Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sparshita Prisha

Tragedy

3  

Sparshita Prisha

Tragedy

ମମତା

ମମତା

3 mins
6.9K


କହନ୍ତି କାନ୍ଥ ବାଡ଼ର ବି କାନ ଥାଏ | ହୁଏତ ଆଖି ବି ଥାଏ | ସବୁ ଦେଖନ୍ତି ସେମାନେ !

ତେବେ କଣ ପାଟି ବି ଥାଏ ? ବୋଧ ହୁଏ ନା ! ସେଇଥିପାଇଁ ତ ଏମାନେ ଅନେକ ଘଟଣା ଦୁର୍ଘଟଣାର ମୂକ ସାକ୍ଷୀ ହେଇ ରହିଯାନ୍ତି ସିନା, କିନ୍ତୁ କେବେ କୋଉ ନ୍ୟାୟାଳୟରେ ଯାଇ ସାକ୍ଷୀ ହେଇ ପାରନ୍ତିନି| ଯଦି ପାରନ୍ତେ, ତେବେ ହୁଏ ତ ଗୋପନରେ ହେଉଥିବା ଅନେକ ପାପକର୍ମକୁ ପଦାକୁ ଆଣି ଦୋଷୀକୁ ଦଣ୍ଡ ଦେବାରେ ସହାୟ ହେଇ ପାରନ୍ତେ | ତେବେ ହୁଏ ତ ମମତାକୁ ବି ନ୍ୟାୟ ମିଳି ପାରନ୍ତା... |

କେତେ ଆଶା, କେତେ ସ୍ବପ୍ନ, ଆଖିରେ ଏକ ଅନନ୍ୟ ଖୁସୀର ଝଲକ ନେଇ ଆସିଥିଲା ସେ! ମୁଖମଣ୍ଡଳରେ ଦୈବିୟ ଜ୍ୟୋତି ଥିଲ | ଦେବୀଟେ ପରି ଦିଶୁଥିଲା ସେ | ସତେକି ହସ ଛଡ଼ା ଆଉ କୋଉ ଭାବକୁ ଚିହ୍ନି ନଥିଲା ତା ମୁଖଟି | ହାତରେ ତାର ଆଉ ଜଣକର ହାତ ଥିଲା | କେହି ଜଣେ ଖୁବ ଆପଣାର ନିଶ୍ଚୟ | ସେ ହାତ ଧରି ନିଜକୁ ଖୁବ ସୁରକ୍ଷିତ ମନେ କରୁ ଥିଲା ସେ | ପରସ୍ପରକୁ ଚାହିଁ ଦୁହିଁଙ୍କର ସ୍ମିତହାସ୍ୟରୁ ଜଣ ପଡୁଥିଲା ଦୁହେଁ ସ୍ୱାମୀ ସ୍ତ୍ରୀ | ତେବେ... ଏଠି କାହିଁକି?

କାରଣଟା ବୋଧହୁଏ ସେଇ ଯାହା ଏଠାକୁ ଆସୁଥିବା ସମସ୍ତଙ୍କର ଥାଏ |

ତେବେ ତାକୁ ଦେଖି ଲାଗୁ ନଥିଲା ସେ ସେମିତିକା ଝିଅ ବୋଲି | ତଥାପି... ଆସିଛନ୍ତି ଯେତେବେଳେ, ଆଉ ବା କଣ କାରଣ ହେଇ ପାରେ ?

ସେମାନେ ଅପେକ୍ଷା କଲେ | ଦୁହେଁ ଦୁହିଁଙ୍କୁ ଶାନ୍ତ୍ୱନା ଦେଉଥିଲେ | କିଛି ସମୟ ପରେ ଭିତରକୁ ଡାକରା ଆସିଲା | ଦୁହେଁ ଗଲେ | ଧଳା କୋଟଧାରୀ ଭଗବାନ ବସିଥିଲେ ଟେବୁଲ ପଛ ଚୌକୀରେ | ସେମାନେ ବି ବସିଲେ | କିଛି କଥା ହେଲେ | ତା ପରେ ଭଗବାନ ଜଣକ ତାକୁ ପରୀକ୍ଷା କଲେ | ଭଗବାନଙ୍କ ମୂଖରୁ ଫଳ ଶୁଣି ଦୁଇ ଟୋପା ଲୁହ ଝରିଗଲା ତା ଆଖିରୁ ଖୁସିରେ | ତା ମୁହଁରୁ ଆତ୍ମସନ୍ତୋଷ ସ୍ପଷ୍ଟ ବାରି ହେଇ ପଡୁ ଥିଲା |

