Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚାବି ନଥିବା ଗାଡ଼ି
ଚାବି ନଥିବା ଗାଡ଼ି
★★★★★

© Srinibas Mahalik

Abstract Others

3 Minutes   7.3K    14


Content Ranking

ସ୍କୁଲରୁ ଆସି ଦେଖିଲା ଘରେ ବାପା ନାହାନ୍ତି, କୌଣସି ଏକ କାମରେ ବାହାରକୁ ଯାଇଛନ୍ତି । ତେଣୁ ଶ୍ରୀନାଥ ଏହି ମଉକାରେ କାହାକୁ ନକହି ତାଙ୍କ ଗ୍ୟାରେଜରେ ଥିବା ଏକ ପୁରୁଣା ବକ୍ସର ଗାଡି ଯେଉଁଟା ବିନା ଚାବିରେ ଚାଲେ, ସେଇଟାକୁ ଧରି ଦଶପଲ୍ଲା ବାହାରିଲା ବ୍ୟାଟ୍ ଏବଂ ଓ୍ବିକେଟ୍ କିଣିବା ପାଇଁ । ସାଥିରେ ତା ସାଙ୍ଗ ସୌରଭକୁ ମଧ୍ୟ ସେ ନେଇଥିଲା ।

ଦଶପଲ୍ଲା ହେଉଛି ତାଙ୍କ ଘରଠାରୁ ପଚିଶ କିଲୋମିଟର ଦୂର । ସେଠାରେ ପହଞ୍ଚି କିଣାକିଣି କରୁ କରୁ ରାତି ପ୍ରାୟ ୭ଟା ପରେ ହୋଇଗଲା । ତା'ପରେ ସେମାନେ ଗାଁ ଅଭିମୁଖେ ବାହାରିଲେ । ଦଶପଲ୍ଲାରୁ ପାଖାପାଖି ପାଞ୍ଚ କିଲୋମିଟର ଗଲା ପରେ ତାଙ୍କ ଗାଡ଼ିରୁ ପେଟ୍ରୋଲ ଶେଷ ହୋଇଗଲା । ସାହାଯ୍ୟ ପାଇଁ ସେହି ରାସ୍ତା ଦେଇ କୌଣସି ଗାଡି ଯାତାୟତ କରୁନଥିଲା ।

ବର୍ଷାଦିନ ହେଇଥିବାରୁ କଳାମେଘର ଚାଦର ଆକାଶକୁ ଢାଙ୍କି ରଖିଥିଲା । ଚଃତୁପାର୍ଶ୍ଵ ଅନ୍ଧକାରମୟ । ରାସ୍ତାଘାଟ କିଛି ଦେଖାଯାଉନଥାଏ । ଯଦିଓ ମଝିରେ ମଝିରେ ବିଜୁଳିର ଚମକରେ ରାସ୍ତାଘାଟ କିଛି କିଛି ଦୃଶ୍ୟମାନ ହେଉଥାଏ । ପାଖାପାଖି କୌଣସି ଗାଁ କିମ୍ବା ଛକ ବଜାର ନଜରରେ ଆସୁନଥାଏ। ଅନ୍ଧାର ରାତିର ନିକାଂଚନ ରାସ୍ତାରେ ସେମାନେ ଦୁହେଁ ଦୁହିଁଙ୍କ ହାତକୁ ଶକ୍ତ ଭାବେ ଭୟରେ ଜାବୁଡି ଧରିଥାନ୍ତି । ବିଭିନ୍ନ ପ୍ରକାର କଥା ଭାବି ସେମାନଙ୍କ ମନରେ ଭୟ ସୃଷ୍ଟି ହେଉଥାଏ । ଦୁହିଁଙ୍କ ହୃତପିଣ୍ଡ ସ୍ପନ୍ଦନର ଧକ୍ ଧକ୍ ଶବ୍ଦ ଦୁହିଁଙ୍କ କାନକୁ ଗୁଞ୍ଜରଣ କରୁଥାଏ ।

ନବମ ଶ୍ରେଣୀରେ ପଢ଼ୁଥିବାରୁ ସେମାନଙ୍କ ପାଖରେ ମୋବାଇଲ୍ ବି ନଥିଲା କାହାକୁ ଫୋନ୍ କରି ଡାକିବା ପାଇଁ । ପାଖରେ ଥିଲା କେବଳ କିଛି ଟଙ୍କା । ଦୁହେଁ କେବଳ ଗୋଟିଏ କଥା ଭାବୁଥିଲେ, ଯଦି କୌଣସି ଚାରିଚକିଆ କିମ୍ବା ଡାଲା ଥିବା ଗାଡି ଆସନ୍ତା ସେଥିରେ ତାଙ୍କ ଗାଡ଼ିକୁ ଥୋଇ ଗାଁକୁ ଚାଲିଯାଆନ୍ତେ । ବାଇକ୍ ବାଲାଙ୍କ ଦ୍ଵାରା କିଛି ସାହାଯ୍ୟ ହେବନାହିଁ ଭାବି ସେମାନେ କୌଣସି ବାଇକକୁ ଅଟକାଉ ନଥିଲେ । ଯଦିଓ ସେଇ ବାଟେ ଚାରି ପାଞ୍ଚଟି ବାଇକ୍ ଯାଇସାରିଥିଲା ।

