ଅନ୍ତର୍ଦାହକୁ ବେଳ କାହିଁ
ଅନ୍ତର୍ଦାହକୁ ବେଳ କାହିଁ
(ଗଳ୍ପ ଆମ ଜୀବନର)
ଅନ୍ତର୍ଦାହକୁ ବେଳ କାହିଁ. ପ୍ରତାପ ନାୟକ
,,,,,,,,,,,,,,,,,,,,,,,,,,,,,,,,,,,,, ୭୦୦୮୦୫୪୨୮୨
ସନ୍ଦେହ ତ ନିଶ୍ଚୟ ହେବ,ଉଗ୍ର ଆଧୁନିକତାର ବହୁଳ ବେପାର କର୍ପୋରେଟ ଜଗତରେ ଏକ ନିତିଦିନିଅା ଘଟଣାାରେ ପରିଣତ ହେଲାଣି।ଅସମ୍ଭବକୁ ସମ୍ଭବ କରିବାର କଳା ନିଖୁଣ ଭାବରେ ଯିଏ କରିପାରିଲା,ସବୁ କଉଡି ତା ଅଣ୍ଟିରେ...
କ୍ଲାନ୍ତ ହୋଇ ଶୋଇଯାଇଥିଲା ବନିତା ,ନିଦ ମଳମଳ ଆଖିରେ କବାଟ ଖୋଲିଲା କଲିଂ ବେଲ ଶବ୍ଦରେ.....।ଏ କଣ ସମୀର ମଦ ପିଇ ଫେରିଛନ୍ତି ଲେଟ ନାଇଟରେ।ଏବେ କିଛି ପଚାରିବାର ମାନେ କିଛି ଥାଏନା,ଟଳଟଳ ପାଦରେ ଖାଇବାକୁ ମନାକରି ବେଡରୁମକୁ ଚାଲିଗଲା ସମୀର।ଘୋଡେଇ ରଖିଥିବା ଖାଦ୍ୟକୁ ନେଇ ଫ୍ରିଜରେ ରଖିଲା ବାଥରୁମ ଗଲା ନାଇଟ ବଦଳେଇ ଜିରୋଲାଇଟ ଲଗେଇଲା ବେଡରୁମରେ,ଯୋଉଠି ସମୀର ବେଧଡକ ଭାବେ ଡ୍ରେସ ଯୋତା ନବଦଳେଇ ଶୋଉଯାଇଛି।ତା ପୋଷାକ ଉପରେ ଧ୍ୟାନ ଦେଲାନି ସେ,ଶୁଅନ୍ତୁ ସେମିତି କରନ୍ତୁ ଅନକମ୍ଫୋର୍ଟ ଫିଲ୍।
ସେହି ବେଡରେ ଥାଇ ମେନ୍ ଲାଇଟ ଅଫ କଲା,ମୁଣ୍ଡ ଉପରେ ଥିବା ମୋବାଇଲ ଆଣି ଅନଲାଇନରେ ଚେକ୍ କଲା ମେସେଜ ଗୁଡିକୁ....
ଓ ଗଡ୍ ଗଗନ ଏତେଥର ମେସେଜ କଲେଣି,ରାଗି ଯିବେଣି ବୋଧହୁଏ, ୟେସ୍ ପ୍ଲିଜ୍
ତମର ସେ ସ୍ୱାମୀଟା ଶୋଇଲାଣି,ହଁ....
ତେବେ ଏତେ ଡେରି କଣ ପାଇଁ,ଆଉ କାହା ସହ ଏନଗେଜ୍ ଥିଲ?
