Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pankajini Upadhaya

Inspirational

1.0  

Pankajini Upadhaya

Inspirational

ବାପା

ବାପା

3 mins
7.5K


ନିଜର ନିଜର ଲାଗେ। ଅତି ନିକଟତର । ସେଦିନ ବାପା ହୋଇ ଚିତ୍କାର କରିଥିଲା ,ତା'ହୃଦୟରୁ ପାହାର ଦେଉଥିଲା , ପିତୃତ୍ବର ଅଭିମାନ । ପତ୍ନୀ ବଜ୍ରା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ , ପିତା ଅଜାତଶତ୍ରୂ ପିଠିରେ ବାଜୁଥିଲା , କିଏ ଯେମିତି ଚେତେଇ ଦେଉଥିଲା ମନେ ପକାଇ ଦେଉଥିଲା

ଅତୀତ , ପରମ୍ପରାର ପାହାଡ,ପୁତ୍ର ହେବ ପିତୃହନ୍ତା ' ପିତା ପାଇଛି ପିତୃତ୍ବର ସନ୍ଧାନ' । ପୁତ୍ରର ଭୃମି ଛୁଇଁଲା , ପିତୃତ୍ଵର ଆନନ୍ଦର ଅନୁଭବ ନାହିଁ। ମୃତ୍ଯ ଯେମିତି ଆହ୍ବାନ କରୁଛି। ଯେଉଁ ଦିନ ପୁତ୍ର ଅଜାତଶତ୍ରୁ ପିତା ବିମ୍ବିସାରଙ୍କୁ ହତ୍ଯା କଲା, ଅତି ନିର୍ମମ ଭାବରେ, ସେତେବେଳେ ସେ ପିତୃତ୍ବ କେତେ ରୋଦନ କରିଥିବ , ସେତେବେଳେ ପାରମ୍ପରିକ ହେଉ ବା ରାଜ ସିଂହାସନ ଲାଳସା ହେଉ , ପିତୃତ୍ବ ସେଦିନ ବଳି ପଡିଥିଲା ଅତି ନିର୍ମମ ଭାବରେ ,ରକ୍ତ ରଞ୍ଜିତ , କଳଙ୍କିତ ଇତିହାସ ସୃଷ୍ଟି କରିଥିଲା, କ୍ଷମତାର ଲାଳସାରେ, ଅହଙ୍କାରୀ ବିଳାସରେ । ରାଜତନ୍ତ୍ର ଥିଲା କେତେବେଳେ ଆବଶ୍ୟକତା ପାଇଁ ମଧ୍ଯ ପିତା ଫାଶି କାଠରେ ଝୁଲୁଥିଲା ପିତା ,ଅପରିଣାମ ଦର୍ଶିତା ପାଇଁ ମଧ୍ଯ । କଂସର କାର୍ଯ୍ୟ କଥା ପୁରାଣ କହେ। ଉଦାହରଣ ବିରଳ ବାପା ପାଇଁ ପୁତ୍ରର ଅମାନବିୟତାର । ଉଦାହରଣର ଅଭାବ ମଧ୍ୟ ନାହିଁ , ପିତୃ ଋଣ ପରିଶୋଧ ପାଇଁ ପୁତ୍ରର ତ୍ଯାଗ। ସବୁ ସମୟରେ ପିତା ପୁତ୍ରର ସମ୍ପର୍କର ଆକର୍ଷଣ ବିକର୍ଷଣର ଭରପୁର ଦୃଷ୍ଟାନ୍ତ ।

କିଏ ଚିହ୍ନି ନାହିଁ ବାପାକୁ ? କିଏ ବା ଚିହ୍ନିନି ପୁଅକୁ ? ଆଜି ବାପା ପାଇଁ ଲେଖିବି । କ'ଣ ଲେଖିବି ? କୋଉଠି ଖୋଜିବି ତାର ସତ୍ତା ? କି ପରିଚୟରେ ସେଇ ପବିତ୍ର ସତ୍ତାକୁ ରୂପ ଦେବି ? ସଚେତନାର କି ଡୁଙ୍ଗୁରା ମୁଁ ପିଟିବି ? ତା 'ଅବହେଳିତ ପାଇଁ ପୁତ୍ରମାନଙ୍କୁ ଆହ୍ବାନ ଦେବି । ଲେଖିବି ନିଶ୍ଚୟ , ପାରମ୍ପରିକତାର ଉର୍ଦ୍ଧ୍ବରେ ,ପ୍ରଭାବ ବିସ୍ତାର କରିବି , ପୁତ୍ରମାନଙ୍କୁ ଜାଗ୍ରତ କରିବି । କହିବି ବାପାକୁ ଚିହ୍ନ, ବାପାକୁ ବୁଝ , ବାପା ବିନା ତୁମର ସ୍ଥିତି ନାହିଁ ରେ !

