Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମନର ବଳ

ମନର ବଳ

2 mins
7.2K



ସୁଧାକାର ରାଉତ


ପୁରାଣ ଯୁଗର କଥା । ଟିଟ୍ଟିଭ ଦମ୍ପତି (ଟେଁ ଟେଁୟା ପକ୍ଷୀ) ସମୁଦ୍ର କୂଳରେ ଅତି ଆନନ୍ଦରେ ବାସ କରୁଥିଲେ । ସ୍ତ୍ରୀ ଟିଟ୍ଟିଭଟି ଗର୍ଭଧାରଣ କଲା । ପ୍ରସବ ସମୟ ଆସନ୍ନ ହେବାକୁ ସେ ପୁରୁଷ ଟିଟ୍ଟିଭକୁ ସମୁଦ୍ରତଟ ପରିତ୍ୟାଗ କରି ଅନ୍ୟତ୍ର ଚାଲି ଯିବା ପାଇଁ ପ୍ରସ୍ତାବ ଦେଲା । ମାତ୍ର ପୁରୁଷ ଟିଟ୍ଟିଭଟି ତା’ କଥାରେ ସମ୍ମତି ପ୍ରକାଶ ନ କରି କହିଲା- ‘ତୁମେ ସମୁଦ୍ରକୁ ଏତେ ଭୟ କରିବା ଉଚିତ୍‌ ନୁହେଁ । ଏହା ଆମ ପାଇଁ ଏକ ସୁରକ୍ଷିତ ସ୍ଥାନ । ଆଉ ମନେରଖ ସମୁଦ୍ରର ନିଜସ୍ୱ ମର୍ଯ୍ୟାଦା ରହିଛି । ସେ କେବେ ହେଲେ ନିଜର ମର୍ଯ୍ୟାଦା ଲଙ୍ଘନ କରେ ନାହିଁ । ଯଦି ସେ କେବେ ଆମ ପ୍ରତି ଅବିଚାର କରେ ତେବେ ଆମେ ତା’ର ଦୃଢ ପ୍ରତିରୋଧ କରିବା । ଠିକ୍‌ ସମୟରେ ଟିଟ୍ଟିଭ ସୁନ୍ଦର ସୁନ୍ଦର ଦୁଇଟି ଅଣ୍ଡା ଦେଲା । ଅଣ୍ଡା ଦେଖି ଦୁହେଁ ଆତ୍ମବିଭୋର ହୋଇଗଲେ । ଅଣ୍ଡାକୁ ସମୁଦ୍ର ତଟରେ ଥିବା ବାଲୁକା ରାଶି ମଧ୍ୟରେ ଲୁକାୟିତ କରି ଦୁହେଁ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଚାଲିଗଲେ । ଖାଦ୍ୟ ସଂଗ୍ରହ କରି ଫେରିଲା ବେଳକୁ ଯାହା ଦେଖିଲେ ସେଥିରେ ସେମାନଙ୍କର ହୋସ ଉଡିଗଲା । ସେମାନଙ୍କର ଅତିପ୍ରିୟ ଅଣ୍ଡା ଦୁଇଟି ସେଠାରେ ନ ଥିଲା । ତାହା ସମୁଦ୍ର ଢେଉରେ ଭାସି ଯାଇଥିଲା । ସ୍ତ୍ରୀ ଟିଟ୍ଟିଭ ଅତ୍ୟଧିକ ମର୍ମାହତ ହୋଇ ପୁରୁଷ ଟିଟ୍ଟିଭ ତା’ ପ୍ରସଙ୍ଗରେ ଅମଙ୍ଗ ହୋଇଥିବାରୁ ତାକୁ ଧିକ୍‌କାର କଲା । ପୁରୁଷ ଟିଟ୍ଟିଭ ଦୁଃଖରେ ମ୍ରିୟମାଣ ହୋଇଥିଲେ ମଧ୍ୟ ସାନ୍ତ୍ୱନା ଦେଇ କହିଲା ସମୁଦ୍ର ଆମ ପ୍ରତି ଯେଉଁ ଅନ୍ୟାୟ କରିଛି ତା’ର ପରିଣାମ ତାକୁ ଭୋଗ କରିବାକୁ ପଡ଼ିବ । ତୁମେ ଧୈର୍ଯ୍ୟ ଧର ଆମ ଅଣ୍ଡା ଆମେ ନିଶ୍ଚୟ ଫେରି ପାଇବା ।

