Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trupti Paikaray

Tragedy

3  

Trupti Paikaray

Tragedy

ଯୋଗିନୀ ସିଦ୍ଧିପ୍ରିୟା

ଯୋଗିନୀ ସିଦ୍ଧିପ୍ରିୟା

12 mins
7.7K


ଜହ୍ନରାତି, ସେଇ ଆକାଶ, ସେଇ ପବନ, ମଧୁମାଳତୀର ମିଠାମିଠା ବାସ୍ନା ଆଉ କୁଆଁର ପୂନେଇଁ ସେଇ ରାତିରେ ତା କଥା ବହୁତ ମନେପଡିଯାଏ, ସତେ ଯେମିତି ସେ ମତେ ଚାହିଁ ହସୁଚି ଆଉ କହୁଛି "ଏଇ ଆ, ଆମେ ଦୁହେଁ ପୁଣି ହଜିଯିବା ସେଇ ପ୍ରୀତିର ମହକରେ" I ହଟାତ ମୋ ହାତ ଚାଲିଯାଏ ସଯତନେ ସାଇତି ରଖିଥିବା ତା ଚିଠି ସବୁ ଖୋଲି ପଢିବାକୁ, ସେ ଦେଇଥିବା ଗୋଲାପର ଶୁଖିଲା ପାଖୁଡାରେ ପୁଣି ରଙ୍ଗ ଭରିଦେବାକୁ I କିଏ କହିଲା ପ୍ରେମ ପାଇଁ ବୟସ ଦରକାର, ସମୟ ଦରକାର, ହେଲେ ମୁଁ କହିବି ପ୍ରେମ ପାଇଁ ଗୋଟେ ସୁନ୍ଦର ମନ ଆଉ ଗୋଟେ ବିଶାଳ ହୃଦୟ ଦରକାର I ମୁଁ ଜୀବନରେ ସବୁଠାରୁ ବଡ ଭାଗ୍ୟବାନ ମଣିଷ, ମତେ ଲଗ୍ନା ପରି ଜଣେ ପ୍ରେମିକା ମିଳିଥିଲେ I ସେଥିପାଇଁ ତ ଆମେ ନିଆରା ଏକ କାହାଣୀ ଲେଖିଥିଲୁ I ଆମେ ଖୋଲିକି ଦୁହେଁ ଦୁହିଁଙ୍କୁ ଭଲପାଇଛୁ, ଆଉ ମନରେ କିଛି ଦୁଃଖ ନାହିଁ, ଲଗ୍ନା ପ୍ରେମ ମତେ ଜୀବନରେ ସବୁ ଖୁସିଦେଇଛି I ଆମେ ନିଜ ପ୍ରେମ ଦୁନିଆରେ ମସଗୁଲ ଥିବା ଦୁଇ ପ୍ରେମିକ, ଜହ୍ନ, ଫୁଲ, ପବନ, ନଈ, ଆକାଶ, ସମୁଦ୍ର ଆମର ସାଥି, ସହଚର, ଭାଇବନ୍ଧୁ ସବୁକିଛି ଥିଲେ I ଆମ ଦିନ କାଟୁଥିଲା ସେଇ ଫୁଲ ଆଉ ପ୍ରଜାପତିଙ୍କ ମେଳିରେ, ଆମ ଦିନ ସରୁଥିଲା ଦୁହେଁ ଦୁହିଁଙ୍କ ବାହୁରେ I ହଟାତ ଘଣ୍ଟାକୁ ଅନେଇଲାବେଳକୁ ରାତି ୨ଟା ବାଜିଲାଣି, ହେଲେ ଟିକେ ବି ନିଦ ଆସୁନି, କାହିଁ କେଜାଣି ଲଗ୍ନା କଥା ଆଜି ବହୁତ ମନେପଡୁଛି I ସେ କେମିତି ଅଛି କେଜାଣି? ହେଲେ ଯେଉଁଠି ଅଛି ଭଲରେ ଥାଉ I ସେ ସିନା ମତେ ଭୁଲିଗଲା, ହେଲେ ଆଜି ବି ମୁଁ ତାକୁ ଭଲ ପାଏ I "ଲଗ୍ନା ଆଇ ଲଭ ୟୁ", ଏତିକି କହି ନୟନ ତା ଆଖିରୁ ଲୁହ ପୋଛି ଚାଲିଥାଏ, ଆଜି ତାକୁ ଟିକେ ବି ନିଦ ଆସୁନି, ଯେଉଁଦିନ ସେ ଲଗ୍ନାକୁ ବେଶି ମିସ କରେ ସେଦିନ ସେ ସାରା ରାତି ଏମିତି ଅନିଦ୍ରା ରହେ I ଲଗ୍ନା ତା ଜୀବନ ଥିଲା, ଦୁହେଁ ଦୁହିଁଙ୍କୁ ଦିନେ ନ ଦେଖିଲେ ନିଦ ଆସୁନଥିଲା, ସେ କଲେଜ କ୍ୟାଣ୍ଟିନ ରେ ଘଣ୍ଟାଘଣ୍ଟା ଗପ, କଲେଜପରେ ପାର୍କ, ମନ୍ଦିର ଯାଇ ବସିବା ଆଉ ପ୍ରେମର ସେ ଅନ୍ତରଙ୍ଗ ମୁହୂର୍ତ୍ତ, ହେଲେ ଆଜି ସବୁ ଫିକାଫିକା ଲାଗୁଛି ତା ବିନା I