ହ୍ୱାଟ୍ ,ଡୋଣ୍ଟ ସେ ଲାଇକ ଦିସ୍ ପ୍ଲିଜ୍,ଏଗେନ ସରି,ପ୍ଲିଜ, ଡୋଣ୍ଟ ବି ଏଂଗ୍ରୀ ଡିଅର
ଇଟ୍ସ ଓକେ
କାଲି କୁଆଡେ ଯିବା
ଯୋଉଠିକି କହିବ
କିଛି ମନା କରିବନି
କେବେ କରିଛିକି
ହଉ ଅନେକ ରାତି ହେଲାଣି ,ଶୋଇପଡ
ହଉ
ଗୁଡ ନାଇଟ
ଗୁଡ୍ ନାଇଟ ଟୁ ୟୁ ଅଲ୍ ସୋ
ଅାଉ କିଛି ସମୟ ଫେସ୍ ବୁକ୍ ଚେକ୍ କଲା ବନିତା।ଫେନିଳ ଆଲକରେ ଥରେ ଆଖି ପହଁରେଇ ନେଲା ସମୀର ଆଡେ,ଯେମିତି କେଉଁ ଅଜଣା ଗାଡି ଧକ୍କାରେ ଗୁଡେଇ ହେଇ ପଡିଛି,ଟିକିଏ ବି ସିମ୍ପାଥି ନାହିଁ ତାର ସମୀର ଉପରେ।ଏବେ ବାବୁ ମଦ ପିଇବା ଅାରମ୍ଭ କଲେଣି।ହଉ ସକାଳ ।ତାପରେ ଯାଇ କଥାବାର୍ତ୍ତା।
ନିତ୍ୟ କର୍ମ ସାରି ଡାଇନିଂ ଟେବୁଲରେ ଅପେକ୍ଷା କରିଛି ସମୀର,ଚା ସ୍ୟାଣ୍ଡଉଇଚ୍ ଧରି ଆସିଲା ବନିତା।
ଢାଳୁଢାଳୁ ଚା କହିଲା କାଲି କଣ ଏକଦମ୍ ସ୍ମାର୍ଟ ହେଇଯାଇଥିଲ ରାତିରେ।ହଁ ଅଭ୍ୟାସ ନାହିଁତ,ଟିକେ ଅଧିକ ହୋଇଯାଇଥିଲା।
ତେବେ ତୁମେ କଣ ପାଇଁ ଏତେ ସିରିୟସ ହଉଛ ଯେ,
ହଉ ମୁଁ ମୋ କଥା ଫେରେଇ ନଉଛି।ଆଜେ ମୋର ଡେରିହେବ ଫେରିବା,ତେଣୁ ତମେ ମତେ ଅପେଖ୍ୟା କରିବନି।ମୁଁ ସିଅାଡୁ ଖାଇକି ଆସିବି କହି ବନିତା ବାହାରିଗଲା।
ତା ଯିବା ବାଟକୁ ଚାହିଁ ରହିଥିଲା ସମୀର।ଈଏ ସେହି ବନୀତା ଯିଏ ଜୀବନ ଠୁଁ ବେଶି ଭଲ ପାଉଥିଲା ତାକୁ ।ତା ହସରେ ହସ କାନ୍ଦରେ କାନ୍ଦ ମିଳେଇ କଥା ଦେଇ ଥିଲା ଚାଲିବ ସାରା ଜୀବନ।ଥକିବନି ଯମା ।ଚାଲିଲା ବି ।ବର୍ଷ ଚାରିଟା।ଏଇ ଗଗନ ରୂପକ ଧୁମକେତୁ ତା ନୀଡକୁ ଭାଂଗି ଛାରଖାର କରିଦେଲା।ଅବଶ୍ୟ ଟିକେ ଚାକଚକ୍ୟରେ ଚଳିବା ଦେଖେଇହବା ପରି ବଦଗଣ ବନିତାର ଥିଲା,ହେଲେ ସମୀର ବିନା ବଂଚିବା ବି ତାର ଅସମ୍ଭବ ଥିଲା,ନହେଲେ ଏଡେ ବଡ ଘର ଛାଡି ସମୀରର ସିଏ ହେଇପାରି ନଥାନ୍ତା।ଏମିତି କଣ ହେଲା ଯେ,ସମୀରକୁ ଛାଡି ଗଗନ ସହ ବୁଲୁଛି ଚବିଶ ଘଣ୍ଟା ।
