Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନୂଆବର୍ଷ
ନୂଆବର୍ଷ
★★★★★

© Atanu Rout

Others

5 Minutes   7.1K    15


Content Ranking

ଏଥର ନୂଆବର୍ଷକୁ ମୁଁ ଏକ ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଥିଲି ।କାରଣ ନୂଆ ବର୍ଷ ପାଳନ କରିବାର ଭିନ୍ନ ଅର୍ଥରେ ପ୍ରକାଶ କଲେ ତଥାକଥିତ ଜିରୋ ଆୱାର ନାଇଟ୍ ରେ ଯାଇ କେଉଁ ହୋଟେଲ ବା ରେଷ୍ଟୋରାଣ୍ଟରେ କିଛି ସାଙ୍ଗସାଥିଙ୍କ ସହ ମସ୍ତି କରିବା ବା ନିଜର ନଗ୍ନ ମାନସିକତାକୁ ତଥାକଥିତ ଉଗ୍ର ଆଧୁନିକତାର ଉଲଗ୍ନତା ମାଧ୍ୟମରେ ଶିବଙ୍କର ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରି ନିଜର ସ୍ଥିତାବସ୍ଥାକୁ ସେଥିରେ ଜାହିର କରିବା । ସେଥିପାଇଁ ଖାଲି ଇଚ୍ଛା କରିଦେଲେ ମଧ୍ୟ ହେବ ନାହିଁ । ଏଥିପାଇଁ ଧନର ଆବଶ୍ୟକତା ପଡୁଥିଲା । ଯାହାର ଘୋର ଅଭାବ ମୋ ପାଖରେ ଥିଲା । ଏକ ଅନାମଧେୟ କଲେଜରେ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିବା ପରେ ଏକ ଛୋଟିଆ ପ୍ରାଇଭେଟ କମ୍ପାନୀରେ କାମ ଆରମ୍ଭ କରିଥିଲି ଖୁବ୍ କମ ଦରମାରେ । ମୋର ଦୟାବାନ ମାଲିକ ମୋର ଦରମା ବଢାଇବା ସପକ୍ଷରେ ନଥିଲେ । ତେଣୁ ଏଥର ନୂଆ ବର୍ଷକୁ ଏକ ଭିନ୍ନ ଅନୁଭୂତି ଆହରଣ କରିବାକୁ ପ୍ରଚେଷ୍ଟା ରତ ଥିଲି ।

