Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାକୁଡି ଚୋର
କାକୁଡି ଚୋର
★★★★★

© Ranjit Sahu

Others

8 Minutes   14.2K    18


Content Ranking

"ଆପଣ ଆସିଲେ ବହୁତ ଭଲ ହେଲା ଦିଦି I ବହୁତ ସମୟ ହେଲାଣି ଅପେକ୍ଷା କରିକି ବସିଛି I ମୁଖ୍ୟ ଅଧ୍ୟାପକ ବ୍ୟସ୍ତ ଅଛନ୍ତି I ଆପଣ କିଛି କରନ୍ତୁ I ସାନୁ ଦୁଇ ଘଣ୍ଟା ହେଲା ଠିଆ ହେଇଛି ରୁମରେ ସାରଙ୍କୁ ଅପେକ୍ଷା କରିକି I" ମୁଁ କକ୍ଷରେ ପ୍ରବେଶ କରୁ କରୁ ସାନୁର ମା’ ନେହୁରା କରିବାକୁ ଲାଗିଲା I

"କ’ଣ ହେଲା? "ମୁଁ ପଚାରିଲି I ମୋ ସାମ୍ନାରେ ସାନୁ ଠିଆ ହୋଇଥାଏ ଓ ତା' ସାମ୍ନାରେ ବେଞ୍ଚରେ ଚାରିଟା ସଦ୍ୟ ତୋଳା ହୋଇଥିବା କାକୁଡି ଥୁଆ ହେଇଥାଏ I

"କ’ଣ କହିବି ଦିଦି? ଏତେ କଷ୍ଟ ପଡିକି ଅକର୍ମା ବାପାର ଛୁଆଟିକୁ ମଣିଷ କରିବି ବୋଲି ଭାବିଥିଲି I ଏ ଟୋକା କିନ୍ତୁ କୁସଙ୍ଗତିରେ ପଡିକି, ଯାଇକି ଆଜି ଦନିଆର ବାଡିରୁ କାକୁଡି ଚୋରି କରୁଥିଲା I ଧରା ପଡିଛି I ଦନିଆ ସମସ୍ତଙ୍କୁ ଧରିକି ଆଣିକି ମୁଖ୍ୟ ଅଧ୍ୟାପକଙ୍କ ପାଖରେ ଦେଇଛି I ଦନିଆ ଏଠି ବସିଥିଲା I ଟିକେ ବାହାରକୁ ଯାଇଛି I ପନ୍ଦର କୋଡିଏ ମିନଟରେ ଆସିବ କହିଛି, ” ସାନୁର ମା କହିଲା I

"ଆଛା, ସାନୁ ତ ଏମିତି ପିଲା ନୁହଁ ମୁଁ ଜାଣିବାରେ," ମୋ ପାଟିରୁ ବାହାରିଗଲା I

"କିନ୍ତୁ ସାନୁ ମାନି ସାରିଛି I ସାରଙ୍କର ମିଟିଙ୍ଗ ଚାଲିଛି I ସେ ସେଥିରେ ବ୍ୟସ୍ତ ଅଛନ୍ତି I ମୋତେ କହିଥିଲେ ଯଦି ସୁଭାଷିନୀ ଦିଦି ଆସିବେ କିଛି ବୁଝାମଣା କରି ପାରିବେ ତାହା ହେଲେ ମଧ୍ୟ ଚଳିବ I ଆପଣଙ୍କର ଅନେକ ଅଭିଜ୍ଞତା ଅଛି ଏହି ସବୁ ପ୍ରକାର ସମସ୍ୟାର ସମାଧାନ କରିବାରେ କହିଲେ," ସାନୁ ବୋଉ କହିଲେ ମୋତେ ଆଖିରୁ ଧାର ଧାର ଲୁହ ସାଥିରେ I

"ରୁହନ୍ତୁ ମୁଁ ପଚାରେ କ’ଣ ହେଲା I ମୋତେ କୁମୁଦ ଦିଦି କହିଲେ ମୁଖ୍ୟ ଅଧ୍ୟାପକ ସାର କହିଛନ୍ତି ଏଠିକି ଆସିକି ଯଦି ହେବ କିଛି ସମାଧାନ କରିବାକୁ, "ମୁଁ କହିଲି ଓ ପୁଣି ପଚାରିଲି, "ସାନୁ କ’ଣ ହେଲା କହିଲୁ I ମିଛ କହିବୁନି I”

