Binapani Pradhan

Others


2  

Binapani Pradhan

Others


ଅପରାହ୍ନ

ଅପରାହ୍ନ

2 mins 490 2 mins 490

ଶୁଣ,ବେଳ ଗଡିଗଲାଣି ।

ସେ ଘରର ଜିନିଷଗୁଡା ବୋହି ଆଣିବ,ସେଠିଥିବା ପୁରୁଣା ମୋର ବ୍ୟବହାର ସାମଗ୍ରୀ ପତ୍ର ପୋଡିଦେବ,ଏବେ ତୁମେ ପୁଅ ଆଉ ବୋହୂ ପାଖରେ ରହିବ ,ନାତୁଣୀକୁ ଟିକେ ବେଶୀ ଧ୍ୟାନ ଦେବ ,ତା ମୁହଁ ,ଆଖି ଠାଣି ଯେମିତି ସବୁ ତୁମଠୁ ଛଡେଇ ଆଣିଛି।ଯଦିବା ମୋର କୌଣସି ଗୁଣ ତୁମ ପାଇଁ ଝୁରିଲା ପରି ନୁହଁ ଆଉ ତୁମେ ବହୁତ ଧୈର୍ଯ୍ୟବାନ୍,ତଥାପି କହିବି କାନ୍ଦିବନି।ବେଳେ ବେଳେ ହୁଏତ ପୁରୁଣା କଥା ମନେପକାଇ ଭାବପ୍ରବଣ ହୋଇଯାଇପାର,ଭୁଲିଯିବାକୁ ଚେଷ୍ଟା କରିବ ସେ ସୁଖଦୁଃଖର ପୁରୁଣିଆ ବେଳାଗୁଡିକୁ। 

କାହିଁକି କେଜାଣି ନାରୀଜନ୍ମ ନିଏ,ଗୁଡାଏ ଅବାଞ୍ଛିତ ଦୁଃଖ ଆଉ ସୁଖ କୁ ଆବୋରିବା ପାଇଁ ,ଅନ୍ୟ ହାତରେ ନିଜର ମନ ଚାବିକାଠିଟି ବାରମ୍ବାର ଧରେଇଦିଏ,କେବେ ପିତା ହାତରେ କେବେ ସ୍ୱାମୀ ହାତରେ ଶେଷକୁ ପୁଅ ପାରିବାର ହେଲା ପରେ।


ମୁଁ କିଛି ଅଭିଯୋଗ କରୁନି, ମୁଁ ମାଟି ପିଣ୍ତୁଳାଟେ ହୋଇ ଆସିଥିଲି ତୁମ ଘରକୁ ,ତାକୁ ଗଢି ତୁମେ ହିଁ ତ ଜୀବନ୍ୟାସ ଦେଲ ,ସେ କଥା କହିଲା ,ପରିଚୟ ସୃଷ୍ଟି କଲା ,କିନ୍ତୁ କାହିଁକି କେଜାଣି ତୁମ କବଜା୍ରେ ରହିବାଟା ମୋତେ ବିରୋଧ କରିବା ସତ୍ତ୍ୱେ ବି ଭଲ ଲାଗୁଥିଲା ,ଧୀରେ ଧିରେ ମୁ୍ଁ ସ୍ୱାଧୀନତା ହରାଇ ବସିଲି ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇବି ,ମୋ ମନ ଉପରେ ମୋର ଅଧିକାର ନଥିଲା।ତୁମ ପାରିବା ପଣରେ ମୋ ନିଜ ଉପରେ ଥିବା ଅଧିକାରଟିକୁ ବି ହସ୍ତାନ୍ତର କଲି । 


