କାର୍ତ୍ତିକ ମାସ
କାର୍ତ୍ତିକ ମାସ
ଦାମ ପଣ୍ଡାର ଏକମାତ୍ର ପୁଅକୁ ଏକା କୁଆଡେ ଯିବାର ଦେଖିନଥିଲି । ହଠାତ୍ ଆଜି ବନ୍ଧ ତୁଠରେ ଦେଖି ଟିକେ ସମୟ ପାଇଁ ଅବାକ୍ ହୋଇପଡିଲି ।ମୁଁ କେବଳ ଲକ୍ଷ୍ୟ କରୁଥିଲି ସେ ସେଠାରେ କଣ କରୁଛି ।
ବନ୍ଧରେ ଅକାତ ପାଣି ।ମାଛ ବି ବହୁତ ଖେଳ ଖେଳୁଛନ୍ତି ।କିନ୍ତୁ ମାଛର କଥା ଭାବୁ ଭାବୁ ମନେ ପଡିଗଲା ଆଜି କାର୍ତ୍ତିକ ପୂର୍ଣିମା ।ଓହୋ ତାହା ହେଲେ ବୋଧେ ଦାମ ବାବୁଙ୍କ ପୁଅ ରାଧା ବୋଇତ ବନ୍ଦାଣ କରିବାକୁ ମୋ ଭଳି ଆସିଛି ।
ହଠାତ୍ ଦେଖିଲି ମୋ ଭାବନା ସଂପୁର୍ଣ୍ଣ ଭୂଲ୍ ଥିଲା ।ସେ ତ ସବୁ ବୋଇତରୁ ଟଙ୍କା ପଇସା ଗୋଟାଉଛି ।ଏତେ ବଡ ଘର ପୁଅ କିନ୍ତୁ ଏମିତି ସଂସ୍କାର ପାଇଛି ।ଭିକମଗା ଭଳି ହେଉଛି । ଛି ...ଛି କରି ନାନା କଥା ଅନେକ ଲୋକ ଗପିଯାଉଥିଲେ । ମୋ ମନ ଅସମ୍ଭାଳ ହୋଇ ଉଠିଲା ।ଦାମ ବାବୁ ମୋ ଅସୁବିଧା ସମୟରେ ଅନେକ ସାହାଯ୍ୟ କରିଛନ୍ତି ।ଆଜି ମୋ ଆଖି ଆଗରେ ତାଙ୍କ ପୁଅକୁ ଏତେ କଥା କହିବାର ମୁଁ ସମ୍ଭାଳିପାରିଲିନି ।ମୋ ଦେହର ଲୋମ ସବୁ ଟାଙ୍କୁରି ଉଠିଲା ।ଉଚ୍ଚ ସ୍ବରରେ କହିଉଠିଲି ସମସ୍ତେ ଟିକେ ଚୁପ୍ ରହିବକି ?
ମୋ ମାଆ ଯେତେବେଳେ ଡାକ୍ତରଖାନାରେ ରୋଗଶଯ୍ୟାରେ ପଡି ମରଣ ସହ ଲଢେଈ କରୁଥିଲା ମୋ ବାପାଙ୍କୁ ସେ ସାହାସ ଦେଇ କହିଥିଲେ ଧୈଯ୍ୟ ହରା ହୁଅନି, ମୁଁ ଅଛି ତୁମ ସହ ।ତୁମେ ମୋ ମାଟିର ଲୋକ ମାନେ ମୋର ସଂପର୍କୀୟ ।କେତେ ଟଙ୍କା ଦରକାର ମୁଁ ଦେବି ।ଆଉ ସେ ମୋ ମାଆଙ୍କୁ ପୁରାପୁରି ସୁସ୍ଥ କରି ଘରକୁ ନିଜ କାର୍ ରେ ନେଇ ଆସିଥିଲେ ।ସେ ଅସମୟରେ କେହି ଜଣେ ବି ସାହାଯ୍ୟ କରିନଥିଲେ ।କେବଳ ଦାମବାବୁ ସମାଜସେବା ହିସାବରେ ଆମ ସାଥି ହୋଇଥିଲେ ।ଆଉ ଆଜି ତାଙ୍କ ପୁଅ ଏମିତି ଅବସ୍ଥାରେ ....ତୁମେ ମାନେ ତା ସହ କଥା ନ ହୋଈ ଏତେ ଉପହାସ କରୁଛ ।ସେ ତୁମ ଭିତରୁ କାହାର ସଂପର୍କୀୟ ହୋଇଥିବ ବୋଲୀ ଚିନ୍ତା ବି ନାହିଁ ।
ମୁଁ ରାଧାର ଅତି ନିକଟକୁ ଗଲି ଆଉ ପଚିରିଲି ବାବୁ ତୁମ ସହ କିଏ ଆସିଛନ୍ତି ।ସେ ଉତ୍ତରରେ ଭୋ ଭୋ ହୋଇ କାନ୍ଦି ଉଠିଲା ।ମୋ ପାଇଁ ଏ କାର୍ତ୍ତିକ ମାସ ସତେ ଯେମିତି ଅଭିଶାପ ଅଙ୍କଲ୍ କହି ଜୋର୍ ରେ ଭିଡି ଧରିଲା ।
କଣ ହେଇଛି ବାବୁ ଏମିତି କାହିଁକି ଅଶୁଭ କଥା କହୁଛ ।ପବିତ୍ର ମାସ ପବିତ୍ର ଦିନରେ ତୁମର ଏମିତି କଥା !
