Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବ୍ୟବଧାନ
ବ୍ୟବଧାନ
★★★★★

© Ajita Mishra

Inspirational

2 Minutes   522    25


Content Ranking

ବହୁବର୍ଷ ହେଲାଣି ଓଡ଼ିଶା ଯାଇପାରିନି । ବମ୍ବେରେ ଥୀଲାବେଳେ ପ୍ରାୟ ଭାରତର ପ୍ରତ୍ୱେକ ସହରକୁ ମଝିରେ ମଝିରେ ବିଭିନ୍ନ କାମରେ ଯିବାକୁ ପଡୁ଼ଥିଲା । ମାତ୍ର ଭାରତ ଛାଡି଼ ଆସିବା ପରେ କାର୍ଯ୍ୟ ଭାର ଏତେ ବଢି଼ ଯାଇଛି ଯେ ଆଉ ଓଡି଼ଶା କଥା ମନେପକାଇବାକୁ ମଧ୍ୟ ସମୟ ମିଳେନି । ଆମେରିକାରେ ଘର କିଣିବା ସମୟରେ ମନ ଖୁବ୍ ଉଚ୍ଚାଟ ଲାଗୁଥୀଲା । ପରିଶ୍ରମ ସବୁ ସାର୍ଥକ ହୋଇ ଉଚ୍ଚତାର ଶିଖରକୁ ଛୁଇଁପାରିବାର ଗର୍ବ ଅନୁଭବ କରିଥିଲି ।

ଏବେ ବାପା ବୋଉଙ୍କର ମୁହଁ ବି ସମୟ ସମୟରେ ମୋତେ ଦୋ ଦୋ ଚିହ୍ନା ଲାଗେ । ପୁଅ ଏବଂ ଝିଅର ଆଖିରେ ଆଗକୁ ବଢି଼ବାର ସ୍ୱପ୍ନସବୁ ମତେ ପ୍ରାଞ୍ଜଳ ଦେଖାଯାଏ । ବାପା ବୋଉ ମଧ୍ୟ ଚାହିଁଥିଲେ ତାଙ୍କ ପୁଅ ଏକ ପ୍ରଭାବଶାଳୀ ଈଂଜିନିୟର ହୋଇ ଧନାଢ୍ୟ ପରିବେଶରେ ଖୁସିରେ ରହୁ । ସେମାନଙ୍କ ଆଖିରେ ସମାଜର ପ୍ରତିଯୋଗୀତାର ଦୌଡ଼ ଅଜସ୍ର ଆଶା ବୁଣିଥୀଲା । ସେହି ସ୍ୱପ୍ନମୟ ଚେହେରା , ଉଚ୍ଚାଟ ଆଖି ଏ ଯାବତ୍ ମୁଁ ଭୁଲି ପାରି ନାହିଁ । ଯାହା ମତେ ସ୍ପଷ୍ଟ ଭାବରେ ଦେଖାଯାଏ ଓ ପ୍ରେରଣା ଦିଏ ଆହୁରି ଅନେକ ଉଚ୍ଚତାକୁ ଉଠିବାକୁ ।

ଧୁମ୍ରାଭ ଦିଶୁଛି ବାପା ବୋଉଙ୍କ ଚେହେରା । ବୋଉକୁ ଅଶୀ ନନାଙ୍କର ନବେ । ବାପା ରିଟାୟାର୍ ହେବାପରେ ସେମାନେବି ଗାଁକୁ ଫେରି ନଥିଲେ । ବୋଉଙ୍କର ନାନା ଆପତ୍ତି ଅଭିଯୋଗକୁ ସମ୍ମାନ ଜଣାଇ ବାପା ବିଲବାରି ସବୁ ବିକିଭାଞ୍ଜି ,ଆଉ କାହା ସହ ସମ୍ପର୍କ ରଖିବାକୁ ଚାହିଁ ନଥୀଲେ । ବେଳେ ବେଳେ ମନେପଡେ଼ ଦଶହରା ଦିପାବଳୀରେ ଘରକୁ ବନ୍ଧୁବାନ୍ଧବଙ୍କ ଯିବା ଆସିବା । ଛତିଅଣ ନ ଭଜା, ପିଠାପଣାର ମହମହ ବାସ୍ନା । ସମୟ ପାଇଲେ ଗାଁ କଥା ଭାବି ମୁଁ ଖୁସି ହୁଏ । ଇଂରାଜିରେ ପିଲାଙ୍କୁ ସବୁକଥା ଗଳ୍ପ ଆକାରରେ କହେ ।

