Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Tragedy Drama

3  

Prakash Sahoo

Tragedy Drama

ପ୍ରେମ ଫଲ୍ଗୁ

ପ୍ରେମ ଫଲ୍ଗୁ

4 mins
7.3K


ମୋର ବିବାହ ଉତ୍ସବରେ ପ୍ରଧାନ ଅତିଥି ହୋଇଥିଲା ସୁଚିସ୍ମିତା । ସୁଚିସ୍ମିତା ମୋର ବାଲ୍ୟାବନ୍ଧୁ,ସହପାଠୀନି । ମୁଁ ମାମୁଁ ଘରେ ରହି ପଢ଼ିବା ସମୟରେ ତା ସହିତ ମୋର ବନ୍ଧୁତା ଘନିଷ୍ଠ ହୋଇଥିଲା । ମୋ ମାମୁଁଘର ଗାଁ ଠାରୁ ଦୁଇ କୋଷ ଦୂରରେ ତାଙ୍କ ଗାଁ । ଆଜି ପିଲା ଦିନର କଥା ମନେ ପଡେ । ଦୁହେଁ ଏକା ସାଙ୍ଗରେ ଖେଳୁ,ଖାଉ,ସ୍କୁଲକୁ ଯାଉ । ରାଗରୁଷା,ହସକାନ୍ଦ,ମାନ ଅଭିମାନ ଭିତରେ ଦିନ କଟେ । ଆମର ବନ୍ଧୁତା ହୁଏ ଘନିଷ୍ଠରୁ ଘନିଷ୍ଠତର । ସୁଚିସ୍ମିତା ବଡ ଅଭିମାନିନୀ ଓ ଲଜ୍ୟାସିଳ । ତା ମନ କଥା ଜାଣିବା ଯେପରି କଷ୍ଟକର,ଗମ୍ଭୀର ମୁଖଭଙ୍ଗୀ ଥଉରାଇବା ସେହିପରି ଦୁଃସାଧ୍ୟ । କଲେଜ ଜୀବନରେ ମୋ ବ୍ୟତୀତ ସେ ଅନ୍ୟ କାହା ସାଙ୍ଗରେ ପ୍ରାୟ ମିଳାମିଶା କରେନା ।ଶ୍ରେଣୀର ଭଲ ଛାତ୍ରୀ ହିସାବରେ ସେ ସମସ୍ତଙ୍କ ଠାରୁ ପ୍ରଶଂସା ଓ ସମ୍ମାନ ଦାବି କରେ। ପୁଣି ରୂପସୀ ତରୁଣୀ ହିସାବରେ ରୂପର ଗର୍ବ ତ ତାର ରହିବା ସ୍ୱାଭାବିକ ।ସୁଚିସ୍ମିତା ମୋତେ ପ୍ରକୃତରେ ଭଲ ପାଏ ,ଏହା ମୁଁ ସବୁବେଳେ ଅନୁଭବ କଲେ ମଧ୍ୟ ସମ୍ପୂର୍ଣ ବିଶ୍ୱାସ କରି ପାରେନା। ବ୍ୟବହାରରୁ ମୋ ପ୍ରତି ତାର ଗଭୀର ଆକର୍ଷଣର ସୂଚନା ମିଳିଲେ ମଧ୍ୟ ସେ ବରାବର ମୋ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ। ସେଥର ଦଶହରା ଛୁଟିରେ ସୁଚିସ୍ମିତା ସହିତ ହସଖୁସିରେ ଦିନ ଗୁଡିକ ଅତି ଛନ୍ଦ ମଧୁର ଭାବେ କଟି ଯାଉଥାଏ। ଦିନେ ଅକସ୍ମାତ ଆସି ମୋତେ କହିଲା-ପ୍ରକାଶ ଭାଇ,ବୋଉ କାହିଁକି ତୁମକୁ ଡକାଇଛି। ସଞ୍ଜବେଳେ ଆମ ଘର ଆଡ଼େ ଟିକେ ଆସିବ। ତାର ସ୍ଵଭାବ ,ସୁନ୍ଦର,ଗମ୍ଭୀର ମୁଖରେ ସ୍ମିତ ହାସ୍ୟଟିଏ ଫୁଟାଇ ସୁଚିସ୍ମିତା ମୋତେ ଏକ ନିମନ୍ତ୍ରଣ ଦେଇଗଲା। ମୁଁ ଗଲି,ଦଶହରା ପାଇଁ ଏକ ବିରାଟ ଭୋଜିର ଆୟୋଜନ ହୋଇଛି। ସେଦିନ ମାଉସୀଙ୍କ ବ୍ୟବହାରରେ ଟିକିଏ ନୂତନତ୍ୱ ଲକ୍ଷ୍ୟ କଲି। ସୁଚିସ୍ମିତା ଓ ମୁଁ ଦୁହେଁ ସାଙ୍ଗରେ ଖାଇଲୁ। ମାଉସୀ ପରସି ଦେଲେ। ଖିଆପିଆ ଶେଷରେ ମୁଁ ଡାକିଲି-ସୂଚୀ,ବଡ ଗରମ ହେଉଛି। ଛାତ ଉପରେ ଟିକିଏ ବୁଲିଆସିବା, ଆ।ସୁଚିସ୍ମିତା ଟିକିଏ ଇତସ୍ତତଃ ହୋଇ କହିଲା-ନା ପ୍ରକାଶ ଭାଇ,ବୋଉ ଦିନ ସାରା କାମ କରି କରି ଥକିଗଲାଣି,ମୁଁ ତାକୁ ଟିକିଏ ସାହାଯ୍ୟ କରେ। ରାତି ହେଲାଣି ତମେ ଏବେ ଘରକୁ ଯାଅ। ହତାଶାର ଦୀର୍ଘ୍ୟଶ୍ୱାସ ପକାଇ ଫେରି ଆସିଲି। ସେ ଥର ମୋ ଆଲବମ ଭିତରେ ମୋର ଖଣ୍ଡିଏ ନୂଆ ଫଟୋ ଦେଖି ସୁଚିସ୍ମିତା କହିଲା-ଏଇଟିକି ମୋର ଭାରି ଲୋଭ ହେଲାଣି। ପ୍ରକାଶ ଭାଇ,ଏହାର ଖଣ୍ଡିଏ କପି ମୋତେ ଦେବ? ହସି ହସି ଉତ୍ତର ଦେଲି-ଦେବୀ ଯେ,ତା ବଦଳରେ ତୁ ମୋତେ କଣ ଦେବୁ କହ? ଦେବୀ ମୋର ଖଣ୍ଡିଏ ସୁନ୍ଦର ଫୋଟୋ।

