |  ସିନେମା କି ଟିଭିରେ ଟିକେ ବାହାରିବ | ଗାଁରେ ବହୁତ ଯାତ୍ରା , ନାଟକରେ ଅଭିନୟ କରିଛି | କଲେଜରେ ବି ସେ ବେଷ୍ଟ ଆକ୍ଟର ହେଇଥିଲା | ଆଲବମରେ ରୋଲ ଦବ କହି କିଏ କେତେ ତାପାଖରୁ ଲୁଟି ଖାଇଲେଣି ହିସାବ ନାହିଁ | କିନ୍ତୁ ବାବୁଙ୍କର ନିଶା ଯାଉନି |

 

କେତେବେଳେ ଓକିଲ ପୋଷାକ ପିନ୍ଧି ଫୋଟୋ , ତ କେତେବେଳେ ଡାକ୍ତର | କେତେବେଳେ ସନ୍ୟାସୀ  ତ କେତେବେଳେ ପାଗଳ  | ରାଜେଶର ମା କହେ ତୁ ବହୁରୂପା ହବୁ | ଗାଁ ଗାଁ ବୁଲି ବୁଲି ରୂପ ଦେଖେଇ ପେଟ ପୋଷିବୁ | ହଉ ହେଲା ଚୋରି ତ କରିବିନି | ଏମିତି କହି ମାକୁ ଚିଡେଇଦିଏ  ରାଜେଶ |

ବେଳେ ବେଳେ ସେ ଭାବେ ସତକୁ ସତ ସେ ବହୁରୂପା ହୁଅନ୍ତା | ହନୁମାନ ହୋଇ ଗଛ ଚଢନ୍ତା |

 

ପିଲାମାନେ  ଖୁସିରେ ତା ପଛ ପଛେ ଦଉଡୁଥାନ୍ତେ | କାଳୀ ବେଶ  ହୋଇ ବାହାରିଲେ ସେହି ପିଲାମାନେ ଭୟରେ  ଘର କୋଣରେ ଲୁଚିଯିବେ | ପ୍ଲାଷ୍ଟିକ ଜିଭକୁ ଦାନ୍ତରେ କାମୁଡି ଗାଁ ଦାଣ୍ଡରେ ତାଣ୍ଡବ କରନ୍ତା | ଦୁର୍ଗା , କୃଷ୍ଣ , ଅର୍ଦ୍ଧନାରେଶ୍ୱର କେତେ ବେଶ ହୁଅନ୍ତା |

 

କିନ୍ତୁ ସେ ସେମିତି କରିପାରେନା | ସେମିତି ହେଲେ ସେ ଗାଁରେ ରହିଯିବ ଲୋକ କଳାକାର  ଟେ ହେଇ | ତାକୁ ଆଗକୁ ଯିବାର ଅଛି , ବହୁତ ଆଗକୁ | ଯୋଉଦିନ ସେ ପ୍ରଥମେ ଟିଭି କି ସିନେମାରେ ବାହାରିବ | ଗାଁ ଲୋକଙ୍କ ଛାତି ଗର୍ବରେ ଫୁଲି  ଯିବ |

 

ସବୁ ହବ ଯେ ହେଲେ ଏବେ ଘର ଚିନ୍ତା | ରାଜଧାନୀ ରାସ୍ତାରେ ବୁଲୁଥାଏ କେତେ ଘର ମାଲିକଙ୍କ ସହ କଥା  ହେଲାଣି | ସିକୁରିଟି ବାଲାଙ୍କୁ କେହି ଘର ଦେବାକୁ ରାଜି  ନୁହଁ  | କେତେ ଟଙ୍କା ବା ଦରମା ପାଇବୁ ! ସେଥିରେ ରାଜଧାନୀରେ ଘର ନେଇ ରହିବୁ ? ବହୁତ ଲୋକ କଟାକ୍ଷ କରନ୍ତି | ସେଥିରେ ପୁଣି ରାଜେଶର ବେଶ ଯାହା | ମୁହଁରେ ଗୋପବନ୍ଧୁଙ୍କ ପରି  ଦାଢ଼ି , ନିଶ | ଲମ୍ବା ଲମ୍ବା ଛୁଟି ଫିଲିମ ଗୁଣ୍ଡାଙ୍କ ପରି ଚେହେରା | ସେଥିରେ କିଏ ତାକୁ ଭଦ୍ରଲୋକ ବୋଲି ଭାବିବ |

 