ବହୁବର୍ଷ ପରେ ମୁଁ ଏବେ ମୋର ପୁରୁଣା ପରିଚିତ ସହରରେ । ସହରଟି ସଂପୂର୍ଣ ଅଲଗା ଲାଗୁଛି । ଏଠି ବଗିଚାଟେ ନାହିଁ , ରାଜାଙ୍କଦ୍ୱାରା ଖୋଳାଯାଇଥୀବା ବୃହତ୍ ପୁଷ୍କରିଣୀ , ରାସ୍ତା କଡ଼ରେ ବିଜୁଳିବତୀର ଖୁଣ୍ଟ ,ମୁଣ୍ଡ ଉପରେ ବିଜୁଳିତାର ଆଉ ଦିଶୁନି । ଚଢେ଼ଇଙ୍କର କିଚିରିମିଚିରି ଶବ୍ଦ ଓ ପଲପଲ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଦୃଷ୍ଟିଗୋଚର ହେଉନାହିଁ । ଓଢ଼ଣାତଳେ ଝଟକୁଥୀବା ସମ୍ଭ୍ରାନ୍ତ କୁଳବଧୁ ମନ୍ଦିରଦାଣ୍ଡରେ ଯିବାଆସିବା କରିବାର ଦେଖାଯାଉନାହାନ୍ତି । ମତେ ମୋ ନିଜ ଘରର ରାସ୍ତା ଅପରିଚିତ ଲାଗୁଛି । ମୁ ଫେରିବାର ଖବର ଯଦି କେହି ଯାଣିଥାଆନ୍ତା ତେବେ ମତେ ଅବା ନେଇଆସି ଥାଆନ୍ତା ।

ଯେନତେଣ ପ୍ରକାରେ ଦୂରରୁ ମୁଁ ଚିହ୍ନି ପାରିଲି ମୋର ସେଇ ଆମ୍ବକଷି ଶାଗପଖାଳର ପୁରିଲାପୁରିଲା ଚୂନଛଡ଼ା ଘରଟିକୁ । ଘରେ ପାଦପକାଇ ବୋଉ ବୋଉ ଡାକ ଦେଲାରୁ ଧୀରେ ଧୀରେ ବାପା ଛୋଟେଇ ଛୋଟେଇ ଆଗକୁ ଆସିଲେ।

ମତେ ଜାବୁଡି଼ଧରି କୋହକୁ ଲୁଚାଇବାର ଉପକ୍ରମ କଲେ ପଚାରିଲେ ,- ବୋହୂ ଓ ନାତିନାତୁଣୀ ଆସି ନାହାନ୍ତି ? ଏଥର ଆମକୁ ଆଉ ଏକାକୀ ଛାଡି଼ବୁନିତ ?

ହୃଦୟ ତିଳ ତିଳକରି ଖଣ୍ଡ ବିଖଣ୍ଡିତ ହେଲା । ମୁଁ ମୋର ନାଚାରପଣିଆର ପ୍ରସିଦ୍ଧି କହିବାକୁ ଆରମ୍ଭ କଲାବେଳେ ବାପା ତଳେ ପଡି଼ଗଲେ । ସତେକି ଅନ୍ତିମ ଯାତ୍ରାପାଇଁ ସିଏ ମତେ ଅପେକ୍ଷା କରିଥିଲେ ଶେଷ ପର୍ଯ୍ୟନ୍ତ ମୁଁ ମୋ ଗୁରୁଜନ ମାନଙ୍କୁ ବୁଝାଇ ପାରିଲିନି ,ଅବିଭାବକଙ୍କ ପ୍ରେରଣାପାଇ ,ତାଙ୍କରି ଆଶାକୁ ଚରିତାର୍ଥ କରିବାକୁ ଆଜି ମୁଁ ସୁଦୂର ଆମେରିକାରେ । ସେଠାକାର ବ୍ୟସ୍ତ ବହୁଳ ଜୀବନର ମାଦକତା ,ତନ୍ନମଧ୍ୟରେ ପର ଲୋକକୁ ଆପଣାର ମନେକରି ଭୋଜିଭାତ ମଉଚ୍ଛବର ମଜା ,ସବୁତ ଉପର ଠାଉରିଆ । ପ୍ରତ୍ୱେକ ପ୍ରଶ୍ୱାସରେ ବାରିପାରେ ଛାଡି଼ଯାଇଥିବା ସମ୍ପର୍କର ମହକ ।

ମୁଁ ଭୁଲି ପାରିନି ମୋ ପିଛିଲା ଦିନ । ଯାହା ଅର୍ଥହିନ ହୋଇଥାଇପାରେ ,ମାତ୍ର ଅତି ଆପଣାର । ପରିଣତ ବୟସରେ ତାହାହିଁ ମୋର ଶ୍ରୀ ମନ୍ଦିର ,ତାହାହିଁ ମୋ ଜୀବନ ଦର୍ଶନ ।

ବହୁବର୍ଷ ଓଡ଼ିଶା ଭାରତ

Rate the content


Originality
Flow
Language
Cover design

Comments

Post

Some text some message..