Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତେଜପତ୍ର
ତେଜପତ୍ର
★★★★★

© Manjulata Dash

Others

3 Minutes   14.3K    5


Content Ranking

ତେଜପତ୍ର

          ଆହା କି ବାସ୍ନା! ବଢିଆ ଲାଗୁଛି ନା? କୋଉଟା . ଭେଜ୍, ନନ୍ ଭେଜ୍, ବିରିଆନି ବା ପନୀର . ଯାହା କୁହ. ତେଜ ପତ୍ରର ଗୁଣ ଅସୀମ . ସେ ଗୋଟେ ଏମିତି ପତ୍ର , ଯାହାର ବାସ୍ନାରେ ସବୁ କିଛି ସୁଆଦିଆ ହୋଇଥାଏ . ଯେଉଁଠି ଗୁଜୁରାତି, ଜାଇଫଳ ବା ରୋଜ୍ ଓ୍ୱାଟର୍ କିଣାରେ ପଇସା ହିସାବ କରିବାକୁ ହୁଏ . ମାତ୍ର ପାଞ୍ଚ ଟଙ୍କାର ତେଜପତ୍ର ତାର ଗୁଣକୁ ମହକାଇ ଦେଇଥାଏ . ତୁ ଯାହା କହିଲୁ ପୁରାପୁରି ଠିକ୍ . କିନ୍ତୁ, ଏ ଶବ୍ଦଟା ତୋ ମୁହଁରେ ଶୁଣି ମାନେ ସବୁ ପାଟିକୁ ଯାଏ , ସେ ପତ୍ରଟି କିନ୍ତୁ ତଳକୁ ପଡିଯାଏ . ତାକୁ କେହି ବି ଥରେ ଚାଟି ଚୁମେ ନାହିଁ କି ତାର ପୂର୍ବ ଗୁଣ ବଖାଣେ ନାହିଁ . ତୋର ହଠାତ୍ ଏ କଥା?

          ମୁଁ ବି ଠିକ୍ ଏହି ତେଜପତ୍ର ପରି ଦରକାରିରୁ ଅଦରକାରୀ ଚିଜଟିଏ .

ତୋର କଣ ହେଇଛି ?

ନା କିଛି ନାହିଁ .

ମନ ହାଲୁକା ହେଇଯିବ . ମତେ କହ ଦେଖିବୁ .ସବୁ ଠିକ୍ ହୋଇଯିବ .