ମୁଁ ମଥା ହଲାଇ ନାହିଁ କଲି-ଉହୁଁ,ତା ମୋର ଦରକାର ନାହିଁ। ଆଜି ମୋର ଗୋଟିଏ କଥା ରଖିବୁ ସୂଚୀ,ପିଲା ଦିନ କଥା ତୋର ମନେ ପଡେ ? ସାଙ୍ଗ ହୋଇ କେତେ ଖେଳନ୍ତି,କେତେ ସେହି ସବୁଜ ଆମ୍ବ ତୋଟା ଆଡେ ବୁଲି ଯାଆନ୍ତି,ରଜରେ ଦୋଳି ଖେଳନ୍ତି। ଆଜି ଚାଲ,ବହୁଦିନ ପରେ ଥରେ ସେହି ଆଡେ ବୁଲି ଆସିବା। ସେ ସଙ୍ଗେ ସଙ୍ଗେ କହିଲା-ନାହିଁ ପ୍ରକାଶ ଭାଇ,ମୋତେ ଆଜି ମାଫ କର। ମୁଁ ଯାଆନ୍ତି ଯେ,କିନ୍ତୁ ସଖାଳୁ ମୋ ଦେହ ଖରାପ ଅଛି,ଘୋଳାବିନ୍ଧା ହେଉଛି।ଅଥଚ ସେତେବେଳକୁ ଦୀର୍ଘ ଅଢେଇ ଘଣ୍ଟା ଧରି ଆମର ଚେସ ଖେଳ ସରିଥାଏ। ମୁଁ ଅଧିକ ଦୂର ଅଗ୍ରସର ନ ହୋଇ ନିରବ ରହିଲି। ଏହି କଣ ତରୁଣୀ ତନ୍ୟୁ ସୁଚିସ୍ମିତା,ଯୌବନର ସକଳ ଆବେଦନ କଣ ତା ନିକଟରେ ନିରଥର୍କ, ହାୟ,ରୂପର ବିପୁଳ ସମ୍ଭାର ସହ ହୃଦୟର ନିଖିଳ ଆବେଗ ଘେନି ଚଳ ଚପଳ ଗିରି ନଦୀଟି ବହି ଚାଲିଛି, କିନ୍ତୁ ଲକ୍ଷ୍ୟ ତାର କଣ-ଏପର୍ଯ୍ୟନ୍ତ ଠିକ କରି ପାରିନି। ଦୀର୍ଘ ଦୁଇ ବର୍ଷର ସଧର୍ଯ୍ୟ ପ୍ରତିକ୍ଷା ପରେ ମୁଁ ଦିନେ ମନେ ମନେ ଠିକ କରିନେଲି-ଆଉ ମରୀଚିକା ପଛରେ ଧାଇଁ କିଛି ଲାଭ ନାହିଁ। ଏଥର ମୋତେ ଅନ୍ୟ ପନ୍ଥା ଗ୍ରହଣ କରିବାକୁ ହେବ। ସେଦିନ କଥା ପ୍ରସଙ୍ଗରେ କହିଲି-ଆଜି ସନ୍ଧ୍ୟାରେ ଖେଳିବା ପାଇଁ ଆସିବୁ ନି ସୂଚୀ। ମୁଁ ବାହାରକୁ ଯିବି। ମୋର ଏକ ନିମନ୍ତ୍ରଣ ଅଛି-ତମ କଲେଜର ନିରୂପମା ପ୍ରଧାନକୁ ଜାଣିଥିବୁ-ତାଙ୍କରି ଘରେ। ସୁଚିସ୍ମିତା ଆଚର୍ଯ୍ୟ ହେଲା,ତଥାପି ମୁହଁରେ ହସ ଫୁଟାଇ କହିଲା-ଅକସ୍ମାତ ନିମନ୍ତ୍ରଣର ଉଦେଶ୍ୟ? ନାହିଁ ମ କେତେଦିନ ହେଲା ଆମର ତାଙ୍କରି ସମ୍ବନ୍ଧ ପଡିଛି କି ନା,ଏହି ବୋଧ ହୁଏ ତାହାରି ଉପକ୍ରମିକା। ହଠାତ ସୁଚିସ୍ମିତାର ମୁଖଭଙ୍ଗୀ ବଦଳିଗଲା।