Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suniti Devi

Fantasy

3  

Suniti Devi

Fantasy

ହଂସ

ହଂସ

6 mins
7.5K


ହଂସ

        ।।୧ ।।

ସାରା ଜୀବନରେ ଯେତିକି କଳଙ୍କ

ଵହିଛି ଏ ଦେହ ଗୋପନରେ,

ଜୀଵନ ଯେଉଁଠି ସରିସରି ଆସେ

ସଵୁ ଦୁଃଖ ଗୁନ୍ଥେ ନୀରଵରେ।

       ।।୨।।

ମନ ହୁଏ ଏବେ ଅଜାଡି ଦେବାକୁ

 ମୁକୁଳାଇ ହୃଦ ଅନ୍ଧାରରେ,

ଯିଏ ବି ଶୁଣିବ ଯାତନା ମୋହର

ହସି ଉଡାଇବ ଅଦୃଶ୍ୟରେ।

       ।।୩।।

କେତେ ହାହାକାର କେତେ ଅପମାନ

କେତେ ଆଞ୍ଜୁଳା ମୋର ଲୁହ,

କେତେ ଦଂଶନ କେତେ ଯେ ଜ୍ଵଳନ

କେତେ ମୁଁ ଚାପିଛି ସତେ କୋହ।

        ।।୪।।

ସେ ସଵୁକୁ ଏଵେ ଜୀର୍ଣ ବୁକୁରୁ

ଉଖାରିବି ଆଜି ମନ ଭରି ,

ପାହାଡ଼ ଫାଟିଵ ଝରଣା ଝରିବ

ଯିବ ସିନା ଏଣେ ତେଣେ ଗଡି।

       ।।୫।।

ନଗ୍ନ ହୋଇଵ ଦେହ ମନ ପ୍ରାଣ

ମୁକୁଳିଵ ମୋର ପ୍ରାଣ ପକ୍ଷୀ,

ଯେଉଁଠୁ ଆରମ୍ଭ ଶେଷ ବି ସେଇଠି

ଜୀବନ ଥିବ ହିଁ ଏକା ସାକ୍ଷୀ।

       ।।୬।।

ଜୁଈ ଜଳୁଥିବ ଶ୍ମଶାନ ଛାତିରେ

 ପାଉଁଶ ହୋଇବ ଦେହ ମୋର

ନୂତନ ଦୁଆର ମୁକୁଳା ଥିବ ତ

ହଂସ ଉଡିଯିବ ଛାଡି ଘର।

   ସୁନୀତି/୧୩.୦୯.୧୭


Rate this content
Log in

Similar oriya story from Fantasy