"ଦିଦି ଆଜି ସ୍କୁଲ ଆସିଲା ବେଳେ ଦନିଆର କ୍ଷେତ ପାଖରେ ହଠାତ ମଣ୍ଟୁ ଅଟକି ଗଲା I କହିଲା ବଢିଆ କାକୁଡି ହେଇଛି I ଦିଟା ଆଣିବା I ବଢିଆ ଲାଗିବ ଖାଇ ଖାଇ ଗଲେ I ଏବେ ତ ବହୁତ ସମୟ ଅଛି ସ୍କୁଲ ଆରମ୍ଭ ହେବାକୁ I ସିଏ ବାଡ଼ି ଭିତରକୁ ପଶି ଗଲା I ମୁଁ କିଛି କହିବା ଆଗରୁ ଚାରଟି କାକୁଡି ଆଣିକି ମୋତେ ଧରେଇଦେଲା I ଏତିକି ବେଳେ ଦନିଆ ଦୌଡ଼ି ଦୌଡ଼ି ଆସି ଦେଖିଲା I ମୋତେ ବହୁତ ପିଟିଲା I ଏବଂ ଆସିକି ଏଠି କହିଲା I ସେତେ ବେଳ ଠାରୁ ମୁଁ ଏଠି ଠିଆ ହେଇଛି," ସାନୁ କହିଲା i

" କିନ୍ତୁ ମଣ୍ଟୁ କାହିଁ?"ମୁଁ ପଚାରିଲି .

"ମଣ୍ଟୁର ଅପା ଆଉ ତା’ କକା ଆସିଥିଲେ ତାକୁ ନେଇକି ଚାଲିଗଲେ I ସେତେବେଳେ ମୁଖ୍ୟ ସାର ଥିଲେ,” ସାନୁ କହିଲା I

"ତାକୁ କାହିଁକି ଛାଡି ଦେଲେ?" ମୁଁ ପଚାରିଲି I

"ତା କକା କହିଲେ, ତାଙ୍କର ନାମଜ୍ୟାଦା ପରିବାର I ସହରର ସବୁ ବଡ ସ୍ଥାନରେ ତାଙ୍କର ଭାଇ ବୃନ୍ଦ ଅଛନ୍ତି I ତାଙ୍କର ଅନେକ କୁଟୁମ୍ବ ବିଦେଶରେ ମଧ୍ୟ ଅଛନ୍ତି I ମଣ୍ଟୁ ପିଲା ବେଳୁ ତା ମା କୁ ହରେଇଛି I ବହୁତ ନିରୀହ କିଛି ଜାଣେ ନାହିଁ I ଏ କୁସଙ୍ଗତିରେ ପଡିକି ହଇରାଣ ହଉଛି I ଆଉ କହିଲେ ସେମାନେ କଣ ମଣ୍ଟୁକୁ ଜାଣି ନାହାନ୍ତି I ନିଜ ଚେଷ୍ଠାରେ ମଣିଷ ହୋଇଛି ଆଜି ଯାଏଁ I ନିଜେ ବସିକି ପଢେ I ସବୁ କଥା ମାନେ I ମାଛିକୁ ମ କହେନି,” ସାନୁର ମା କହିଲା I

"ଆଛା ଏମିତି କହିଲେ? କୋଉଠି ଲେଖା ହେଇଛି ସମ୍ଭ୍ରାନ୍ତ ଘରର ପିଲା ମାନେ ଭୁଲ କାମ କରନ୍ତି ନାହିଁ? ଦେଖିବାକୁ ଗଲେ ସେହି ପିଲାଙ୍କୁ ଅଧିକ ଶାସ୍ତି ମିଳିବା କଥା I କାରଣ ସେମାନେ ପରିବାରର ପୃଷ୍ଠଭୁମିର ଫାୟଦା ଉଠେଇଥାନ୍ତି I ହଁ ମଣ୍ଟୁର ମାଁ ନାହିଁ I କିନ୍ତୁ ଏହାର ଅର୍ଥ ନାହିଁ ତାହାର ଆଉ କେହି ଅବିବାହକ ନାହାନ୍ତି I ବହୁତ ବାପା ମା ଛେଉଣ୍ଡ ପିଲା ଅଛନ୍ତି I ସମସ୍ତେ ତ ଏମିତି କାମ କରନ୍ତି ନାହିଁ?” ମୁଁ ପଚାରିଲି I

