Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମିଛେଇ
ମିଛେଇ
★★★★★

© Amiya Bej

Abstract Others

5 Minutes   7.7K    21


Content Ranking

 ମିଛ ବି କେମିତି ସୁନ୍ଦର ହୋଇପାରେ ଯେ ? ତଥାପି ସେ ସୁନ୍ଦର ମିଛ କହିପାରେ । ସେ କୁହେ -

- ମିଛ କହିବାଟା ଗୋଟେ ଆର୍ଟ ! କଳା ! ଏମିତି ବାଗରେ ତାକୁ କୁହ , ଯେପରି ସାମ୍ନା ଲୋକଟାର ପାଟି ଆପଣାଛାଏଁ ଖୋଲି , ଗୋଟେ ବଡ 'ଆଁ' ହେଇଯିବ । ଅଥଚ ସେ ଜାଣିପାରୁନଥିବ। ଯେ ନିଜ 'ଆଁ' କୁ ଜାଣିପାରୁନି , ସେ' ଅଲରେଡି ବୋକା ବନିସାରିଲାଣି । ଏବେ ତୁମର ସବୁତକ ମିଛ , ହୋଇଯିବ ନିରୋଳା ସତ ।

★★★

ମୁଁ କିନ୍ତୁ ତା ମିଛ ଧରିଦିଏ । ଧରାପଡିଗଲେ ସେ କୁହେ - ବୁଝିଲୁ , ତୋ' ଆଗରେ ଧରାପଡିବାର ମଜା ଭିନ୍ନ। ହଷ୍ଟେଲରୁ ପ୍ରତ୍ୟେକ ଥର ଛୁଟିନେବାର କାରଣରେ , ବାପାଙ୍କ ଦେହ ଖରାପ ସେ ଦର୍ଶାଏ । ଯଦିଓ ଥରେ ମୋତେ ମନଦୁଃଖରେ କହିଥିଲା , ତା' ବାପା ନଥିବାରୁ , ଛୋଟବେଳୁ ସେମାନେ ମାମୁଁଙ୍କ ଘରେ ବଢିଛନ୍ତି । ଏମିତି କି ସେ ତା ମାମୁଁଙ୍କୁ ବାବା ଡାକେ ।

ସେଇଦିନୁ ମୁଁ ଧରିନେଇଥିଲି ଯେ , ସେ ପ୍ରାୟ ପ୍ରତି କଥାରେ ମିଛ କୁହେ । ଅବଶ୍ୟ ତା' ନାଁ ମିଛେଇ ନଥିଲା। ପ୍ରିତିପଦ୍ମା । ମୋତେ ଏ ଜୋଡାଜୋଡା ନାଁ ଗୁଡା ଭାରି ମିଠା ଲାଗେ ।

ଦିନେ ପ୍ରିତି କଲେଜ କ୍ୟାଣ୍ଟିନ୍ ରେ ଏପଟ ସେପଟ ଚାହିଁ , ମୋ' ହାତ ଚାପିଧରି କହିଲା -

- ଜାଣୁ ! ଆଇ ଲଭୟୁ !

- ଚୁପ୍ ମିଛେଇ !

- ଆରେ ସତ । ତଣ୍ଟି ଛୁଉଁଛି ।

ମୁଁ ହସିଲି ହୋ ହୋ ହୋଇ । କହିଲି ଚାଲେ ଯିବା ଏଠୁ । କିନ୍ତୁ କଲେଜ୍ ରୁ ଫେରିବା ପରେ , ମୋତେ କାହିଁକି ଲାଗିଲା ମୋର ହସିବାଟା ବଡ ଭୁଲ୍ ହୋଇଗଲା । ଯଦି ସତରେ ସେ ଭଲପାଉଥାଏ ????

ପ୍ରିତିପଦ୍ମା ମୋତେ ଆଇଲଭୟୁ କହିବାଟା ମୋର ଯେଡେ ଭାଗ୍ୟ ନଥିଲା , ତାଠୁ ବେଶି ଦୁର୍ଭାଗ୍ୟ ସାରା କଲେଜ୍ ର ପୁଅମାନଙ୍କର ଥିଲା। ସାନବଡ ନ ବିଚାରି , ସମସ୍ତେ କୌଣସିମତେ ପ୍ରିତିପଦ୍ମାର ନିକଟବର୍ତ୍ତୀ ହେବାର ଚେଷ୍ଟାରେ ରହୁଥିଲେ।

ପ୍ରିତି ବି କିଛି କମ୍ ନଥିଲା। ସମସ୍ତଙ୍କ ସହ ଏମିତି ବାଗରେ ହସହସ ହୋଇ ମିଶିଯାଉଥିଲା ଯେ , ଜଣେ କିଛି ବି ଭାବିନେବ ।

ଭାବିବାଟା କେବେ ମଣିଷର ନିୟନ୍ତ୍ରଣରେ ଥାଏ ଯେ ?