ତୁମେ ଯାହା କହିଛ ମୁଁ କଣ କେବେ ମନା କରିଛି ,ପିଲାଙ୍କୁ ମଣିଷକରିବାଠାରୁ ତୁମ ଘର ବନ୍ଧୁବାନ୍ଧବଙ୍କ ଦାୟିତ୍ୱନେବା ଯାଏଁ,ସେଦିନ ଯେମିତି ବହୁତ ମନା କରିବା ସତ୍ତ୍ୱେ ସୁମିତ୍ରାକୁ ବୋହୂକରି ଘରକୁ ଆଣିବା,ମୋର ସେଦିନ ବି କିଛି ଅଭିଯୋଗ ନଥିଲା ,କେବଳ ଏତିକି ଜାଣିବାକୁ ଚାହିଁଥିଲି ,ସୁମିତ୍ରା ଉଡିବାକୁ ଚାହେଁ କି ଦାନାଖିଆ ପକ୍ଷୀପରି ପଞ୍ଜୁରୀରେ ରଖୁବାକୁ ଚାହଁ ,ତୁମେ ସେ ପ୍ରଶୟ ଦେଲନି ମୋତେ ,ବରଂ ଆମେ ସମସ୍ତେ ମାନି ନେଲୁ ତୁମ ନିଷ୍ପତ୍ତି କୁ ।ସେ ବି ତୁମ ପାଖରେ ସେମିତି ଗଢାହେଲା ,ତାକୁ ଉଡିବାକୁ ଦେଲ,ଅପର୍ଯ୍ୟାପ୍ତ ସାହାସ ଆଉ ସ୍ୱାଧୀନତା ସହ ମୋ ପାଇଁ କିଛି ହୀନମାନ୍ୟତା।ମୋ ପ୍ରତି ତୁମର ଘୃଣା ବଢିଚାଲିଲା ,ହୀନମାନ୍ୟତା ମୋ ପାଇଁ ସବୁଆଡେ ଭରିଲ,କାହିଁକି ନା ମୁଁ ସୁମିତ୍ରାକୁ ଯଥେଷ୍ଟ ସ୍ନେହ ଦେଇପାରିନି।ମୁଁ ତୁଚ୍ଛ ମଣିଷଟାଏ ଯାହାକୁ ତୁମେ ଗଢିଛ ବୋଲି ଡିଣ୍ଡିମ ପିଟିଲ ,ତାର ଓଜନ କିଛି ନାହିଁ।ଏମିତିକି ବୋହୂ ଆଗରେ ମୋ ସମ୍ମାନ କୁ ବିଚାର କରିପାରିଲନି,ଏହା ତୁମର ନିଜକୁ ଶ୍ରେଷ୍ଠ ବୋଲି ଦର୍ଶାଇ ଦେବା ,କି ଛଳନା ବୋଲି ମୁଁ ଜାଣି ଚୁପ୍ ରହିବା ଠିକ୍ ବୋଲି ମାନି ଆସିଛି।ହେଲେ କେବଳ ତୁମ ଭାଷାରେ ,ତୁମ କଥା ଯଥେଷ୍ଟ ଆଘାତ ଦିଏ ମୋତେ,ଯେ ଅନ୍ଧଭାବରେ ବୋହୂକୁ ଭଲପାଏ,ମୋତେ ଦୋଷାରପ କର ମୁଁ ଗୋଟେ ଅତ୍ୟାଚାରୀ ଶାଶୁ ବୋଲି ,ମୋ ନାଁରେ ଏ ଅପଯଶ ର ଭାର ଏମିତି ବଢିଯାଉଥିଲା କି ମୁଁ ଭାଗ୍ୟଛଡା କାହାକୁ ଦୋଷ ଦେଇନି।ମୁଁ କାହିଁକି ସୁମିତ୍ରାକୁ ଝିଅ ଭଳି ସ୍ନେହ ଦେଇନି,କେବେ ଜାଣିବାକୁ ଚେଷ୍ଟାକରିନ ସେ ମୋତେ ମା ଭଳି କେତେଥର ଡାକିଛି,ନିଜକୁ ଝିଅଟି ପରି କୋଳକୁ ଅନେଇଛି,ସବୁ ସହିଯିବାକୁ ତୁମେ ବାଧ୍ୟକର କାହିଁକିନା ତୁମେ ମୋତେ ଗଢିଛ ଦାବିକରି ,ଦେଖ ୟା ଭିତରେ କେମିତି ମୋ ଗଢା ଜୀବନଟା ବଞ୍ଚିବାକୁ ଲୋଭହୀନ ହୋଇଗଲାଣି।ମୋର ସହିବାର ସୀମା ତୁମ ବାଡଦିଆ ସଂଭ୍ରମତାକୁ ଅନେକଥର ଝୁଣ୍ଟିଲାଣି,କହୁଛି ମୋର ଆଉ କଣ କାମ ଅଛି ଯେ।ମୋର ତ ବିଦାୟର ବେଳ ,ଏବେ କେମିତି ଲାଗେ ତୁମେ ଜାଣ ମୋର କେହି ନାହିଁ କି ନଥିଲେ,କେବଳ ମାୟା, ସବୁ ମିଛ ଏଠି ,ସ୍ନେହ ଆଉ ସମ୍ପର୍କର ଲମ୍ବା ଲମ୍ବା ଛାଇ ,ଯେ କେବଳ କେଇଟା ମୁହୂର୍ତ୍ତ ଜୀବନର ଅପରାହ୍ନଯାଏଁ ଗୋଟେଇ ଦିଏ ,ତାପରେ ସବୁ ଅନ୍ଧାରର ଛି ଛାକର ।

ମୋର ଆଉ କହିବାକୁ କିଛି ନାହିଁ ,ମୁଁ କେବଳ ବତୁରିଯାଉଥିବା ମାଟି ପିଣ୍ଡୁଳା ,ପୁଣି ମାଟିରେ ମିଶିବା ପାଇଁ ।



ବୀଣାପାଣି ପ୍ରଧାନ

ଗୋଟେ ବତୀ ଲିଭିଯିବା ଆଗରୁ ତା ନିଶ୍ବାସର କିଛି କଥା।



   


Rate this content
Originality
Flow
Language
Cover Design