Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସଞ୍ଜିବନୀ
ସଞ୍ଜିବନୀ
★★★★★

© Rajib Gopal Swain

Inspirational

3 Minutes   6.9K    12


Content Ranking

ଗତ ଥର ବି ସାରଙ୍କୁ ମନା କରିଥିଲି । ଆପଣ ଆଉ, ଇଆଡ଼େ ଆସନ୍ତୁନି । ବୟସ ହେଲାଣି । ସ୍ୱାସ୍ଥ୍ୟ ବି ଅନୁମତି ଦେଉନି ।

ସାର୍ ହସନ୍ତି । ଚେୟାରରୁ ଉଠିପଡିଲେ ବାରଣ କରନ୍ତି। 

- ତୁମେ ଜାହି ହେଲେ ବି ଏଇ ଅଫିସର ପଦସ୍ଥ ଅଧିକାରୀ, ତୁମେ ଠିଆ ହେଲେ ଅଫିସର ଶୃଙ୍ଖଳା ନଷ୍ଟ ହେବ। 

ମୁଁ ସଙ୍କୁଚିତ ହୋଇଯାଏ , ସାରଙ୍କ କଥା ଆଗରେ ।ସାର୍ ସବୁବେଳେ ସେମିତି । 

କଥା ଛଳରେ କହନ୍ତି - ତୁମେ ଜାଣିନ ସୁରଞ୍ଜନ ଏଇଠି ଅନେକ ଚିହ୍ନା ଜଣା ମୁହଁ ଅଛନ୍ତି , ସେମାନଙ୍କୁ ଦେଖିଲେ ସଞ୍ଜିବନୀ ମିଳିଲା ପରିଲାଗେ । ଆନନ୍ଦରେ ଭରିଯାଏ ମନ । ସେଇଥିପାଇଁ ଆସିବା କଥା ।ମୁଁ ଆଉ ବାଧ୍ୟ କରି ପାରେନି । କଥା ସେଇଠି ଅଟକେ ।

କିନ୍ତୁ ପ୍ରତି ମାସରେ ସାରଙ୍କ ଆସିବାକୁ ମୋର ଅପେକ୍ଷା ଥାଏ । ତାଙ୍କ ଆସିବାଟା ଯେମିତି ମୋ ପାଇଁ ସଞ୍ଜିବନୀ ଥାଏ କି କଣ !

ମୋ ପାଞ୍ଚ ବର୍ଷର ପୁଅ ହାତକୁ ସାର୍ ଆଣିଥିବା ସେଇ ଲଡ୍ଡୁ ବଢ଼େଇ ଦେଲା ବେଳେ ତା'ର ଖୁସି ଦେଖିବାର କଥା । ସେ ଆନନ୍ଦରେ ଡେଇଁ ବୁଲୁଥାଏ ଯେ, ବୁଲୁଥାଏ । ସୁଜାତା କହନ୍ତି- ଆଜି ସାର୍ ଆସିଥିଲେ ? ଘରକୁ ଡାକିଲନି ! ମୁଁ କହି ପାରେନି କିଛି, ଆରଥରକୁ ସାରଙ୍କୁ ଅନୁରୋଧ କରେ - ସାର୍ ଟିକେ ଘର ଆଡୁ ବୁଲି ଆସନ୍ତେନି,ସୁଜାତା ଆଉ ସିପୁନ ଆପଣଙ୍କୁ ମନେ ପକାଉଛନ୍ତି ।

-ଏତେ ଲୋକ ଧାଡିରେ ଅଛନ୍ତି , ବାହାରେ କେଡେ ଟାଣ ଖରା ତାଙ୍କ କଥା ଆଗ ବୁଝିଦିଅ । ବେଳ ହେଲେ ଯିବା ।

କିନ୍ତୁ ସେତିକି ସମୟ ହୁଏନି । କାମ ସବୁ ସରୁ ସରୁ ,ସାରଙ୍କ ଗାଁକୁ ଫେରୁଥିବା ଏକମାତ୍ର ବସ୍ ଟାଇମ ହୋଇ ଯାଇଥାଏ । ସାର୍ ଆରଥରକୁ ଆଶ୍ୱାସନା ଦେଇ ଗୋଟେ ଆକର୍ଷଣୀୟ ହସ ହସନ୍ତି । ସତେ ଯେମିତି ଆମ ସମସ୍ତଙ୍କ ପାଇଁ ଝରିପଡ଼େ ଆଶୀର୍ବାଦ । ମୁଁ ଅଣ୍ଟାଭାଙ୍ଗି ନମସ୍କାର କରେ । ପୁଣି ଥରେ ମୋ ହାତରେ ଥାଏ ସାର୍ ଆଣିଥିବା ସ୍ନେହମଖା ଲଡ୍ଡୁ । ଏଥର ଅନେକ କାମ । ଲାଇଫ୍ ସାର୍ଟିଫିକେଟ ଯାଞ୍ଚ ହେବ । ଜଞ୍ଜାଳମୟ ହୋଇଛି ଜୀବନ ।

ସୁଜାତାକୁ ଏଇ ଦୁଇମାସ ଟିକେ ଏକ୍ସଟ୍ରା କେୟାର ନେବାକୁ କହିଛି । ତା ଭିତରେ ବି ସାରଙ୍କ କଥା ଭୁଲିନି । 

ପଛ ଦୁଇ ମାସ ହେବ ସାର୍ ପେନସନ୍ ନେବାକୁ ଆସିନାହାନ୍ତି । ମନକୁ ଛୁଇଁଛି ଦ୍ଵନ୍ଦ୍ୱ ଓ ପାପ । ସାରଙ୍କ ଦୂରଭାଷରେ ଅନେକ ବାର ଚେଷ୍ଟା କରିଥିଲେ ବି ସଂଯୋଗ ହୋଇପାରିନି । ମୁଁ ଦୁଃଖରେ ଭାଙ୍ଗିପଡିଛି । ସନାତନ ସୁବୁଦ୍ଧି !!