ସକାଳୁ ସକାଳୁ ପ୍ରଥମେ ମନ୍ଦିରକୁ ଯାଇଥିଲି । ଦେଉଳରେ ମୁଖଶାଳା ଭଳି ଆଜିକାଲି ଯେ କୌଣସି ମନ୍ଦିରକୁ ଗଲେ ତା’ର ପ୍ରବେଶ ପଥରେ ପ୍ରଥମେ ଭିକ୍ଷୁକମାନେ ହିଁ ଦୃଷ୍ଟିଗୋଚର ହୁଅନ୍ତି । ସେମାନଙ୍କ ପାଇଁ ନୂଆ ବର୍ଷର ପ୍ରଥମ ଦିନଟି ମୂଲ୍ୟହୀନ ଜାରଣ ପରର ଦୟା ଉପରେ ଭରସା ରଖି ସେମାନଙ୍କ ଜୀବନ ଜିଇବା ପାଇଁ ଆପଣାଇଥିବା ପଥଟି ପ୍ରତିଦିନ ସେମାନଙ୍କ ପାଇଁ ଥିଲା ଗୁରୁତ୍ଵପୂର୍ଣ୍ଣ । ଆସନ୍ତାକାଲି କୌଣସି ଗୁରୁତ୍ଵ ତାଙ୍କ ପାଖରେ ନଥିଲା । ଆଜିବି ସେମାନେ ସେମାନଙ୍କ ଚିରାଚରିତ ଢଙ୍ଗରେ ବାବୁ ଆମକୁ ପଇସାଟେ ଦିଅ ବୋଲି କହି ଚିତ୍କାର କରୁଥାନ୍ତି ଆଜି ଦିନଟି କିଭଳି ପାଳୁଛ ବୋଲି ପଚାରିବାରେ ସେମାନେ ମୋତେ ଢିମା ଢିମା ଆଖିରେ ଅନାଇ କହିଲେ ନୂଆ ବର୍ଷଟା କ’ଣ ବୋଲି ମୋତେ ଓଲଟି ପ୍ରଶ୍ନ କରି ବାବୁ ପଇସାଟେ ଦିଅ କହି ଚିତ୍କାର କଲେ । ସେଠାରେ ଦେଖିବାକୁ ପାଇଥିଲି ବିଭିନ୍ନ ଶ୍ରେଣୀର ଲୋକ । ସମସ୍ତଙ୍କ ମନରେ ଥିଲା ଗୋଟିଏ ଭାବ ନୂଆ ବର୍ଷ ସେମାନଙ୍କର ଭଲରେ କଟୁ । ଆସିଥିବା ଭକ୍ତଙ୍କ ମଧ୍ୟରେ ଅଧିକାଂଶ ପୌଢ ଥିଲେ । ସେମାନେ ପରସ୍ପର ବ୍ୟକ୍ତିଗତ ସମସ୍ୟା ନେଇ ଆଲୋଚନାରତ ଥିଲେ । ତାଙ୍କ ମଧ୍ୟରୁ କିଛି ଲୋକ ସେମାନଙ୍କର ପୁଅ-ଝିଅଙ୍କ ବାହାଘର ନେଇ ବ୍ୟସ୍ତ ଥିଲା ବେଳେ କିଛି ସେମାନଙ୍କର ବିବାହିତ ପୁଅ-ଝିଅ ମାନେ ବୈବାହିକ ଜୀବନରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ । ପୌଢମାନଙ୍କର ଆସୁଥିବା ବର୍ଷମାନଙ୍କରେ ଜଞ୍ଜାଳରୁ ମୁକ୍ତି ହେବା ପାଇଁ ଠାକୁରଙ୍କ ପାଖରେ ଥିଲା ଆକୁଳ ନିବେଦନ । ମନ୍ଦିରର ଠାକୁର ଗୁହାରି ଶୁଣନ୍ତି କି ନାହିଁ ନା ନିଜକୁ ନିଜର ମାନସିକ ଇଚ୍ଛାକୁ ପୂରଣ କରିବାକୁ ଲୋକମାନେ ମନ୍ଦିରକୁ ଯା’ନ୍ତି । ତାହା ସବୁବେଳେ ମୋ ପାଇଁ ଯେପରି ଏକ ଅସମାହିତ ପ୍ରଶ୍ନ ହୋଇ ରହିଯାଇଛି ।

