Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଛଦ୍ମକୁ ସାବଧାନ
ଛଦ୍ମକୁ ସାବଧାନ
★★★★★

© ଓଡିଆ ଶିଶୁ ଗପ

Children

2 Minutes   7.3K    17


Content Ranking

ସଙ୍ଗମ ରାଜପ୍ରାସାଦଠାରୁ ବହୁତ ଦୂରରେ ଗୋଟିଏ ଘଞ୍ଚ ଅରଣ୍ୟ ଥିଲା । ସେହି ଅରଣ୍ୟରେ ବହୁ ସଂଖ୍ୟକ ବ୍ୟାଘ୍ର, ହସ୍ତୀ, ସିଂହ, ବାର୍ହା, ମୃଗ, ଶୃଗାଳ ଆଦି ବହୁତ ହିଂସ୍ରଜୀବ ବାସ କରୁଥାଆନ୍ତି । ହଠାତ୍ ସେହି ଅରଣ୍ୟରେ ପଶୁମାନଙ୍କର ଖାଇବା ଲାଗି ଖାଦ୍ୟ ସଙ୍କଟ ଦେଖାଦେଲା । ପଶୁପକ୍ଷୀମାନେ ସେହି ଅରଣ୍ୟରେ ବାସ କରୁଥିଲେ ମଧ୍ୟ ପ୍ରତିଦିନ ସକାଳ ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରକୁ ପଳାଇ ଯାଆନ୍ତି ଓ ସନ୍ଧ୍ୟାହେଲେ ଖାଇ ପିଇ ସେହି ଅରଣ୍ୟରେ ଆସି ରହନ୍ତି ।

ଦିନକର ଘଟଣା । ସେହି ଅରଣ୍ୟରେ ବାସ କରୁଥାଏ ଗୋଟିଏ ଚଣ୍ଡରବ ନାମକ ଏକ ଶୃଗାଳ । ଦିନକର କଥା, ଅରଣ୍ୟ ମଧ୍ୟରେ ଖାଇବାକୁ ନିଜର ଖାଦ୍ୟ ଅନ୍ୱେଷଣ କରିବାକୁ ଯାଇ ଏକ ଗ୍ରାମରେ ପହଞ୍ଚି ଯାଆନ୍ତେ ଗ୍ରାମରେ ଥିଲେ ଅନେକ କୁକୁର । କୁକୁରମାନେ ତ ଶୃଗାଳକୁ ଦେଖିଲେ ଆଉ କି ଛାଡ଼ନ୍ତି ତାକୁ । ଶୃଗାଳକୁ ଦେଖି ଗୁଡାଏ କୁକୁର ମଧ୍ୟ ଶୃଗାଳ ପଛରେ ଧାଇଁବାକୁ ଲାଗିଲେ ।

ଏହାପରେ ବିଚରା ଶୃଗାଳ ପ୍ରାଣ ଭୟରେ ଗ୍ରାମରେ ଥିବା ଏକ ଧୋବା ଘର ଆଡ଼କୁ ଦୌଡ଼ିବାକୁ ଲାଗିଲା । ଏଥର ଶୃଗାଳ ଭାଗ୍ୟ ବଦଳି ଗଲା ପ୍ରାୟ । ପ୍ରାଣ ବିକଳରେ ଧାଉଁଥିବା ବେଳେ ଅଜାଣତରେ ଧୋବାଘର ଥିବା ନୀଳକୁଣ୍ଡରେ ଗଳି ପଡ଼ିଲା ।

ଶୃଗାଳ ନୀଳକୁଣ୍ଡରେ ଗଳି ପଡ଼ିବାରୁ ତା’ ଶରୀର ତମାମ ନୀଳ ବର୍ଣ୍ଣ ହୋଇଗଲା । କ’ଣ କରିବ ବିଚରା ସେମିତି ନୀଳ ରଙ୍ଗ ହୋଇ ଯେତେବେଳେ ଜଙ୍ଗଲ ଆଡ଼କୁ ଧାଇଁ ଆସିଲା କୁକୁରମାନେ ଏପରି ଏକ ଅଦ୍ଭୂତ ଜୀବକୁଦେଖି କୁଆଡ଼େ ଗଲା ସେ ଶୃଗାଳ! ତାକୁ ଏଣେ ତେଣେ ଖୋଜିବାକୁ ଲାଗିଲେ ।