"ମୁଁ କଣ କହିବି ଦିଦି,” ସାନୁ ବୋଉ କହିଲା, "ମଣ୍ଟୁ କକା ସାରଙ୍କୁ କହିଲେ ଯଦି ସିଏ ଆଉ ଥରେ ମଣ୍ଟୁ ବିରୁଦ୍ଧରେ କୌଣସି ଅଭିଯୋଗ କରନ୍ତି ତାହା ହେଲେ ସ୍କୁଲ କୁ ମିଳୁଥିବା ପାଣ୍ଠି ବନ୍ଦ କରିଦେବେ I ଗରିବ ମାଈପ ସବୁର ଶାଳି I ଆମର ଭାଗ୍ୟ I ଅଭାବରେ ସ୍ଵଭାଵ ନଷ୍ଟ,” ସାନୁର ମା କାନ୍ଦି ଉଠିଲା I

ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଲି ମୁଖ୍ୟ ସାର ମଣ୍ଟୁକୁ ଛାଡି ଦେଇଥିବା କଥା ଶୁଣି I ସାର ନିଜେ ମନୋବିଜ୍ଞାନରେ ସ୍ନାତକୋତ୍ତର ସମ୍ମାନ ପାଇଛନ୍ତି I ସିଏ ଭଲ ଭାବରେ ଜାଣନ୍ତି କିଛି ପିଲା ମାତା ପିତାଙ୍କୁ ହରେଇଲା ପରେ ଅତ୍ୟଧିକ ମର୍ମାହତ ହୋଇ ଥାଆନ୍ତି I ତାହାର ପ୍ରଭାବରେ ଚୁପ ଚାପ ରୁହନ୍ତି କିନ୍ତୁ ଭିତରେ ଭିତରେ ଚୁପ ଶୈତାନି କରନ୍ତି I ଅନ୍ୟ ମାନଙ୍କର ସହାନୁଭୁତିର ଫାୟଦା ଉଠେଇବା ଶିଖି ଯାଇ ଥାଆନ୍ତି I

“ଅଛା ସାନୁ କହିଲୁ, ତୁ ସାରଙ୍କୁ କହିଲୁନି କାହିଁକି ସତ କଥା?” ମୁଁ ପଚାରିଲି I

" ମୁଁ କହିଥିଲି ଦିଦିI କିନ୍ତୁ ମଣ୍ଟୁ କକା କହିଲେ, ମୋ ହାତରେ କାକୁଡି ଥିଲା I ତାହା ଛଡା ମଣ୍ଟୁ କାକୁଡି ଖାଏନି I ଘରେ ସେଥି ପାଇଁ ସବୁ ବେଳେ ଗାଳି ଶୁଣେ ତଟକା ଫଳ ପରିବା ଖାଇବା ପାଇଁ I ଓଲଟା ମୋତେ ହିଁ ନାଲି ଆଖି ଦେଖେଇ କହିଲେ ନିଶ୍ଚୟ ମୁଁ ହିଁ ଚୋରି କରିକି ମଣ୍ଟୁ ନାଆ ଦଉଛି ଖସି ଯିବା ପାଇଁ I କାରଣ ମଣ୍ଟୁର ଦାଦାଙ୍କ ନାଆ ଶୁଣିଲେ ଦନିଆ ଛାଡି ଦେବ,” ସାନୁ କାନ୍ଦି କାନ୍ଦି କହିଲା I

" କିନ୍ତୁ ତୁ ମାନିଲୁ କାହିଁକି? ଯଦି ମଣ୍ଟୁ କାକୁଡି ଚୋରି କରିକି ତୋତେ ଦେଇଥିଲା, ତୁ ସେକଥା କହିଲୁନି କାହିଁକି? ଡ଼ରିଲୁ କାହିଁକି?" ମୁଁ ପଚାରିଲି I"ତାହାର କକା କହିଲେ I ଭୁଲ ମାନିବୁ ନା ତୋତେ ସ୍କୁଲରୁ ବାହାର କରା ହେବ? ମୁଁ ଆଉ କଣ କରିଥାଆନ୍ତି?"ସାନୁ କାନ୍ଦି କାନ୍ଦି କହିଲା I