ଗଗନ କୋଳରେ ମୁଣ୍ଡ ଦେଇ ଶୋଇଥିଲା ବନିତା।ଝାଉଁବଣର ସାଇଁ ସାଇଁ ପବନ ସାଂଗକୁ ସୁନ୍ଦ୍ରର ର ଲହଡିର ଝାପସା ସୁ ସୁ ଗର୍ଜନ ପରିବେଶକୁ ଅତ୍ୟନ୍ତ ମାଦକଭରା ଗଢି ତୋଳୁଥିଲା।ଗଗନ ବନିତା ମୁଣ୍ଡ ବାଳରେ ହାତ ପୁରେଇ ଧିରେ ଧିରେ ସାଉଁଳୁ ଥିଲା।
ଅପରାହ୍ନର ସୂର୍ଯ୍ୟ ପଶ୍ଚିମ ଦିଗରେ ନାଲି ମୂରୁଜ ବୁଣି ମା କୋଳକୁ ଯିବାକୁ ଉଦ୍ୟତ।
ଏମିତି ଏଇଠି ଆମେ ଦୁହେଁ ପଥର ମୁର୍ତ୍ତୀ ହେଇଯାଆନ୍ତେନି ।ଆମ ଚାରିକଡରେ ଏମିତି ଝାଉଁବଣ ,ଉନ୍ମତ ସାଗର ଆକାଶରେ ଦିନରେ ସୁର୍ଯ୍ୟ ତା କିରଣ ରାତିରେ ଚନ୍ଦ୍ର ତା ଜୋଛନା ଅଜାଡୁ ଥାଆନ୍ତା।ଜୋତ୍ସ୍ନା ବିଧୌତ ରଜନୀରେ କେବଳ ତମେ ଆଉ ମୁଁ......
ଆଉ ସେ ଚନ୍ଦ୍ରସେଣା.....
ଚନ୍ଦ୍ରସେଣା ନରହିଲେ ଆମ ମିଳନ ଏତେ ମଧୁର କେମିତି ହେଇଥାନ୍ତା କହିଲ?
ଲୁଚା ପ୍ରେମ ସତରେ କେତେ ରଂଗିନ ସତେ......
ହଉ କହିଲ ତୁମକୁ କେବେ ସମୀର ଆମ ରିଲେସନ ବିଷୟରେ ପଚାରେନି .....ତାଗିଦା କରେନି?
ହସିଦେଲା ,ନଂପୁସକର ଏଥିରେ ଆନନ୍ଦ, ସେ ତ ଦେଇ ପାରୁନି ଆଉ ଯଦି କିଏ ତା ସ୍ତ୍ରୀକି ସେ ଦୈହୀକ ସୁଖ ଦେଲା ସଂଭୋଗ କଲା ସେଥିରେ ତାର କାହିଁ ଆପତ୍ତି ରହିବଯେ....
ଓ,ତାହେଲେ କଣ.....
ସେ ଯମା ତୁମକୁ ସ୍ପର୍ଶ କରିନି।
କଣ ଅବିଶ୍ୱାସ କରୁଛ ।
ହଉ ଛାଡ ଚାଲ ଯିବା....
ଆଜି ଆମ ଘରେ ରହିବ?
ତୁମ ମୁଣ୍ଡ ଖରାପ ହେଇଛିନା କଣ ସମୀର ପରା ଥିବ,ଥାଆନ୍ତୁ ମୁଁ ମ୍ୟାନେଜ କରିବି ତୁମର ଅସୁବିଧା କଣ ?
