Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Drama

3  

Prasant Kumar Nath

Drama

ସାବତ ମା'

ସାବତ ମା'

4 mins
14.6K


    ମା' ନାମରେ ହିଁ ଭରି ରହିଥାଏ ପବିତ୍ରତା । ମା'ସ୍ନେହମୟୀ କରୁଣାମୟୀ । ଯାହାର ପଣତକାନିର ଛୁଆଁ ସନ୍ତାନ ଦେହରେ ଖେଳାଇ ଦିଏ ଏକ ମମତମୟୀ ସ୍ପର୍ଶ । ଯାହାର ସ୍ନେହ ମମତା ବିନା ଜୀବନ ନିରର୍ଥକ । ମା'ର ମମତା ସ୍ରୋତ ଠାରୁ ପ୍ରଖର ସାଗର ଠାରୁ ଗଭୀର । ଦୁନିଆଁ ରେ ଏମିତି କିଛି ଶବ୍ଦ ନାହିଁ ଯାହା ମା'ସହିତ ତୁଳନୀୟ । ଯିଏ ନିଜ ଜୀବନକୁ ଉର୍ଚ୍ଚଗିକୃତ କରିଦେଇଥାଏ ନିଜର ସନ୍ତାନ ଲାଗି ।

            କିନ୍ତୁ ପିଲାଟି ବେଳରୁ ଯଦି କୌଣସି କାରଣରୁ ପିଲାଟି ମା' ଛେଉଣ୍ଡ ହୋଇଯାଏ ତେବେ ସେ ମା' ସ୍ନେହ ପାଇବାରୁ ବଞ୍ଚିତ ହୋଇଥାଏ । ଅନେକ ଜାଗାରେ ଦେଖାଯାଏ ଯେ ପିଲାଟି ମା ଛେଉଣ୍ଡ ହେଲା ପରେ ପିତା ଅନ୍ୟତ୍ର ବିବାହ କରିଥାଏ ପିଲାଟିର ଲାଳନପାଳନ କରିବା ସହିତ ମା' ର ସ୍ନେହ ମମତା ମଧ୍ୟ ମିଳି ଯାଇଥାଏ । କିନ୍ତୁ ଅନେକ ସ୍ଥଳରେ ଦେଖାଯାଏ ଯେ ମା' ହୋଇ ଆସିଥିବା ନାରୀଟି ପିଲାଟି ଉପରେ ନାନା ଅତ୍ୟାଚାର କରିଥାଏ । ଆଉ ନିଜର ଜନ୍ମିତ ଶିଶୁକୁ ଅଗ୍ରାଧିକାର ଦେଇଥାଏ । ଯାହାକୁ ଦୁନିଆଁ କୁହେ ସାବତ ମା' ।

           ସେଦିନ ମଧ୍ୟ ରାମନାଥ ବାବୁଙ୍କ ସ୍ତ୍ରୀ ସମସ୍ତଙ୍କୁ ଛାଡି ଆରପରିକୁ ଚାଲିଗଲେ । ଲେବର୍ ପେନ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆ ଯାଇଥିଲା । ଯେଉଁଠି ସିଏ ଲୋକେଶ କୁ ଜନ୍ମ ଦେଇ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଯେତେବେଳେ ପିଲାକୁ ମା' କ୍ଷୀର ନିହାତି ଆବଶ୍ୟକ ସେତେବେଳେ ସେ ଭୋକ ବିକଳରେ ଯେତେ କୁଆଁ କୁଆଁ କାନ୍ଦିଲେବି ମା' କ୍ଷୀର ଟିକେ ପାଇନଥିଲା। ଡବା କ୍ଷୀରରେ ପେଟ ସିନା ପୁରି ଯାଏ ।ହେଲେ ମନ କଣ ବୁଝେ ? ପିଲା ପାଇଁ ମା'ର ପରଶ ଅତୁଳନୀୟ । ମା ହାତର ଛୁଆଁରେ ପିଲାଟି ଅନୁଭବ କରେ ସ୍ୱର୍ଗସୁଖ ।

            ଅନେକ ଲୋକ ରମାନାଥଙ୍କୁ ବାଧ୍ୟକଲେ ଦ୍ୱିତୀୟ ବିବାହ କରିବା ପାଇଁ । କିନ୍ତୁ ସାବତ ମା' ମାନଙ୍କର କାର୍ଯ୍ୟକଳାପ ଦେଖି ରାମନାଥ ରାଜି ହେଉନଥିଲେ  କିନ୍ତୁ ଲୋକେଶର ମୁହଁକୁ ଚାହିଁ ଶେଷରେ ରାଜି ହୋଇଥିଲେ ଦ୍ୱିତୀୟ ବିବାହ କରିବା ପାଇଁ । ସୁମିତ୍ରା ନାମୀ ଜଣେ ଝିଅ ଲୋକେଶର ସାବତ ମା' ସାଜି ଆସିଥିଲେ ।

