Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta kumar Patra

Drama

2.5  

Susanta kumar Patra

Drama

ଅଭିମାନ

ଅଭିମାନ

2 mins
7.7K


ସୁମିତା ବିବାହ କରି ଆସିଲା ବେଳେ ଛାଡିଆସିଲା ତାର ବାପ ମାଆ ଭାଇ ଭଉଣିଙ୍କୁ ଆଉ ତାଙ୍କ ସ୍ନେହ ଓ ଭଲପାଇବାକୁ |

ନୂଆ ନୂଆ ବାହାଘର ଆଉ ନୂଆ କରି ସଂସାର କରୁଥାଏ ସୁମିତା | ପୁରୁଣା ସଂସାର କରିଥିବା ଲୋକମାନଙ୍କ ଆଗରେ ନୂଆ କରି ସଂସାର କରୁଥିବା ବୋହୂର ଟିକିଏ ଟିକିଏ ଭୁଲୁ ଟିକିନିଖି ହୋଇ ଧରାପଡିଯାଉଥିଲା, ସିଏ କିଛି ଭାବିବା ଆଗରୁ ସମସ୍ତଙ୍କ ଭାବନା ଶେଷ ହୋଇଯାଇଥିଲା|

ସମସ୍ତେ ତାକୁ ବୁଝେଇବା ଦୂରେ ଥାଉ ସମସ୍ତେ କହୁଥିଲେ ତୋ ବାପ ଘରୁ କଣ ଏଇ କାମ ଶିଖୁଛୁ ? ତୋ ବୋଉ କଣ ତତେ କିଛି ଶିଖାଇନି ? ଏଇ ଭଳି ଅନେକ କଥା |

ସିଏ କିଛି କହିବ ବୋଲି ଭାବିବା ଆଗରୁ ତାର ସ୍ୱାମୀ ଦେଇଥିବା କଥା ମନେ ପଡିଯାଉଥାଏ| ତାର ସ୍ୱାମୀ ତାକୁ ବାରମ୍ବାର କହିଥିଲା, ବାପ ଓ ମା ଯାହା କହିବେ ତୁ ତାଙ୍କୁ କିଛିବି କହିବୁନି, ଆଉ ତା ସାହିତ ତାକୁ ତା ରାଣ ପକାଇ ଦେଇଥିଲା |ସେଇ ନୂଆ ବୋହୂ ଟି କଣ କରିବ କିଛିବି ବୁଝି ପାରୁ ନଥାଏ | ସତେକି ସିଏ ହୋଇଯାଇଛି ମୁକ ଓ ବଧିର |

ଦିନ ଯାଇ ସନ୍ଧ୍ୟା ହେଲା ସ୍ୱାମୀ ତାର ଘରକୁ ଫେରିଲା, ଦେଖିଲା ସ୍ତ୍ରୀର ମୁହଁ ସୁଖୀ ଯାଇଛି ଆଉ ସତେ ଯେମିତି ଅଭିମାନ କରିଛି ତାର ବିଳମ୍ବ ଫେରିବା କଥାକୁ ନେଇ |

ସ୍ୱାମୀ ତା ଆଡୁ ସଫେଇ ଦେବାରେ ଲାଗିଲା ଟ୍ରାଫିକ ଯାମ ଥିଲା ଆଜି ଅଫିସରେ ଟିକିଏ ବେଶୀ କାମ ଥିଲା ଏଭଳି ଅନେକ କଥା | କିନ୍ତୁ ସ୍ତ୍ରୀ କିଛି ବି କହୁନଥାଏ, ବାରମ୍ବାର ସ୍ୱାମୀ ପଚାରିବା ପରେ ସ୍ତ୍ରୀ ସମସ୍ତ ଘଟଣା କହିଲା - ଏ ସମସ୍ତ କଥା ଶୁଣି ସ୍ୱାମୀ କିଛିବି ଉତ୍ତର ଦେଲା ନାହିଁ ଆଉ ନିରବ ରହିଲା | ସ୍ୱାମୀ ଟି ଯେତିକି ନିରବ ରହିଲା ସ୍ତ୍ରୀ ର ରାଗ ସେତିକି ବଢ଼ିଲା ଆଉ ଧୀରେ ଧୀରେ ସ୍ତ୍ରୀ ର ରାଗ କମିଲା ଯେତେବେଳେ ସ୍ୱାମୀ ଟି ତାକୁ ଆଲିଙ୍ଗନ କରି ମଥାରେ ଏକ ଚୁମ୍ବନଦେଲା |

ଆଉ ସ୍ୱାମୀ ଟା କହିଲା ମୁଁ କାହାକୁ କହିବି ଆଉ କାହା ସାଙ୍ଗରେ ଝଗଡା କରିବି ଯିଏ ମତେ ଏଇ ଦୁନିଆକୁ ଆଣିଛି,ଯେଉଁମାନେ ମତେ ତୁମକୁ ବିବାହ କରାଇଛନ୍ତି ତାଙ୍କ ଉପରେ ନା ଯିଏ ମୋ ଭରସାରେ ତାର ସମସ୍ତ ପରିବାରକୁ ଛାଡି ଆସିଛି ତମ ଉପରେ | କୁହ ମୁଁ କଣ କରିବି ତୁମେ କୁହ |

ଆଉ ଗୋଟେ କଥା ଯଦି ମୁଁ ବାପ ମା ଙ୍କୁ କିଛି କଥା କୁହେ ତାହେଲେ, ସେମାନଙ୍କୁ ବହୁତ କଷ୍ଟ ହେବ,ତାଙ୍କ ମାନଙ୍କ କଷ୍ଟ ମୁଁ ଦେଖି ପାରିବିନି କି ସେମାନଙ୍କୁ କିଛି ବି ବୁଝେଇ ପାରିବିନି | ଆଉ ଗୋଟେ କଥା ସେମାନେ କହିବେ ପୁଅ ବୋହୂ କଥାରେ କଥା କହୁଚି ବୋହୂ ପୁଅକୁ କୁହାଇ ଦଉଚି |ଏଇ କଥାରେ ମୁଁ ପ୍ରତିବାଦ କରିବି ସତ କିନ୍ତୁ ଲାଭ କିଛିବି ହବନି ତୁମେ ହୋଇଯିବ ଏକ ଖରାପ ବୋହୂ ଆଉ ମୁଁ ହୋଇଯିବି ବୋହୂ ବୋଲକରା ସ୍ୱାମୀ |

ମୁଁ କିଛି ପ୍ରତିବାଦ କରୁନି ବୋଲି ଯଦି ତୁମେ ମୋ ଉପରେ ରାଗୁଚ ଅଭିମାନ କରୁଚ ତାହାଲେ କର |

ମୁଁ ଅଛି ବୋଲି ସମସ୍ତେ ତମେମାନେ ମୋ ଉପରେ ରାଗୁଚ ଅଭିମାନ କରୁଚ ମୁଁ ନରହିଲେ ତୁମେ ମାନେ କଣ କରିବ କୁହ| ସ୍ତ୍ରୀ ଏଇ କଥା ଶୁଣି ସ୍ୱାମୀକୁ ବହୁତ ଜୋରରେ ଜାବୁଡି ଧରିଲା ଆଉ କହିଲା ତୁମେ ମୋ ଧନ ତୁମେ ମୋ ଜୀବନ ତୁମେ ଏଇ ଭଳି କହିପାରିଲ, ଏଇ କଥା ପରିବାରର ସମସ୍ତେ ଶୁଣୁଥିଲେ କବାଟର ଆର ପାଖରେ ଥାଇ |

ଏପଟେ ସ୍ତ୍ରୀ ସ୍ୱାମୀଙ୍କୁ ଆଲିଙ୍ଗନ କରି କାନ୍ଦୁଥିଲା, ଆଉ ସେପଟେ ବାପ ମା ପୁଅର ମନର କଥା ଶୁଣି ଆଖିରୁ ଲୁହ ଗାଡଉଥିଲେ l

ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ

mob 9851444543


Rate this content
Log in

Similar oriya story from Drama