କିନ୍ତୁ ଅସଲ ଶୃଗାଳକୁ ଚିହ୍ନି ନପାରି ଛାଡ଼ିଦେଲେ । ସେହିପରି ନାନା ପ୍ରକାର ଚିନ୍ତା କଥା ମନରେ ଭାବି ଶୃଗାଳ ଯେତେବେଳେ ଯାଇ ସେହି ଅରଣ୍ୟ ମଧ୍ୟରେ ପହଞ୍ଚିଲା ଅରଣ୍ୟ ମଧ୍ୟରେ ଥିବା ବ୍ୟାଘ୍ର, ଭାଲୁ, ସିଂହ ଆଦି ବଡ଼ ବଡ଼ ହିଂସ୍ରଜନ୍ତୁମାନେ ତାଙ୍କ ଅରଣ୍ୟ ମଧ୍ୟରେ ଏମିତି ଏକ ଅଦ୍ଭୁତ ଜୀବକୁ ଦେଖି ଭୟଭୀତ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ ।

ଏଥର ଚତୁର ବିଲୁଆ ବୁଝିପାରିଲା ଯେ ମୋର ଏହି ନୀଳବର୍ଣ୍ଣର ରୂପକୁ ଦେଖି ସମସ୍ତେ ପ୍ରାୟ ଡ଼ରିଯାଇଛନ୍ତି । ଏଥର ଏଠାରେ ଏକ ନୂଆ ବୁଦ୍ଧି ଚିନ୍ତା କରିବା ।

ୟେ ତ ଚତୁର ବିଲୁଆ । ସମସ୍ତଙ୍କର ଦୌଡ଼ିବାର ଦେଖି ଖୁବ୍ ଜୋର୍ରେ ଡାକ ପକାଇଲା । ଆରେ ଆରେ ତମେମାନେ କେଉଁଆଡ଼େ ପଳାଇ ଯାଉଛ । ସ୍ୱର୍ଗରୁ ଦେବରାଜ ଇନ୍ଦ୍ର ମୋତେ ବରଦେଇ ପଠାଇଛନ୍ତି । ଆଜିଠାରୁ ମୁଁ ହେଉଛି ଏହି ଅରଣ୍ୟର ରାଜା । ଆସ, ସମସ୍ତେ ଫେରି ଆସ । ତୁମ୍ଭମାନଙ୍କ ପରି ପ୍ରଜାମାନେ ଯଦି ଅରଣ୍ୟ ପରିତ୍ୟାଗ କରି ପଳାଇଯିବେ ତାହାହେଲେ ରାଜ୍ୟ ବା ଚାଲିବ କିପରି? ଆଉ ମୁଁ ଏଠାରେ ରାଜା ହୋଇ ରହିବି ବା କିପରି? ଯାହାହେଉ ଶୃଗାଳ ଭାବିଲା ଆଜିଠାରୁ ମୋର ଗୋଟାଏ ନୂଆ ଜନ୍ମ ହେଲା । ତା’ ପରେ ସେ ଯାଇ ରାଜଗାଦିରେ ଦମ୍ଭରେ ସହିତ ବସିଗଲା । ହେଲେ ସେ ତ ସାମାନ୍ୟ ଶୃଗାଳ । ଅରଣ୍ୟର ରାଜା ସିଂହ ଯେପରି ରାଜ ସିଂହାସନରେ ବସି ଶାସନ କରିବା କଥା ସେ କିପରି ବା ରାଜଗାଦିରେ ବସିପାରନ୍ତା । ଶୃଗାଳର ମୁହଁ ସିନା ଇସ୍ପାତ । ହେଲ ପଛଟା ସନ୍ନିପାତ । ତଥାପି ନିଜ ଜୀବନକୁ ସତେ ଯେପରି ବାଜି ଲଗେଇ ବହୁ ସାହାସର ସହିତ ରାଜଗାଦିରେ ବସିଛି ଶୃଗାଳ । ନୂଆ ହୋଇ ଏତେ ବଡ଼ ଆସନର ଅଧିକାରୀ ହୋଇଥିବାରୁ ତାକୁ ସବୁଦିନ ଯେପରି ନୂଆ ନୂଆ ଲାଗିଲା । ପୁଣି ନିଚ୍ଚ ଯଦି ଉଚ୍ଚକୁ ଯାଇଛି ଏପରି ସୁବିଧା ପାଇଲେ ତାକୁ ସ୍ୱର୍ଗକୁ ଚାରି ହାତ ଜଣାଯାଏ ।

ଚଣ୍ଡରବ କୁକୁର ରାଜଗାଦି

Rate the content


Originality
Flow
Language
Cover design

Comments

Post

Some text some message..