Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Others

1.3  

Satyabati Swain

Others

ପ୍ରମାଣ

ପ୍ରମାଣ

2 mins
597


ମା ମୁଁ କାହା ପୁଅ!!

ମୋର..

ମୋ ବାବା କିଏ??

ତୁ ଜାଣିନୁ ତୋ ବାବା କିଏ??

କି ପ୍ରମାଣ ଅଛି ଶ୍ରୀ ପ୍ରବୀର ଲେଙ୍କା ମୋ ବାବା!!

ମାନେ!!!ତୁ କଣ କହିବାକୁ ଚାହୁଁଛୁରେ ପୀୟୂଷ?

ଛାଡ଼ ମା ତୁ ବୁଝି ପାରିବୁ ନାହିଁ।।

ଆଁ..... ଏଡ଼େ ପାଟି ମେଲା ହୋଇଗଲା ମା ପାକିର।।

ବାବା ମୋ ବାବା କିଏ!!!

ହସି ହସି-କିରେ ପୀୟୂଷ କଥା କଣ??ଇଏ କି ପ୍ରଶ୍ନ!!

ଓଃ ହସନି ତ ବାବା।।

ଆଉ କଣ କରିବି ରେ ପୁଅ!!ପୁଅ ଯଦି ବାପାକୁ ପଚାରେ ସେ କାହା ପୁଅ..ସେଠି ନ ହସି କଣ ହୁଅନ୍ତା??

ସିରିଏସ୍ ବାବା ସତ କୁହ ତୁମେ ମୋ ବାବା ତ!!ମୁଁ ତୁମ ପୁଅ ତ!!!

ହଁ ରେ ଯୋଗ୍ୟ ପୁଅ ମୁଁ ତୋ ବାପା।।

କିଛି ପ୍ରମାଣ ଅଛି ମୁଁ ତୁମ ପୁଅ ବୋଲି??

ହଠାତ୍ ହସ ପ୍ରବୀର ବାବୁଙ୍କ ମୁହଁ ଛାଡି ପଳେଇଲା।

ଆଁ... ଝାଇଁ ଝାଇଁ ହୋଇଗଲା ତାଙ୍କ କାନ ମୂଳ।ପୀୟୂଷ ପ୍ରଶ୍ନ ନୁହେଁ ସତେ ବା ଠୋ କରି ଚାପୁଡ଼ାଟାଏ କଷି ଦେଉଛି ।କଣ ହୋଇଗଲାଣି ଆଜିର ସମୟ।ବାପା ପ୍ରମାଣ ଦେବ ଡି ଏ ନ ଟେଷ୍ଟ କରି ପୁଅକୁ ବୋଧେ।ଆମେ ବିକଶିତ ହୋଇ ଏଇଠି ପହଞ୍ଚିଛେ !!ଏ କଥା ଭାବି ନଥ୍ କରି ବସି ପଡିଲେ ପ୍ରବୀର ଲେଙ୍କା ତଳେ।।

ଜେଜେ !ବାବା ତୁମ ପୁଅ ତ!!

ହଇରେ ଟୋକା କଣ କହିଲୁ ତୋ ବାବା ମୋ ପୁଅ କି ନୁହେଁ??

କାଇଁ ଗଲା ମୋ ବଂକୁଲି ବାଡ଼ି।।ଆଇଁଲୁ ଦିଟା ପାହାର ଖାଇଲେ ସିଧା ହୋଇଯିବୁ।।କଣ ନା ତୋ ବୋପା ମୋ ପୁଅ କି ନୁହେଁ।।ୟାପ...ଏ ଯୁଗ ପିଲା ଗୁଡା କଣ ହେଉଛନ୍ତିରେ ନାରଣ.. ସବୁ କଥାରେ ପ୍ରମାଣ।।ପରୀକ୍ଷା ନିରୀକ୍ଷା।ଛି ଛି।।ତୁ ଇଂଜି ମିଞ୍ଜି ପଢି ଏଇଆ ଶିଖୁଛୁ।।ପ୍ରମାଣ ମାଗୁଛୁ ପ୍ରମାଣ।।

ଆରେ....ପିଷୁ ତୁ ସୁଦୁ ଚଷୁ ରେ ମୋଟା ବୁଦ୍ଧିଆ।।ଧନ୍ୟ କହିବ ମୋ ଇଂଜି ମିଞ୍ଜି ପଢୁଆ ନାତି ଟୋକା।।

ଏ.. ଏ..ଏ ଜେଜେ ଶୁଣ ଟିକେ ସତରେ କିଛି ପ୍ରମାଣ ଅଛି ବାବା ତୁମ ପୁଅ ବୋଲି!!

ଜେଜୀ ମା ନଇଁ ନଇଁ ଆସି ପାନଖିଆ ନାଲିଆ ପାକୁଆ ପାଟିରେ କହିଲା ହଁ ଅଛି ଲେ ଟୋକା।।

ମନ ଜାଣେ ପାପ

ମା ଜାଣେ ବାପ।।

ମୁଁ କହୁଛି ଲେ ତୋ ଵୋପା ଆମ ପୁଅ।।

କି ପ୍ରମାଣ ଅଛି ଲୋ ମୋ ପାନଖାଇ ହିରୋଇନ ଜେଜୀ ମା??

ଆ ପ୍ରମାଣ ନେବୁ ରେ ନାତି।।ଦେଖ ହୋ କେଡେ ବହପ

ଏଡ଼େ ଟିକେ ନଣ୍ଡି କଣ ପଚାରୁଛି।।ଜେଜୀ ମା ଥୋଇଦେଲା ଦି ବିଧା କଷି ନାତି ପିଠିରେ।।

ଉହୁଁ ...ଆଉଁସି ହେଲା ପିଠି ପୀୟୂଷ।।

ଏଥର ପ୍ରମାଣ ପାଇଲୁ ଟି।।

ହୁଁ... କହି ଖତେଇ ହୋଇ ପିଠି ଆଉଁସି ଆଉଁସି ଦଉଡ଼ି ପଳେଇଲା ନଅ ବର୍ଷର ଛୁଆ ପୀୟୂଷ।।

ଯେତେ ଯାହା କହିଲେ ବି ଜେଜେ ବାପା,ବାପା,ଜେଜୀ ମା ଓ ମା ଖୋଜୁଥିଲେ ପୀୟୂଷ ପ୍ରଶ୍ନର ଉତ୍ତର। ପ୍ରମାଣ....

*ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସିଂହପୁର*


Rate this content
Log in