Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଧା ସ୍ୱପ୍ନ
ଅଧା ସ୍ୱପ୍ନ
★★★★★

© Titi Sarangi

Abstract Others

2 Minutes   7.0K    10


Content Ranking

ଇସ୍ ..ଏମିତି ଅନେକ ଥର ସ୍ୱପ୍ନ ଅଧାରୁ ହିଁ ଭାଙ୍ଗି ଯାଏ ।

ଟ୍ରେନ୍ ଛାଡି ଦେଇଥିବ ...ମଣିଷ ଦଉଡୁଥିବ ..। ପରୀକ୍ଷାରେ ସବୁ ପାଠ ଆସୁଥିବ... ହେଲେ କଲମ ଚାଲୁ ନ ଥିବ...। ମେଞ୍ଚାଏ ଲୋକ ଗୋଡାଉଥିବେ ....,ତୁମେ ଦଉଡୁ ଥିବ । କଳସୀ କଳସୀ ପାଣି ପିଇ ଯାଉଥିବ.... ହେଲେ ଶୋଷ ମେଣ୍ଟୁ ନ ଥିବ । ଜନ ଗହଳି ରାସ୍ତାରେ ବିନା ପୋଷାକରେ ଚାଲୁଥିବ । ନାଣ୍ଡିଆ ମାଣ୍ଡିଆ କରି ସାପ ଗୋଡାଉ ଥିବ । ସମଗ୍ର ଜନତା ଆଗରେ ଅନର୍ଗଳ ଭାଷଣ ଦେଉଥିବ ।ଏଭଳି ଅନେକ ସ୍ୱପ୍ନ ଅଧାରୁ ଭାଙ୍ଗିଗଲେ ଭାରୀ ଆଶ୍ୱସ୍ତ ଲାଗେ ।

କିଛି ମଧୁର ସ୍ୱପ୍ନ ବି ଭାଙ୍ଗେ ।

ଘରସାରା ଗୋଲାପର ବାସ୍ନା...ଶେଯରେ ନମନୀୟ କୋମଳତା ...ଆଗରେ ଇପ୍ସିତ ପ୍ରେମିକା...ଦେହରେ ମଧୁର ଶିହରଣର ଶେଷବସ୍ଥା...ସ୍ୱପ୍ନ ଭାଙ୍ଗିଯାଏ । ପୁଣି କେତେବେଳେ ଦେହରେ ପକ୍ଷ ଲଗାଇ ମଣିଷ ଆକାଶରେ ଉଡିବୁଲୁଥାଏ....ସୁସ୍ୱାଦୁ ବ୍ୟଞନ ଖାଉଥାଏ ...ସ୍ୱପ୍ନ ଭାଙ୍ଗି ଯାଏ ।ଏକ ଅପହଞ୍ଚ ଇଲାକାରେ ନିଜକୁ ଭୋଗୁ ଥିଲା ବେଳେ ସ୍ୱପ୍ନ ଭାଙ୍ଗି ଯାଏ ।ଏଠି ସ୍ୱପ୍ନ ଭାଙ୍ଗିଲେ ଭାରୀ ଅଶ୍ୱସ୍ତି ଲାଗେ ।

ଆଖି ବୁଜି ମଣିଷ କେବଳ ଅଧା ସ୍ୱପ୍ନ ହିଁ ଦେଖେ ।ଖୋଲା ଆଖିରେ ପୁରା ସ୍ୱପ୍ନ ଦେଖୁଥାଏ । ବାସ୍ତବ ଜୀବନଟି ବି ଏହି ପରି ।ଏକ ଅଧା ସ୍ୱପ୍ନର ସମାହାର ।

ପ୍ରମୋସନଟେ ଲାଗି ଦିନରାତି ପରିଶ୍ରମ କରି ଦେଖାଯାଏ ବର୍ଷ ଶେଷରେ, ହାଇ ମାରୁଥିବା ଲୋକଟି ଦାନ୍ତ କେଲେଇ ପ୍ରମୋସନ ନେଇଯାଏ । ପ୍ରେମିକା ପଛରେ ଗୋଡେଇ ଚପଲ ଘୋରିଲା ବେଳକୁ ଦେଖା ଯାଏ ସେ ଆଉ କାହା ସହ ଫେରାର । ନିଜ ଛୁଆକୁ ପଢାଇ ପଢାଇ ନୟାନ୍ତ ହେଲା ପରେ ଦେଖାଯାଏ ପଡିଶା ଘର ପିଲା ଅଧା ନମ୍ବର ଅଧିକ ରଖି ଟପର୍ ହୋଇଛି । ସୁନ୍ଦରୀ ଭଉଣୀଟି ଘରେ ବୁଢୀ ହେଲା ବେଳେ, କାଳୀ କୋତରୀ ଝିଅଟି ଆମେରିକା ବରକୁ ବାହା ହେଉଛି । ଧନୀ ଲୋକଟି ନିଃସନ୍ତାନ ଥିଲା ବେଳେ ପାଖ ଘର ଗରିବ ଲୋକଟିର ଭଣ ଭଣ ମେଞ୍ଚାଏ ଛୁଆ । ଜୀବନରେ ସବୁ କଷ୍ଟ କରି ଭୋଗ କରିବା ସମୟରେ ହିଁ ଦେହରୁ ଆତ୍ମପକ୍ଷୀ ଉଡି ଯାଇଥାଏ ।

କିଛି ଲୋକଙ୍କର ସ୍ୱପ୍ନ ପୂରଣ ହେଲା ପରି ଲାଗେ । ପଚାରିଲେ କହିବେ..ଏଇଠି କଣ ଶେଷ ହେଲା କି?ଆଗକୁ ଆହୁରୀ ସ୍ୱପ୍ନ ..ବହୁତ କିଛି କରିବାର ବାକି ଅଛି ।

ବେଳେ ବେଳେ ଲାଗେ ଏଇ ସ୍ୱପ୍ନ କଣ ଏକ ବାକିଆ ଜୀବନ କି??

ହଁ,ବୋଧ୍ ହୁଏ ........ ଏହି ଅଧା ସ୍ୱପ୍ନ ହିଁ ଜୀବନ ।ପୁରା ସ୍ୱପ୍ନଟେ କେହି ବୋଧେ ସାକାର କରି ପାରି ନାହାଁନ୍ତି ଆଜି ଯାଏ । ସବୁ ସ୍ୱପ୍ନ ଶେଷ ହେବା ଆଗରୁ ଆଉ ଗୋଟିଏ ସ୍ୱପ୍ନ ଗ୍ରାସ କରି ସାରିଥାଏ ।

କିଛି ସ୍ୱପ୍ନ ଭାଙ୍ଗି ଯାଏ...ଅଶ୍ୱସ୍ତି ଲାଗେ । ଆଉ କିଛି ସ୍ୱପ୍ନ ଭାଙ୍ଗିଯାଏ...ଆଶ୍ୱସ୍ତି ଲାଗେ ।

....ଅଧା ସ୍ୱପ୍ନ ହିଁ ରେ ଜୀବନଟା ଜୀବନ ଭଳି ଲାଗେ ......

ସ୍ୱପ୍ନ ପ୍ରେମିକା ଜୀବନ

Rate the content


Originality
Flow
Language
Cover design

Comments

Post

Some text some message..