Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract

2  

Rasmi Rekha Tripathy

Inspirational Abstract

ଗର୍ବନାଶ

ଗର୍ବନାଶ

1 min
7.3K



       ଭାଇନା ବଡ ଅବୁଝା l ତାକୁ ବୁଝେଇବା ବହୁତ କଷ୍ଟ l ଆମେ ଦାନୁଆଁ ବ୍ରାହ୍ମଣ l ତା ଶ୍ୟାଳୀ ସାରୁଆ ବ୍ରାହ୍ମଣ ଘର ପୁଅକୁ ପ୍ରେମ ବିବାହ କଲା ବୋଲି ଭାଇନା ତା ଶ୍ୱଶୁର ଘର ସହ ସବୁ ସମ୍ପର୍କ କାଟି ଦେଇଥିଲା l ଏପରିକି ତା ପୁଅ ବ୍ରତଘରକୁ ତା ଶ୍ୱଶୁର ଘରକୁ ଡାକି ନ ଥିଲା l ଥାଳି ଧରିଥିଲେ ଭାଉଜଙ୍କ କକା ପୁଅ ଭାଇ l ଭାଇନାକୁ ବହୁତ ବୁଝେଇଥିଲି ମୁଁ l ଶେଷରେ ରାଗି ଯାଇ କହିଲି, କାଲି ସକାଳୁ ତୋ ଝିଅ ଯଦି ଏଇ କାମ କରେ, କଣ କରିବୁ ? ଭାଇନା ଚୁପ୍ ହୋଇଯାଇଥିଲେ ମୁହୂର୍ତ୍ତେ l ତା ପରେ କହିଥିଲା ଯେ, “ମୋ ଝିଅ ଏମିତି କାମ କରିବ ନାହିଁ l” ଗଭୀର ଆତ୍ମବିଶ୍ୱାସ ଥିଲା ତା ଆଖିରେ l ସେ ତା ଝିଅକୁ ବହୁତ ଭଲ ପାଉଥିଲା, ଆଉ ବିଶ୍ୱାସ କରୁଥିଲା l କିନ୍ତୁ ଅନେକ ବର୍ଷ ପରେ ଯେତେବେଳେ ତା ଝିଅ ଅଲଗା ଜାତି ତ ଅଲଗା ଜାତି, ଅଲଗା ଭାଷାର ପୁଅଟିକୁ ବାହା ହେବା ପାଇଁ ଯିଦ୍ ଧରିଲା, ଭାଇନା ପ୍ରତିବାଦ କରି ପାରି ନ ଥିଲା l ତାର ସବୁ ଗର୍ବ ଭାଙ୍ଗିଯାଇଥିଲା l


Rate this content
Log in

Similar oriya story from Inspirational