Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Children Stories Inspirational

3  

Pramod Kumar Jena

Children Stories Inspirational

ବଡ ଚୋର

ବଡ ଚୋର

1 min
481



               ଆଜି ପରୀକ୍ଷା । ବାବା ନୂଆ କଲମ, ନୂଆ ପେନସିଲ୍ ଆଉ ନୂଆ ବୋର୍ଡ୍ ଆଣିଦେଇଛନ୍ତି । ଜଲଦି ଜଲଦି ସ୍କୁଲରେ ପହଞ୍ଚିବାର ଅଛି । ବାବାଙ୍କୁ ମୁଣ୍ଡିଆ ମାରିବାକୁ ଗଲା ବୁଲୁ । ବୋଉ କହୁଥିଲା ପରୀକ୍ଷାକୁ ଯିବା ପୂର୍ବରୁ ବାବା ବୋଉଙ୍କୁ ମୁଣ୍ଡିଆ ମାରି ଗଲେ ସବୁ ଭଲ ହୁଏ । କାଲି ରାତିରୁ ବାବାଙ୍କୁ ଜ୍ଜ୍ୱର । କିଛି ନ କହି ଖାଲି ମୁଣ୍ଡ ଉପରେ ହାତ ବୁଲେଇ ଦେଲେ । ହଠାତ୍ ବୋଉ କହିଲା, “ରହ ଟିକିଏ”। ଗୋଟେ ଗିନାରେ ଦହି ଆଣି ତା ମୁହଁରେ ଚାମଚଟିଏ ଖୁଆଇଦେଇ କହିଲା, “ଯା । ସବୁ ପ୍ରଶ୍ନ ଠିକ୍ ଠିକ୍ ପଢି ଉତ୍ତର ଲେଖିବୁ ।” ଝଟ୍ କରି ବୋଉକୁ ମୁଣ୍ଡିଆ ମାରି ବୁଲୁ ଚାଲିଲା ସ୍କୁଲକୁ । ବାଟରେ କାହାକୁ ନ ଅନାଇଁ ସିଧା ସିଧା ଯାଇ ସ୍କୁଲରେ ପହଞ୍ଚିଗଲା । ହଠାତ୍ ତା ସାଙ୍ଗ ସୁଦୀପ୍ ତା ବାବାଙ୍କ ଗାଡିରେ ଆସି ପହଞ୍ଚିଲା । ଆଜି ସୁଦୀପର ବାବା ତାଙ୍କ ନିଜ ଗାଡିରେ ଛାଡିବାକୁ ଆସିଥିଲେ । ବୁଲୁର ବାବା ତାଙ୍କ ଅଫିସରେ ଡ୍ରାଇଭର୍ ଚାକିରି କରନ୍ତି । କିଛି ସମୟ ପରେ ସୁଦୀପ୍ ବୁଲୁକୁ କହିଲା, “ଆଜି ଡାଡି ତୋ ବାବାଙ୍କୁ ଗାଳି ଦେଉଥିଲେ । କହିଲେ, ଚୋରଟାକୁ ଆଜି ଛୁଟି ନେବାକୁ ଥିଲା ?” ବୁଲୁ ଟିକେ ମୁରୁକି ହସିବାରୁ ସୁଦୀପ୍ ପଚାରିଲା, “ତୋତେ ଖରାପ ଲାଗିଲାନି ? ତୁ ଓଲଟା ହସୁଛୁ ?” ବୁଲୁ କହିଲା, “ବାବା କହୁଥିଲେ, ଯେଉଁମାନେ ସରକାରୀ ଗାଡି ନିଜ କାମରେ ଲଗାନ୍ତି ସେମାନେ ସବୁଠାରୁ ବଡ ଚୋର ।”



Rate this content
Log in