ବହୁ ଅନ୍ୟମନସ୍କ ହୋଇ , ଆଗପଛ କରି ଭାବିଲି ଯେ , ମିଛେଇଟା କିଛି ବି କହିପାରେ । ଆଇଲଭ୍ୟୁ ବି । ଅତଏବ କଥାଟିକୁ ସହଜରେ ନେଲେ ଭଲ ।

★★★

ପୁଣି ଦିନେ କ୍ୟାମ୍ପସରେ , ପଛପଟୁ ରଡିକରି ଡାକିଲା ପ୍ରିତି -

- ହେଃଏ ! ଶୁଣେ ?

- କହ ?

- ତୁ ତ ମୋ' ବେଷ୍ଟ୍ ଫ୍ରେଣ୍ଡ ନା ? ନା ଏଥିରେ ବି ସନ୍ଦେହ ?

- କହିପାରିବିନି । ତୋ କଥାରେ କେଉ ସତ ଥାଏ ଯେ ?

- ଚୁପ୍ ! ଶୁଣ୍ ଗୋଟେ ସିରିୟସ୍ କଥା । ମଜାକରୁନି । ଅଡୁଆରେ ପଡିଛି ।

- କଥାକଣ ?

- ସେ ଫିଜିକ୍ସ୍ ର ଯେଉଁ ସାହାଣୀ ସାର୍ !

- ହଁ ! କଣହେଲା ?

- ମୋତେ 'ଲଭୟୁ' ମ୍ୟାସେଜ୍ ପଠାଇଛନ୍ତି।

- ଆଁଆଁ ? ଯେ ?

- ଛି ! କେଡେବଡ କହିଲୁ ? କି ଖରାପ କଥା ? ପୁଣି ସେ ସାର୍ ଆଉ ମୁଁ ଛାତ୍ରୀ ।

- ହୁଁଉଁଉଁଉଁ ! ଆଭଏଡ୍ କରେ ଏସବୁକୁ ।

- ନା , ମୁଁ ଟିକେ ଅଡୁଆ କରିପକେଇଛି।

- କଣ ?

- ବଞ୍ଚିବା ପାଇଁ କହିଦେଇଛି , ଆମ୍ ଇନ୍ ଲଭ୍ ୱଥ୍ 'ପାର୍ଥ' !

- ହ୍ୱଆର୍ଟ ? ମୋତେ କାଇଁ ଅଯଥାରେ ଭିଡିଲୁ ?

- ଆରେ ଗୋଟେ ଝିଅକୁ ରକ୍ଷା କରିବା ଧର୍ମ ନୁହେଁ କର୍ତ୍ତବ୍ୟ । ବୁଝିଲୁ ? ଏମିତି ମାଇଚିଆଙ୍କ ପରି କିଆଁ ହେଉଛୁ ? ବେଷ୍ଟ୍ ଫ୍ରେଣ୍ଡ ପା ???

- ଏବେ କଣ ହେବ ?

- କିଛି ନାହିଁ । ସାର୍ ତୋତେ ଡାକି ପାରନ୍ତି । ତୁ ଖାଲି ୟେସ୍ କହିବୁ ।

ଖୁବ୍ ବିରକ୍ତ ଲାଗୁଥିଲା ଏ ମିଛେଇଟା ଉପରେ।

★★★

ପାଖାପାଖି ଦୁଇଘଣ୍ଟାର ଟ୍ୟୁସନ୍ ପରେ , ମାନିଲି ଯେ , ପ୍ରିତିପଦ୍ମା କୁ ମୁଁ ଭଲପାଏନି ବୋଲି । ଏଥର ସାହାଣୀ ସାରଙ୍କ ମୁହଁ ଉଜ୍ଜ୍ୱଳ ଦେଖାଗଲା ।

ସେବର୍ଷ ମୋର ଫିଜିକ୍ସ୍ ପ୍ରାକ୍ଟିକାଲରେ ସବୁଠାରୁ କମ୍ ମାର୍କ ରହିଲା । ମୁଁ ଜୋରକରି ଆଗ ସେ ପ୍ରିତି ମିଛେଇକୁ ଭୁଲିଗଲି ।