ବୋଧହୁଏ ମୋ ମୁହଁରୁ ଏପରି ଏ କଥା ଶୁଣିବ ବୋଲି ଆଶା କରିନଥିଲା ବିଚାରି। ଅସ୍ଥିରତା ବଶତଃ କଣ କହିବ କିଛି ଠିକ ନ କରି ପାରି ତଳକୁ ମୁହଁ ପୋତି ଦେଲା। ମାତ୍ର ସଙ୍ଗେ ସଙ୍ଗେ ନିଜକୁ ସ୍ୱାଭାବିକ ପରିସ୍ଥିତି ମଧ୍ୟକୁ ଫେରାଇ ଆଣି ଉତ୍ଫଫୁଲ ହେଲା ପରି କହିଲା-ବାଃ ବଡ ମଜା କଥା !ଏ ଶୁଭ ଉପକ୍ରମିକା ସଫଳ ହେଉ। ମୁଁ କଟକଚଣ୍ଡୀଙ୍କୁ ଡାକୁଛି। କିନ୍ତୁ ଭୋଜିଟା ଯେପରି ବିରାଟ ଆକାରର ହୁଏ ପ୍ରକାଶ ଭାଇ,ମୁଁ ତେଣୁ ପେଟ ସଫା କରି ଆସିଥିବି। ତୁ ନିହାତି ପେଟୁ ସୂଚୀ। ତୁ ଜାଣିଛୁ 'ଭୋଜନେ ଇତରଃ ଜନା' । ତମ ବିବାହରେ ଆମେ ଇତର ଜନ ବିନା ଆଉ ଅଧିକା କଣ ହୋଇ ପାରିବୁ ପ୍ରକାଶ ଭାଇ? ସୁଚିସ୍ମିତାର ସ୍ୱର କରୁଣ। ଏହିପରି ଉପରେ ଉପରେ କଥାଟା ସେଦିନ ଉଡିଯାଇଥିଲା। ତା ପରେ ଅକସ୍ମାତ ସୁଚିସ୍ମିତା ପାଇଲା ମୋ ବିବାହର ନିମନ୍ତ୍ରଣ। ସେ ଦିନ ତା ମନରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଥିବ ଜାଣେନା। ତଥାପି ସଙ୍ଗେ ସଙ୍ଗେ ସେ ମୋ ପାଖକୁ ଦଉଡି ଆସି ସାହାଯ୍ୟ ବଦନରେ ମୋତେ ଅଭିନନ୍ଦନ ଜଣେଇ ଗଲା । ତା ପରେ ମଙ୍ଗନ ଅଧିବାସ ଠାରୁ ବିବାହ ଶେଷ ପର୍ଯ୍ୟନ୍ତ ସେ ଆମରି ଘରେ ରହି ଅତିଥି ଚର୍ଚ୍ଚା,ଭୋଜି ବ୍ୟବସ୍ଥା ପ୍ରଭୃତି ବିବାହର ନାନାଦି କାର୍ଯ୍ୟରେ ଆମକୁ ସାହାଯ୍ୟ କଲା।