ଜୟଦେବ ବିହାର ଛକ ମଦଦୋକାନ ଗଳି | ଅତି ତଳିଆ ଅଞ୍ଚଳ | ବର୍ଷା ଦିନେ ସମୁଦ୍ର ପାଲଟିଯାଏ | ତଳ ଘରେ ରହିବାକୁ କେହି ରାଜି ନୁହଁ | ସେଇଠି ଟିକେ ଭିତରକୁ ରୁହନ୍ତି ଯୋଗେଶ୍ୱର ପଣ୍ଡା ଆଉ ତାଙ୍କ ପତ୍ନୀ | ଦୁଇ ମହଲା ଘର | ତଳ ମହଲା ଫାଙ୍କା ଅଛି | ଗୋଟିଏ ଶୋଇବାଘର , ଗୋଟିଏ ରୋଷେଇଘର , ଆଉ ଗାଧୁଆ ଘର ଫାଙ୍କା ଅଛି | ବାକି ଅନ୍ୟ ଘରେ ପଣ୍ଡା ଦମ୍ପତ୍ତି ତାଙ୍କ ଜିନିଷ ରଖି ତାଲା ଦେଇଛନ୍ତି |

ରାଜେଶକୁ ଦେଖି ବୁଢ଼ୀ ଅରାଜି ହେଲା | ଏଇଟା ଗୁଣ୍ଡା ବଦମାସ ଭଳି ଲାଗୁଚି | ପୁଅ ତୁମର ଆଧାର କାର୍ଡ ଅଛି ?

- ନା , ଭୋଟର କାର୍ଡ ଅଛି |

- ଥାନାକୁ ଯିବାକୁ ହେବ | ( ଥାନା କଥା କହି ବୁଢ଼ୀ ଡରେଇବାକୁ ଚେଷ୍ଟା କଲା )

- କାହିଁକି ?

- ଏବେ ସରକାର ନିୟମ କଲେଣି | ଯିଏ ଘରଭଡା ରହିବ ତାକୁ ଥାନାରେ ଦେଖେଇ ଆଣିବାକୁ ପଡିବ |

ରାଜେଶ ମନେ ମନେ ଭାବିଲା | ହଉ କିଛି ଅସୁବିଧା ନାହିଁ | ମୁଁ କଣ ଚୋରା ନା ଡାକୁ ଯେ ଥାନାକୁ ଡରିବି ?

ତଥାପି  ବୁଢ଼ୀ ରାଜି ନାହିଁ | ପଣ୍ଡା ବାବୁ ଏଥର ହସ୍ତକ୍ଷେପ କଲେ କହିଲେ " ଏବେ ପିଲାମାନେ ଦାଢ଼ି ନିଶ ରଖୁଛନ୍ତି ଏଇଟା ଷ୍ଟାଇଲ | ପିଲାଟା ଭଲ ଲାଗୁଚି | ରଖିଦେବା |

ହଉ ତୁମେ ଏଇଠି ରହିବ | ମାସକୁ ଭଡା ତିନି ହଜାର , ଇଲେକ୍ଟ୍ରିବିଲ ତୁମେ ଦବ | ସାଙ୍ଗ ସାଥି ଆଣିବେନି , ଝିଅ ଧନ୍ଦା କରିବନି | ଆମେ ବ୍ରହ୍ମଣ  ଲୋକ , ଛାତ ଉପରେ ମନ୍ଦିର ଅଛି | ବିଧର୍ମୀ ଲୋକଙ୍କୁ ଆଣିବେନି |

ସବୁ କଥାରେ ହଁ ଭରିଲା ରାଜେଶ |

-ହଉ ଯାଅ ବ୍ୟାଗ ରଖିଦିଅ | ଆଉ ଯାହା ଜିନିଷ ଅଛି ପରେ ନେଇ ଆସିବ |

 ପଣ୍ଡା ବୁଢା ତାଲା ଖୋଲିଲା | ରାଜେଶ କହିଲା - "ନା ମୋର ଆଉ କିଛି ସାମାନ ନାହିଁ | "

ବୁଢ଼ୀର ପୁଣି ସନ୍ଦେହ ହେଲା | ଗୋଟିଏ ବ୍ୟାଗ ଧରି ଆସିଛି | ପୁଣି ଜିନିଷକୁ ସାମାନ କହୁଛି | ଏ ପିଲା ନିଶ୍ଚୟ କିଛି ଲୁଚାଉଛି |''

ବୁଢା ତାଲା ଖୋଲି ଦେଇ ବୁଢୀକୁ ଡାକିଲା '' ଆସ ଉପରକୁ ''