ହେଲେ ଲଗ୍ନା କାହିଁକି ଏମିତି କଲା ମୋ ସହ? କଲେଜରେ ସେ ହିଁ ପ୍ରଥମେ ଆସି ମତେ ପ୍ରପୋଜ କରିଥିଲା Iଏହି ପ୍ରେମର ସେ ହିଁ ସୂତ୍ରଧାର, ମୋ ଦେହ ଛୁଇଁ ଶପଥ କରି କହିଥିଲା "ନୟନ ମୁଁ ତୁମକୁ କଥା ଦେଉଛି, ସାରା ଜୀବନ ତୁମ ପାଖରେ ହିଁ ରହିବି, ତୁମ କୋଳରେ ହିଁ ମୋ ଜୀବନ କଟିଯିବ ଆଉ ସେ କୋଳରେ ବି ଶେଷକୁ ମୁଣ୍ଡ ରଖି ମରିବି" I ସେତେବେଳେ ମୁଁ ତା ନାକକୁ ଟିକେ ଟାଣି ତାକୁ ହସେଇବାକୁ ଚେଷ୍ଠା କରେ, କାରଣ ଲଗ୍ନା ଟିକେବି କାନ୍ଦିଲେ ମୁଁ ଦେଖିପାରେନି I ଆମେ ଦୁହେଁ ଗୋଟେ କଲେଜରେ ବି.ଟେକ କରୁଥିଲୁ I ତେଣୁ ଆମ ଭିତରେ ସମ୍ପର୍କ ଆଗ ଫ୍ରେଣ୍ଡସିପରୁ ଷ୍ଟାର୍ଟ ହେଇଥିଲା ଆଉ ତାପରେ ଲଗ୍ନା ଦିନେ ଆସି ମତେ କହିଲା "ନୟନ ମୁଁ ତମକୁ ଭଲ ପାଏ" I ତାପରେ ସେଇ ପ୍ରେମ ଦିନକୁ ଦିନ ବଢି ଚାଲିଥିଲା I ଆମର ଫାଇନାଲ ଇଅର, ତେଣୁ ଆମେ ଦୁହେଁ ପ୍ଲାନ କରୁଥିଲୁ କେମିତି ଗୋଟେ କମ୍ପାନୀରେ ଚାକିରୀ ମିଳିବ ଆଉ ଆମେ ସହରଠାରୁ ବହୁତ ଦୁରକୁ ପଳେଇଯିବୁ ଆଉ ସେଠି ଦୁହେଁ ମିଶିକି ରହିବୁ I କାରଣ ଲଗ୍ନା ଗୋଟେଦିନ ମତେ ନ ଦେଖିଲେ ପାଗଳ ହେଇଯାଏ I ତାପରେ ଆମେ ଜବ ପାଇଁ ଅନେକ କମ୍ପାନୀରେ ମିଶିକି ଇଣ୍ଟରଭିୟୁ ଆଟେଣ୍ଡ କରିବାକୁ ଯାଉ, କେବେକେବେ ତାର ହୁଏ ମୋର ହୁଏନି, ଆଉ କେବେ ମୋର ହୁଏ ତାର ହୁଏନି I ଦିଜଣ ଗୋଟେ ଜାଗାରେ ରହିବୁ ବୋଲି ଆମେ ଅନେକ ଚାକିରୀ ଛାଡ଼ିଚୁ I ଶେଷରେ ବାଙ୍ଗଲୋରରେ ଗୋଟେ କମ୍ପାନୀରେ ଜବ ମିଳିଲା ଆମ ଦୁଇଜଣଙ୍କୁ, ଗୋଟେ କମ୍ପାନୀ, କମ୍ପାନୀ ତରଫରୁ ଫ୍ଲାଟ ରହିବାକୁ, ସାଲାରୀ ବି ବହୁତ ଭଲ ଥିଲା I ଆମେ ଦୁହେଁ ସେଦିନ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରି ପ୍ରସାଦ ଦେଇ ଆଉ ଦୀପ ଜାଳି ଆସିଲୁ I ୧୫ ଦିନ ପରେ ଜଏନ କରିବାକୁ ଥାଏ I ତାପରେ ଆମେ ସିଫ୍ଟ ହେଇଗଲୁ ବାଙ୍ଗଲୋର, ପ୍ରତିଦିନ ଅଫିସ ପରେ ଆମେ ଦେଖା କରୁ, ମୁଁ ଯାଏ ତା ରୁମକୁ, ସେ ବି ଆସେ, ଦିନଦିନ ଆମେ ଗପୁ, କେତେ ସ୍ବପ୍ନ, କେତେ ପ୍ରେମ ଆଉ ଆଖିରେ ଆଖି ମିଶିଯାଏ I ଏମିତି ଆମ ଦୁହେଁ ବହୁତ ଖୁସିଥିଲୁ I
ଧୀରେଧୀରେ ୮ ବର୍ଷ ଧରି ଭଲ ପାଇଥିବା ଲଗ୍ନା ଦିନେ ଏମିତି ବଦଳିଯିବ ମୁଁ ଜାଣିନଥିଲି I ଧୀରେଧୀରେ ମତେ ଅନୁଭବ ହେଲା ଲଗ୍ନା ମତେ କିଛି ଲୁଚାଉଛି ଆଉ ସେ ଯେମିତି ମୋ ଠାରୁ ଦୁରେଇ ଯାଉଛି I ସେଦିନ ମୋ ସନ୍ଦେହ ସତ ହେଇଥିଲା ଯେଉଁଦିନ ମୁଁ ଲଗ୍ନା ଆଉ ୟଶକୁ, ଲଗ୍ନା ଘରୁ ବାହାରିକି ଯିବାର ଦେଖିଲି I ଲଗ୍ନା ସେଦିନ ଅଫିସ ଆସିନଥାଏ Iମୁଁ ତାକୁ କଲ କରି ପଚାରିଲି, ସେ କହିଲା "ନୟନ ଆଜି ମୋ ଦେହ ଟିକେ ଭଲ ଲାଗୁନି, ଆଜି ମୁଁ ଟିକେ ରେଷ୍ଟ ନେବି" I ଲଗ୍ନା ଦେହ ଖରାପ, ତେଣୁ ମୂଁ କହିଲି ଲଗ୍ନା ମୂଁ ଆସିବି, ସେଦିନ ସେ ମତେ ବାରମ୍ବାର ରାଣପକେଇ ମନ କଲା ନ ଆସିବାକୁ, "ନୟନ ମୁଁ ଠିକ ଅଛି, ବାସ ଟିକେ ରେଷ୍ଟ ନେଲେ ଭଲ ଲାଗିବ"I ତେଣୁ ମୁଁ ଆଉ ଆସିଲିନି, ତାପରେ ଲଗ୍ନାକୁ କଲ କରିଲାବେଳକୁ ସେ କେତେ ଥର କଲ କାଟିଦେଲା I ତେଣୁ ମୁଁ ଅଫିସ ସାରି ଭାବିଲି ଲଗ୍ନା ପାଖକୁ ଯିବି, ହେଲେ ତା ଘର ସାମ୍ନାରେ ଠିକ ପହଞ୍ଚିଛି, ଭିତରୁ କାହାର ପାଟି ଶୁଣାଗଲା ଆଉ ଲଗ୍ନା ବହୁତ ହସୁଥିଲା I ସେତେବେଳେ ମୋ ହୃଦୟ ଖଣ୍ଡଖଣ୍ଡ ହେଇ ଭାଙ୍ଗିଲା ପରି ଲାଗୁଥାଏ I ସେଦିନ ମୁଁ ସେଠାରୁ ଚାଲି ଆସିଲି ଆଉ ତାପରେ କିଛି ଦୂରରେ ଲୁଚି ଠିଆହେଇ ରହିଲି, ଶେଷକୁ ମୋ ଆଖିପଡିଲା ଲଗ୍ନା ଆଉ ତା ସହ ଆଉ ଜଣେ ପୁଅ, ଆଉ ସେମାନଙ୍କ ହାବଭାବ ଦେଖି ଜାଣିପାରିଲି କାହିଁକି ଲଗ୍ନା ମୋଠାରୁ ଦୁରେଇ ରହୁଛି I ତଥାପି ମୋ ମନ ମାନୁ ନଥାଏ I ମୁଁ ଭାବିଲି, ଏ କଥା ମୁଁ ନିଜେ ଲଗ୍ନା ମୁହଁରୁ ଶୁଣିବାକୁ ଚାହେଁ I ତାପରେ ଲଗ୍ନା ମତେ ଏମିତି ବହୁତ ଥର ମିଛ କହି କେବେ ହୋଟେଲ, କେବେ ମୁଭି, କେବେ ଶପିଂ ଯାଏ ସେ ପିଲା ସହ I ଏମିତି ଗୋଟେ ଦିନ ଲଗ୍ନା ସହ ମୁଁ ଦେଖା କରିବାକୁ ଗଲି, ଆଗରୁ ମୁଁ ମୋ ଇଛାରେ ଯେତେବେଳେ ଯାଉଥିଲି,ଆଜିକାଲି ସବୁ କଥାରେ ଲଗ୍ନା ମତେ ଆଗୁଆ କହିଦିଏ, "ମୁଁ ଆଜି ଘରେ ରହିବିନି ଆମ ଟିମର ସମେସ୍ତେ ଆଜି ଡ଼ିନର କରିବାକୁ ଯିବେ", କେବେ କୁହେ ପିକନିକ ଯିବେ, ହେଲେ କୁଆଡେ ନଯାଇ ଲଗ୍ନା ତା ନୂଆ ବୟଫ୍ରେଣ୍ଡ ସହ ସମୟ କାଟେ ନିରୋଳାରେ ଆଉ ଗୋପନରେ I
ଦିନେ ମୁଁ ଜାଣିଶୁଣି ସେ ଦୁହେଁ ଏକାଠି ଥିଲାବେଳେ ମୁଁ ଲଗ୍ନାକୁ ଦେଖା କରିବାକୁ ଗଲି, ଯଦିଓ ସେ ମତେ କହିଥିଲା ମୁଁ ଘରେ ନଥିବି I ମୁଁ ଜାଣିଶୁଣି ସେଠି ପହଞ୍ଚିଗଲି, କଲିଂବେଲ ବଜେଇଲି ତାପରେ ଲଗ୍ନା ଆସି କବାଟ ଖୋଲିଲା, ଆଉ ମୁଁ କିଛି ପଚାରିବା ପୂର୍ବରୁ ସେ ନିଜକୁ ସଜାଡି ନେଲା ଆଉ କହିଲା "ଆମେ ସବୁ ଟିମ ମେମ୍ବରସ ବାହାରକୁ ଯିବାର ଥିଲା, ହେଲେ ହଟାତ କେତେ ଜଣଙ୍କର ଜରୁରୀ କାମ ପଡିଗଲା, ତେଣୁ ପ୍ରୋଗ୍ରାମ କ୍ୟାନ୍ସଲ ହେଇଗଲା, ତାପରେ ସେ ପିଲା ଆଡକୁ ଦେଖେଇ କହିଲା ଇଏ ୟଶ, ଆମ ଟିମର ହେଡ଼, ଆଉ ଆମେ ବହୁତ ଭଲ ଫ୍ରେଣ୍ଡ୍ସ" I ତାପରେ ୟଶ ମୋ ଆଡକୁ ଚାହିଁ କହିଲା " ହାଏ ନୟନ" I ବୋଧେ ଲଗ୍ନା ଆମ ବିଷୟରେ ସବୁ କଥା ତାକୁ କହି ସାରିଥିଲା, ସେ ସବୁ ଜIଣିକି ବି ବୋଧେ ଲଗ୍ନାକୁ ମୋ ଠାରୁ ଦୁରେଇ ନେବାକୁ ବସିଛି I ତାପରେ ଲଗ୍ନା, ୟଶ ବିଷୟରେ ବିବରଣୀ ଦେବା ଆରମ୍ଭ କରିଦେଲା, ଏମିତି କି ୟଶକୁ କୋଉ କଲର ଭଲ ଲାଗେ ଆଉ କଣ ଖାଇବାକୁ ପସନ୍ଦ ସବୁ I ତାପରେ କଥା ମଝିରେ ଦୁହେଁ ଦୁହିଁଙ୍କ ହାତ ଧରାଧରି ହେଉଥିଲେ, ଆଉ ସେ ପୁଣି ମୋ ସାମ୍ନାରେ I ମୁଁ ସେଠାରୁ ଯେତେ ଜଲଦି ପଳେଇଯିବା ଭଲ ଭାବିଲି, ଆଉ ସେ ଦୁହେଁ ବି ଠିକ ସେଇଆ ଚାହୁଁଥିଲେ କେମିତି ମୁଁ ଶୀଘ୍ର ପଳେଇଯାଏ I ବାହାରି ଆସିଲି ଆଉ କାହିଁକି କେଜାଣି ମନହେଲା ସେଇ କବାଟ ପାଖରେ ଲୁଚି ଠିଆହେଲି, ତାପରେ ଯାହା ଶୁଣିଲି ମୋ ଆଖିରେ ଲୁହ ଆସିଗଲା, ଆଉ ଲାଗିଲା ମୁଁ ସେଇଠି ପଡିଯିବି I ଦୁହେଁ ଦୁହିଁଙ୍କୁ ଚୁମ୍ବନ କରିବାର ଶବ୍ଦ କବାଟ ପାଖରେ ଯେତେବେଳେ ମୋ କାନରେ ପଡିଲା ମୁଁ ସେଠି ଆଉ ମୁହୂର୍ତ୍ତଟିଏ ଠିଆ ନହେଇ ଚାଲି ଆସିଲି I ତାପରେ ଏମିତି ୬ ମାସ ହେଇଗଲା, ଲଗ୍ନା ଆଉ ମୋ ସହ ଆଗ ପରି ମିଶୁନଥIଏ କି କଥା ହେଉନଥାଏ I ତଥାପି କାହିଁକି କେଜାଣି ମୁଁ ଲଗ୍ନାକୁ ଭୁଲି ପାରୁନଥିଲି, ତା ସହ ଦିନେ କଥା ନହେଲେ ମତେ ଭଲ ଲାଗୁନଥିଲା I ମୋର ବିଶ୍ୱାସ ଥିଲା ଲଗ୍ନା ମୋର, ସେ ମୋ ପାଖକୁ ଫେରି ଆସିବ I