କିଛି ଦିନପରେ ସାହାଣୀ ସାର୍ ପୁରୀ ଟ୍ରାନ୍ସଫର ହୋଇଯାଇଥିଲେ । ଆମେ କଲେଜ୍ ଛାଡିଲା ବେଳେ ଏକ ଅବାସ୍ତବ ଖବରଟିଏ ଶୁଣିବାକୁ ମିଳିଥିଲା । ସାହାଣୀ ସାର୍ ପ୍ରିତିପଦ୍ମାକୁ ମ୍ୟାରେଜ୍ କରିଯାଇଥିଲେ !!!! ଢେର୍ ଦିନଯାଏଁ ଢେର କାହାଣୀ , ଏଇ ଖବରକୁ ନେଇ କ୍ୟାମ୍ପସରେ ଗପା ଚାଲିଲା ।

★★★

ବାରିପଦାରେ ହାଉସ୍ ସର୍ଜନ ଥିଲାବେଳେ , ଦିନେ ଚମକାଇ ଦେଲାପରି , ପ୍ରିତିପଦ୍ମା ମୋ ଚ୍ୟାମ୍ବର୍ ଭିତରକୁ ପଶିଆସିଲା ! ପ୍ରିତି ଆଉଟିକେ ସୁନ୍ଦର , ଆଉ ସାର୍ ଆଉଟିକେ ବିଗିଡି ଯାଇଥିଲେ। ହାଇବିପି , ହାଇ ସୁଗାର୍ ଆଦି ନାନା ଅସୁବିଧା ରେ ସାହାଣୀସାର୍ ଥିଲେ। ମୁଁ ପୁରୁଣା କଥାସବୁ ଭୁଲିସାରିଥିଲି । ତାଙ୍କ ଷ୍ଟୁଡେଣ୍ଟ୍ ଡାକ୍ତର ବୋଲି ସାର୍ ଖୁବ୍ ଖୁସିହେଉଥିଲେ ।

ଘଟଣା ମାନେ ଘଟନ୍ତି । ଘଟୁଥାନ୍ତି। ସବୁତକକୁ ଭିଡିଧରିଲେ , ବଞ୍ଚିହୁଏନି । କିଛିକଥାକୁ ଅକଥା ଭାବି ମନରୁ ହଟାଇଦେଲେ ଭଲ। ଯେମିତି ଦେହରେ କଣ୍ଟାଟିଏ ଫୋଡିଗଲେ ତାକୁ କାଢିଦିଆଯାଏ। ସାଇତିରଖି ଯନ୍ତ୍ରଣାର ମିଠାପଣ ଲୁଟିବାର ଅର୍ଥ , ଦେହକୁ ନ୍ୟାୟ ନଦେବା ।

ସାରଙ୍କ ଔଷଧ ଆଦିର ସୁବ୍ୟବସ୍ଥା କଲାବେଳେ , ପ୍ରିତି ମୋ' ନମ୍ବର ନେଇ ସେଭ୍ କରିଦେଇଥିଲା ।

★★★

- ହାଏ ଡକ୍ଟର ପାର୍ଥ !

- କହ ପ୍ରିତି , ସାରଙ୍କ ଦେହ କେମିତି ?

- ଭଲ ମେଡିସିନ ଦେଇଛୁ । କାମ କରୁଛି ।

-ଗୁଡ୍ !

- ତୋ' ଖବର ସେଦିନ ପଚାରିନଥିଲି । ବା' ସା' ?

- ପରେ କହିବି । ଆଗ କହ , ତୁ ମିଛୁଟାରେ କଲେଜ୍ ରେ ସେଦିନ ସାର୍ ଙ୍କ ପାଖରେ ମୋତେ ଫସେଇଥିଲୁ କାହିଁକି ?

- ସତଟା ଶୁଣିବୁ ?

- କାଇଁ ? ତୁ ଏଯାବତ ମିଛେଇ ଅଛୁ ନା କଣ ?

- ହେଉ ଶୁଣ୍ ତା'ଲେ ! ତୁ ଜାଣୁ ଆମେ ମାମୁଁଙ୍କ ଘରେ ରହୁଥିଲୁ । ମାମୁଁ କେତେଆଉ ଭାର ସମ୍ଭାଳିଥାନ୍ତେ ? ଏଣେ ସାରଙ୍କ ଡିଭୋର୍ସ ସେତେବେଳେ ଫାଇନାଲ୍ ହେଇସାରିଥିଲା । ମୁଁ ଭୟଙ୍କର ପ୍ରେମରେ ପଡିଯାଇଥିଲି । ସାର୍ କିନ୍ତୁ ତୋତେ ନେଇ ସନ୍ଦେହରେ ଥିଲେ। ମୁଁ ଜାଣିଥିଲି ତୁ ଆଦୌମିଛ କହିବୁନି । ସେଥିପାଇଁ ତୋତେ ନିର୍ଭୟରେ ସାରଙ୍କ ପାଖକୁ ପଠାଇଥିଲି । ତୁ ସଚ୍ଚୋଟତା ଦେଖାଇ ଫେରିଆସିଲାପରେ , ସାର୍ କନ୍ଫର୍ମ ହେଲେ ।

- ଆଛା ! ଏତେକଥା ତାହେଲେ ? ଅବଶ୍ୟ ଫିଜିକ୍ସ୍ ରେ କମ୍ ମାର୍କ ,ପାଇଁ ମୁଁ ଆଉରି ପରିଶ୍ରମ କରି ଡାକ୍ତରଟେ ହେଇଗଲି ।

- କାମଦେଲା ତାହେଲେ ମିଛ କହିବା ?