-ସେ ଆଉ ନାହାନ୍ତି ଆଜ୍ଞା । ଗତ ମାସରେ ଚାଲିଗଲେ । ମୁଁ ତାଙ୍କ ପୁଅ । ମାଙ୍କୁ ନେଇ ଆସିଛି । ତାଙ୍କ ନାଆଁକୁ ପେନସନଟା ବଦଳେଇବାକୁ ପଡିବ ।

ମୋ ଆଖି ଛଳ ଛଳ ହୋଇଗଲା । ଏଇ ଧାଡିରେ ସମସ୍ତେ ପ୍ରାୟ ବୟସ୍କ ଲୋକ । ମନେ ପଡିଗଲା ଏଇଠି ବସୁଥିଲେ । ସବୁବେଳେ ପାନ ଖାଉଥିବେ  ମଜା ମଜା କଥା କହୁଥିବେ ଓଃ !! ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ସମସ୍ତେ ସୁବୁଦ୍ଧି ସାର୍ ବୋଲି ଡାକନ୍ତି । ସେ ଆଉ ନାହାନ୍ତି ।

ପ୍ରତିବର୍ଷ ଏଇ ଲାଇଫ୍ ସାର୍ଟିଫିକେଟ ସମୟରେ କେହି ନା କେହି କମ୍ ହୋଇଯାନ୍ତି ଆଉ ଏଇ ଧାଡ଼ିରେ ଯୋଡି ହେଉଥାନ୍ତି ନୂଆ ନୂଆ ଲୋକ । ସମୟ ବିତୁଥାଏ । ଚିହ୍ନ ରହୁଥାଏ । ଧାଡି ଆଡକୁ ଚାହିଁଲି ଧକ୍ ଧକ୍ କରୁଥିଲା ଛାତି ।  ସାର୍ !! ନା ଦିଶୁ ନାହାଁନ୍ତି !! ଦୁଃଖରେ ଭରୁଥାଏ ମନ ।

ଡର ଲାଗୁଥାଏ ମୁଣ୍ଡ ଉଠାଇ ଚାହିଁବାକୁ । କାହାକୁ ପଚାରିବାର ସାହସ ସତେ ଯେମିତି ମୋ ପାଖରୁ ଉଭେଇ ଯାଇଥିଲା । 

ଖାଇବା ବେଳ କେତେବେଳୁ ବିତିଗଲାଣି । ତଥାପି ଧାଡିରେ ଲୋକ ଅଛନ୍ତି ।

-ସୁରଞ୍ଜନ କେମିତି ଅଛ !!

ଲାଗିଲା ଯେମିତି ହୃଦୟ ଭିତରୁ ଗୋଟିଏ ସୁମଧୁର କଣ୍ଠ ସ୍ଵର ଝଂକୃତ ହେଉଛି । ଖୁସିରେ ଭରିଗଲା ଦେହ, ମନ, ପ୍ରାଣ । ଅତି ପରିଚିତ, ଆପଣାର ଏ' ଶବ୍ଦ !! କାହିଁ କୋଉଠି !! ମୁଣ୍ଡ ଉଠେଇ ଚାରି ଆଡକୁ ଚାହିଁଲି ।  ଠିକ୍ ମୋ ଟେବଲ ସାମ୍ନାରେ ଛିଡା ହୋଇଥା'ନ୍ତି ସାର୍ । ଖୁସିରେ ମୋ ଆଖିକୁ ଲୁହ ଚାଲି ଆସିଲା । ସାର୍ ଆପଣ !!

-ତୁମ ମାଉସୀର ଦେହ ଖରାପ ଥିଲା ତ, ସେଥିପାଇଁ ଆସି ପାରୁନଥିଲି । ସିପୁନର ସେଇ ପ୍ରିୟ ଲଡ୍ଡୁଟା କେମିତି ତିଆରି ହୁଏ ସେହିଁ ଜାଣିଛି । ସେଥିପାଇଁ ତା'ଭଲ ହେବା ଯାଏଁ ଅପେକ୍ଷା ଥିଲା । ତା ଛଡା ତୁମେ ଅନେକବାର ଘରକୁ ଡାକିଲଣି ଏଥର ମନ ବଳେଇ ଆସିଛି ।

ମୋ ଖୁସିର ସୀମା ନଥିଲା । କାରଣ ମୋତେ ମିଳିଥିଲା ସଞ୍ଜିବନୀ ଖୁସି ।  ଖୁସି ବଞ୍ଚିବା ପାଇଁ । ମୁଁ ରୁମାଲ କାଢ଼ିଲି ।

ସାର୍ ଲଡ୍ଡୁ ଲାଇଫ୍ ସାର୍ଟିଫିକେଟ

Rate the content


Originality
Flow
Language
Cover design

Comments

Post

Some text some message..