ହେଲେ ମୋ ଭାବିବା ସେଦିନ ଭୁଲଥିଲା, ମୁଁ ଅଫିସରୁ ଫେରି ଦେଖେ ତ ଲଗ୍ନା ମତେ ଅପେକ୍ଷା କରି ଠିଆ ହେଇଚି, ମତେ ଦେଖୁ ଦେଖୁ କହିଲା ନୟନ ମୁଁ ତୁମ ସହ କିଛି ଜରୁରୀ କଥା ହେବାକୁ ଚାହେଁ I ତାପରେ ଆମେ ଦୁହେଁ ଘର ଭିତରକୁ ଗଲୁ I ତାପରେ ମୂଁ ଲଗ୍ନାକୁ ଦେଖି ଟିକେ ତା ହାତ ଧରିପକେଇଲି, ହେଲେ ସେ ସାଙ୍ଗେସାଙ୍ଗେ ହାତ ଛଡେଇ ନେଲା ମୋ ହାତରୁ, ଯେମିତି ମୋ ହାତ କେବେବି ତା ହାତକୁ ଧରିନି I "ସେ କହିଲା ନୟନ ମୁଁ ତୁମକୁ କିଛି କଥା କହିବି ବୋଲି ଭାବୁଥିଲି, ହେଲେ କେମିତି କହିବି ଜାଣିପାରୁନଥିଲି, ସେଥିପାଇଁ ଭାବିଲି ଆଜି ସବୁକଥା ତୁମକୁ କହିଦେବି, ନୟନ ,ମୁଁ ଆଉ ୟଶ ଆମେ ଦୁହେଁ ଦୁହିଁଙ୍କୁ ଭଲପାଉ, ଆମ ଭିତରେ ଯାହା କିଛିଥିଲା ସେସବୁ ଅତୀତ, ହେଲେ ୟଶ ମୋର ବର୍ତ୍ତମାନ, ମୁଁ ତାକୁ ଛାଡି ରହିପାରିବିନି, ଆଉ ୟଶ ବି ଗୋଟେ ଫରେନରେ ଜବ ଅଫର ପାଇଛନ୍ତି, ତେଣୁ ୟସ ଚାହୁଁଛନ୍ତି ଆମେ ଦୁହେଁ ସେଇଠିକି ସିଫ୍ଟ ହେଇଯିବୁ, ଆଉ ତାପରେ ମ୍ୟାରେଜ" I ଏସବୁ କଥା ଶୁଣିକି ମୁଁ ପୁରା ନୀରବ, ମୋ ମୁଣ୍ଡ କଣ ହେଇଯାଉଥିଲା, ହେଲେ ଲଗ୍ନା କହିଚାଲିଥାଏ "ମତେ କ୍ଷମା କରିଦେବା ନୟନ, ମୁଁ ତୁମକୁ ଦେଇଥିବା କଥା ରଖିପାରିଲିନି, କାରଣ ମତେ ୟଶ ପରି ଭଲପାଇବା କେହି ଦେଇପାରିବେନି" I ମୁଁ ମନେମନେ ଭାବୁଥିଲି କେମିତି ଲଗ୍ନା ଏତେ ସହଜରେ ଏସବୁ କହିଦେଇ ପାରୁଛି, ୟଶଠାରୁ ତାକୁ କେହି ଅଧିକ ଭଲ ପାଇଁ ପାରିବେନି, ଆରେ ୟଶ କଣ, ଲଗ୍ନା ତୋପାଇଁ ଏ ନୟନ ମରିବି ପାରେ I ହେଲେ ଭାବିଲି ଚୁପ ରହିବି, ଯେତେବେଳେ ଲଗ୍ନା ତା ଜୀବନର କିଛି ଫଇସଲା ନେଇସାରିଛି, ବୋଧେ ସେ ଖୁସିରେ ରହିବ, ମୋର କଣ ଅଛି ମୁଁ ସେମିତି ବଞ୍ଚିଯିବି I ତାପରେ ଲଗ୍ନା ଚାଲିଗଲା, ଆଉ ମାସେ ପରେ ଲଗ୍ନା, ୟଶ ସହ କାନାଡ଼ା ସିଫ୍ଟ ହେଇଗଲା I
ଗଲାଦିନ ମତେ ଦେଖା କରିଗଲା ଆଉ ମୁଁ ଦେଇଥିବା କିଛି ଉପହାର ମତେ ଫେରେଇ ଦେଇଗଲା I କାରଣ ସେସବୁ ତା ପାଖରେ ରହି କଣ ବା ହବ ଆଉ? ଏମିତି ୬ ମାସ ବିତିଗଲା, ଲଗ୍ନା ମୋସହ ଫେସବୂକରେ ଚାଟ କରେ, କେବେକେବେ ୟଶ ଆଉ ତା ଫଟୋ ସେଣ୍ଡ କରେ ଆଉ ଦୁହେଁ ବେଶ ଭଲରେ ଅଛନ୍ତି ବୋଲି କହେ, ଦୁହେଁ ବିଭିନ୍ନ ନୂଆ ଜାଗା ବୁଲନ୍ତି, ସେଠି ସେମାନେ ଗୋଟେ ଘରେ ମିଶିକି ରହୁଛନ୍ତି I ଏସବୁ ଭିତରେ ମୁଁ କେବେକେବେ ସେମାନଙ୍କ ମ୍ୟାରେଜ କଥା ପଚାରିଦିଏ ଲଗ୍ନାକୁ I ମତେ ଲାଗୁଥାଏ ଯେମିତି ଲଗ୍ନା, ୟଶକୁ ଛାଡି ପୁଣି ମୋ ପାଖକୁ ଚାଲିଆସିବ I ଏସବୁ ଭିତରେ ଲଗ୍ନା ଉତ୍ତରଦିଏ "ବାହାଘର ଡେଟ ଏଯାଏ ଫିକ୍ସ ହେଇନି, କାରଣ ୟଶ ତାଙ୍କ କାମରେ ବହୁତ ବିଜି ରହୁଛନ୍ତି, ସେ ଏବେ ୬ ମାସ ପାଇଁ ଆଉ ଗୋଟେ କଣ୍ଟ୍ରି ଯିବେ ଗୋଟେ ପ୍ରୋଜେକ୍ଟ କାମରେ" I ହେଲେ ମୋ ମନରେ ଆସୁଥାଏ ୟଶ ବାହାଘର କାହିଁକି ଘୁଞ୍ଚେଇ ଚାଲୁଛି, ସେତେବେଳେ କାନାଡ଼ା ଯିବା ସେମାନଙ୍କର ୧ ବର୍ଷ ହେଇଗଲାଣି,ହେଲେ ମୁଁ ଯେତେବେଳେ ଲଗ୍ନାକୁ ପଚାରୁଛି ସେ କହୁଛି ୟଶ ବିଜି ରହୁଛନ୍ତି I ସେତେବଳେ ମତେ ଟିକେ ସନ୍ଦେହ ହେଲା, ତଥାପି ମନକୁ ବୁଝାଇନେଲି ଯେ ଯଦି ଲଗ୍ନା ଖୁସି ରେ ଅଛି ମୁଁ କାହିଁ ଏସବୁ ଅଯଥା ଚିନ୍ତା କରୁଛି I ଲଗ୍ନା କହେ "ନୟନ ଆମ ମ୍ୟାରେଜକୁ ତୁମେ ନିଶ୍ଚୟ ଆସିବ କାନାଡ଼ା, କାରଣ ଆମେ ଏଇଠି ହିଁ ବାହାହେବୁ ଆଉ ୟଶଙ୍କ ପ୍ୟାରେଣ୍ଟସ ବି ଏଥିରେ ରାଜି" I ମୁଁ ମନେମନେ ହସେ ଆଉ ଚୁପ ହେଇଯାଏ I ପ୍ରତିଦିନ ଲଗ୍ନାସହ ଦିପଦ କଥା ନହେଲେ ମତେ ଭଲଲାଗେନି, ହେଲେ ଏମିତି ୧ ବର୍ଷ ବିତିଗଲା, ନା ଆଉ ଲଗ୍ନା ଫେସବୂକ ରେ ଆକ୍ଟିଭ ଅଛି, ନା ତା କଲ ଆସୁଛି I ଦିନେ ଦେଖିଲି ତା ଆକାଉଣ୍ଟ ଡ଼ିଆକ୍ଟିଭେଟେଡ଼, ଆଉ କିଛି ଉପାୟ ନଥିଲା I ତାକୁ ଇମେଲ ସେଣ୍ଡ କଲି, ତାହାର ବି ଉତ୍ତର ମିଳୁନଥିଲା, ୟଶ ଫେସବୁକ ଆକାଉଣ୍ଟ ଡ଼ିଆକ୍ଟିଭେଟେଡ଼ I ଭାବିଲି ମୁଁ ବୋଧେ ଲଗ୍ନାସହ ସବୁଦିନ ଚାଟ କରୁଛି ବୋଲି ୟଶ ଏସବୁ ପସନ୍ଦ କରୁନି I ତେଣୁ ଭାବିଲି ମୁଁ ଆଉ ତାଙ୍କ ମାମଲାରେ ମୁଣ୍ଡ ନ ପୁରେଇ ରହିବି I ଯାହାକୁ ପଚାରିଲି କେହି ବି ତାଙ୍କ ବିଷୟରେ କିଛି ଖବର ନାହିଁ ବୋଲି କହିଲେ I ସମସ୍ତଙ୍କୁ ସେ ସେହି ୧ ବର୍ଷ ତଳେ ଯାହା କଥାହେଇଥିଲା, ହେଲେ ତାପରେ ଆଉ କାହାସହ ତାର ସମ୍ପର୍କ ହେଇନି I ମୁଁ ଭାବିଲି, ମୋ ସହ ସିନା କଥା ହେବାକୁ ୟଶ ଲଗ୍ନାକୁ ମନାକରିଥିବ, ହେଲେ ଅନ୍ୟମାନଙ୍କ ସହ ବି ସେ କୌଣସି ସମ୍ପର୍କ ରଖୁନି? ତେଣୁ ନିଶ୍ଚୟ କିଛି ଅସୁବିଧାରେ ଲଗ୍ନା ଅଛିବୋଲି ମତେ କେହି କହୁଥାଏ I ୟଶବି ବାହାଘର ପାଇଁ ଲେଟ କରୁଥିଲା, ସବୁ ଜିନିଷ ମୁଣ୍ଡରେ ପଶି ମତେ ଚିନ୍ତାରେ ପକେଇଲା I ମନରେ କିନ୍ତୁ ବହୁତ ଖରାପ ଚିନ୍ତାପଶି ଆସୁଥାଏ, ସାରାଦିନ ଅଫିସରେ କଟିଯାଏ, ସଂଧ୍ୟIହେଲେ ଲଗ୍ନାକଥା ବହୁତ ମନେପଡେ I କେମିତି ଅଛି, ୧ ବର୍ଷ ହେଇଗଲା ଲଗ୍ନାର କିଛି ଖବର ନାହିଁ, ବୋଧେ ସେମାନେ ବାହାହେଇ ଖୁସିରେ ଥିବେ, ଏମିତି ମନକୁ ବୁଝେଇଦିଏ I ତାପରେ ଦିନେ ଲଗ୍ନା ଘରକୁ କଲ କଲି, ହେଲେ ସବୁ ନମ୍ବର ଚେଞ୍ଜ ହେଇଯାଇଥାଏ, ଆଉ କିଛି ଉପାୟ ନଥିଲା, ଏସବୁ ଭିତରେ ମନ ପାପ ଛୁଇଁଲା, ଅନେକ ଖୋଜିଲା ପରେ ବି ଆଉ ଲଗ୍ନାକୁ ପାଇବାର କିଛି ଉପାୟ ନଥିଲା I