ଜାଣି ପାରିଲି ମୋ ବିବାହରେ ଯେପରି ସେ ତିଳେ ହେଲେ ଦୁଃଖିତ ନାହିଁ। ପହିଲି ରାତିର ମଧୁଶଯ୍ୟାର ସମସ୍ତ ବ୍ୟବସ୍ଥା କରିସାରି ପାଖଘରକୁ ଶୋଇବା ପାଇଁ ଚାଲିଗଲା। ନିରୂପମାକୁ ପାଇ ସେଦିନ ମୁଁ ସୁଖୀ ଥିଲି କି ଦୁଃଖୀ -କହି ପାରିବି ନାହିଁ। ମଧୁଶଯ୍ୟା ରାତି ଭୋର ହେବା ମାତ୍ରେ ମୁଁ ବିଛଣାରୁ ଉଠିଗଲି। କାହିଁକି କେଜାଣି ଗୋଟିଏ ଖିଆଲରେ ପଶିଗଲି ସୁଚିସ୍ମିତା ଶୋଇବା ଘରକୁ। ସେଠାରେ ଯାହା ଦେଖିଲି ତାକୁ ଦେଖି କୌଣସି ଲୋକ ସହି ପାରିବ ନାହିଁ। ସୁଚିସ୍ମିତା ରାତି ସାରା ବିଛଣାରେ ପଡି କାନ୍ଦୁଛି। କାନ୍ଦି କାନ୍ଦି ଆଖି ଯୋଡ଼ାକ ତାର ଫୁଲି ଯାଇଛି,ସଜ୍ଜିତ କେଶ ରାଶି ହୋଇପଡିଛି ବିପର୍ଯ୍ୟସ୍ଥ। ମୋତେ ଦେଖି ସେ କଇଁ କଇଁ ହୋଇ କାନ୍ଦି ଉଠିଲା ଏବଂ କହିବାକୁ ଲାଗିଲା ପ୍ରକାଶ ଭାଇ ମୋ ପାଖକୁ ଆଉ କାହିଁକି ଆସିଲ ? ତମେ ଏଠୁ ଯାଅ, ତମେ ଏଠୁ ଯାଅ ପ୍ରକାଶ ଭାଇ...ସେ ଆଉ କହି ପାରିଲା ନାହିଁ କାନ୍ଦି କାନ୍ଦି ତକିଆ ଭିତରେ ମୁଣ୍ଡ ଗୁଂଜି ଦେଲା। ମୁଁ ପାଖରେ ବସି ପ୍ରବୋଧନା ଦେଲି ଏବଂ ତାର ଆଖିରୁ ଲୁହ ପୋଛି ଦେଉ ଦେଉ କହିଲି-ମୁଁ ଯଦି ତୋ ମନରେ କଷ୍ଟ ଦେଇଥାଏ ମୋତେ କ୍ଷମା ଦେ ! ତମେ କ୍ଷମାର ପାତ୍ର ନୁହେଁ ପ୍ରକାଶ ଭାଇ। ତମେ ଅତି ନିଷ୍ଠୁର। ନାରୀ ମନ ବୁଝେନା,ତମେ ଭାରି....ଥାଉ,ଥାଉ ସୂଚୀ ! ମୋର ସବୁ ଦୋଷ କିନ୍ତୁ ବର୍ତ୍ତମାନ ଉପାୟ କଣ କହ ସୁଚିସ୍ମିତା? ଜୀବନରେ ତମେ ସୁଖୀ ହୁଅ ପ୍ରକାଶ ଭାଇ । ତମେ ଯାଅ ,ମୋତେ ଭୁଲିଯାଅ ! ମୁଁ ଚିର ଦିନ ଝୁରି ଝୁରି ମରେ। ପଣତକାନିରେ ଲୁହ ପୋଛି ସୁଚିସ୍ମିତା ଉଠି ସେ ଘରୁ ଚାଲିଗଲା । ମୁଁ ନିର୍ବାକ ନିରୁପାୟ ବ୍ୟଥାତୁର ଭାବେ ବାହାରକୁ ଚାହିଁ ରହିଲି।ଉଷାର ଆଲୋକ ଧୀରେ ଧୀରେ କକ୍ଷ ଭିତରେ ପ୍ରବେଶ କରୁଥିଲା।

ପ୍ରକାଶ ସାହୁ।


Rate this content
Log in

Similar oriya story from Tragedy