Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଗୋପାଳର ମୃଗୀ ରୋଗ

ଗୋପାଳର ମୃଗୀ ରୋଗ

5 mins
7.3K


ଯେଉଁ ଲୋକ ଅପର ପାଖରୁ ଜିନିଷ ପତ୍ର ଆଣି ନଦିଏ ତାହାକୁ କହନ୍ତି ଫାଙ୍କି ବାଜ ଓ ଦୁଆଳିଆ । ସେ ଲୋକକୁ କେହି ହେଲେ ମଧ୍ୟ ବିଶ୍ୱାସ କରି ଜିନିଷ ପତ୍ର କିମ୍ବା ଟଙ୍କା ପଇସା ଧାର ଉଧାର ଦିଅନ୍ତି ନାହିଁ । ଏହି ଫାଙ୍କି ବାଜ ଭିତରୁ ଗୋପାଳ ଥିଲେ ଜଣେ । ସେ ଯାହା ପାଖରୁ ଧାର ଉଧାର ଆଣେ ତାକୁ ଦେବାକୁ ମନ କରେନା । ଲୋକ ମାଗିଲେ ତାଙ୍କ ଉପରେ ଓଲଟ ପ୍ରଭୁତ୍ୱ ଦେଖାଇ ତାଙ୍କ ପାଖରେ ମିଛ ଆପତ୍ତି କରି ଭାଣ୍ଡାମି ବୁଦ୍ଧିରେ ତାକୁ ହଲାପଟା କରେ । ତେଣୁ ଗୋପାଳକୁ କେହି ଲୋକ ବିଶ୍ୱାସ କରି କେବେ କିଛି ଜିନିଷ ପତ୍ର ଦିଅନ୍ତି ନାହିଁ । କଥାରେ ଅଛି ସ୍ୱାମୀ ଅନୁଗତା ସ୍ତ୍ରୀ ସ୍ୱାମୀର ସହଧର୍ମିଣୀ । କିନ୍ତୁ ଗୋପାଳ ଭାଣ୍ଡର ସ୍ତ୍ରୀ ସ୍ୱଭାବ ଓଲଟା । ସେ ସହଧର୍ମିଣୀ ନାମ ପରିବର୍ତେ ନାମ ବହିଛି ସହଧର୍ମିଣୀ । ଗୋପାଳ ଭାଣ୍ଡ ହେଲେ, ସେ ଭାଣ୍ଡି । ଏ କଥାଟି ଆଖ ପାଖ ପାଂଚ, ପଚିଶ ଖଣ୍ଡ ଗ୍ରାମର ଲୋକେ ଜାଣନ୍ତି ।

ଆଉ ମଧ୍ୟ ସେତେ ବେଳେ ବଙ୍ଗ, ବିହାର ଓ ଓଡିଶାର ପ୍ରତି ଗ୍ରାମରେ ହାଟ ବଜାର ନଥିଲା । ତେଣୁ ଗରିବ ଲୋକ ମାନେ କିମ୍ବା ଚାଷୀ ମାନେ ପରିବା ପତ୍ର ନେଇ ପ୍ରତି ଗ୍ରାମରେ ବିକ୍ରୟ କରନ୍ତି । ସ୍ତ୍ରୀ ଛୁଆ ପିଲା ମାନେ ଧାନ, ଚାଉଳ, ଟଙ୍କା ପଇସା ଦେଇ କିଣି ରଖନ୍ତି । ଏହା ଆଦ୍ୟରୁ ଚଳି ଆସୁଛି ।