ତଥାପି ନିଜକୁ ସମ୍ଭIଳିନେଲି, ଭାବିଲି ଆଉ କେବେବି ଲଗ୍ନା କଥା ଭାବିବିନି I ହେଲେ ତାହା ମୋ ପାଇଁ ଅସମ୍ଭବ ଥିଲା, ଭାବିଲି ଟିକେ ଲଗ୍ନାକୁ ବାହାଘର ପରେ ଦେଖିବାକୁ ଭାରି ଇଛାଥିଲା, କେମିତି ଦେଖାଯାଉଥିବ ଲଗ୍ନା, ଥରେ ସେ ମତେ ଦେଖା କରନ୍ତା'ନି I ଏସବୁ ଭିତରେ ସମୟ ଗଡିଚାଲିଥIଏ, ଦିନେ ମନ ଦୁଃଖରେ ବସିଥିଲି, ମୋ ସାଙ୍ଗ ରୋହିତ ଆସିଲା ଆଉ କହିଲା "ତୁ ଲଗ୍ନାକୁ ଭୁଲି ଯା ନୟନ, ନିଜ ଜୀବନ ନିଜେ ବଞ୍ଚେ, ସେ ଯଦି ତତେ ଭଲ ପାଇଥାନ୍ତI ତେବେ କେବେବି ଛାଡି ୟଶ ସହ ଯାଇ ନଥାନ୍ତା, ସେମାନେ ବାହାହେଇ ଖୁସିରେ ଥିବେ ନୟନ" I ହେଲେ ଏସବୁକୁ ସହଜରେ ମୁଁ ଗ୍ରହଣ କରିପାରୁନଥିଲି I ଦିନକୁ ଦିନ ମୁଁ ମାନସିକ ସ୍ଥରରେ ଦୁର୍ବଳ ହେଇଯାଉଥିଲି, ରୋହିତକୁ କହିଲି "ରୋହିତ ମତେ ଲାଗୁଛି ମୁଁ ମାନସିକ ଚାପରେ ଅଛି" I ରୋହିତ ମତେ କହିଲା "ତୁ ବିଲକୁଲ ଚିନ୍ତା କରନା ନୟନ, ଏହି ଖରା ଛୁଟିରେ ଆମେ ସପ୍ତାହେ ପାଇଁ ବୁଲିବାକୁ ଯିବା, ମହାରଷ୍ଟ୍ରରେ ଗୋଟେ ବଡ ଆଶ୍ରମ ଅଛି, ଆମେ ମୁମ୍ବାଇ, ବୁଲାବୁଲି କରି ସେଇ ଆଶ୍ରମ ଯିବା, ସେଠି ବହୁତ ଶାନ୍ତି ମିଳେ, ଏହି ଖରାଛୁଟିରେ ଦେଶବିଦେଶରୁ ବହୁତ ଲୋକ ସେଠିକି ଆସନ୍ତି, ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ I ଆଉ ଯିଏ ସେଠିକି ଯାଏ ତାର କିଛି ନା କିଛି ସମସ୍ୟା ସମାଧାନ ହେଇଯାଏ I ସେଠି ବହୁତ ବଡବଡ଼ ସାଧୁମାନେ ଅଛନ୍ତି, ଯେଉଁମାନେ ଆମ ପରି ବିଷାଦଗ୍ରସ୍ଥ ଲୋକଙ୍କୁ ଉଚିତମାର୍ଗ ଦେଖାନ୍ତି I ଏମିତିକି ବହୁତ ବଡ ବଡ ଲୋକ ନିଜ ସମସ୍ୟା ନେଇ ଆସନ୍ତି I ଆଉ କେହିକେହି ନିଜ ଦୁଃଖ ଦୂରକରିବାକୁ, ଏମିତିକି ବିଦେଶରୁ ଅନେକ ଭକ୍ତବି ଆସନ୍ତି" I ମୁଁ ଏସବୁ କଥାରେ ରାଜି ହେଇଗଲି I ତାପରେ ଖରାଛୁଟିରେ ଆମେ ବାହାରିଲୁ ମୁମ୍ବାଇ, ସେଠି ପହଞ୍ଚି ୪ଦିନ ଖୁବ ବୁଲିଲୁ, ତIପରେ ସେ ଆଶ୍ରମ I ବିରାଟ ଆଶ୍ରମ, ଶହଶହ ଭକ୍ତ, ସେଠି ୩ଦିନ ରହିଲୁ I ସେ ଆଶ୍ରମ ଭିତରେ ଯାଇ ଦେଖେ ତ ଗୋଟେ ମନ୍ଦିର ଆଗରେ ଜଣେ ସାନ୍ୟାସିନୀ ଭଳି ଦେଖାଯାଉଥିବା ଜଣେ ମହିଳା I ସେ ନିଜକୁ ଯୋଗିନୀ ବେଶରେ ସଜେଇଥିଲେ, ଭଗବାନଙ୍କ ମୂର୍ତ୍ତି ଆଗରେ ବସି ପ୍ରାର୍ଥନା କରୁଥିଲେ I
ମୁଁ ଭାବିଲି ସେ ବି ବୋଧେ ମୋ ପରି ଏଠି ଶାନ୍ତି ପାଇବାକୁ ଆସିଥିବେ I କାହିଁ କେଜାଣି କିଛି ଅଜଣା ଶକ୍ତି ମତେ ତାଙ୍କ ପାଖକୁ ଟାଣିନେଉଥାଏ I ପହଞ୍ଚି ତାଙ୍କ ମୁହଁକୁ ଦେଖେ ତ ମୋ ମୁଣ୍ଡ କଣ ହେଇଗଲା, ସେ ମହିଳା ଆଉ କେହି ନୁହେଁ ସେ ଥିଲା ମୋ ଲଗ୍ନା, ସେ ମତେ ଦେଖି, ନ ଦେଖିଲା ପରି ଚାଲିଯିବାକୁ ଚେଷ୍ଠା କରୁଥିଲାବେଳେ, ମୁଁ କିନ୍ତୁ ତା ପିଛା କରି ଯାଇଥିଲି I ଶେଷରେ ଲଗ୍ନାକୁ ଦେଖି ପଚାରିଲି, ଏସବୁ କଣ ଲଗ୍ନା? ସେ ନିଜର କୋହ ସମ୍ଭାଳି ନପାରି ଭୋଭୋ ହେଇ କାନ୍ଦି ପକେଇଲା, "ନୟନ ଚାଲିଯା