 

ଏମିତି ଘର ଗୋଟେ ଖୋଜୁଥିଲା ରାଜେଶ | ଭୁବନେଶ୍ୱର ଭଳିଆ ଜାଗାରେ ତିନିହଜାରରେ କିଏ ଘର ଦବ ? ରାଜେଶ ତା ବ୍ୟାଗରୁ ଖୋଲିଲା ତା ଓକିଲ ପୋଷାକ , ଡ଼ାକ୍ତର ପୋଷାକ , ପୋଲିସ ପୋଷାକ , ସବୁକୁ ସାଇତି  କରି ଆଲଣାରେ ଥୋଇଲା | ଘରକୁ ସଫା କଲା |

 

ରାତିରେ ହୋଟେଲରେ ଖାଇ  ସୋଇ ଗଲା | ରାତିରେ ଭଲ ନିଦ ହେଲା , ସକାଳେ ଉଠିବା ପାଇଁ ଚିନ୍ତା ନାହିଁ | କାରଣ ପରଦିନ ତାର ଛୁଟି | ସେ ଭାବିଚି କିଛି ନିର୍ଦେଶକଙ୍କୁ ଭେଟିବ | କିଛି ନହେଲେ ଭୁବନେଶ୍ୱର ରେ ବହୁତ ନାଟକ ସଂସ୍ଥା ଅଛନ୍ତି , ତାଙ୍କୁ ଦେଖାକରି ନାଟକରେ ଅଭିନୟ କରିବା ପାଇଁ ଅନୁରୋଧ  କରିବ |

 

ସକାଳ ନ  କି ଦଶ ଭିତରେ ହବ | ନିଦରୁ  ଉଠି ନିତ୍ୟକର୍ମ ସାରି ଆଇନା ଆଗରେ ଛିଡା ହୋଇଥିଲା  ରାଜେଶ | ଏହି ଜାଗାଟା ହେଉଛି ତାର ସବୁଠୁ ପ୍ରିୟ ଜାଗା | ନିଜକୁ ନିଜେ ସେ ସବୁଦିନ ଦେଖେ ଆଉ ଖୁସି ହୁଏ | ଆଜିକିନ୍ତୁ ତାକୁ ଲାଗିଲା ସେ ଆଉ ଆଗ ଭଳି ଦେଖା ଯାଉନାହିଁ | ଦାଢ଼ି ନିଶ ପାଇଁ ସେ ବାନା ପିଲାଙ୍କ ଭଳି ଦେଖାଯାଉଛି | ପାର୍ଲର ଯାଇ ସାଇଜ କଲେ ହୁଅନ୍ତା ଯେ ବହୁତ ପଇସା ଖରଚ ହେବ | ଦରମା ମିଳିଲେ ଯିବା | ପୁଣି ଭାବିଲା ଦାଢ଼ି ନିଶ କାଟି ଦବ | ବ୍ରମହାନ ବେଶ ହୋଇ ବୁଢାର ମନ୍ଦିରକୁ ଯିବା | ବୁଢା ଖୁଶ ହେଇ ଯିବ |

 

ରେଜରରେ ବ୍ଲେଡ ଲଗେଇଲା | ଆଗେ ନିଶଟିକୁ କାଟିଦେଲା | ଆରେ ଇଏ କଣ ? ତା ମୁହଁ ଗୋଟେ କିମ୍ବୁତ କିମ୍ବାକାର ଦିଶିଲା | ସେ ଭାବିଲା  ଏମିତି ବେଶରେ ଗୋଟେ ଫୋଟୋ ନିଆଯାଉ | ମୁଣ୍ଡରେ ମୁସଲିମ ଟୋପିଟେ ପିନ୍ଧିଲା | ସେରବାନୀ  ଭଳି ଦେଖାଯାଉଥିବା ଢିଲା ପାଇଜାମାଟେ ପିନ୍ଧିଲା ଆଉ ଫୋଟୋ ଉଠେଇଲା | ଘର ଭିତରେ ଲାଇଟ ଠିକ ଆସୁନି |

ଘର ଆଗରେ  ଥିବା ଅଗଣା ଆଡକୁ ଗଲା | ତଳେ ଛିଡା ହୋଇ ଫୋଟୋ ଉଠେଇଲା ବେଳେ ଉପରୁ ବୁଢ଼ୀ ( ଘର ମାଲିକର ସ୍ତ୍ରୀ ) ଦେଖିଦେଲା |