ଏହାପରେ ମନ୍ଦିରର ପବିତ୍ର ପରିବେଶ ମଧ୍ୟରୁ ମନକୁ ହାଲୁକା କରିବା ପାଇଁ ମୁଁ ଆମ ସହରର ସବୁଠାରୁ ବଡ ପାର୍କକୁ ଦଶ ଟଙ୍କା ଟିକଟ କାଟି ଯାଇଥିଲି । ସେଠାକାର ପରିବେଶ ଦେଖି ମୋର ମନ ଯେପରି ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ପାର୍କରେ ଥିବା ଦର୍ଶକ ମାନଙ୍କ ମଧ୍ୟରେ ଯୁବକ ଯୁବତୀଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା କିନ୍ତୁ ସେମାନେ ଲନ୍ କିମ୍ବା ସର୍ବସାଧାରଣଙ୍କ ପାଇଁ ହେଉଥିବା ଜାଗାରେ ନ ବସି କୌଣସି ଗଛ ମୂଳ ବା ବୁଦା ଆଢୁଆଳରେ ପଛକୁ ପିଠି କରି ବସିଥିଲେ । ସେମାନେ ଏପରି ଫୁସ୍ ଫାସ ହେଉଥିଲେ ଯେ, ତାହା କାନକୁ ଶୁଭୁନଥିଲା । ତଥାପି ମୁଁ ସେମାନଙ୍କର କଥା ଶୁଣିବାକୁ ଚେଷ୍ଟା କରିଥିଲି । ସେହି ଦୁଇ ଜଣ ପରସ୍ପର ମଧ୍ୟରେ ଆଳାପରେ ମାତିଯାଇଥିଲେ । ସେମାନଙ୍କ କଥାବାର୍ତ୍ତାର ସାରମର୍ମରୁ ଯାହା ଜଣାଯାଉଥିଲା ତାହାର ସାରମର୍ମ କାଲେ ଏଇଆ ହେବ ଯେ ସେମାନେ ଉଭୟ ଉଭୟଙ୍କୁ ଖୁବ୍ ନିବିଡ ଭାବେ ଭଲ ପାଉଥିଲେ । ଉଭୟ ଉଭୟଙ୍କୁ ଛାଡି ବଞ୍ଚିବା କଷ୍ଟକର । ସେମାନେ ଏ ବର୍ଷ ନୂଆ ବର୍ଷକୁ ତାଙ୍କର ସମ୍ପର୍କ ସ୍ଥାପନର ପ୍ରଥମ ବାର୍ଷିକୀ ଭାବେ ପାଳନ କରୁଥିଲେ । ସେମାନେ ଚାହୁଁଥିଲେ ସେମାନଙ୍କର ସମ୍ପର୍କ ଆହୁରି ମଜଭୁତ ହେଉ । ଉଭୟ ଉଭୟଙ୍କ ସହ ମିଶିବା ସମୟରେ ଯେପରି ଶାଳୀନତାକୁ ସମ୍ପୂର୍ଣ୍ଣ ଭାବେ ପାଶୋରି ଦେଇଥିଲେ । କାରଣ ସେମାନଙ୍କ ଆଚରଣକୁ ଦେଖିଲେ ଲଗୁନଥିଲା କି ଯେପରି ସେମାନେ ଏକ ସଭ୍ୟ ଏବଂ ଶିକ୍ଷିତ ସମାଜର ମଣିଷ । ମୋର ଯେତିକି ମନେପଡେ ଏହି ଯୁବତୀ ଜଣକ ଅନ୍ୟ ଏକ ଯୁବକ ସହ ମଧ୍ୟ ସମ୍ପର୍କରେ ଆସି ଅନ୍ୟ ଏକ ଯୁବକ ସହ ଅସଂଯତ ଅବସ୍ଥାରେ ପାର୍କ ମଧ୍ୟକୁ ଆସିଥିବା ଦର୍ଶକ ମାନଙ୍କ ଦ୍ଵାରା ନିନ୍ଦିତ ହୋଇଥିଲା । ପୁଣି ଆଜି ମଧ୍ୟ ସେଭଳି ଅବସ୍ଥାରେ ଦେଖିବାକୁ ପାଇଲି । ଏହାପରେ ପାର୍କର ରଙ୍ଗିନ୍ ପରିବେଶ କିନ୍ତୁ ମୋ ମନରେ ଏକ ଅସୁସ୍ଥ ଭାବ ଆଣିଥିଲା । ମୁଁ ସେଠାରେ ରହିବାକୁ ଚାହୁଁନଥିଲି ଏବଂ ସେ ସ୍ଥାନ ଛାଡି ପଳାଇ ଆସିଲି ।