ପୁଅ ପାଇଁ ବୋହୁ ଆଣେ ବାପା। ସୁଖରେ ଘର ହସିବ । ସବୁକାମ ଏକାଠି ହେବ । ସୁଖ ଦୁଃଖ ମିଶିମାଶି ବାଣ୍ଟିନେବେ ,ଆତ୍ମିୟତାରେ ଘରଟି ସ୍ବର୍ଗ ପାଲଟିବ । ବଂଶ ବଢିବ, ଆନନ୍ଦ ବଢିବ । ଫେଣ୍ଟାଫେଣ୍ଟିର ଏକ ଅଦ୍ଭୁତ ଆକର୍ଷଣ । ଆନନ୍ଦ ହିଁ ଆନନ୍ଦ।

ବାପାର ବହୁ ତ୍ଯାଗରେ ସମ୍ଭାବନାର ଏ ସଂସାର ସାଗର । ମାଆ ମଧ୍ୟ ଅଂଶୀଦାର । ଅନ୍ୟ ମାନଙ୍କର ଭରପୁର ସହଯୋଗ।

ଆଜିର ଦିନରେ ଅତୀତ ଭିଜିଛି ଇତିହାସ ପୃଷ୍ଠାରେ , ପୁରାଣର ମହକ ନାହିଁ। ବାପା ଆଉ ବାପା ହୋଇ ନାହିଁ। ପାଲଟି ଯାଇଛି ଗୋଟେ ବୋଝବୁହା ଶଗଡ। ଅସରନ୍ତି କାର୍ଯ୍ୟ ପଥର ଯାତ୍ରୀ ସେ । ଅନ୍ତରର ନିବିଡ ସମର୍ଥନର ସୁରାକ ନାହିଁ । ମନ ହୃଦୟ ହଜେଇ ଦେଇଛି ଶ୍ମଶାନ ଘାଟରେ । କରିବା ପାଇଁ କରୁଛି ।

କେମିତି କରିବ ନା ଯେ। ସେ କ 'ଣ ଶିଖାଇଛି ସାମାଜିକତା , ସମ୍ପର୍କର ମଧୁରତା, ତ୍ଯାଗର ବିଶ୍ବସନୀୟତା, କର୍ତ୍ତବ୍ୟଵୋଧର ସଚେତନତା , ନୈତିକ ମାନସିକତା । କ'ଣ ଶିଖାଇଛି ତଳକୁ ଦେଖିବା ?

ବାପା ବଦଳୁ , ବଦଳୁ ବାପାର ପରିଭାଷା । ବାପାର ସଚେତନାକୁ ଜାଗୁ । ବାପା ପରଶରେ ପିଲା ଶିଖୁ ବାପା ପ୍ରତି ଦାୟିତ୍ବବୋଧ ।ବୋଝ ବୁହା ଶଗଡ ନୁହଁ। ପୂଅକୁ ନ ଦେଉ ଶିକ୍ଷା ବୋଝ ବେଗ ବସ୍ତାନି ଧରି ଖାଲି ପଢ, ବଡ ଚାକିରି କରି ବଡ ହୋ ଅର୍ଥ କ୍ଷମତାରେ ରହି ସ୍ବାର୍ଥପର ନ ହୋ ।

ଗଳ୍ପର ଛଳ ଏ , ଘୁରାଇ ପାରିନି ସୀମିତ ପରିସୀମାର ପରିଧିରେ ଆଲୋକିତ କଳାକାରଙ୍କୁ।

ପୁଅ ଡାକୁଛି ବାପା ଏଇଆ ଦିଅ । ଏଇଆ କର। ତା 'ପରେ ବାପା ତୁମକୁ

ସମ୍ଭାଳିବା ସମ୍ଭବ ନୁହେଁ । ବାପା ଆଖିରେ ଲୁହ । 'ବାଗବାନ ' ଚଳଚିତ୍ରରେ ପୁତ୍ର ମାନଙ୍କର ଦଶା ।ଦାମ୍ପତ୍ଯ ପ୍ରେମରେ ପିତା ପାଇଛି ପିତୃତ୍ଯର ସନ୍ଧାନ । 'ଶ୍ରବଣ କୁମାର ' ଚରିତ୍ରରେ ପୁତ୍ର ମରି ମଧ୍ୟ ଦେଇଛି ପିତୃତ୍ବର ସନ୍ଧାନ।

ବାପା ଅନମନୀୟ ଚରିତ୍ର । ଅନମନୀୟତା ହିଁ ପ୍ରଗତିର ଶିଡି । ବାପା ନ ହଜୁ । ଜରାଶ୍ରମ ଖୋଲା ନରହୁ ବାପା ପାଇଁ , ବାପା ଶିକ୍ଷା ଦେଉ ବାପା ହେବାର କଳା ,ପିଢି ପରେ ପିଢି ଗଡି ଚାଲୁ ବାପା ପୁତ୍ର ସମ୍ପର୍କର ପବିତ୍ରତା । ବିପଥଗାମୀ ନ ହେଉ ସୁସ୍ଥ ସମାଜର ବାସ୍ତବିକତା ।


Rate this content
Log in

Similar oriya story from Inspirational