- ହାହାହା

- କେବେ ମୋ ଘରକୁ ଆସିବୁ ?

- ଯେବେ କହିବୁ ।

★★★

ଦିନେ ଗଲି ପ୍ରିତିପଦ୍ମା ଘରକୁ । ସେଇଟା ସାର୍ ଙ୍କ ନେଟିଭ୍ ଥିଲା । ନିଜପରି ଖୁବ୍ ସୁନ୍ଦର ସଜାଇଥିଲା ଘରକୁ ପ୍ରିତି । ସାର୍ ଯାଇଥିଲେ କନ୍ଫରେନ୍ସ୍ ଭୁବନେଶ୍ୱର। ନାନା ପ୍ରକାରର ଖାଇବା ବନାଇ ମୋତେ ଖୁସିକରାଇବାର ଚେଷ୍ଟାରେ ଥିଲା ପ୍ରିତି। କିନ୍ତୁ କେଉଁଠି ଏକ ଦୁଃଖ ଟିଏ ଘୁରିବୁଲୁଥିଲା ଭଅଁର ପରି ଘରସାରା । ଖୋଜୁଖୋଜୁ ପାଇଲି , କିଛି 'ଅବଶୋଷ' ।

- ଜାଣୁ ପାର୍ଥ ! ନିଜଠାରୁ ଦୁଇଗୁଣା ଅଧିକା ମଣିଷଟେ କୁ ପ୍ରେମ କରିହୁଏ କିନ୍ତୁ ଘର ...!

- ଏକଣ କହୁଛୁ ? ସବୁତ ଏଠି ଭଲ ଦେଖିପାରୁଛି ମୁଁ ?

- ତୋତେ କିଛି ଖାଲିଖାଲି ଲାଗୁନି ?

- ହଁ ଜାଣିଲି ଯେ , କିଛି ଭିନ୍ନ ବ୍ୟବସ୍ଥା ବି କରି ପାରନ୍ତୁ ।

- କରୁଛି ଯେ ...

ଏତକ କହି ମୋ' ଉପରେ ଆଉଜି ପଡିଲା ପ୍ରିତିପଦ୍ମା! ଅଣ୍ଟା ମୁକୁଳାଇ ଦେଖାଇଲା -

- ଦେଖ୍ ତୋତେ କେତେ ଭଲପାଏ ପାର୍ଥ ।

ଗୋଟେ ଛୋଟିଆ ଇଂରାଜୀ 'ପି' କୁ ଅଣ୍ଟା କଡରେ ଚିତାକୂଟାଇ ଥିଲା ପ୍ରିତିପଦ୍ମା !!!!

ମୁଁ ହତବାକ୍ ହୋଇ ତା' ଆଡକୁ ଚାହିଁବାରୁ , ସେ ଉଠିପଡି ଅତିଉଜ୍ଜଳ ଏଲଇଡି ଆଲୁଅଟାକୁ ଲିଭାଇଦେଲା !!!

★★★

ଏକ ଅପରାଧିକ ମନ ନେଇ ଗାଡି ଷ୍ଟାର୍ଟ କଲି ମୁଁ । ହେଡ୍ ଲାଇଟ୍ ର ବହଳ ଆଲୁଅରେ , ପରିଷ୍କାର ଦିଶୁଥିଲା ପ୍ରିତି , ଆଉ ଘର ସାମ୍ନାର ଟଙ୍ଗା ଫଳକଟା !

" ପ୍ରଫେସର ପି .କେ . ସାହାଣୀ "

!!!!!!!!!!!

ଏମିତିକି ଗେଟ୍ ପାଖରେ ମୁହଁପୋତି ଛିଡା ହୋଇଥିବା , ପ୍ରିତିପଦ୍ମାର ନାଁ ବି 'ପି' ରୁ ଆରମ୍ଭ ବୋଲି ମୁଁ ବିସ୍ମରି ଯାଇଥିଲି !!!!

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■

ପ୍ରିତିପଦ୍ମା ମିଛେଇ ପାର୍ଥ

Rate the content


Originality
Flow
Language
Cover design

Comments

Post

Some text some message..