କିଛି ସମୟ ପରେ ଗୋଟେ ଅଟୋ ଆସି ତାଙ୍କୁ କହିଲା, ଆଗକୁ କିଛି ବାଟ ଗଲେ ଗୋଟେ ଗାଁ ଆସିବ, ସେଠି ପେଟ୍ରୋଲ ମିଳିଯିବ । ଖାଲ ଢ଼ିପ ରାସ୍ତା ହୋଇଥିବାରୁ ଶ୍ରୀନାଥ ଏବଂ ସୌରଭ ଗାଡିକୁ ଧରି ଧୀରେ ଧୀରେ ବିଜୁଳି ଆଲୁଅରେ ଗଡେଇ ଗଡେଇ ନେଲେ । ଏମିତି ଚାଲୁ ଚାଲୁ ପାଖାପାଖି ପାଞ୍ଚ କିଲୋମିଟର ସେମାନେ ଅତିବାହିତ କରିଗଲେ କିନ୍ତୁ କୌଣସି ଗାଁ କିମ୍ବା ବଜାର ଆସିଲାନାହିଁ । ସେମାନେ ଥକି ପଡ଼ିଲେ ।

ଆଉ କିଛି ସମୟ ପରେ ଦୁଇଟି ବାଇକ୍ ଆସିଲା । ସେମାନଙ୍କୁ ସାହାଯ୍ୟ ମାଗିବାରୁ ସେମାନେ ଶ୍ରୀନାଥକୁ କହିଲେ, ତୁମ ଗାଡିର ଟାଙ୍କି ଖୋଲ, ଆମ ଗାଡ଼ିରୁ କିଛି ପେଟ୍ରୋଲ ତୁମ ଗାଡ଼ିରେ ଭରିଦେବୁ । କିନ୍ତୁ ଶ୍ରୀନାଥ ଟାଙ୍କି ଖୋଲିବାକୁ ତା ପାଖରେ ସେ ଗାଡ଼ିର ଚାବି ନଥିଲା । ଯଦିଓ ସେ ଗାଡି ବିନା ଚାବିରେ ଚାଲେ । ହେଲେ ବିନା ଚାବିରେ ଟାଙ୍କି ଖୋଲିବା ଅସମ୍ଭବ ।

କିଛି ଉପାୟ ନପାଇ ଶେଷରେ ଶ୍ରୀନାଥ ଓ ସୌରଭ ତାଙ୍କ ଗାଡ଼ିରେ ବସିଲେ ଏବଂ ଅନ୍ୟ ଦୁଇ ବାଇକ୍ ଵାଲା ବାଇକ୍ ଚଲେଇ ସେମାନଙ୍କୁ ଟାଣି ଟାଣି ନେଇ ଗୋଟେ ପେଟ୍ରୋଲ ଦୋକାନରେ ରଖିଲେ । କିନ୍ତୁ ରାତି ଅନେକ ହୋଇଯାଇଥିବାରୁ ସେହି ଦୋକାନୀ ଦୋକାନ ବନ୍ଦ କରି ଘରକୁ ଯାଉଥିଲା । ତାକୁ ଡାକିଲେ । ସେ ଆସି ଦୋକାନ ଖୋଲି ପେଟ୍ରୋଲ ଆଣି କହିଲେ ଟାଙ୍କି ଖୋଲ । ହେଲେ ପୁଣି ସେହି ଅସୁବିଧା, ଚାବି ନାହିଁ ।

ସେହି ପେଟ୍ରୋଲ ଦୋକାନ ପାଖରେ ଗୋଟେ ଗ୍ୟାରେଜ ଥିଲା । ସେ ଗ୍ୟାରେଜ ବି ବନ୍ଦ ହେବାକୁ ଯାଉଥିଲା । ଶ୍ରୀନାଥ ଗାଡିକୁ ନେଇ ସେହି ଗ୍ୟାରେଜ ପାଖକୁ ଗଲା । ଗ୍ୟାରେଜଵାଲା ଅନେକ ଚେଷ୍ଟା କରି ଯେମିତି ଗାଡିର ଟାଙ୍କି ଖୋଲି ଦେଇଛି, ଶ୍ରୀନାଥ ଓ ସୌରଭ ଦୁହିଁଙ୍କ ଚେହେରା ସମ୍ପୂର୍ଣ୍ଣ ବଦଳିଗଲା । ଏତେ ଭୟ, ଚାଲିବାର ପରିଶ୍ରମ ଓ ମୁହଁରୁ ବୋହିପଡୁଥିବା କେତେବେଳେ କୁଆଡେ ତାହା ଉଭାନ ହୋଇଗଲା ସେମାନେ ଜାଣିପାରିଲେନି । ଦୁହେଁ ଦୁହିଁଙ୍କ ମୁହଁକୁ ଖାଲି ହସ ହସ ମୁହଁରେ ଚାହୁଁଥାନ୍ତି । ତା'ପରେ ପେଟ୍ରୋଲ ପକେଇଲେ । ସେମାନଙ୍କୁ ସାହାଯ୍ୟ କରିଥିବା ଦୁଇ ବାଇକ୍ ବାଲଙ୍କୁ ଧନ୍ୟବାଦ ଦେଇ ଏକ ରାହାରେ ଘରକୁ ଫେରିଲେ । ଘରେ ପହଞ୍ଚୁ ପହଞ୍ଚୁ ରାତି ସାଢ଼େ ଦଶଟା ହୋଇଯାଇଥିଲା । ତେଣୁ ବାହାନା ବନେଇ ଦୁହେଁ ଘରେ ଗାଳି ଖାଇବାରୁ ବଂଚିଗଲେ ।

ସେହି ଦିନଠାରୁ ଶ୍ରୀନାଥ ଆଉ ସେହି ଚାବି ନଥବା ବକ୍ସର ଗାଡିକୁ ସ୍ପର୍ଶ କରୁନାହିଁ ।

ଶ୍ରୀନାଥ ସୌରଭ ବକ୍ସର ଗାଡି

Rate the content


Originality
Flow
Language
Cover design

Comments

Post

Some text some message..