ଦିନ ଥିଲା ମୁଁ ଘରର ଛୋଟ ସଦସ୍ୟ ହେଲେ ବି ବଡ ପରି ମାନୁଥିଲେ ସମସ୍ତେ . କାରଣ ଘରକୁ ସଜାଡିବାରେ ତିଳ ତିଳ କରି ନିଜକୁ ଜାଳି ଦେଇଥିଲି ମୁଁ . ଅଭାବରୁ ସ୍ୱଭାବକୁ ଆସିବାକୁ ମୁଁ ଅଣ୍ଟା ଭିଡିଥିଲି . ରହିବା ଖାଇବାକୁ ହିସାବକୁ ଆଣୁଥିଲି . ଦୁଇରୁ ଅଧିକ ପୋଷାକ କିଣିବାକୁ ହେଲେ ଭାବିବାକୁ ପଡୁଥିଲା . ତଥାପି ଶାନ୍ତି ପାଉ ନ ଥିଲି . ତା ସତ୍ତ୍ୱେ ଶାନ୍ତି ନ ଖୋଜି କର୍ମ ଆଉ ଧର୍ମ ପଥରେ ଚାଲିଥିଲି .  ଦିନ ପରେ ଦିନ ଗଡି ଚାଲିଥିଲା . କାହାକୁ ବାହା ଦେବା ତ ଆଉ କାହାକୁ ପାଠ ପଢେଇ ବଡ ମଣିଷ କରିବାର ପ୍ରୟାସ . ନିଜ ଘରକୁ କଣ କିଣି ଆଣିଲେ ଖୁସିର ସୀମା ରହୁ ନ ଥିଲା . ଭଗବାନଙ୍କର ଇଛା ତ ଅଲଗା . ତା ସତ୍ତ୍ୱେ ବୟସ ତୁଳନାରେ ଯଥେଷ୍ଟ କରି ଚାଲି ଥାଏ . ଛୋଟରୁ ମାତୃହରା ଥିଲି ତ ସେଥିପାଇଁ ଭଗବାନ ମୋତେ ସହିବାର ଶକ୍ତି ଦେଇଥିଲେ . ପେଟରୁ କାଟି ଅନ୍ୟକୁ ଖାଇବାକୁ ଦେବା, ପିନ୍ଧିବାକୁ ଦେବା ମୋର ଅଭ୍ୟାସରେ ପଡି ଯାଇଥିଲା . ସେ ଥିଲା ଅଭାବ ଅସୁବିଧାର ଦିନ . ତଳ ଭଉଣୀମାନଙ୍କୁ ମଣିଷ କରିବା, ତାଙ୍କର ଭଲ ମନ୍ଦରେ ତାଳ ଦେଇ ଚାଲିବା ଏକ ରକମ୍ ମୋର ଲମ୍ବା ରାସ୍ତା ହୋଇଥିଲା . ବାପାଙ୍କର ଆର୍ଥିକ ଅବସ୍ଥାକୁ ଦେଖି ମୁଁ ପୁଅ ପରି କାମ କରି କିଛି ଦେଖାଇବାକୁ ଚାହୁଁଥିଲି . ତାହାର ସୁଯୋଗ ନେଇ ବାପା ମଧ୍ୟ ମୋ ପାଠରେ ବାଧା ଦେବାକୁ ଚାହିଁଲେ . ଛାଡ. ସେଥିରୁ ବି ମୁଁ ମୁକୁଳିଲି . ଏକ ମାତ୍ର ଭାଇ . ଅଭାବ ଥିଲେ ବି ଅତୁଟ ସ୍ନେହରେ ବନ୍ଧା ହୋଇଥିଲୁ ଆମେ ସମସ୍ତେ . ବିଧିର ବିଧାନ . ବାପା କିନ୍ତୁ ସବୁ କାମ ଠିକ୍ ସମୟରେ କରୁ ନ ଥିଲେ . ହୁଏତ ସେ ବହୁତ କଷ୍ଟ କରୁଥିଲେ ପିଲାମାନଙ୍କ ପାଇଁ, ହେଲେ ଅଭାବ ଅନଟନର ସୁତା ଖିଅ ଭିତରେ ଗୁଡେଇ ହୋଇ ଯାଉଥିଲେ ସେ . ଅଭାବକୁ ହାତ ଛଡା କରେଇବାକୁ ଯାଇ ସେ ଭାଇକୁ ବାହା କରେଇଲେ . ତା ପରେ ଦୁଃଖର କାଳିମା ଧିରେ ଧିରେ ଗ୍ରାସ କଲା . ଶେଷରେ ଅମାବାସ୍ୟାର ରାତ୍ରି ଆସିଗଲା ବୋଧେ . ଯେଉଁ ଭଉଣୀକୁ ପେଟରୁ କାଟି ଖୁଆଉଥିଲି, ପିନ୍ଧାଉଥିଲି, ସେ ବି ତାର ସ୍ୱାର୍ଥରେ ଲାଗି ପଡିଲା . ଭାଇ ! ସେ ବି କଣ କରିଥାନ୍ତେ? ଦୁନିଆଁରେ ଯାହା ହୁଏ , ସେ ବି ସେଥିରେ ବନ୍ଧା ହୋଇଗଲେ . ବେଳ ଥିଲା, ଅଭାବ ପାଇଁ ସେ ହୁଏ ତ ଆଲୋଚନାର ମାଧ୍ୟମ ନେଇଥିଲେ . ପୁଣି ସେହି ବେଳ ଆସିଗଲା, ତେଜପତ୍ର ପରି ଥାଳିରୁ କାଢି ଆଗ ଫୋପାଡି ଦେଲେ . ତାର ମହକ ଦରକାର ପଡିଲାନି . ରୁଚି ଭଳି ବିଭିନ୍ନ କମ୍ପାନିର ମସଲା ବାହାରି ଗଲା . କଣ ବୁଝି ପାରିଲୁନି ? ତାଙ୍କର ପିଲାମାନେ ମଣିଷ ପରି ମଣିଷଟିଏ ହୋଇଗଲେ . ସବୁ ଠିକ୍ ଠାକ୍ ହୋଇଗଲା . ବାପା, ମାଆ, ଭାଇ, ଭଉଣୀ ସମସ୍ତେ ଯେ ଯାହାର କର୍ମରେ ଲାଗିଗଲେ . ମୁଁ ବି ସଂସାର ଭିତରେ ଘାଣ୍ଟି ହୋଇଗଲି ସତ, ମାତ୍ର ଯାହାର ହାତ ଧରିଥିଲି, ତା ଠାରୁ ସବୁ କିଛି ପାଇଲି . ଯେତେବେଳେ ନିଜ ମନକୁ ପଚାରେ,  ସେତେବେଳେ ସେ କହେ ତୁ ତେଜପତ୍ର ଭଳି ଥାଳିକୁ ଆସି ଖୁବ୍ ଶୀଘ୍ର ଅଳିଆ ଡବାରେ ପଡିଗଲୁ . ତାହା ଥିଲା ଭଗବାନଙ୍କର ପ୍ରକୃତ ଇଛା . ଗଛଟିକୁ ଏଡେ ବଡ କରି ଶାଖା ପ୍ରଶାଖା ମେଲାଇ ପତ୍ରରେ ଭରି ଦେବା ପରେ ଥୁଣ୍ଟା ହେଲା ପର୍ଯ୍ୟନ୍ତ କାମରେ ଲଗାଉଛନ୍ତି . ଲିଷ୍ଟର ଶେଷରେ ତେଜପତ୍ର ଆଣିବାକୁ ଲେଖୁଛନ୍ତି . କିନ୍ତୁ ତାର ଗୁଣ ବିଷୟରେ କେହି ଜଣେ ବି ଥରେ ହେଲ ମନେ ପକାଉ ନାହାନ୍ତି .

ତୁ ମନ ଦୁଃଖ କରନା ସାଙ୍ଗ . ଏଇ ତ ଦୁନିଆ . ତୋ ଠାରୁ ଆଜି ଶୁଖିଲା ତେଜପତ୍ରର କଥା ଶୁଣି ବହୁତ ଖୁସି ଲାଗିଲା . ବହୁତ କିଛି ଶିଖିଲି . ଆ ଯିବା ରାତି ବେଶୀ ହେଲାଣି . ପୁଣି ଦେଖା ହେବା କାଲି...........

ମଞ୍ଜୁଲତା ଦାସ

ତେଜ ପତ୍ର

Rate the content


Originality
Flow
Language
Cover design

Comments

Post

Some text some message..