Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Disambar Meher

Others

4.3  

Disambar Meher

Others

ସହଯୋଗ୍

ସହଯୋଗ୍

3 mins
296


କୁଡେ ବଛର୍ ପିଲା ,ଗୁରା ଫୁର୍ ଫୁରା ,ଉଁଚାପୁରା ,ତାର୍ ନାଁ ରୋହିତ୍ । ଅମ୍ରିକାନେ ଚାକ୍ରି କରୁଛେ ।ମା ବୁଆ ସମଲପୁରେ ରହେସନ୍ ।ତାର୍ ପାସେ କିହେ ନାଇଁ ରହନ୍ ସେ ଏକ୍ଲା ରହେସି ଆର୍ ସେ ଗୁଟେ ମିନି ପିଲା ପୁସିଥାଏ ।ଅମ୍ରିକାନେ ଜନମ୍ ନାଇଁ ହେଲେ ଭି ସଭେଁ ତାଖେ ଜାନିଛନ୍,ବନେ କହେସନ୍ ।ବାଟେ ଘାଟେଁ ଚାଲି ଯାଉଥିଲେ ଭି ଲୋକର୍ ସନେ ପଦେକ୍ କଥା ନାଇଁ ହେଲେ ତାର୍ ପେଟର୍ ଭାତ୍ ନାଇଁ ଜିରୋଉଥାଇ ।ଗରିବ୍ ଦୁଖିକେ ଦେଖ୍ଲେ ତାର୍ ମନ୍ ଡହଲ୍ ବିକଲ୍ ହେଇ ଯାଏସି । ତାର୍ ହାତେ ଜେତେ ହେଇ ପାରବା ଲୋକ୍ କେ ହେତେ ସହଯୋଗ୍ କରବାକେ ଛାଡେ ନାଇଁ କେବେ ।

୧୦ ନୁ ୪ ଅଫିସ୍ କାମ୍ ବାକି ସମିଆ ଲୋକ୍ ମାନକର୍ ସନେ ମିସ୍ସି,ଅସହାୟନେ ଲୋକ୍ କେ ସହଯୋଗ୍ କରସ୍ସି । ହେତିର୍ ଲାଗି ସଭେଁ ତାଖେ ବନେ ବଲସନ୍ ।

ଦିନେକ୍ ସକାଲନୁ ରୋହିତ ରୋଡେ ଚାଲୁଥାଏ ଦେଖ୍ଲା ଯେ ଗଛ୍ ଗୁଟେ ପାଏନ୍ ନାଇଁ ହେବାର୍ ଜେ ଶୁଖି ଯାଇଛେ । ଗଛେ ପତର୍ ଗୁଟେ ନାଇଁନା ସବୁ ଝରି ଗଲାନା । ରୋହିତ ହେ ଫୁଲ୍ ଗଛ୍ କେ ଉଠେଇକରି ଗୁଟେ ସଲାପ୍ ଘର୍ ତଲେ ରଖିଦେଲା ।ହେନ ସଲାପ୍ ନୁ ପାଏନ୍ ଆସିକରି ଫୁଲ୍ ଗଛେ ପରୁଥିଲା ।

ଫେର୍ ଚାଲ୍ ତେଲ୍ ଗଲା ବାଟେ ବୁଢୀଟେ ତାର୍ ଠେଲାନେ ସାଗ୍ ଡାଲ୍ ରଖିକରି ବିକା ସଂଗା କରୁଥାଏ ।ସେ ତାର୍ ଠେଲାକେ ରାସ୍ତାର୍ ଇଫାଲୁନ୍ ସେ ଫାଲ୍କେ ନେଇ ନାଇଁ ପାରୁଥାଇ ।ରୋହିତ୍ ଦେଖ୍ଲା ବୁଢୀ ଦୁଖ୍ ,ଠେଲା କେ କିନ୍ଦେଇ ନାଇଁ ପାରବାର୍ ।ବୁଢୀ ପାସେ ଗଲା ଆର୍ ଠେଲାକେ ଇ ପ

ଫାଲୁନ୍ ସେ ଫାଲକେ ପୁହୁଁଚେଇଦେଲା । ହେନ ବୁଢୀର ବେଭାର୍ ବନେ ଚଲ୍ଲା , ଦୁଇ ପଏସା ଜହ କମେଇ କଲା ।