 

ବୁଢ଼ୀ ରାଜେଶକୁ ଦେଖି ଚମକି ପଡିଲା | ଆଉ ଭାବିନେଲା ଇଏ ନିଶ୍ଚିତ ଆତଙ୍କବାଦୀ | ସେ ବ୍ୟାଗରେ ବମ ରଖିଥିଲା | ଆଜି ନିଜ ବେଶ ହେଇଚି , ଆଉ ଯାଉଛି କିଛି କାଣ୍ଡ କରିବ  | ସେ ଟିଭିରେ ଦେଖିଥିଲା ଆତଙ୍କବାଦୀ ମାନେ ଠିକ ଏମିତି ଦିଶନ୍ତି | ନିଜେ  ମରୀବ ଆଉ ବହୁତ ଲୋକଙ୍କୁ ମାରିଦେବେ | ବୁଢ଼ୀ ଭାବିଦେଲା ଆଜି ନିଶ୍ଚିତ ରେଳଷ୍ଟେସନ କି ବିମାନବନ୍ଦର ଟାର୍ଗେଟରେ ଅଛି | ସିଧା ଦୌଡିଲା ବୁଢା ପାଖକୁ | ବୁଢାକୁ ସବୁ ବୁଝେଇ କହିଲା | ମୁଁ ତୁମକୁ କହୁଥିଲି ନଜାଣି ନଶୁଣି ଲୋକଙ୍କୁ ରଖନୀ | ସିଏ କାଣ୍ଡ କରି ପଳେଇବ | ଆମେ ବୁଢ଼ାବୁଢ଼ୀ ଜେଲରେ ଚକି ପେଷିବା | ଶୀଘ୍ର ଚାଲ ତାକୁ ଧରିବା | ପୋଲିସକୁ ଫୋନ କର | ବୁଢା କିନ୍ତୁ ବିଶ୍ୱାସ କଲାନି | ବୁଢ଼ୀର ଜିଦରେ ତଳକୁ ଆସିଲା ରାଜେଶକୁ ଦେଖିବା ପାଇଁ |

 

ବୁଢ଼ୀ ବୁଢାକୁ ବୁଝେଇ ଡାକିବା ସମୟ ଭିତରେ ରାଜେଶ ଦାଢ଼ି କାଟି ଚୋଟୀକୁ ତିରୁପତି ବ୍ରାହ୍ମଣଙ୍କ ପରି ପଛକୁ ବାନ୍ଧି ଦେଇଥାଏ | ଦେହରେ ଗେରୁଆ  ଲୁଗା | ବେକରେ ଗେରୁଆ ଗାମୁଛା ପକାଉଥିଲା , କଲିଂବେଲ ବାଜିଲା | ରାଜେଶ କବାଟ ଖୋଲିଲା | ନନା ବେଶ ରାଜେଶକୁ ମାନୁଥିଲା |  ବୁଢ଼ୀ ରାଜେଶକୁ ଦେଖି କଣ କହିବା ବୋଲି ଚିନ୍ତା କରିବା ଆଗରୁ | ରାଜେଶ ବୁଢା ବୁଢ଼ୀଙ୍କ ପାଦ ଛୁଇଁ ନମସ୍କାର କଲା | ବୁଢା ଦେଖି ଖୁସି ହେଲା ଆଉ ବୁଢ଼ୀର ହାର୍ଟ ଆଟାକ ହେଉ ହେଉ ରହିଗଲା |

 

-କ୍ଷୀରୋଦ ବିହାରୀ ବିଶ୍ୱାଳ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ସୁବର୍ଣ୍ଣପୁର

ମୋ - ୯୪୩୯୯୮୭୬୭୫

 

 

 

ହଉ ତୁମେ ଏଇଠି ରହିବ | ମାସକୁ ଭଡା ତିନି ହଜାର ଇଲେକ୍ଟ୍ରିବିଲ ତୁମେ ଦବ | ସାଙ୍ଗ ସାଥି ଆଣିବେନି ଝିଅ ଧନ୍ଦା କରିବନି | ଆମେ ବ୍ରହ୍ମଣ ଲୋକ ଛାତ ଉପରେ ମନ୍ଦିର ଅଛି | ବିଧର୍ମୀ ଲୋକଙ୍କୁ ଆଣିବେନି | ସବୁ କଥାରେ ହଁ ଭରିଲା ରାଜେଶ |

Rate the content


Originality
Flow
Language
Cover design

Comments

Post

Some text some message..