ହଁ ଅଙ୍କଲ୍ କାହା ପାଇଁ ଆଜି ଶୁଭ ତ ଆଉ କାହା ପାଈଁ ଅଶୁଭ ମଧ୍ଯ ।ମୋ ଭାଗ୍ୟରେ ବୋଧେ ବାପାମାଆର ସ୍ନେହ ମିଳିବାର ନାହିଁ ।ଆଜି ବଡି ଭୋର୍ ରୁ ମୋ ବାବା ମାମା ବୋଇତ ଭସାଇବା ପାଇଁ ଏଠିକୁ ମୋତେ ନେଇ ଆସିଥିଲେ ।କିନ୍ତୁ ଦିନ ନଅ ଘଣ୍ଟା ହେଲାଣି ମୋତେ ମିଳୁନାହାଁନ୍ତି ।ବହୁତ ଜୋର୍ ରେ ଭୋକ ହେଲାଣି କିନ୍ତୁ ଏଠି କାହାକୁ ମାଗିଲେ କଣ ଖାଇବାକୁ ଦେବେ ?ଭୋକ ନ ସହି ମୁଁ ଟଙ୍କା ଗୋଟାଉଛି କିଏ ଚଳୁଥିବା ଟଙ୍କା ବୋଇତରେ ଯଦି ଛାଡୁଥିବ ସେ ଟଙ୍କାରେ ଆଗ ଖାଇଦେବି ପୁଣି ବାବା ମାମାକୁ ଖୋଜିବି ।
ତା ପାଟିରୁ ଏ କଥାସବୁ ଶୁଣି ମୋର ଆଖିରୁ ଲୁହ ଅନବରତ ବୋହି ଚାଲିଥାଏ ।ହଠାତ୍ ଆରପଟ ତୁଠରୁ ଚିତ୍କାର ଶୁଭିଲା ଆରେ କିଏ ଅଛ ଆମ୍ବୁଲାନ୍ସ ଡକାଅ ।ଦୌଡି ଦୌଡି ରାଧା ସହ ମୁଁ ବି ଗଲି ।ଦାମବାବୁ ଆଉ ତାଙ୍କ ସହଧର୍ମୀଣୀ ପାଣିରୁ ଉଦ୍ଧାର ହୋଈଛନ୍ତି । ଚେତା ଶୁନ୍ୟ ହୋଇପଡିଛନ୍ତି ।ରାଧା ପୁଣି ଥରେ ଗର୍ଜନ କରି କାନ୍ଦୁଥାଏ ।ଏତିକି ଭିତରେ ମୁଁ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଦୁହିଁଙ୍କୁ ଡାକ୍ତରଖାନା ନେଇଗଲି ।ଚିକିତ୍ସା ଚାଲିଥାଏ ରାଧାକୁ ବାହାରକୁ ଡାକି କହିଲି ବାବୁ ଡରନି କିଛି ହେବନି ମୁଁ ଅଛି ସବୁ ଠିକ୍ ହୋଇଯିବ ।ତୁମେ କଣ ଟିକେ ଖାଇଦିଅ ବାବୁ ।
ରାଧାର ପାଟି ପୁରା ବନ୍ଦ ହୋଇଯାଇଥିଲା କିନ୍ତୁ ଡାକ୍ତର ବାହାରକୁ ଆସିବା ଯାଏଁ ।ସେ ଚାହିଁଲେ ବି କିଛି କହିପାରୁନଥିଲା ।ଭୋକଶୋଷ ତାର କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା ।
କିଛି ସମୟ ପରେ ଡାକ୍ତର ବାବୁ କହିଲେ ବ୍ୟସ୍ତ ହେବାର କିଛି ନାହିଁ ।ଦୁହେଁ ବର୍ତ୍ତମାନ ସୁସ୍ଥ ।ରାଧାର ମୁହଁରେ ଟିକେ ହସ ଫୁଟିଲା କିନ୍ତୁ ସେ ଛାନିଆ ହୋଇଯାଇଛି ଏଣୁ ପାଟି ଫିଟୁନଥିଲା ।
ମୁଁ କେବେ ବି କାର୍ତ୍ତିକ ମାସରେ ଏହିଦିନଟିକୁ ଭଲ ପାଉନଥିଲି ଗହଳି ପାଇଁ ।ମୋ ପୁଅ ବାଧ୍ୟ କଲା ବୋଲି ଆସିଥିଲି ତା ଖୁସି ପାଇଁ ।ପୁଣି ଥରେ ଏମିତି ଦୁର୍ଘଟଣା ଆସନ୍ତା ଜନ୍ମ ପଯ୍ୟନ୍ତ କାର୍ତ୍ତିକ ପୂର୍ଣିମା ମୋ ମନରୁ ଭୂଲାଇଦେବ ।
ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର