Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ରାଧେ ରାଧେ

ରାଧେ ରାଧେ

3 mins
6.9K


ରାଧେ ରାଧେ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

       ହଠାତ୍ ଆକାଶିଆ ବିଜୁଳି ପ୍ରେମକୁ ସମ୍ଭାଳି ନପାରି ବିଚରା ମୁଁ ହରିଦ୍ୱାରରେ ବାବାଙ୍କ ଓଲମ୍ ବିଲମ୍ ଆଶ୍ରମରେ ଶରଣ ପଶିଛି । କ’ଣ କହିବି ଅବା ଶ୍ରୀମତୀଙ୍କ କଥା ! ଘରଟାଯାକ ରାଜୁତି । ନାମକୁ ଖାଲି ରହିଯାଇଥିଲି ପତି । ଘରେ ରହିଲେ ଦୋଷ, ବାହାରୁ ଆସିଲେ ଦୋଷୀ । ଏମିତିଆ ଡାଆଣିଆ ନଜର ଖସୁ ପାଇଁ ଚନ୍ଦନ ଟିକା ଲାଗିଥିବା ବୋଦାକୁ କଞ୍ଚା ଗିଳିଯିବ । ଚାକର ନଆସିଲେ ତ ପୂରାପୂରି ହାଇ ବ୍ଲଡପ୍ରେସର୍ । ଗଧ ସମ ଏ ତୁଠରୁ ସେ ତୁଠକୁ ଦଉଡ଼ାଇଥାଏ । ଟିକିଏ ହଲଚଲ ହେଲେ ସାକ୍ଷାତ ରଣଚଣ୍ଡୀର ଦର୍ଶନ । ମୁଁ ତ ପିଲାଙ୍କ ଯୋଗୁଁ ଏଠି ବାନ୍ଧିହୋଇ ପଡ଼ିଛି । ନହେଲେ ତୁମ ଭଳିଆ କୁଲା ପାଛୁଡ଼ା ବେହେଲ ସାଥେ ଗୋଟାଏ ମୁହୂର୍ତ୍ତ ବି ବରଦାସ୍ତ କରିବା ଦ୍ରୌପଦୀର ବସ୍ତ୍ରହରଣ ଅପମାନ ସମ । ସତେ ଯେପରି ପିଲାଗୁଡ଼ାକ ବ୍ୟକ୍ତିଗତ ରେଜିଷ୍ଟ୍ରି ! ପଦେ କହିଦେଲେ ମାନବ ଅଧିକାର ହନନର ଦଫା ଲାଗିଯିବ । ଯଦି ଛୁଟିଦିନରେ ଦାଣ୍ଡ ନଡେଇଁବା ତ୍ରୁଟି କଲ, ଭାରତ-ପାକ୍ ସୀମାର ବାଘା ବର୍ଡର୍ ସମ ତୂରୀ ଫୁଙ୍କା । ହାତେହାତେ କଇଁଚି ଦାଢ଼ । ପଡ଼ୋଶୀ ବିଭୀଷଣ ଆଉ ତା ଭାରିଜା ମନ୍ଥରାର ଗୁଣଗାନ । ଦେଖ, କିପରି ଚାରିଚକା ଯାନେ ବସି ମହାନଦୀଠାରୁ କାଠଯୋଡ଼ି ନାପିଦେଉଛନ୍ତି ! ତୁମର ସେଇ ଭଟ୍ଟ ଅମଳର ଧତଡ଼ା ବଜାଜ ସ୍କୁଟର । ଦୁର୍ଭିକ୍ଷିଆ ନର ସମ ଦୃଷ୍ଟିଗୋଚର । ହମ୍ପ୍ସରେ ଥୁକୁଲ୍ ମାରିଲେ ଗଡ଼ାଣିରେ ଦମ୍ ନେଉଛି । ପ୍ରାୟତଃ ତା ମା’ ଚଣ୍ଡୀ ସାଙ୍ଗରେ ଫୋନ୍-ରେ କଥା ହୁଏ । ବୁଢ଼ୀଟାର ରାମନାମ ବୟସ ହେଲାଣି, ହେଲେ ଥୋବରା ଦୋଷ ଯାଇନି । କିପରି ପତିକୁ ପାନେ ଦେବାର ବଶୀକରଣ ମନ୍ତ୍ର ତା କାନେ ନିଆଁରେ ଘିଅ ଢାଳିଲା ପରି ଫୁଙ୍କିଦିଏ । ଏଇଟା ତ ସତକଥା ଯେ, ଯେଉଁ ଘରେ ନାରୀଙ୍କ ରାଜୁତି ଚାଲେ, ସେଠାରେ ପ୍ରେମ ତ ବହୁତ ଦୂରର କଥା, ହାଇ ଟେନ୍ସନ୍ ତାରର ଜାଲ ବିଛେଇ ହୋଇଯାଇଥାଏ । ଆଗରେ କୂଅ, ପଛରେ ଖାଇ । ନର ଜୀବଟି ପୂରାପୂରି ଗାଈ । କି ଦୋଷ କରିଥିଲା ସଂସାରୀ ହୋଇ, କେବଳ ଘୋଡ଼ାଦୌଡ଼ର ଧଇଁସଇଁ । ନିଜ ଅସ୍ତ୍ର ଯଦି ବୁମେରାଂ ସାଜଇ, ସୃଷ୍ଟିକର୍ତ୍ତା ବି ଉଦ୍ଧାର କରି ନପାରଇ । ହୃଦୟେ ହୃଦୟେ କାନ୍ଦଇ । ବିଶ୍ୱାସର ଚକଟି ସମ୍ପୂର୍ଣ୍ଣ ବ୍ରଷ୍ଟ୍ ହୋଇଯାଇଛି । ଷ୍ଟେପିନ୍ ଲଗେଇ ଗାଡ଼ିଟିକୁ କେତେଦିନ ଅବା ଭିଡ଼ିବ ? କେତେ ସମ୍ଭାଳିଥାନ୍ତି ପ୍ରେସର ! ମରଦପଣିଆ ଦେଖାଇ ଦିନେ କହିଦେଲି, “ତୋ ବୋପା-ଭାଇଙ୍କୁ କହିଦଉନୁ, ଏବର୍ଷ ଆସୁଥିବା ଆମ ବିବାହର ପଚିଶିତମ ପାଲା ଦିବସରେ ଗୋଟାଏ ସ୍ୱିଫ୍ଟ ଚାରିଚକିଆ ଗିଫ୍ଟରେ ଦେଇଦେବେ । ହାତକୁ ଦି’ହାତ କଲାବେଳେ ତ ଲଣ୍ଠନ ଦେଇ ତଡ଼ିପାର କରିଦେଇଥିଲେ । ଏବେ ତ ଥୋଡ଼ାଏ ଧରମଭାଇ କଲୁଣି, ମିଳିତ ଆକାରରେ ମୋଟା ଚାନ୍ଦା ଦେଇଦେଲେ ଘରଟାର ବି ପୁନର୍ଗଠନ ହୋଇଯାଆନ୍ତା ।” କଥା ସରିଛି କି ନାହିଁ, ଆଉ ଢୋକି ବି ପାରିନି । ହରର୍ ସିନେମା ଅଭିନେତ୍ରୀ ପରି ଗାଧୁଆଘର ବାହାରେ ପଡ଼ିଥିବା ଦି’ଫାଳିଆଟା ତା ହାତରେ ଲାଖିଗଲା । ସେ ବିଷୟରେ ପଦେ ବି ବର୍ଣ୍ଣନା କରିବା ନିଶୁଆ ଜନ୍ମ ଉପରେ କଳଙ୍କ ଲାଗିଯିବ । ନିର୍ଯାତିତ ନରଟି ମା’ ଛେଉଣ୍ଡ ଭାରତୀୟ ରେଳରେ ବସି କୃଷ୍ଣ ନଗରୀରେ ବାବାଙ୍କ ସହିତ ମିଶି ରାଧେ ରାଧେ କୀର୍ତ୍ତନ କରୁଛି ।

