Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Inspirational Others

5.0  

Alhadini Panigrahi dash

Inspirational Others

ପଶ୍ଚାତାପର ଲୁହ

ପଶ୍ଚାତାପର ଲୁହ

2 mins
706


ଓ8...କି ଖରା !

ସକାଳ ସ୍କୁଲରୁ ଫେରୁ ଘରକୁ ଦିନ ୧୧ ଟା ।

ଶୋଷରେ ତଣ୍ଟି ଶୁଖି ଯାଉଛି । ଫ୍ରିଜ୍ ଖୋଲିଲା, ପାଣି ନାହିଁ । ମଦ ବୋତଲଟା ରଖା ଯାଇଛି । ମୁଣ୍ଡକୁ ପିତ୍ତ ଚଢିଗଲା ସୁକନ୍ୟାର । କିନ୍ତୁ ପାଟି କରିବା ପାଇଁ ବି ତାର ଶକ୍ତି ନ ଥିଲା । ପ୍ରାଇଭେଟ୍ ସ୍କୁଲର ଖଟଣି । ଘରକୁ ଫେରିଲା ପରେ ସ୍ବାମୀଙ୍କ କାରସାଦି ଦେଖି କେଉଁ ସ୍ତ୍ରୀ ଭଲା ନ ରାଗି କି ରହି ପାରିବ । କିନ୍ତୁ କିଛି କହିଲାନି ସେ ,ଏସବୁ ଯେଦେହସୁହା ହୋଇ ଗଲାଣି ସୁକନ୍ୟାର ।

ଏକ୍ବାଗାର୍ଡରୁ ପାଣି ଟିକେ କାଢି ଏକଥରକେ ଢକ୍ ଢକ୍ ପିଇଗଲା ସେ । ଫେନ୍ ର ସ୍ପିଡ ବଢାଇ ଦେହଟାକୁ ଲମ୍ବେଇ ବସିଗଲା ସୋଫାରେ । ଦେହରୁ ସତେ ଅବା କିଏ ସବୁ ଶକ୍ତି ଚିପୁଡି ନେଇଛି । କିନ୍ତୁ କେତେ ସମୟ ବା ବସି ପାରିବ ସେ ? ଝିଅ ସ୍କୁଲରୁ ଫେରିଲାଣି । ରୋଷେଇ କରିବାକୁ ହେବ ।

ଝିଅ ଲୀନା ଦୌଡି ଆସିଲା "ମା ମା ଭୋକ କଲାଣି ।

ସୁକନ୍ୟା ଆଉ ବସିବ କ'ଣ ? ଝିଅକୁ ବୁଝାଇ ସୁଝାଇ T.V On କରି ଚାଲିଗଲା ରୋଷେଇ ଘରକୁ । ସତରେ କେତେ ହତ ଭାଗିନୀ ସେ,ସ୍ବାମୀ ବେକାର, ମଦ ପିଇ ପିଇ ରୋଗ ଘର କଲାଣି ଦେହ ରେ । ତଥାପି କ'ଣ ମାନୁଛନ୍ତି ସେ !କଣ ଛୋଟ ପିଲା ହେଇଛନ୍ତି ଯେ ବୁଝାଇ ହେବ !

କଥା ରେ ଅଛି ପରା "ଚେଇଁ ଶୋଇଥିବ ଯିଏ,ତାକୁ ଉଠାଇବ କିଏ ?"

ଘର,ବାହାର ସମସ୍ତ କାମ ତା କାନ୍ଧରେ । ଝିଅକୁ ଉଠାଇବା ଠାରୁ ଆରମ୍ଭ କରି ତା ପାଠ ପଢା ପର୍ଯ୍ୟନ୍ତ, ଝାଡୁ କରିବା ଠାରୁ ରୋଷେଇ ପର୍ଯ୍ୟନ୍ତ, ଆଉ ସ୍କୁଲ ଯିବା ଠାରୁ ଆରମ୍ଭ କରି ସଉଦା ଆଣିବା ପର୍ଯ୍ୟନ୍ତ ସବୁ ତା ଉପରେ ନ୍ୟସ୍ତ ।

ସ୍ବାମୀଙ୍କୁ କିଛି କହିବା ମାନେ ସାଇ ପଡିଶାଙ୍କ ଆଗରେ ଅପମାନିତ ହେବା ଥୟ । ସେଥିପାଇଁ ସେ ଚୋର ର ମା ପରି ଗୁମୁରି, ଗୁମୁରି କାନ୍ଦେ । ଦୀର୍ଘ ଶ୍ବାସ ଟିଏ ଛାତି କୁ ଥରାଇ ବାହାରି ଆସିଲା ତାର ।

ଝିଅକୁ ଡାକିବାକୁ ଯାହା ଦେଖିଲା, ହତବାକ ହୋଇଗଲା ସୁକନ୍ୟା । O'my god କ'ଣ କରିଛି ଝିଅ । ତାର ଟେଡି ବିଅର୍ ଟେ ଆଣି ଶୁଆଇ ଦେଇଛି ଆଉ ତା ପାଖରେ ଗୁଡାଏ ବୋତଲ ଆଣି ଥୋଇ ଦେଇଛି । ମାମା "ଏଇନେ T.V ଦେଖିଲି ,ମଦ ପିଇ ପିଇ ପରା ଏମିତି ଲୋକେ ମରନ୍ତି । ଲୋକେ ମଲେ ତ ଏମିତି ଶୋଇଥାନ୍ତି ନା ମାମା । T.V ରେ କହିଲା ମଦ ପିଇଲେ ,ମରନ୍ତି । କିନ୍ତୁ ଗୋଟିଏ ବୋତଲରେ ପିଇଲେ କ'ଣ କିଏ ମରେ,ମୋ ଡାଡି କ'ଣ ମରୁଛନ୍ତି, ତେଣୁ ଅନେକ ଗୁଡିଏ ବୋତଲ ରଖି ଦେଇଛି । ଦେଖନା ମାମା " । ଝିଅର ସରଳ ମନ କ'ଣ ବୁଝି ପାରିବ ସୁକନ୍ୟାର ମନ କଥା ?ବ୍ୟଥା ? "ଠିକ୍ ହୋଇଛି ନା "ଝିଅର ପୁଣି ପ୍ରଶ୍ନ.... କଣ କହିବ, ତା ଭାବିବା ପୁର୍ବରୁ କାନ୍ଧରେ କାହାର ସ୍ପର୍ଶ ପାଇ ଓଲଟି ଚାହିଲା ସେ ।

ପଛରେ ସ୍ବମୀ ତାର ଛିଡା ହୋଇଛନ୍ତି, ମୁହଁରେ ଲଜ୍ଜିତ ଭାବ, ଆଖିରେ ଟଳ ମଳ କରୁଛି ପଶ୍ଚାତାପର ଲୁହ ।

ସେ ଯାହା କରି ପାରି ନଥିଲା ,ହୁଏତ ଝିଅର ପଦିଏ କଥା ,ତାହା କରି ପାରିଲା । ଏଇ ଆଶାରେ ସୁକନ୍ୟାର ମୁହଁ ଝଲସି ଉଠୁଥିଲା ଉଷା କାଳିନ ପୂର୍ବ ଦିଗ ପରି ।


Rate this content
Log in

Similar oriya story from Inspirational