ଏହାପରେ ସନ୍ଧ୍ୟା ସମୟରେ ମୁଁ ଏକ ହୋଟେଲର ବାରକୁ ଯାଇଥିଲି । ସେଠାରେ ମଦ୍ୟପାନ ସହ ଉଚ୍ଚ ଭଲ୍ୟୁମର ଗୀତ ସାଙ୍ଗକୁ ନାଚ ମଧ୍ୟ ଜୋରଦାର ଭାବେ ଚାଲିଥିଲା । ସେଠି କେହି କାହାକୁ ଦେଖିବା ବା ବୁଝିବା ଅବସ୍ଥାରେ ନଥିଲେ । ସେଠି ମଧ୍ୟ ବୟସର ତାରତମ୍ୟ ନଥିଲା । ପୁରୁଷ, ମହିଳା, ଯୁବକ, ଯୁବତୀମାନେ ପରସ୍ପର ହାତ ଧରାଧରି ହୋଇ ଅତ୍ୟନ୍ତ ଅଶ୍ଳୀଳ ଭାବଭଙ୍ଗୀ ପ୍ରକାଶ କରୁଥିଲେ । ସେମାନଙ୍କର ସଂକ୍ଷିପ୍ତ ପୋଷାକ ତଥା ଉଚ୍ଚାରଣ ଏବଂ ଆଚରଣ ଥିଲା ତଥାକଥିତ ସମାଜର ଚଳଣୀଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମୋତେ ଲାଗୁଥିଲା ସେହି ଯୁବକ ଯୁବତୀମାନେ କୌଣସି ଏକ ଭିନ୍ନ ଗ୍ରହରୁ ମାନବ ଏବଂ ମାନବୀମାନେ ଆସି ସେହି ହୋଟେଲରେ ଡେରା ପକାଇଛନ୍ତି । ମୋତେ ସେହି ପରିବେଶରେ ମଦର ଗନ୍ଧ ଏବଂ ଅବୁଝା ପାଶ୍ଚାତ୍ୟ ସଙ୍ଗୀତ ମୋତେ ଯେପରି ଭାରି ଭାରି ଲାଗିଲା ସେହି ସମୟରେ ଜଣେ ବାରର ୱେଟର ଆସି ମୋ ପାଖରେ ପହଞ୍ଚି ମୋର କେଉଁ ବ୍ର୍ୟାଣ୍ଡ କେତେ ପ୍ୟାକ ଦରକାର ବୋଲି ପଚାରିଲା ଏବଂ ଗୋଟିଏ ମେନ୍ୟୁ ମୋ ସାମ୍ନାରେ ରଖିଲା । ତାକୁ ଦେଖି ମୁଁ ନିଜକୁ ଲଜ୍ଜିତ ମନେକଲି। ତାକୁ ମୋର ଏକ ସାଙ୍ଗ ଆସିବାର ଥିଲା ଏପର୍ଯ୍ୟନ୍ତ ଆସି ନାହିଁ କହି ସେହି ବାହନାରେ ବାହାରକୁ ଏକ ବ୍ୟଥିତ ଏବଂ ଭଗ୍ନ ମନୋଭାବ ନେଇ ବାହାରକୁ ଆସିଲି ।