"ହୁଁ I କିନ୍ତୁ ତୁ ମଣ୍ଟୁ ସାଙ୍ଗରେ କାହିଁକି ସାଙ୍ଗ ହଉଛୁ?" ମୁଁ ପଚାରିଲି I

"ସିଏ ମୋତେ ବହୁତ ସାହାଯ୍ୟ କରେ ପଢ଼ାରେ I ବେଳେ ବେଳେ ପ୍ରବନ୍ଧ ଲେଖିବାରେ ସାହାଯ୍ୟ କରେ I ଆଉ ଗୋଟେ ଗୋଟେ ଦିନ ମୋତେ ତାହାର ଚକୋଲେଟ ମଧ୍ୟ ଆଣିକି ଖାଇବାରୁ ଦିଏ,” ସାନୁ କହିଲା.

“ବୁଝିଲି I ତୋହର ଫାୟଦା ନଉଛି ସିଏ I ତୁ ଗୋଟେ କାମ କରେ, ତୋହର ଯାହା ଅସୁବିଧା ହେବ ମୋତେ କହିବୁ କିମ୍ବା ତୋ’ ବୋଉକୁ କହିବୁ I ତୋର ଅଭାବରେ ସ୍ଵଭାଵ ନଷ୍ଟ ହଉଛି I ବୁଝିଲୁ? " ମୁଁ ପଚାରିଲି I

ସାନୁ ମୁଣ୍ଡ ଟୁଙ୍ଗାରିଲା

“ତୁ ବାହାରକୁ ଟିକେ ଯା ମୁଁ ତୋ’ ବୋଉ ସହିତ କିଛି କଥା ହୁଏ Iଗୋଟେ କାମ କରେ, ଦୁନିଆକୁ ଖୋଜିକି ଧରିକି ଆ,”

ମୁଁ କହିଲି I

ମୁଣ୍ଡ ଟୁଙ୍ଗାରି ସାନୁ ବାହାରକୁ ଚାଲି ଗଲା I

" କଣ କରିବି ଦିଦି,” ମୋତେ ଜାବୁଡି ଧରି କାନ୍ଦିବାକୁ ଲାଗିଲା ସାନୁ ବୋଉ ଓ କହିଲା,” ମୋ ଦୁନିଆଟା ଅନ୍ଧାର ହେଇଯିବ I ସାନୁ ନାଁରେ ଚୋର ନାଁ ଲାଗିଲେ I"

"ବ୍ୟସ୍ତ ହୁଅନ୍ତୁନିI ଧୈର୍ଯ୍ୟ ଧରନ୍ତୁ I ଦନିଆ କଣ କହୁଛି?"ମୁଁ ପଚାରିଲି I

"ଦନିଆ ସହ ମୋର କଥାବାର୍ତ୍ତା ହେଇ ନାହିଁ I ମୁଁ ଆସିଲା ବେଳେ ଖାଲି ମୁଖ୍ୟ ସାର ଥିଲେ,” ସାନୁ ବୋଉ କହିଲେ I

"ଗୋଟିଏ କାମ କରିବା I ଦନିଆକୁ ପଚାରିବା ଯଦି ସିଏ ତାହାର କାକୁଡ଼ିର ପଇସା ନେଇକି ଚାଲିଯିବ I ଆଉ ମଧ୍ୟ କଥା ଦେବାକୁ ହବ ସାନୁ ଆଉ କେବେ ତା ବାଡ଼ ଆଡକୁ ଚାହିଁବ ନାହିଁ I ଘରୁ ସିଧା ସ୍କୁଲ ଆସି, ସ୍କୁଲରୁ ସିଧା ଘରକୁ ଯିବ I ତାହାର ଆଉ କିଏ ନାହାନ୍ତି କି ସାଥିରେ ଆସିବାକୁ?"ମୁଁ ପଚାରିଲି I

“ତା' ବାପାଙ୍କୁ କହିବି ଆସିକି ଛାଡିକି ଯିବେ ଆଉ ନେଇଯିବେ I ଏମିତିରେ ବି କିଛି କରୁ ନାହାନ୍ତି I କେତେ ବେଳେ କେମିତି ମଝିରେ ଯାଇକି କାମ ଟିକେ ମିଳିଲେ କରୁଛନ୍ତି I ବହୁତ ଦୟା ହେବ ଦିଦି," ସାନୁ ବୋଉ କହିଲେ I

"ହଉ କିନ୍ତୁ ହିସାବ କଥା ମୁଁ କରିବି Iତୁମେ ସାନୁକୁ ନେଇ ଚାଲିଯିବ ପିଲାଙ୍କ ସାମ୍ନାରେ ଏ ସବୁ ବାର୍ତ୍ତାଳାପ ହେଲେ ସେମାନେ ଏହାକୁ ଅଲଗା ଢଙ୍ଗରେ ମଧ୍ୟ ନେଇ ପାରନ୍ତି,” ମୁଁ କହିଲି I

"ଯାହା କହିବେ ଦିଦି", ସାନୁ ବୋଉ କହିଲେ I

"ହଁ ଆଉ ଗୋଟିଏ କଥା I ମୁଁ ମଣ୍ଟୁ କାକାଙ୍କ ସହିତ ମଧ୍ୟ କଥା ହେବି I ମୁଁ କାହାକୁ ଡରେ ନାହିଁ କି ମୋର ଚାକିରୀ ଯିବାର ଭୟ ନାହିଁ I ଏଇଟା ମଣ୍ଟୁର ଭବିଷ୍ୟତ ପାଇଁ I ମୁଁ ଧନୀ, ଗରିବ, ସାକ୍ଷର, ଅପାଠୁଆ ମଧ୍ୟରେ ପାତର ଅନ୍ତର କରେ ନାହିଁ I ଯଦି ତାହାର କାକା ବୁଝିଲେ ଭଲ କଥା I ନ ହେଲେ ଦେଖିବା ଆଉ କିଛି କରିବା I କିନ୍ତୁ ମୁଁ ଚାହୁଁନି ଆଉ ସାନୁ ମଣ୍ଟୁ ସହ ସାଙ୍ଗ ହେଉ I ଆଜି ମଧ୍ୟ ଆମ ସମାଜରେ ସମ୍ପନ ଲୋକଙ୍କର କଥା କୁ ହିଁ ମାନ୍ୟତା ମିଳେ I ଏହା ଏକ କଟୁ ସତ୍ୟ I ସମାଜର ମନୋଭାବ ଯେ ଯାଏଁ ପରିବର୍ତ୍ତନ ହେଇନି ଆଉ ଆମ୍ଭେ ମାନେ ଯେ ଯାଏଁ ଚରିତ୍ରକୁ ଧନ ଆଉ ମାନ ଠାରୁ ଅଧିକ ମହତ୍ଵ ଦେବା ଶିଖିନେ, ଏ ପ୍ରକାର ସମସ୍ୟା ରହିଥିବ,” ମୁଁ କହିଲି I

“ଆଜ୍ଞା I ଆପଣ ଯାହା କହିବେ,” ସାନୁ ବୋଉ କହିଲେ I

"ଏଇ ତ ସାନୁ ଆଉ ଦନିଆ ଆସିଲେଣି I ରୁହନ୍ତୁ ମୁଁ କଥା ହୁଏ,” ମୁଁ କହିଲି I

ସାନୁ ଆସିକି ମୋତେ ଜୁହାର କଲା I ନିହାତି ସରଳ ଲୋକଟିଏ I ମୋତେ ବହୁତ ମାନେ I

"କିରେ ଦନିଆ ତୁ ମୋତେ ନ ଖୋଜିକି ସିଧା ମୁଖ୍ୟ ସାରଙ୍କ ପାଖକୁ କାହିଁକି ଗଲୁ? ତୁ ମୋତେ ଏତେ ଦିନରୁ ଜାଣିଛୁ I ମୋ ଉପରେ ଆଉ ବିଶ୍ଵାସ ନାହିଁକି?" ମୁଁ ପଚାରିଲି I

"ନାଇଁ ଆଜ୍ଞା ସିନ୍ତି କଥା କା ନାଇଁ I କିସ ବୋଇଲେ, ଇ ପିଲାମନେ ବାଡ଼ରୁ କାକୁଡି ଧରିକି ପଳେଇ ଆସୁଥିଲେ I ମୁଇ ଦୂରରୁ ଦେଖିଲି କିଏ ଗୁଟେ କାକୁଡି ତୁଲୁଛି I କିଏ ତୁଳିଲା ଜାଣିନି I ଦୁଇ ଜଣ ଯାକ ଗୁଟେ ପ୍ରକାର କା ଦୁଶୁଛନ୍ତି I ମାତ୍ର ଏ ସାନୁ ହାତରେ କାକୁଡି ଥିଲା I ମାତ୍ର ମୁଇ ଦୁଇ ଜଣକୁ ଧରିକି କା ଆସିଲି I କାଇଁକି କାକୁ ଜଣକୁ ମିଛରେ କଇବି I ମିସିକିରି ଥିଲେ I ହେଲେ ବଡ ବାବୁ ଆସିକି ମଣ୍ଟୁକୁ ନେଇ ଗଲେI ମୁଖ୍ୟ ସାର ଆସୁଛି ବଳିକି କହିଲେ I ମୁଇଁ ଜଗିକି ବସିଥିଲି I ଏବେ କା ଟିକେ ପଦାକୁ ଯାଇଥିଲି I ଵଉନି ବି କରିନି ଆଜ୍ଞା ଇ ପର୍ଯ୍ୟନ୍ତ କାକୁଡି I ମୁଇ ଗରିବଟେ ଆଜ୍ଞା I ଫସଲ ଟିକେ ବିକିଲେ ପେଟ ପୁଷିବି I କିନ୍ତି କରିବି ନ ହେଲେ I ସିଟା ପେଇଁକା ଆସିଲି ଆଜ୍ଞା I ନ ହେଲେ ମୁଇ ମଧ୍ୟ ପିଲା ବୋଇଲେ ବେଶୀ ଶରଧା କା I ଯାକୁ ହେଲା ପଚାର I ବାଡ଼ରେ ବେଶୀ ବରକୁଳି ହେଲେ ମୁଇକା ଯାଚୁଥିବି ପିଲାମାନଂକୁ I ଯାକୁ ହେଲେ ପଚାର କିନା କଇବେ I ଆସୁ ଆସୁ ବଡ ସାର ଦେଖା ହେଇଗଲେ I ଜୁହାର କଲାରୁ ପଚାରିଲେ I ସିଠା ପାଇଁ ତାଙ୍କୁ କହି ଦେଲି,” ଦନିଆ କହିଲା I

"ଦନିଆ ମୋ କଥା ଶୁଣିବୁ କି? ଆମେ ଦୁଇ ଜଣ ଇ କଥା ହବା I ସାନୁ କାକୁଡି ତ ଏଠାରେ ରଖି ଦେଇଛି I ସାନୁର ମା କାମକୁ ଯିବ I ସାନୁକୁ ତା ସାଙ୍ଗରେ ଯିବାକୁ ଦେ,” ମୁଁ କହିଲି I

"ହଉ ଆଜ୍ଞା I ଜୁଟା କଇଲେ ରାଜି କା,” ଦନିଆ କହିଲା I

" ଆପଣ ସାନୁକୁ ନେଇ ଯାଆନ୍ତୁ I ଆଜି ଆଉ ସିଏ ପଢ଼ାରେ ମନ ଦେଇ ପାରିବନି I ଆମେ ଯାହା କଥା ହେଲେ କିନ୍ତୁ ମନେ ରଖିଥିବେ , ମୁଁ କହିଲି I

“ଆଜ୍ଞାI ବହୁତ ବହୁତ ଧନ୍ୟବାଦ I ଆପଣଂକର ଚିର ଋଣୀ ହେଇଗଲି ଆଜି ଠାରୁ,”,ମୋ ହାତକୁ ଜାବୁଡି ଧରି ସାନୁ ବୋଉ କହିଲେ I

"ନା ମ I ଏଥିରେ କଣ ଅଛି? ଆମ୍ଭମାନଙ୍କର କାମ ଏହି ସବୁ ଦେଖିବା,” ମୁଁ କହିଲି I

ସାନୁକୁ ନେଇ ସାନୁ ବୋଉ ଚାଲିଗଲା I

'"ଦନିଆ ଏ ବର୍ଷ କାକୁଡି କେତେ ହେଇଛି?" ମୁଁ ପଚାରିଲି.

