Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Inspirational

3  

Sarada Parida

Inspirational

ଅଛୁଆଁ ଦେବତା

ଅଛୁଆଁ ଦେବତା

1 min
7.3K


ଗାଁ ଶେଷ ଦଳିତ ପଡାରେ ଚାଲିଥାଏ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ପ୍ରକମ୍ପିତ ହେଉଥାଏ ଗଗନ ପବନ ପୁରା ଗାଁ ଉତ୍ସବ ମୁଖର । ବେସ ଖୁସିର ବିଷୟ । ଏ ଦଳିତ ମାନେ ମନ୍ଦିରକୁ ଗଲେ ମାରା ହୋଇଯିବ ଭୟରେ ଦିନେ କାଳେ ଉଠନ୍ତି ନାହିଁ ମନ୍ଦିର ବେଢା ଉପରକୁ । ଏବେ ଯଦି ସେମାନେ ତାଙ୍କ ଯାଗାରେ ମନ୍ଦିର କଲେ ତାଙ୍କୁ କଉଁ ଆଉ ଅଛୁଆଁ ହବାର ଭୟ । ତା ଛଡା ଏ ଇଶ୍ଵର କଣ ଜାତି ଗୋତ୍ର ଗଢିଛନ୍ତି ନା କଣ , ସବୁ ଏଇ ମଣିଷ କରିଛି , ଖାଲି ମିଛ ଟାରେ ସବୁଥିରେ ଉପର ବାଲାର ଦୋଷ । ତାର କଉ ଜାତି ଅଛି ନା ଗୋତ୍ର , ବଣବୁଲା ଶବରୀ ଅଇଁଠା ଖାଇଛି । ହଉ ଏ ଅଛୁଆଁକୁ ଯଦି ପାଖରେ ଠାକୁର ମିଳିଗଲେ ତେବେ କେଡେ କଥା ନିଶ୍ଚୟ ।

ତେବେ ପାଖକୁ ଯାଇ ଦେଖିବା ବେଳକୁ ଅଛୁଆଁ ଯେଉଁ ଅଛୁଆଁକୁ ସେଇ ଅଛୁଆଁ । ମନ୍ଦିର ଆଉ ଦେବତାର ମାରା ହବାର ପାପରୁ ବର୍ତ୍ତିବାକୁ ସେମାନେ ମନ୍ଦିରରୁ କେଇହାତ ଦୂରରେ । ଯଜ୍ଞବେତ୍ତା ପଣ୍ଡିତଙ୍କ କହଣି କିଏ ଟାଳୁଛି ଟିକିଏ ଉଲୋମ ବିଲୋମ ହେଲେ ସର୍ବନାଶ , ବଉଁଶ ପଦା , କାହାର ଏତେ ସାହସ । ବିଚାର ଝାଳ ନାଳ ଏକାକାର କରି ଗଢିଥିବା ମନ୍ଦିରକୁ କେଇ ହାତ ଦୂରରୁ ଦଣ୍ଡବତ କରି ପ୍ରସାଦ ନେଇ ଫେରୁଥାନ୍ତି । ଆଉ ଆସ୍ଥାନରେ ବସିଥିବ ସେଇ ଅଛୁଆଁର ଦେବତା ମୁରୁକି ମୁରୁକି ହସୁଥାଏ ସମଗ୍ର ମାନବ ସମାଜକୁ ଚାହିଁ ନୀରବରେ ମୁରଲୀଟିକୁ ବଜେଇ ଦେଇ ।

ଶାରଦା ପ୍ରସାଦ ପରିଡ଼ା


Rate this content
Log in

Similar oriya story from Inspirational