ଏଠାରୁ, ମୁଁ କିଛି ବିଷୟରେ କଥା ହେବାକୁ ଚାହୁଁନି", ତା ସହ କଥା ହେବାକୁ ବହୁତ ନେହୁରା ହେଲି, ତାପରେ ଆମେ ସେଇ ଆଶ୍ରମର ଗୋଟେ ବଡ ପାର୍କରେ ଯାଇ ବସିଲୁ I ରୋହିତ ଏସବୁ ଦେଖି ଆମକୁ ଆଉ ଡିଷ୍ଟର୍ବ ନକରି ସେ ତା କାମରେ ବ୍ୟସ୍ତ ରହିଲା I ଆମେ ସେ ପାର୍କରେ ଯାଇ କଥା ହେଲୁ, "ଲଗ୍ନା କହିଲା ମୋ ଜୀବନ ବର୍ବାଦ ହେଇଗଲା ନୟନ, ୟଶ ବହୁତ ବଡ଼ ଧୋକା ଦେଲେ ମତେ, ମତେ ସେ ଭଲ ପାଉନଥିଲେ, ମୋ ସହ ନିଜ ଯୌନଲାଳସା ମେଣ୍ଟାଇବାକୁ ଏହା ତାଙ୍କର ଗୋଟେ ପ୍ଲାନଥିଲା, ୟଶ ବହୁତ ଧନୀ ପରିବାରର, ପଇସାରେ ତାର କୌଣସି ଅଭାବ ନଥାଏ, ସେ ଗୋଟେଗୋଟେ ଜବକରି ଏମିତି ଛାଡି ଫରେନ ଚାଲିଯାଏ I ଆଉ ତା ଶିକାର ହେଇଥିବା ଝିଅ ସମସ୍ତଙ୍କ ଅବସ୍ଥା ମୋ ପରି I ମୋ ପୂର୍ବରୁ ବି ତାର ବହୁତ ଝିଅସହ ସମ୍ପର୍କ ଥିଲା, ମୁଁ ସେଠି ତା ସହ ରହିବI ପରେ ଧୀରେଧୀରେ ତା ବିଷୟରେ ଜାଣିଲି I ଏମିତିକି ତାକୁ ବହୁତ ଝିଅଙ୍କ କଲ ବି ଆସେ, ସେ ମତେ ବାହା ହେବ କହି ମୋ ସହ ବି ସମ୍ପର୍କ ରଖୁଥିଲା, ଶେଷରେ ମୁଁ ଯେତେବେଳେ ଜାଣିଲି ମୁଁ ଗର୍ଭବତୀ, ୟଶକୁ ଜଲଦି ବାହାହେବାକୁ କହିଲି I ହେଲେ ସେ ମତେ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କଲା I ହେଲେ ୟଶ ଆଉ ମୋ ପ୍ରେମର ସନ୍ତକ ମୁଁ ନଷ୍ଟ କରିବାକୁ ଚାହୁଁନଥିଲି, କି ସେ ପାପ କରିବାକୁ ଚାହୁଁନଥିଲି I ସେ ମତେ ମାରିଦେବ ବୋଲି ଧମକ ଦେଲା I ଆଉ ମୁଁ ସେଠି ଗୋଟେ କମ୍ପାନୀରେ ଚାକିରୀ କରୁଥିଲି, ଏସବୁ ପରେ ମୁଁ ଲୁଚିକି ଦିନେ ମୋ କିଛି ଅଫିସ ସାଙ୍ଗମାନଙ୍କ ସହାୟତାରେ ଇଣ୍ଡିଆ ପଳେଇ ଆସିଲି I ଏଠି ଆସି ମୋର ଜଣେ ସାଙ୍ଗ ମତେ ବହୁତ ସାହାଯ୍ୟ କଲେ, ଚାକିରୀ କରିବାକୁ ଏ ସମୟରେ ଅସମ୍ଭବ, ତେଣୁ ଏଇ ଆଶ୍ରମ ଆସି ସବୁକିଛି କହିଲା ପରେ ସେମାନେ ମତେ ଗୋଟେ ରହିବାର ବ୍ୟବସ୍ଥା କରିଦେଲେ I ଆଉ ମୁଁ ଏଠି ମୋର ସେବା ପ୍ରଦାନ କରେ, ଆଉ ଆଶ୍ରମ ତରଫରୁ ଗୋଟେ ବିଦ୍ୟାଳୟ ସେଠି ପିଲାଙ୍କୁ ପଢ଼ାଏ I ଆଉ ମୋର ଝିଅ ବି ମୋ ସହ ଏଇଠି ରହୁଛି, ମୋ ସହ ଥିବା ଯୋଗିନୀ ବନ୍ଧୁମାନେ ତାର ବହୁତ ଯତ୍ନ ନିଅନ୍ତି I ଆଉ ମୁଁ ବି ଏଠି ଗୋଟେ ଯୋଗିନୀ ହିସାବରେ ରହୁଛି, ମୋ ନାଁ ରଖାଯାଇଛି "ଯୋଗିନୀ ସିଦ୍ଧିପ୍ରିୟା", ଆଉ ଏଇଟା ମୋର ନୂଆ ପରିଚୟ ନୟନ" I 
ଏସବୁ ଶୁଣି ମତେ କେଉଁ ଏକ ଫିଲ୍ମର କାହାଣୀ ପରି ଲାଗୁଥିଲା I ଲଗ୍ନା ସହ ଏତେ କିଛି ହେଇଯାଇଥିବ ବୋଲି ମୁଁ ବିଶ୍ୱାସ କରିପାରୁନଥିଲି I ତେବେ ବି ଲଗ୍ନାକୁ କହିଲି "ଆଜି ବି ଏଇ ନୟନ କେବଳ ଲଗ୍ନାକୁ ଅପେକ୍ଷା କରି ବସିଛି, ତା ଜୀବନରେ ଆଉ କେହି କେବେ ଆସିନି ଲଗ୍ନା, ଆଜି ବି ମୁଁ ତୁମକୁ ଭଲ ପାଏ ଲଗ୍ନା" I "ଥାଉ ନୟନ,ଏସବୁ ପଛ କଥା ବନ୍ଦକର, ସେ ବିତିଯାଇଥିବା ଅତୀତକୁ ଭୁଲିଯାଅ ଆଉ ନିଜ ଜୀବନରେ ଆଗକୁ ବଢ଼ିଚାଲ" I ମୋ ଲଗ୍ନା ଏ ଭିତରେ ସତ ଯୋଗିନୀଟିଏ ହେଇ ମତେ ଏମିତି ପ୍ରବଚନ ଦେବ ବୋଲି ମୁଁ କେବେ ଭାବି ନଥିଲି I ଠିକ ସେତେବେଳେ ଆଉ ଜଣେ ଯୋଗିନୀ ତା ଝିଅକୁ ଧରି ସେଠି ଆସି ପହଞ୍ଚିଲେ, ଲଗ୍ନା ଦେଖେଇ କହିଲା "ଏ ମୋ ଝିଅ ଶିଵପ୍ରିୟା", ଦେଖେତ ସେ ଲଗ୍ନାର କାର୍ବନକପି I ମୁଁ ମା' ଆଉ ଝିଅ ଦୁହିଁଙ୍କୁ ସେମିତି ଆଖି ପୁରେଇ ଦେଖୁଥାଏ I ଶେଷରେ ଲଗ୍ନାକୁ କହିଲି "ଚାଲ ଲଗ୍ନା ଏଠାରୁ ଆମେ ଯାଇ ଆମ ସଂସାର ଗଢିବା, ଆଜିବି ଏ ନୟନ ତୁମର ଆଉ ତୁମେ ଏହି ନୟନର", ହେଲେ ଲଗ୍ନା ମନକଲା, "ଭୁଲିଯାଅ ମତେ ନୟନ, ଏଇ ଜୀବନ ମୋର ନୂଆ ଜୀବନ, ତା ଛାଡ ତୁମ ସହ ମୁଁ ଯାହା କରିଛି, ମୁଁ ଆଜିଯାଏ ନିଜକୁ କ୍ଷମା କରିପାରୁନି, ପୁଣି ଏସବୁ ଜିନିଷ ମୁଁ ଆଉ କରିପାରିବିନି" I ହେଲେ ଲଗ୍ନା "ଏଇ ଝିଅ କଥା ଟିକେ ଭାବ, ତା ଜୀବନ ପୁଣି ବର୍ବାଦ ହେଇଯିବ, ତାର ତ କିଛି ଭୁଲ ନାହିଁ, ତମେ ମୋ ସହ ଚାଲ ଲଗ୍ନା, ଜୀବନ ବହୁତ କଷ୍ଟମୟ, ତୁମେ ଏକାଏକା ସେସବୁ ସହିପାରିବନି ଲଗ୍ନା" I ମୁଁ ତୁମ ଝିଅକୁ ବାପାର ପରିଚୟ ଦେବି I ଲଗ୍ନା ଭୋଭୋ ହେIଇ କାନ୍ଦୁଥିଲା, ଆଉ ସେତେବେଳ ସେ ଯୋଗିନୀ ସବୁ କଥା ଜାଣିସାରିଥିଲେ I ସେ ବି ଲଗ୍ନାକୁ କହିଲେ, "ଯା ଝିଅ, ଭଗବାନ ତୁମକୁ ବାଟ ଦେଖାଇଲେ" I "ହେଲେ ମୁଁ ନୟନ ସହ ଅନ୍ୟାୟ କରିପାରିବିନି ଯୋଗିନୀ, ତାଙ୍କ ଜୀବନ ମୁଁ ଆଉଥରେ ବର୍ବାଦ କରିବାକୁ ଚାହେଁନI" I ତାପରେ ନୟନ କହିଲା "ଲଗ୍ନା ତୁମେ ମୋ ଜୀବନକୁ ନ ଆସିଲେ ମୁଁ ବର୍ବାଦ ହେଇଯିବି I ଏସବୁଥିରୁ ବାହାରିପାରୁନି ବୋଲି ରୋହିତ ମତେ ଏଠାକୁ ନେଇକି ଆସିଛି I ପୁଣି ତମେ ଚାହୁଁଚ ମୁଁ ମରିଯାଏ ବୋଧେ, ମୁଁ ଡିପ୍ରେସନକୁ ପଳେଇ ଆସିଛି ଲଗ୍ନା, ମୋ ଜୀବନ ତୁମ ହାତରେ I ଏସବୁ ଦେଖି ରୋହିତ ବି ସେଠାରେ ପହଞ୍ଚିଥିଲା I ଅନ୍ୟ ବନ୍ଧୁ ଯୋଗିନୀମାନେ ଏସବୁ ଦେଖି ଲଗ୍ନାକୁ ଆଶୀର୍ବାଦ ଦେଇ, ନୟନ ସହ ନୂଆଜୀବନ ଗଢିବାକୁ ଆଦେଶ ଦେଲେ ଆଉ କହିଲେ "ଲଗ୍ନା ତୁମେ ଯଦି ଏଥର ନୟନ ସହ ନ ଯାଅ ହୁଏତ ନୟନ ବହୁତ ଅସୁସ୍ଥ ହେଇଯିବ, ଆଉ ତା ଜୀବନ ନର୍କ ପାଲଟିଯିବ, ତାପରେ ତୁମେ ନିଜକୁ ପୁଣି ଦୋଷୀ ମନେ କରିବ, ତାପରେ ଛୋଟ ପିଲାଟା କଥା ବି ଟିକେ ଭାବ, ଭଗବାନ ତୁମ ଦୁଇଜଣଙ୍କୁ ଏକ ନୂଆ ରାସ୍ତା ଦେଖେଇଲେ ପୁଣି, ତେଣୁ ସବୁକିଛି ଭୁଲି ଆଗକୁ ବଢ଼ିଚାଲ" I ସମସ୍ତେ ବହୁତ ବୁଝେଇଲା ପରେ, ଶେଷକୁ ଲଗ୍ନା ନୟନର ହାତଧରି ଫେରିଥିଲା ଯଦିଓ ସେ ନିଜକୁ ମନେମନେ ଗାଳି କରୁଥିଲା ଆଉ କ୍ଷମା କରି ପାରୁନଥିଲା I ହେଲେ ଏଥର ସେ ନୟନ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଆଉ ନିଜ ପାପର ପ୍ରାୟଶ୍ଚିତ ବି I



Rate this content
Log in

Similar oriya story from Tragedy