ଦିନ୍ ମଏଧାନେ ହଟୁଲ୍ ନେ ଭାତ୍ ଖାଏଲା ବେଲେ ରୋହିତ୍ ପାସକେ କୁକୁର୍ ପଟେ ଆସ୍ଲା । କୁକୁର୍ କେ ଭି ନିଜର୍ ଖାଉଥିବାର୍ ମଉଁସ୍ ଖଣେ ଦେଲା । ସବୁ ଦିନ୍ କୁକୁର୍ ତାର୍ ପାସ୍କେ ଖେଏବାର ସମିଆଁ ନେ ଆସେ । କୁକୁର୍ ଆର୍ ରୋହିତ୍ ମିଶି ଜାଇଥିଲେ ।ଜେନ୍ ଫାଲ୍ ରୋହିତ ଗଲେ କୁକୁର୍ ପଛ୍ କେ ପଛ୍ ଲମେ ।

ରୋହିତ୍ ଦିନେକ୍ ରାସ୍ତାନେ ଗୁଟେ ରାଣୀ ମାଏଜୀ ଆର୍ ଛୋଟ୍ ଛୁଆକେ ବସି କରି ଭିକ୍ ମାଗବାର୍ ଟା ଦେଖ୍ଲା । ପାସକେ ଜାଇକରି ତାକର୍ ଦୁଖ୍ ପଚାରଲ୍ଲା । ହେ ମାଏଜୀ ଲୋକ୍ କହେଲା ମୁଁ ମୋର୍ ଛୁଆକେ ଇସ୍କୁଲ୍ ନେ ପଢାମି ବଲୁଛେ ମାତର୍ ମୋର୍ ହାତେ ପଏସା ପତର୍ ନାଇଁ ଆର୍ ମୋର୍ ଗୋଡ୍ ଖରାପ୍ ହେଇଛେ ଚାଲିବୁଲି ନାଇଁ ପାରବାର୍ ବୋଲି କହେଲା । ରୋହିତ୍ ର ମନ୍ ବି ଦୁଖ୍ ହେଲା ଆର୍ ସବୁ ଦିନ୍ ଅଫିସ୍ ନୁ ଫିରବାର୍ ବେଲେ ସେମାନକେ ୧୦୦ ଟଁକା ଦିଏ । ଆର୍ ହାତେ ଗୁଟେ ଦରଜନ୍ କଦେଲ୍ ଧରିକରି ଆସେ।ସେ କଦେଲ୍ କେ ଗୁଟେ କୁରିଆନେ ରହୁଥିବାର୍ ବୁଢାବୁଢୀ କେ ଦିଏ ,ରୋହିତର୍ କବାର୍ ବୁତା ଦେଖିକରି ସଭେଁ ଖୁବ୍ ବନେ ବଲୁଥିଲେ । ରୋହିତ୍ ଇ ସବୁ ଲୋକ୍ ସବୁ ଦିନ୍ ସହଯୋଗ୍ କରୁଥିଲା ।ଦିନେକ୍ ରୋହିତ ଆଏବାର୍ ଲେଟ୍ ହେଇଗଲେ ତାର୍ ବାଟ୍ କେ ଠେଲାବାଲି ବୁଢୀ,କୁକୁର୍,ଛୁଆ ଆର୍ ଭିକ୍ ମାଗୁଥିବାର୍ ରାଣୀ ମାଏଜୀ,କୁରିଆ ଘରର୍ ବୁଢାବୁଢୀ ସଭେଁ ଟାକି ରହୁଥିଲେ ।

