Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa Bharati Dash

Inspirational

3  

Biswa Bharati Dash

Inspirational

କର୍ତ୍ତବ୍ୟ ଓ ଭଲ ପାଇବା

କର୍ତ୍ତବ୍ୟ ଓ ଭଲ ପାଇବା

2 mins
7.8K


( ୧ )

-- ପ୍ରିୟ !

-- ଉଁ ??

-- ମଝିରେ ମଝିରେ ବାପାଙ୍କ କଥା ଟିକେ ବୁଝି ଆସୁନ ! ମୁଁ ଘର କାମ ସାରି ଯାଉଛି , ତୁମେ ଗଲେ ଟିକେ ସେମାନଙ୍କୁ ଭଲଲାଗନ୍ତା !

-- ହୁଁ , ଦେଖିବି . .ତୁମେତ ଯାଉଛ, ମୁଁ କଣ ନିହାତି ଯିବା ଦରକାର ??

-- ତୁମ ଘର ଲୋକଙ୍କ ପାଇଁ ଛୁଟି ନେଇ ପାରୁଛ, ନ କହିଲେ ବି ! ଆଉ ମୋ ବେଳକୁ ଦେଖେଁ ?? ହଉ .

-- ଓଃ . . . ସକାଳୁ ସକାଳୁ ଆରମ୍ଭ . .

( ୨ )

-- ହେଲୋ . . . . ବାପା କେମିତି ଅଛନ୍ତି ?

-- ହୁଁ , ସ୍ଲୋ ଇମ୍ ପ୍ରୁଭ୍ ମେନ୍ଟ ହେଉଛି ତ!

-- ଆଚ୍ଛା . . . ମୁଁ ଘର କାମ ସାରି ଆସୁଛି . .

-- ଠିକ୍ ଅଛି ଅପା . . . ଆସେ ।

(ଭାଇଟା ଭାରତ ବାହାରେ ରହେ, ବାପାଙ୍କ ପାଇଁ ଆସିଛି ଛୁଟି ନେଇ । ବାପାବଉଙ୍କ ପାଖରେ ଅଛନ୍ତି ତା ସ୍ତ୍ରୀ ଓ ପିଲାମାନେ ।)

( ୩ )

-- ବାପା କାହାନ୍ତି ?

-- ଭିତରେ . . . ବସୁନୁ . . .ଭାବି ପାରୁନି ଦିନେ . . . . (ଦୀର୍ଘଶ୍ବାସ ଛାଡ଼ିଲା)

-- ହୁଁ . . .ସତରେ (କାନ୍ଦି ପକେଇଲି)

-- ଅପା ଟିକେ ବସ୍ , ଆସୁଛି ରହ . . .

( ୪ )

-- ଆରେ, ଶୁଣିଲ, . . (ବୋହୂକୁ ଡାକିଲା )

-- ହଁ ,କଣହେଲା?( ବୋହୁ କାନରେ କିଛି କହିଲା ),ହଉ . .

ବୋହୁ ପଛେ ପଛେ ମୁଁ ଗଲି , ଦେଖିଲି . . . ଭାଷା ପାଉନଥାଏ, ତା ଶ୍ରଦ୍ଧା ଓ ସମ୍ମାନ ଆଗରେ । କାନ୍ଦ କାନ୍ଦ ହୋଇ କୁଣ୍ଢେଇ ପକାଇଲି ତାକୁ . . .

-- ତୋତେ ବହୁତ୍ ଗେହ୍ଲ କରିବାକୁ ଇଚ୍ଛା ହେଉଛି, କେମିତି ତୋତେ ଧନ୍ୟବାଦ୍ କହିବି . . . .

-- ପ୍ଲିଜ୍ ଅପା ସେମିତି କୁହନି , ସେମାନେ ତୁମ ବାପା ମା' , ମୋର ?

-- ମୁଁ ଝିଅଟିଏ ହୋଇ ପାଖରେ ଥାଇ ବି . . ୟେ ବି ଟିକେ . .ଛାଡ଼୍ . . .

-- ତୁମେ ନ ଥିଲା ବେଳେ , ଭାଇ ସବୁଦିନ ଆସୁଥିଲେ । ଡାକ୍ତର ଦେଖେଇ ଓୌଷଧ ବି ଆଣି ଦେଇଛନ୍ତି !!

-- ଏହେ . .କି କାମ କଲି . . . .

-- କ'ଣ ହେଲା କି ଅପା?

-- ନା ନା ସେ କିଛି ନୁହଁ . .ବାସ୍ . ଏତିକି ଭାବୁଛି ତୋତେ ଧନ୍ୟବାଦ୍ କେମିତି ଦେବି ଜାଣେନି . .ଆଜିକାଲି ଦୁନିଆରେ . .

-- ଅପା, ଏ କିଥା , ମୁଁ ତୁମ ସାନଭଉଣୀ ନୁହେଁ . . ବାପାବଉଙ୍କ ଝିଅ ନୁହେଁ ?

ମନ ହେଉଥିଲା ତାକୁ ଗେହ୍ଲ କରିବାକୁ ! ଘରକୁ ଫେରିଲି . . .

( ୫ )

-- କଣ ଦେଖା କରି ଆସିଲ ?

-- ସରି , ପ୍ଲିଜ୍ , ନଜାଣି ବହୁତ୍ କିଛି କହିଦେଲି . . .

-- ହଉ ପାଖକୁ ଆସ , ଫାଇନ୍ ଦେବାକୁ ପଡ଼ିବ . .

-- ଆଚ୍ଛା ? ବହୁତ୍ ଦୁଷ୍ଟ ତୁମେ . .ହଉ ଆସ , ଖାଇବାକୁ ବାଢ଼ିଲିଣି ।


Rate this content
Log in

Similar oriya story from Inspirational