Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puspalata samantary

Abstract

4.3  

puspalata samantary

Abstract

ଦୀପାବଳୀ

ଦୀପାବଳୀ

2 mins
299


ଧଡ଼ି କକେଇ ,ଆହେ ଧଡ଼ି କକେଇ ତରତର ହୋଇ କୁଆଡେ ଯିବା କୁ ବାହାରିଛ କି? ଆରେ ମାଧବ ମୁଁ ତ ପୁରୋହିତିଆ ଲୋକ, ସନ୍ଧ୍ୟା ହେବା ଆଗରୁ ଜଜମାନଙ୍କ ଡାକରା ପଡିବ ,ମୁଁ କୁଆଡକୁ ହେବି? ତୋ ଖୁଡୀ ର ବରାଦ ଯେ ପିଲାମାନେ କାନ୍ଦିବେ,ତାଙ୍କୁ ବୁଝାଇ ଦେବାପାଇଁ ବାଣ ଟିକିଏ ଆଣିବାକୁ ଯାଉଛି । ମାଧବ କହିଲା ଏ ଦୀପାବଳୀ ଟା କାହିଁକି ପାଳନ ହୁଏ? ତାର ତତ୍ତ୍ୱଟା ମୋତେ ଟିକେ ବୁଝାଇ ଦିଅନ୍ତନି? କଣ ପାଇଁ ଏ ଦୀପାବଳୀ ଟା ଆଲୋକ ର ପର୍ବ ବୋଲି କୁହାଯାଉଛି। ଆରେ ଏଥିପାଇଁ କେତେ ପ୍ରକାର ତତ୍ତ୍ୱକୁ ଆଧାର କରାଯାଉଛି ବୋଲି ଶାସ୍ତ୍ର କହେ। ଶ୍ରାଦ୍ଧ ମାଧ୍ୟମରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାୟ ଦିଆଯାଏ । ଆଶ୍ୱିନ ଆରମ୍ଭ ପ୍ରତିପଦା ଠାରୁ ପିତୃପକ୍ଷ ଆରମ୍ଭ ହୁଏ । ପିତୃପୁରୁଷ ମାନେ ମର୍ତ୍ତ୍ୟକୁ ଆସିଥାନ୍ତି। ପୂର୍ଣ୍ଣମୀ ପରଦିନ ଠାରୁ ତର୍ପଣ କରାଯାଇ,ପନ୍ଦର ଦିନ ଅର୍ଥାତ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଶ୍ରାଦ୍ଧ ଦିଆଯାଏ । ଆଲୋକ ପର୍ବ ଦିନ ପିତୃପୁରୁଷ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଆଉ ଏକ ତତ୍ୱ ହେଉଛି ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ମାରି ଦେବୀ ସୀତା ଓ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଅଯୋଧ୍ୟା ବାସୀ ଆଲୋକ ଦୀପ ଜାଳି, ପ୍ରଭୁ ଙ୍କୁ ସମ୍ମାନ ଜଣାଇ ଥିଲେ । ସେଥିପାଇଁ ଆଜିର ଏହି ଦୀପାବଳି ଦିନ ଟିକୁ ମହତ୍ୱର ସହିତ ସମ୍ମାନ ଦିଆଯାଉଛି । ତୃତୀୟଟି ହେଉଛି, ନିଜ ହୃଦୟ ଭିତରର ଅଜ୍ଞାନ ଅନ୍ଧକାର କୁ ଆଲୋକ ଦେଖାଇ ଦୂରେଇ ଦେବାର ପରମ୍ପରା । ଏହି ଆଲୋକ ମାଧ୍ୟମରେ ଜ୍ଞାନାଲୋକ ପାଇବାର ଉଦ୍ଦେଶ୍ୟ ଥାଏ । ଆଉ ଏକ ତତ୍ୱ ଦୀପାବଳି ଦିନ ରାତି ରେ ମହାଲକ୍ଷ୍ମୀ ମର୍ତ୍ତ୍ୟକୁ ଆସି ,ସଦାଚାରୀ,କର୍ମଠ,ଭଦ୍ର,ନମ୍ର,ଓ ଈଶ୍ୱର ବିଶ୍ୱାସୀଙ୍କ ଗୃହ ରେ ପଦାର୍ପଣ କରି ଆଶୀର୍ବାଦ ଦିଅନ୍ତି। ତେଣୁ ଦୀପାବଳି ଦିନଟି ଆମ ଭାରତୀୟ ମାନଙ୍କର ମହାନ୍ ସାଂସ୍କୃତିକ ପରମ୍ପରାର ଦିନ। ଏ ଦିନଟିର ଗୁରୁତ୍ୱକୁ ଉପଲବ୍ଧି କରି ଆମେ କେବଳ ଦୀପଜାଳି ଉତ୍ସବ ମନାଇବା ଉଚିତ୍ । ଗୁଡାଏ ବାଣମାରି ବାୟୁକୁ ପ୍ରଦୂଷିତ କରିବା ନିର୍ବୋଧତା ର ପରିଚୟ। ନିଜ ଗୋଡ଼ରେ କୁରାଢ଼ି ଚୋଟ ମାରିବା ପରି। ମୁଁ ଟିକିଏ ଝୁରୁଝୁରି ବାଣ ଆଣି ପିଲାଙ୍କୁ ବୁଝାଇ ଦେବି,ସେ ଜିଦି କରିବେ ନାହିଁ।


Rate this content
Log in

Similar oriya story from Abstract