Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Padarabinda Rath

Inspirational

2  

Dr Padarabinda Rath

Inspirational

କୃପାଦୃଷ୍ଟି

କୃପାଦୃଷ୍ଟି

1 min
7.3K


ଗୋଟିଏ ବୋଲି ଝିଅ ସେଥିରେ ପୁଣି ଜନ୍ମରୁ ଅନ୍ଧ । ବାପା-ମା’ଙ୍କର ଧୈର୍ଯ୍ୟ ଏବଂ ସାହସ ପାଖ ପଡ଼ିଶାଙ୍କ ପାଇଁ ଉଦାହରଣ ହୋଇ ଯାଇଥାଏ । ଭଲ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଭଲ ଗୀତ ବି ଗାଏ । ଗାଁ ପାଖ ମନ୍ଦିରରେ ଯେଉଁ ଦିନ ଶହ ଶହ ଲୋକଙ୍କ ଆଗରେ ଭଜନ ଗାଇଲା, ଲୋକ ମାନଙ୍କୁ ଲାଗିଲା ମା ସରସ୍ୱତୀ ସ୍ୱଦେହରେ ଓହ୍ଲାଇ ଆସିଛନ୍ତି । ବଡ଼ ହେଲା ।

ଗୀତ ଗାଇବାର କଳା ହିଁ ତାକୁ ଗୋଟିଏ ସ୍କୁଲରେ ସଙ୍ଗୀତ ଶିକ୍ଷକ ହେବାରେ ସାହାଯ୍ୟ କଲା । ବାପା-ମା’ଙ୍କୁ ଛାଡ଼ି କୁଆଡ଼େ ଯିବନି ବୋଲି କହିଲା । ବହୁତ ବୁଝେଇ ଶୁଝେଇ ବାହା ହେବା ପାଇଁ ରାଜି କରା ହେଲା । ଖୋଜା ଖୋଜି ପରେ ଜଣେ କେହି ରାଜି ମଧ୍ୟ ହେଲା । ହେଲେ ଏ କି ସର୍ତ୍ତ ? ଗୀତ ଗାଇବା ଛାଡିବ ! ଚାକିରୀ ଛାଡ଼ିଦେବ କହିଥିଲେ ବି ହୁଏତ ସେ ଟିକେ ଚିନ୍ତା କରିଥାନ୍ତା । ହେଲେ ଗୀତର ଶବ୍ଦ ଏବଂ ସ୍ୱର ମାନେ ହିଁ ତ ତା ପାଇଁ ସବୁ କିଛି । ସେଇ ଶବ୍ଦ ସବୁକୁ ଉଚ୍ଚାରଣ କଲାବେଳେ ଆଉ ସ୍ୱର ଭିତରେ ମଜ୍ଜି ଗଲା ବେଳେ ହିଁ ତ ସେ ଜୀବିତ ବୋଲି ତାର ବିଶ୍ୱାସ ହୁଏ ! ତା ହେଲେ କଣ ନିଶ୍ୱାସ ନେବା ଛାଡ଼ି ଦେବ ! ସମ୍ଭ୍ରମତାର ସହିତ କହିଲା, ନାଇଁ ଆଜ୍ଞା, ପାରିବିନି । ନିଶ୍ୱାସ ନନେଇ ମୁଁ ବଞ୍ଚି ପାରିବିନି । ବଜାରରେ ଅନେକ କଣ୍ଢେଇ ଅଛନ୍ତି, ଆପଣ ଆଉ ଗୋଟିଏ ଦେଖି ନିଅନ୍ତୁ । ମୁଁ ମୋ ବାପା ମା’ଙ୍କ ପାଖରେ ଏମିତି ଶେଷ ଯାଏଁ ଗୀତ ଗାଉଥାଏ, ନିଶ୍ୱାସ ନେଉଥାଏ ।


Rate this content
Log in

Similar oriya story from Inspirational