ଏହାପରେ ମୁଁ ପହଞ୍ଚିଥିଲି ସହରର ଉପକଣ୍ଠରେ ଥିବା ଏକ ଜରା ଶ୍ରୟରେ । ସେଠାକାର ପରିବେଶ ଉପରୋକ୍ତ ତିନୋଟି ପରିବେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେଠାରେ କେବଳ ବୟସ ଭାରରେ ନଇଁ ପଡିଥିବା କିଛି ବୃଦ୍ଧ-ବୃଦ୍ଧାଙ୍କୁ ଦେଖିଥିଲି । ସେଠାରେ ନୂଆ ବର୍ଷ ପାଳନ ପାଇଁ ଜରା ନିବାସର କର୍ମକର୍ତ୍ତାଙ୍କ ତରଫରୁ କିଛି ସାଜ ସଜା ହୋଇଥିଲେ ମଧ୍ୟ ନୂଆ ବର୍ଷ ପାଳନ ଦିଗରେ ସେହି ଅନୁଷ୍ଠାନରେ ଥିବା ଅନ୍ତେବାସୀଙ୍କ ମନରେ କୌଣସି ଆଗ୍ରହ ମୁଁ ଲକ୍ଷ କରୁନଥିଲି ବରଂ ଏଥିପ୍ରତି ସେମାନେ ଥିଲେ ଗଭୀର ଭାବେ ବୀତସ୍ପୃହ । ସେଠି ମୁଁ ଗୋଟିଏ କଥା ଅନୁଭବ କରୁଥିଲି ଅନ୍ତେବାସୀଙ୍କ ମଧ୍ୟରେ ନଥିଲା ପରଶ୍ରୀକାତରତା ବା ଅସୁୟା ଭାବ । ସେମାନଙ୍କ ପରିଚୟ ଥିଲା ଗୋଟିଏ । ସେମାନେ ସମସ୍ତେ ଥିଲେ ସନ୍ତାନମାନଙ୍କ ଦ୍ଵାରା ପରିତ୍ୟକ୍ତା । ସେମାନଙ୍କ ପାଇଁ ଏକ ବିରାଟ ବୋଝ । ସେହି ବୃଦ୍ଧା ଶ୍ରମରେ ଥିଲେ କିଛି ବଡ ପଦ ପଦବୀର ଅଧିକାରୀ । ଆଜି ସେହି ପଦ ପଦବୀ ନେଇ ନିଜକୁ ଗୌରବାନ୍ଵିତ ହେବା ପରିବର୍ତ୍ତେ ତାହାକୁ ଯେପରି ଏକ ଅଭିଶାପ ବୋଲି ଭାବୁଥିଲେ । କାରଣ ପିଲାମାନଙ୍କ ଦ୍ଵାରା ପ୍ରତ୍ୟାକ୍ଷିତ ହେବାର ଅପମାନ ସେମାନଙ୍କୁ ଏତେ ବାଧିଥିଲା ଯେ, ସେମାନେ ନିଜ ନିଜର ପଦବୀ ଲୁଚାଇବାକୁ ଚେଷ୍ଟା କରୁଥିଲେ । ଏଇ ନୂଆ ବର୍ଷରେ ସେହି ବୃଦ୍ଧ-ବୃଦ୍ଧା ମାନଙ୍କର ଏକ ସମ୍ମିଳିତ ଇଚ୍ଛା ଥିଲା ଯେ, ଆସନ୍ତା ବର୍ଷ ନୂଆ ବର୍ଷ ପୂର୍ବରୁ ସେମାନଙ୍କୁ ଯେପରି ସାରା ଜୀବନ ସଂସାର ମୁଣ୍ଡାଇବାର ବୋଝରୁ ମୁକ୍ତ କରନ୍ତୁ । ସେମାନଙ୍କ ପାଇଁ ପ୍ରତି ମୁହୂର୍ତ୍ତ ଯେପରି ସେମାନଙ୍କ ମଧ୍ୟରେ ଏକ ଭିନ୍ନ ତିକ୍ତତାର ଅନୁଭୂତି ଆଣୁଥିଲା ।

ଏହାପରେ ମୁଁ ମୋ ରୁମ୍ କୁ ଫେରିଆସିଥିଲି । ଖଟ ଉପରେ ଶୋଇ ଆଜିର ଦିନଟିକୁ ଅନୁଶୀଳନ କରି ଭାବୁଥିଲି ପ୍ରକୃତରେ ନୂଆବର୍ଷଟା କହିଲେ କ’ଣ ବୁଝାଯାଏ ? ଏହା ଏକ ଆନନ୍ଦର ଦିନ ନା ବିଷାଦର ଦିବସ । ତା’ର କୌଣସି ସଠିକ୍ ଉତ୍ତର ପାଉନଥିଲି ।

ଶ୍ରୀ ଅତନୁ କୁମାର ରାଉତ

ନୂଆ ସକାଳୁ ପବିତ୍ର

Rate the content


Originality
Flow
Language
Cover design

Comments

Post

Some text some message..