ସ୍ତ୍ରୀ ଟିଟ୍ଟିଭ ପୁରୁଷ କଥାରେ ବିଶ୍ୱାସ କରି ପାରୁ ନଥାଏ । କାରଣ ସେମାନେ କ୍ଷୁଦ୍ର ଅଥଚ ସମୁଦ୍ର କି ବିରାଟ । କ’ଣ ବା ସେମାନେ ତା’ର କରିପାରିବେ ? ପୁରୁଷ ଟିଟ୍ଟିଭ ଅତି ଅନୁନୟ ବିନୟ ହୋଇ ସମୁଦ୍ରକୁ ଅଣ୍ଡା ଦୁଇଟିକୁ ଫେରାଇ ଦେବା ପାଇଁ କହିଲା । ମାତ୍ର ସମୁଦ୍ର କିଛି ନ ଶୁଣିବାରୁ ବାଧ୍ୟ ହୋଇ ସେମାନେ ପକ୍ଷୀରାଜ ଗରୁଡଙ୍କ ନିକଟରେ ନିଜର ଦୁଃଖ ଜଣାଇଲେ । ଗରୁଡ ଏକଥା ଶୁଣି ଅତ୍ୟନ୍ତ କ୍ଷୁବ୍‌ଧ ହୋଇ ପଡିଲେ । ସେ ନିଜର ଅସାମର୍ଥ୍ୟ ପ୍ରକାଶ କରି ଟିଟ୍ଟିଭ ପକ୍ଷୀଙ୍କୁ ସଙ୍ଗରେ ନେଇ ନାରାୟଣଙ୍କ ନିକଟରେ ପହଞ୍ଚିଲେ । ନାରାୟଣ ପକ୍ଷୀଙ୍କ ଦୁଃଖରେ ସହାନୁଭୁତି ପ୍ରକାଶ କରିବା ସଙ୍ଗେ ସଙ୍ଗେ ସମୁଦ୍ରକୁ ଅଣ୍ଡା ଦୁଇଟିକୁ ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଦେଲେ ଶେଷରେ ସତ୍ୟ ନ୍ୟାୟର ଜୟ ହେଲା । ପକ୍ଷୀ ଦୁଇଟି ନିଜର ପ୍ରିୟ ଅଣ୍ଡାଗୁଡ଼ିକୁ ଫେରିପାଇଲେ । ଅନ୍ୟାୟ ବିରୁଦ୍ଧରେ ସର୍ବଦା ସ୍ୱର ଉତ୍ତୋଳନ କରିବା ଉଚିତ୍‌ । କାରଣ ଅନ୍ୟାୟ କରୁଥିବା ଲୋକ ଅପେକ୍ଷା ଅନ୍ୟାୟକୁ ନୀରବରେ ସହୁଥିବା ବ୍ୟକ୍ତି ଅଧିକ ଦୋଷୀ । ବଡ଼ ହେଉ ଅବା ସାନ ନିଜକୁ ହେୟ ମନେ କରିବା ଉଚିତ୍‌ ନୁହେଁ । ନିଜର ଦୃଢ ପ୍ରଚେଷ୍ଟା ହିଁ ଶେଷରେ ସଫଳତା ଆଣିଦେଇ ଥାଏ । କ୍ଷୁଦ୍ର ମଧ୍ୟରେ ବିରାଟର ସମ୍ଭାବନା ଲୁଚି ରହିଥାଏ । ତାହାର ପ୍ରୟୋଗ ଦ୍ୱାରା ଅସମ୍ଭବ ସହଜରେ ସମ୍ଭବ ହୋଇଥାଏ ।


Rate this content
Log in

Similar oriya story from Classics