          ସବୁ ଝିଅ ମାନେ ନିଜ ଭବିଷ୍ୟତକୁ ନେଇ କେତେ ସ୍ୱପ୍ନ ଦେଖିଥାନ୍ତି । ସୁମିତ୍ରା ମଧ୍ୟ ଏକ ସୁଖୀ ପରିବାରର ସ୍ୱପ୍ନ ଦେଖିଥିଲା । ସୁମିତ୍ରାର ବାପା ଥିଲେ ବହୁତ ଗରିବ । ଆଜିକାଲି ଯୌତୁକ କଥା ନକହିଲେ ଭଲ। ପୁଅ ପଛେ ବେକାର ହୋଇଥାଉ ଅଡ଼ି ବସେ ଅନେକ ଯୌତୁକ । ସତେ ଯେମିତି ଆଜିକା ପୁଅ ମାନେ ଏକ ଅମୂଲ୍ୟ ସମ୍ପତ୍ତି ଯାହାକୁ କନ୍ୟାପିତା ତାର ଝିଅ ପାଇଁ କିଣିବେ । ସେଇଥି ପାଇଁ ତ ଆଜିକାଲି ଲୋକ ମାନେ ଝିଅ ଜନ୍ମ କରିବାକୁ ଡରୁଛନ୍ତି । କାହିଁକିନା ଯୌତୁକ ରୂପକ ରାକ୍ଷସଟି  ତାଙ୍କୁ ଯେମିତି ଏକ ସତର୍କ ଘଣ୍ଟି ଦେଉଛି । ଏ ଦୁନିଆଁରେ କେବେ ଯୌତୁକ ମୁକ୍ତ ବିବାହ ହେବ କେଜାଣି । ଯଦି ଝିଅଟି ଗରିବ ତାହେଲେତ କଥା ସରିଲା । ବିବାହ କରିବା ତା ପାଇଁ କାଠିକର ପାଠ ହୋଇ ଯାଉଛି । ସାଧାରଣତଃ ଯେଉଁମାନେ ଦ୍ୱିତୀୟ ବିବାହ କରନ୍ତି ସେମାନେ ବିନା ଯୌତୁକରେ ହିଁ ବିବାହ କରନ୍ତି । ଯେଉଁଥି ପାଇଁ ସୁମିତ୍ରା ରାମନାଥଙ୍କ ଦ୍ୱିତୀୟ ପତ୍ନୀ ହୋଇ ଘରକୁ ଆସିଥିଲା । ତଥାପି ଏକ ସୁଖୀ ପରିବାରର ଆଶା ଟିକକ ଭାଙ୍ଗି ଯାଇ ନଥିଲା ।