       ଦିନେ ବାବାଙ୍କର କୃପାଦୃଷ୍ଟି ମୋ ଉପରେ ପଡ଼ିଲା । ଘଟଣା-ଦୁର୍ଘଟଣାଗୁଡ଼ିକ ଅଣନିଃଶ୍ୱାସୀ ହୋଇ ଏକାଥରେ କହିଗଲି । ପଚାରିଲି ଏ ବନ୍ଧନରୁ ମୁକ୍ତିର ଉପାୟ । ସାଥେସାଥେ ବାବା ଉତ୍ତର ଦେଲେ, “ଏ ସମ୍ପର୍କର ମୂଳମନ୍ତ୍ର ‘ପ୍ରେମର କୋଟା’କୁ ଭାରତୀୟମାନେ ଗୋଟାଏ ଜନ୍ମରେ ଖର୍ଚ୍ଚ କରିପାରନ୍ତି ନାହିଁ । ଏ ସାତଜନ୍ମ ଯାଏଁ ସେ ପିଛା ଛାଡ଼େନି । ତୁମେ ଯଦି ଏହି ଜନ୍ମରେ ଏତେ ପ୍ରେମ କର କି ?” ଆଉ ବାବାଜିଙ୍କ କଥା କିଏ ଶୁଣୁଛି ! ହଜିଲା ଧନକୁ ପାଇଗଲା ପରି ଏକାଥରେ ଟ୍ରେନ୍-ରେ । ବସିକରି ଖିରି-ଖେଚୁଡ଼ିର ଖିଆଲିଆ ସ୍ୱାଦ ଅନୁଭବ କରୁଥିଲି । ଯଦି ଏହି ଜନ୍ମରେ ‘ପ୍ରେମର କୋଟା’କୁ ଅନ୍ତତଃ ଦୁଇବର୍ଷ ଭିତରେ ପୂରଣ କରିଦିଆଯାଏ, ତା’ହେଲେ ଆଉ ଗୋଟେ... ରାଧେ ରାଧେ... ରାଧେ ରାଧେ... ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya story from Comedy