Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arabinda Acharya

Others

2  

Arabinda Acharya

Others

ଶୀତ

ଶୀତ

2 mins
7.5K


ନଭେମ୍ବର ମାସରେ ଟିକେ ବେଶୀ ଶୀତ ଅନୁଭୂତ ହୁଏ । ଏକଥା ଜାଣି ମଧ୍ୟ ରାଜୁ ନିଜ ଶୀତ ପୋଷାକ ନ ପିନ୍ଧି ବୀର ଦର୍ପରେ ବାହାରି ଗଲା ବରଯାତ୍ରୀ ହେଇ । ତା ସାଙ୍ଗ ବିନୋଦର ଭାଇ ବାହାଘର । ତରତରରେ ନଗଲେ ଭଲ ଗାଡ଼ିରେ ଭଲ ସିଟଟେ ମିଳିବନି । ତା ଭାଗ୍ୟ ଭଲ, ତା ମନମୁତାବକ ସିଟ ମିଳିଗଲା । ସିଏ ଯେଉଁ ଗାଡି ଟିରେ ବସିଛି, ସମସ୍ତେ ଶୀତରୁ ରକ୍ଷା ପାଇବା ଡ୍ରେସ ପିନ୍ଧିଥାନ୍ତି ।

ଗାଡି ଚାଲିଛି । ସନ୍ଧ୍ୟା ଯାଇ ରାତି ହେଲା ।ବାଟରେ କେମିତି କୋଉଠି ଗାଡି ସବୁ ରହୁଥାଆନ୍ତି । ଚା ପିଇ ଶୀତ କମେଇବା ପାଇଁ ।ପୁଣି ଗାଡି ଚାଲେ । ରାଜୁର ଗାଡିଟି ପୁରା ପଛରେ । ସବୁଗାଡି ଆଗେ ଆଗେ ଛୁଟି ଥାଆନ୍ତି।ରାତିରେ ଗାଡି ଭିତରେ ସମସ୍ତେ ଶୋଇଲେଣି । ରାଜୁକୁ ଶୀତ ଲାଗିଲା ।କଣ କରିବ ଭାବୁଛି ।ଏମିତି ହେଇ ହେଇ ଗାଡି ଚାଲିଛି ।

ରାତି ପ୍ରାୟ 3ଟା । ଗାଡ଼ିଟି ଷ୍ଟାଟ ହାଠାତ ବନ୍ଦ ।ଗାଡି ଗୋଟେ ସହର ବାହାରକୁ ବାହାରୁ ଥିଲା । 10 କିଲୋମିଟର ପାଖା ପାଖି ପଳେଇ ଆସିଥିଲା । ଡ୍ରାଇଭର ଗାଡ଼ିକି ଚେକ କଲା । କହିଲା ଲିଫ୍ଟରେ ସହର ଭିତରକୁ ଫେରି ମେକାନିକ ଆଣିବ । ରାଜୁକୁ ସାଙ୍ଗରେ ନେବାକୁ କହିଲା । ସମସ୍ତେ ବି ସେୟା କହିଲେ ।ଶେଷରେ ଗୋଟେ ଗାଡିକୁ ଲିଫ୍ଟ ମାଗି ଦୁହେଁ ବସି ସହର ଆଡ଼କୁ ଗଲେ । ରାଜୁକୁ ଶୀତ ଅନୁଭୂତ ପ୍ରବଳ ବେଗରେ ହେଉଥାଏ । ଦାନ୍ତ ଖଟଖଟ ହେଉଥିଲା ।

ବାଟରେ ସହର ଭିତରକୁ ପଶିଲାବେଳକୁ ରାଜୁ ଦେଖିଲା ସ୍ୱାମୀ ରାମଦେବଙ୍କ ନିଶୁଳ୍କ ଯୋଗ ଶିବିର ପଡିଛି । ଲୋକ ଆସିବା ଆରମ୍ଭ ହେଇ ଗଲାଣି । ସିଏ ଡ୍ରାଇଭରକୁ କହି ସେଠି ଓହ୍ଲେଇ ପଡିଲା । କହିଲା ଯେ ସେ ପରେ ଯିବ । ବହୁତ ଶୀତ ହେଉଛି । ଫେରିଲା ବେଳେ ତାକୁ ନେଇ ଯିବେ । ଡ୍ରାଇଭର ବି ହଁ ମାରି ଆଗକୁ ବଢ଼ିଲା ।

ରାଜୁ ସେଠାରେ ନିତ୍ୟକର୍ମ ସାରି ଶିବିରରେ ଯୋଗ ଦେଲା । ସ୍ୱାମୀ ଜି ଏତେ ଶୀତରେ ବି ଖାଲି ଦେହରେ ଯୋଗ ଶିକ୍ଷା ଦେଇ ଚାଲିଥିଲେ । କି ଆଦ୍ଭୂତ ଆକର୍ଷଣ । ସେ କହୁଥିଲେ, ଶୀତ ଅନୁଭୂତ ହେବ ନାହିଁ ଯଦି ଆମେ ନିଜ ଶରୀରରେ ଯୋଗ ଅଗ୍ନିର ମଜା ନେବା । ରାଜୁ ତାଙ୍କ ସହିତ ମିଶି ଯୋଗ ,ବ୍ୟାୟାମ କରି ଚାଲିଲା । ତା ଦେହରୁ ଝାଳ ବାହାରି ଆସିଲା । ରାଜୁ ଭାବୁଥିଲା, ଏଇଟା ହେଉଛି ଶୀତ । ଆମେ ତାକୁ ଡରିଲେ , ସେ ଆମକୁ ଡ଼ରେଇବ।


Rate this content
Log in