କେତେ ଦିନ୍ ଉତାରୁ ରୋହିତ ଅଫିସ୍ ଜେଉଥିଲା ଦେଖ୍ଲା ସେ ଫୁଲ୍ ଗଛେ ପତର୍ ପାହାଁଲିଛେ ,କେତେ ଅଏନ୍ ଦିଶୁଛେ । ପରାଜପତି ଫୁଲ୍ ତରାତରା କିନ୍ଦ୍ରି ବଲୁଛେ ଆର୍ ଛୁଆନୁ ବୁଢା ତକ୍ ସଭେଁ ଫୁଲଗଛ ପାସେ ବସିକରି ଫଟୁ ଉଠେଇ ହେଉଛନ୍ । ଆର୍ ଆଗ୍କେ ଗଲା ଦେଖ୍ଲା ଜେ ସେ ଠେଲାବାଲୀ ବୁଢୀଟେ ବଡ୍ ଦୁକାନ୍ ଟେ ଦେଇକରି ସାଗ୍ ଡାଲ୍ ବିକୁଛେ ବୁଢୀ ରୋହିତ କେ ଦେଖିକରି ମୁଲ୍କି ହସି ଦେଲା । ଅଫିସ୍ ଗଲା ଆର୍ ଅଫିସ୍ କାମ୍ ସର୍ଲାକେ ଘର୍ କେ ଆସୁଥାଏ ଦେଖ୍ଲା ସେ ରାଣୀ ମାଏଜୀ ଜେନ୍ ଛୁଆକେ ଧରିକରି ଭିକ୍ ମାଗୁଥିଲା ହେନକେ ସେ ଏକ୍ଲା ଏକା ବସିଛେ ତାର୍ ଛୁଆ ନାଇଁ ନା ।ରୋହିତ ପାସ୍କେ ଜାଇକରି ପଛାର୍ଲା ନିନି କାହିଁ ଗଲା ? ସେ ମାଏଝୀ ଲୋକ୍ ଟା ପୁରୁବ୍ ଦିଗ୍ କେ ହାତ୍ ଲମେଇ କରି ଦେଖାଇଦେଲା ।ହେନୁ ସେ ନିନି ଛୁଆଟେ ଇସ୍କୁଲ୍ ଡେରେସ୍ ପିନ୍ଦିଛେ ଆର୍ ଇସ୍କୁଲ୍ ନୁ ପଢିକରି ଆସୁଛେ । ରୋହିତର୍ ଖୁସିର୍ କହେଲେ ନାଇଁ ସରେ ଛୁଆକେ ଖଣେକ୍ ସହଯୋଗ୍ କଲାକେ ପାଢ୍ ପଢିପାର୍ଲା ବୋଲି ।

ହେନୁ ତାର୍ ବସାକେ ଆଏବାର୍ ବାଟେ ପାଏନ୍ ମାର୍ଲା ।ରୋହିତ୍ ଦିହି ପାଏନ୍ ନେ ଭିଜିଗଲା ,ହେ ଦିନର୍ ରାତିନେ ରୋହିତର୍ ଗୋଡ ହାତ୍ ଜାଡ ହେଇ ଜାଉଥାଏ ଆର୍ ଜର୍ ନେ ଦେହେ ପୁଡି ଜାଉଥିଲା ସେ ଖଟୁନ୍ ଉଠି ନାଇଁ ପାର୍ଲା । ହେନ୍ତା ଖଟେ ସୁଇଥାଏ ନା ,ଖାନା ନାଇଁ କି ପିନା ନାଇଁ ।ଇ ସବୁ କେ ଛୋଟ୍ ମିନି ପିଲା ଦେଖ୍ଲା ଆର୍ କୁକୁର୍ କେ ଡାକି ଆନିକିନା ଦେଖାଲା । କୁକୁର୍ ହେଲେ କାଏଁ କରିପାରବା ତାର୍ ମୁଡ୍ କେ ବି କିଛି ଉପେ ନାଇଁ ଦିସ୍ଲା । ସାଙ୍ଗେ ସାଙ୍ଗ୍ କୁଧିକରି ଠେଲାବାଲି ବୁଢୀର ଦୁକାନ୍ କେ ଗଲା ଆର୍ ବୁଢୀର ପନତ୍ କାନିକେ ଟାନିଟାନି ରୋହିତର୍ ବସାକେ ଆନ୍ଲା । ବୁଢୀ ଦେଖ୍ଲା ରୋହିତର୍ ଦିହି ଜରେ କମୁଛେ । ସେଁରସ ତେଲ୍ ଗରମ୍ କରିକରି ଗୋଡ ହାତ୍ କେ ମାଲିସ କରିଦେଲା ଆର୍ ଡାକ୍ତର୍ ଡାକି କରି ତାର୍ ସେବା ଜତନ୍ କଲା । କେତେ ଦିନ୍ ଗଲା ପଛେ ରୋହିତ୍ ବନେ ହେଲା ଆର୍ ସଭେଁ ମିସିଭିରି କରି ରହେଲେ ।

ଡିସମ୍ୱର ମେହେର

ଗଣ୍ତାବାହାଲି ନୂଆପଡା

୭୮୯୪୭୮୮୧୩୫


Rate this content
Log in