କିନ୍ତୁ ତା ସ୍ୱାମୀଙ୍କ ଭାବ ଥିଲା ସମ୍ପୂର୍ଣ ଅଲଗା | ରୁକ୍ଷ ହୋଇ ସେ ଧଳା କୋଟଧାରୀ ଭଗବାନଙ୍କୁ କିଛି କହିଲେ |

ହଠାତ ତା ମୁହଁର ରଙ୍ଗ ବଦଳି ଗଲା ! ଆଖିରେ ତାର ଲୁହ ଥିଲା... ଖୁସିରେ ନାଚୁଥିବା ମନଟି ଅଚାନକ ଭୟରେ ଶିହରି ଉଠିଲା !

କାକୁତି ମିନତୀ କରିବାକୁ ଲାଗିଲା ସେ| ହାତ ଯୋଡ଼ି ନେହୁରା ହେଉ ଥିଲା ସେ| କେତେ ବେଳେ ସ୍ୱାମୀଙ୍କୁ ତ' କେତେ ବେଳେ ଧଳା କୋଟଧାରୀ ଭଗବାନଙ୍କୁ | ବାରମ୍ବାର ମନା କରୁଥିଲା | ସ୍ୱାମୀଙ୍କ ଗୋଡ଼ ଧରି କାନ୍ଦୁଥିଲା | କିନ୍ତୁ କେହି ଶୁଣିଲେନି |

କିଛି ସମୟ ପରେ ସବୁ ବନ୍ଦ ହେଇଗଲା | ଆଉ ନେହୁରା ହେଲାନି ସେ | ପୂର୍ବ ପରି ପରିସରଟି ଶାନ୍ତ ପଡ଼ିଗଲା | ଚୁପ ହେଇଗଲା ସେ | ହାର ମାନିନେଲା | ଖାଲି ତା' ଛାତି ତଳର କୋହକୁ ଚାପି ନ ପାରି ତୁହାକୁ ତୁହା ଗର୍ଜନ କରି ଚାଲିଥିଲା ସେ |

ସେ ବାହାରକୁ ଆସିଲା ବେଳକୁ ତା ମୁହଁର ସେ ହସ ଆଉ ନ ଥିଲା | କିଛି ହରେଇବାର ଦୁଃଖ ଲୁହ ହେଇ ବହି ବହି ଶୁଖି ସାରିବା ପରେ ପୁଣି ଥରେ ଆଖି କୋଣରେ ଉଙ୍କି ମାରୁଥିଲା | ମୁହଁରେ ହାରିଯାଇଥିବାର ଯନ୍ତ୍ରଣା ନେଇ ସେ ଦୋହଲା ପାଦରେ ଫେରୁ ଥିଲା |

ଏବେ ବି ତା' ହାତରେ ସେ ହାତ ଥିଲା | କିନ୍ତୁ ଏବେ ସେ ହାତର ସ୍ପର୍ଶରେ, ଶିହରି ଉଠୁଥିଲା ମମତା | ରୋମ ଟାଙ୍କୁରି ଯାଉଥିଲା ତା'ର | ସେ ବିଶ୍ୱାସ ଆଉ ନଥିଲା | ବିଶ୍ୱାସରେ ବିଷ ଦେଇଥିବା ମଣିଷଟିର ମୁହଁକୁ ଚାହିଁ ଆଉ ହସୁନଥିଲା ମମତା | ହସିପାରୁନଥିଲା ସେ !

ଘୃଣାରେ ମୁହଁ ଫେରେଇ ନେଲା | ଲାଗୁଥିଲା ଯେପରି ମୁର୍ଦାରଟେ ଚାଲି ଯାଉଛି |

ସାମାନ୍ୟ ଗୋଟେ କ୍ରୋମୋଜୋମର ଅଭାବ ଯେ ତା' ମାତୃତ୍ୱକୁ ଛଡ଼ାଇ ନେବ, ତା ହୁଏତ କେବେ ଭାବି ନଥିଲା ମମତା|

ସବୁ ଦେଖିଲେ ସେମାନେ | କିନ୍ତୁ କିଛି କହି ପାରିଲେନି | ତାଙ୍କ ମନରେ ସେଇ ଗୋଟାଏ ପ୍ରଶ୍ନ, ମାତୃତ୍ଵ ବିନା ମମତା ମୁର୍ଦାର ନୁହଁ ତ' ଆଉ କଣ ?


Rate this content
Log in

More oriya story from Sparshita Prisha

Similar oriya story from Tragedy