            ତା ଜୀବନର ପ୍ରଥମ ରାତିରେ ହିଁ ସେ ତାର ସ୍ୱାମୀଙ୍କୁ କହିଥିଲା ସବୁ ସାବତ ମା'ମାନଙ୍କୁ ଦୁନିଆଁ ଏକ ଭିନ୍ନ ଦୃଷ୍ଟିରେ ଦେଖେ । ସେ ତାର ସନ୍ତାନ ମାନଙ୍କର ଯେତେ ଯତ୍ନ ନେଲେବି ଯେତେ ସ୍ନେହ ଶ୍ରଦ୍ଧା ଦେଲେବି ସାମାନ୍ୟ କଥାରେ ବି ତାକୁ ନନା ଅପବାଦ ସହିବାକୁ ପଡେ । ପଦେ ପଦେ କଥାରେ ସାବତ ମା' ସାବତ ମା' ବୋଲି ଗୋଟିଏ ଶବ୍ଦ ତାକୁ ଆକ୍ଷେପ କରେ । ତୁମେ ମୋତେ ବିବାହ କରିଛ ଲୋକେଶ କୁ ଏକ ମା' ମିଳିଯାଉ ବୋଲି ଆଉ ମୁଁ ମଧ୍ୟ ସ୍ୱପ୍ନ ଦେଖିଛି ଏକ ସୁଖୀ ପରିବାର । ସୁଖୀ ପରିବାର ତାକୁ ହିଁ କୁହନ୍ତି ଯେଉଁଠି ଥାଏ ବିଶ୍ୱାସ ଓ ଭଲପାଇବାର ଏକ ମଜବୁତ ସମ୍ପର୍କ । ଆଉ ସେହି ବିଶ୍ୱାସ ଓ ଭଲପାଇବାକୁ ମଜବୁତ କରିବାକୁ ସ୍ନେହ ମମତା ପ୍ରେମ ପବିତ୍ରତାର ଆବଶ୍ୟକତା ନିହାତି ଜରୁରୀ । ମୋର ଏକ ଛୋଟ ଅନୁରୋଧ ରଖିବ । ତୁମେ ଯଦି ଅନୁମତି ଦେଵ ଆମେ ଆଉ ପିଲା ଜନ୍ମ ନକରି ଆମ ଲୋକେଶକୁ ଏକ ଭଲ ମଣିଷ କରିବା । ଆମ ଦୁହିଁଙ୍କର ସ୍ନେହ ମମତାର ହିଁ ଗଢା ହେବ ତାର ଏକ ସଫଳ ଜୀବନ । ଆଉ ମୁଁ ମଧ୍ୟ ସାବତ ମାଆ କଳଙ୍କର ଅପବାଦ ରୁ ରକ୍ଷା ପାଇବି । କାହିଁକିନା ଟିକେ ଟିକେ କଥାରେ ଲୋକ ମାନେ ଖୁଣ୍ଟା ଦେବେ ତା'ଛୁଆକୁ ଭଲ ଦେଖୁଛି କିନ୍ତୁ ସାବତ ପୁଅକୁ ଭଲ ଦେଖୁନି । ସେତେବେଳେ କଣ ଆମ ପରିବାର ଏକ ସୁଖୀ ପରିବାର ହୋଇ ରହି ପାରିବ ?

           ରାମନାଥ ବହୁତ ଖୁସି ହୋଇ ଯାଇଥିଲେ । ଆଉ ନିଜେ ଭାବୁଥିଲେ ସେ ଦ୍ୱିତୀୟ ବିବାହ କରିବାକୁ ରାଜି ହେଉନଥିଲେ । କିନ୍ତୁ ଭଗବାନ ତା ଜୀବନରେ ଏମିତି ଏକ ହୃଦୟାବନ ସ୍ତ୍ରୀ ଆଉ ଲୋକେଶକୁ ଏମିତି ଏକ ମମତମୟୀ ମା' ଦେବେ ବୋଲି ସେ କେବେବି ଭାବି ନଥିଲେ ।

           ସେହିଦିନ ଠାରୁ ସୁମିତ୍ର ଲୋକେଶକୁ ନିଜର ଆଖିର ଜ୍ୟୋତି କରି ରଖିଲେ । ନିଜର ପଣତକାନିରେ ଏମିତି ଢାଙ୍କି ରଖିଲେଯେ ଲୋକେଶ ମା'କୁ ଛାଡି ମୁହୂର୍ତ୍ତଟେ ବି ରହି ପାରିଲା ନାହିଁ । ଲୋକେଶ ଆଜି ବହୁତ ବଡ଼ ହୋଇ ସାରିଛି ବିବାହ ମଧ୍ୟ କରି ସାରିଛି । ଆଜି ଯାଏ କେବେବି ସେ ଉପଲବ୍ଧି କରିନିଯେ ତାର ମା' ଜଣେ ସାବତ ମା' । ଆଉ ସୁମିତ୍ରା ମଧ୍ୟ ବହୁତ ଖୁସି ହେଉଥାନ୍ତି ଯେ ତାଙ୍କର ସ୍ୱପ୍ନ ଆଜି ସାକାର ହୋଇଛି । ଆଉ ତାଙ୍କୁ ମିଳି ଯାଇଛି ଏକ ସୁଖୀ ପରିବାର । ରାମନାଥ ଆଜି ଭାବୁଛନ୍ତି ସେ ଦ୍ୱିତୀୟ ବିବାହ କରି ଭୁଲ୍ କରି ନାହାନ୍ତି ।

           ଆଉ ସେମାନଙ୍କ ହସ ଖୁସି ଭରା ପରିବାରକୁ ଦେଖି ସମସ୍ତେ କହୁଛନ୍ତି ସତରେ ସୁମିତ୍ରା ଦେବୀ ମହାନ ।

          ସୁମିତ୍ରା ପ୍ରମାଣିତ କରିଦେଇଛନ୍ତି ମା' ମାନେ ହିଁ ମା' । ତେଣିକି ସିଏ ଜନ୍ମଦାତ୍ରୀ ମା' ହେଇଥାନ୍ତୁ କି ସାବତ ମା' ।
                      *************

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।  


Rate this content
Log in

Similar oriya story from Drama