"ଦିନକୁ ଚାରଟା ପରା ଭାରିବ ଆଜ୍ଞା I ଆଉରି ବର୍ଷ ପାନି ମାରଲେ ଟିକେ ବେଶୀ ହବ,”ଦନିଆ କହିଲା I

"ଗୋଟେ କାମ କରେ ଦନିଆ I ସବୁ ଦିନେ ସଞ୍ଜକୁ ମୋ ଘରେ କାକୁଡି ଦେଇ ଯା I ତୋତେବି ବଜାର ଯିବାକୁ ପଡିବ ନାହିଁ I ମୋତେ ବି ଘରକୁ ଗଲେ ଆଉ କାକୁଡି ପାଇଁ କାହାକୁ କହିବାକୁ ପଡ଼ିବନି I ଆଉ ଯେଉଁ ପରିବା ହେଉଥିବ କହୁଥିବୁ I ଦରକାର ହେଲେ ମୁଁ ସେଇଟା ବି କିଣିବି I ଏ ଟଙ୍କାଟା ରଖେ I ଆଜିର କାକୁଡ଼ିର ପଇସା ବି କାଟିଦେ,” ମୁଁ କହିଲି Iଏକ ଶହେ ଟଙ୍କା ଦନିଆକୁ ଧରେଇ ମୁଁ ବେଞ୍ଚରେ ଥିବା କାକୁଡି ଉଠଉ ଉଠଉ କହିଲି.

"ଆଜ୍ଞା ଜୁହାର", ଦନିଆ ଶହେ ଟଙ୍କାଟି ଧରି ବାହାରି ଗଲା I

ସାମ୍ନାରୁ ମୁଖ୍ୟ ଅଧ୍ୟାପକଙ୍କୁ ହସି ହସି ଆସୁଥିବାର ଦେଖିଲେ.

"ଆପଣଙ୍କର ହଠାତ କଣ ମିଟିଙ୍ଗ ଆସିଗଲା?” ମୁଁ ପଚାରିଲି I

"କିଛି ନୁହଁ I ଟିକିଏ ଜଟିଳ ହେଇ ଯାଇଥିଲା ମୋ ପାଇଁ ଏ ପରିସ୍ଥିତିଟା I ସବୁ ଜାଣିକି ବି ନିଜକୁ ଅସହାୟ ମନେ କରିବାକୁ ଲାଗିଥିଲି I ସେଥି ପାଇଁ ଆପଣଙ୍କୁ ଡକେଇଦେଲି, ମଣ୍ଟୁକୁ ତା କକା ସହ ଘରକୁ ପଠେଇ ଦେଲା ପରେ I ଜାଣିଥିଲି ଆପଣ ସମାଧାନ କରିଦେବେ, “ମୁଖ୍ୟ ଅଧ୍ୟାପକ କହିଲେ,” କେମିତି ସମାଧାନ କରିଲେ? ଆଉ କିଛି କରିବାକୁ ପଡିବ କି ଏ ବାବଦରେ?"

"ହଁ I ମୋର ମଣ୍ଟୁ କାକାଙ୍କ ସହ କଥା ହେବାର ଅଛି,” ମୁଁ କହିଲି I

"ଠିକ ଅଛି ମୁଁ ତାଙ୍କ ସହ ପରାମର୍ଶ କରିକି ଗୋଟିଏ ମିଟିଙ୍ଗ ରଖିଦେବି ଆପଣ ଦୁହିଁଙ୍କର I ଏ କାକୁଡି ସବୁ କଣ ଆପଣ ନେବେ?"

“ସବୁ ନୁହେଁ ଦୁଇଟି I ନିଅନ୍ତୁ କାକୁଡି ଖାଆନ୍ତୁ, ଦନିଆର ଏଇଟା ବଉଣି I” କାକୁଡି ଦୁଇଟି ଧରି ମୁଁ ବାହାରି ଗଲି ମୋର ଦିନର ବଳକା କାର୍ଯ୍ୟ ଶେଷ କରିବାକୁ I

ଡ଼ଃ ରଞ୍ଜିତ କୁମାର ସାହୁ 2247c କମନ ୱଏଲ୍ଥ ଡ୍ରାଏଭ

ଚାରଲୋଟସଭିଲ୍ଲେ ,ଭିରଜିନିଆ

ଯୁକ୍ତରାଷ୍ଟ୍ର ଆମେରିକା

ଅଧ୍ୟାପକ ସୁଭାଷିନୀ ମଣ୍ଟୁ

Rate the content


Originality
Flow
Language
Cover design

Comments

Post

Some text some message..