କାର ଚାଲିଲା ସମୀର ଘରକୁ ।ଯେଉଁ ଥିରେ ପ୍ରେମୀଜୁଗଳଙ୍କ ଅଦଭୁତ ମାନସିକତା ପହଁରୁ ଥିଲା କାର୍ ସାରା।ସଂଧ୍ୟା ଉପନୀତ।କବାଟ ଲକ୍ ନକରି ସମୀର କୁଆଡେ ଯାଇଛନ୍ତି। ଟିକେ ଫ୍ରେସ ହେଇ ଗଗନକୁ ଚା କରିଦେଲା ବନିତା
ଡ୍ରେସିଂ ଟେବୁଲ ଉପରେ ଏକ ଛୋଟ ଚିଠିଥିବା ଦେଖିଲା।ସେଇଟା ସମୀରଙ୍କ ଚିଠି।
ବନୀତା ଭୁଲ ବୁଝିବନି,ମୁଁ ଆଜି ତୁମଠୁ ବହୁ ଦରକୁ ଚାଲି ଯାଉଛି ଅଉ ଭେଟ ମିଳିବନି।ଶେଷରେ ମୋର ଗୋଟାଏ ଅନୁରୋଧ ରଖିବ,ଗଗନ ସହ ତୁମ ସମ୍ପର୍କ ମୁଁ ସବୁ ଯାଣେ ,କେବେ କିଛି କହିନି ତୁମକୁ।ତମେ ଗଗନକୁ ବିବାହ କରି ଖୁସିରେ ରୁହ,ଏତିକି ମୋର କାମନା।ହଁ ଆମ କଲେଜ ବେଳର ଯେତେକ ଚିଠି ,ଗିପ୍ଟ ମତେ ଦେଇଥିଲ ସବୁ ସେହି ଛୋଟ ବାକ୍ସ ଭିତରେ ଅଛି।ତାକୁ ଗଗନକୁ ଦେଖେଇବନି ।ସେ ତୁମକୁ ଖରାପ ଭାବିପାରେ।ମୋର ତ କେହି ବାପ ମା ନାହାଁନ୍ତି।ତମେ ତମ ଘରେ ସବୁ ଯଣେଇ ଦେବ , ମୁଁ କେବେ ତୁମ ପରିଧି ଭିତରକୁ ଆସି ତୁମ ଦୁହିଁଙ୍କୁ ଡିଷ୍ଟର୍ବ କରିବନି । ତୁମର ସମୀର ।
ଚିଠି ବଢେଇ ଦେଲା ଗଗନକୁ ବନିତା
ଖୁସି ହେବିନା ଦୁଃଖ କରିବି
ଗଗନକୁ ଉପଭୋଗ କରିବି ନା ସମୀରକି ଖୋଜିବାକୁ ପୋଲିସରେ ରିପୋର୍ଟ କରିବି
ଚିଠି ପଢି କାଂନ୍ଧରେ ଆଉଜି ପଡିଲା ଗଗନ ।ତୁମେ ଯାହା ଚାହୁଁଥିଲ ଆଜି ସେଇଆ ହବ ବନିତା ମାନେ ମ୍ୟାରେଜ।ମୁଁ କଣ ମନା କରୁଛି ହସିଦେଲା ବନିତା ।
ବନିତା ସମ୍ପୂର୍ଣ୍ଣ ସମର୍ପଣ କରିଛି ଗଗନ ପାଖରେ ରାତିସାରା ଆଜି ସକାଳେ ତା ପାଦ ତଳେ ଲାଗୁନି।ଗଗନ ଉପରେ ସେ ପୁରା ସାଟିସ୍ ଫାଏ,ସମୀର ତାର ଦରକାର ନାହିଁ ଆଦୌ।
ଦିନ ଦଶଟା ,କୋରିୟର ବାଲା ଚିଠି ଦେଇଗଲା ସମୀର ନାଁରେ.......
ଚିଠି ପଢି ହତବାକ୍ ହେଇ ଠିଆ ହୋଇଥିଲା ବନିତା।ତା ହାତରୁ ଚିଠି ନେଇ ପଢିଲା ଗଗନ।ଏହା ଏକ ମେଡିକାଲ ରିପୋର୍ଟ ସହିତ ଡକ୍ଟରଙ୍କ ଏକ ଲେଟର ବି ଥିଲା।ଚାରିବର୍ଷ ତଳୁ ସମୀରଙ୍କ ଦେହରେ ଯେଉଁ ଏଡସ୍ ରୋଗର ଲକ୍ଷଣ ଦେଖା ଦେଇଥିଲା ତାହା ସମ୍ପୂର୍ଣ୍ଣ ଭୁଲ ଥିଲା।ଅନ୍ୟଏକ ରୋଗିର ରିପୋର୍ଟ ଅଲ୍ଟର ହେଇ ଯାଇଥିଲା।ଏବେ ଯେଉଁ ରିପୋର୍ଟ ତାକୁ ଦିଆ ଯାଇଛି ସେଇଟା ସମୀରର ଯେଉଥିରେ ଏଡସର ଚିହ୍ନ ବର୍ଣ୍ଣ ନାହିଁ ।ସ୍ତ୍ରୀ ସହବାସ ପାଇଁ ତାକୁ କ୍ଲିନଚିଟ ଦେଇଛନ୍ତି ଡକ୍ଟର।
ଏଇଥିପାଇଁ ତାହେଲେ ସମୀର ତା ସହ ଶାରିରିକ ସମ୍ପର୍କ ରଖୁ ନଥିଲେ।ମୋ ଦେହକୁ କାଳେ ସେ ରୋଗ ଅାସିଯିବ।ଯେତେ ରାଗ ଅଭିମାନ କଲେବି କଥା ବଦଳେଇ ଦଉଥିଲେ।ଲୁଚି ଲୁଚି ଔଷଧ ଖାଉଥିଲେ ।ହେ ଭଗବାନ ମୁଁ କଣ କଲି ।
କାନ୍ଦ ବନ୍ଦ ହେଉନି ।ଖୋଲିଦେଲା ଛୋଟବାକ୍ସ ସମୀରଙ୍କର।ଦେଖିଲା କଲେଜ ବେଳେ ସେ ଦେଇଥିବା ସମସ୍ତ ଚିଠି ଅଖ୍ୟୁର୍ଣ୍ଣ ଭାବେ ସାଇତି ରଖିଛନ୍ତି ସେ।ଦେଇଥିବା ରୁମାଲ ,ରୁପା ମୁଦି ,କଲମ ସବୁ ତାର ମନେ ପଡୁଛି।ଯାହାକୁ ଲୁଚେଇ ଲୁଚେଇ ସେ ଦଉଥିଲା ସମୀରକୁ ତା ପଢାବେଳେ।
ଗଗନ କଣ କହୁଛି ତା କଥାକୁ ଜମା କାନ ଦେଲାନି ବନିତା ,ଗୋଟାଏ ରାତିର ଭୁଲ ,ସେ ସବୁ ମାନିଯିବ ସମୀର ଆଗରେ ,ସବୁ ଠିକ୍ କରିଦବ, ଆସୁ ସମୀର ।ଖୋଜିବାକୁ ବାହାରିଲା ସେ......
ଗଗନ ତୁମେ ଚାଲିଯାଅ ,ମୁଁ ମୋ ନିଜକୁ ନିଜତ୍ୱକୁ ପାଇ ଯାଇଛି,ଆଉ ଭୁଲ ହେବନି ତୁମେ ଚାଲି ଯାଅ ,ମତେ ଟିକେ ଏକା ରହିବାକୁ ଦିଅ।
ସବୁ ଭୁଲ ମାନିଯିବି ,ହଁ ସବୁ ମାନିଯିବି ମୁଁ।
ସମୀରଙ୍କ ଗୋଡ ଧରି ଭୁଲ ମାଗିବି ।ଯାହା ଦଣ୍ଡ ଦେବେ ସବୁ ସହିବି,ହେଲେ ମୋ ସମୀରକି ଆଉ କେବେବି ଭୁଲ ବୁଝିବିନି।
ତାଙ୍କୁ ଏଡସ୍ ହେଇଛି ବୋଲି କାଳେ ସେ ରୋଗ ମୋ ଦେହକୁ ଅାସିଯିବ ସେଥପାଇଁ...............
ଭାବି ହଉଥିଲା ବନିତା।
ଏତିକିବେଳେ ପାଖ ଥାନାରୁ ଆସି କନେଷ୍ଟବଳ ଖବର ଦେଲା ସମୁନ୍ଦ୍ର କୁଳେ ସମୀରର ଶବ ପଡିଛି,ଚିହ୍ନଟ କରିବ ଆସ।................