ଦିନେ ଜଣେ ବ୍ୟବସାୟୀ ବୋଝେ ପନି ପରିବା ମୁଣ୍ଡାଇ ଗୋପାଳ ଭାଣ୍ଡ ରହୁଥିବା ଗ୍ରାମରେ ଆସି ପହଁଚିଲା । ଲୋକଙ୍କ ସାହାଯ୍ୟରେ ବୋଝଟିକୁ ମୁଣ୍ଡରୁ ଓହ୍ଲାଇ ତଳେ ଥୋଇବା ମାତ୍ରେ ମନକୁ ଗଧ ବେଢିଲା ପରି ଗ୍ରାମ୍ୟ ସ୍ତ୍ରୀଏ ଆସି ବୋଝ ଚାରି ପାଖେ ଘେରି ଯେ ଯାହା ନେବାର କଥା ସେ ତାହା ବାଛି ଓଜନ କରି ପଇସା ଦେଇ ଚାଲି ଗଲେ । ସେଥି ମଧ୍ୟରେ ଭାଣ୍ଡର ସ୍ତ୍ରୀ ଆସି ଦୁଇ ସେର ବାଇଗଣ ଓଜନ କରି ତା ଜାଗାରେ ରଖି ବୋପାରୀକୁ କହିଲା – ଆମର ମୁରବୀ ଘରେ ନାହାଁନ୍ତି । ସେ ଆଉ ଘଂଟାକ ମଧ୍ୟରେ ଆସିବେ । ତୁମେ ଯାଅ, ଅନ୍ୟ ଜାଗାରେ ବିକ୍ରୀ କରି ଏ ବାଟେ ଫେରିଲେ ପଇସା ନେଇ ଯିବ । ଏ କଥା ଶୁଣି ବେପାରୀ ଜଣକ କହିଲା –

ମୋ ପାଖରେ ଧାର ବାକି ଚଳେନା ଭାଣ୍ଡ ବୋହୂ, ତୁମ ଭାଣ୍ଡକୁ ମୁଁ ଭଲ କରି ଚିହ୍ନେ । ଯାହା ନେବ ଦେବ ବୋଲି କହି ଦେବନି । ମାଗିଲେ ଓଲଟା ଅପମାନ । ସେଥି ଲାଗି କହୁଛି କାଦୁଅକୁ ପଶିବି ନାହିଁ କି ଗୋଡ ଧୋଇବି ନାହିଁ । ତୁମେ ଏ ହାତରେ ପଇସା ଦିଅ, ସେ ହାତରେ ବାଇଗଣ ନିଅ । ନୋହିଲେ ସିଧା ସିଧା ନିଜ ବାଟ ନିଜେ ଦେଖ ।

ଏ କଥା ଶୁଣି ଗୋପାଳ ସ୍ତ୍ରୀ କହିଲେ – ତୁ ତ ଯାହା କହିଲୁଣି ତାହା ଯଥେଷ୍ଟ । ମୁଁ ଏଥର ବାଇଗଣ ନେଇ ଯାଉଛି, ଘରେ ରଖି ଦେଇ ପଇସା ଆଣି ଦେବି । ବେପାରୀ ଜଣକ କହିଲା – ନା ତାହା ହେବନି । ଆଗେ ପଇସା ଆଣିବୁ ଯା, ପଛରେ ବାଇଗଣ ନେବୁ । ବେପାରୀ ଏହା କହୁ କହୁ ଗୋପାଳ ସ୍ତ୍ରୀ ପାଖରୁ ବାଇଗଣତକ ଛଡାଇ ରଖିଲା । ଏହା ଦେଖି ଗାଁ ମାଇପେ ହସି ଦେଲେ । ଗୋପାଳ ସ୍ତ୍ରୀ ଲଜ୍ଜା ଓ ଅପମାନରେ ମୁହଁ ଟେକି ନପାରି ଭିତରକୁ ପଳାଇ ଗଲା । କିନ୍ତୁ ଘରେ ଆଉ କିଛି କାମ କଲାନି । ଖାଲି ରାଗରେ ଗର ଗର ହୋଇ ଗୋପାଳକୁ ଚାହିଁ ବସି ରହିଲା ।

କିଛି କ୍ଷଣ ପରେ ଗୋପାଳ ଭାଣ୍ଡ ଆସି ଦେଖିଲା ଯେ, ସ୍ତ୍ରୀ ତାର କାଳ ଭୈରବୀ ରୂପ ଧାରଣ କରି ଦୁଆର ମୁହଁରେ ବସିଛି, ସତେ ଯେପରି ଗୋଟିଏ କିଛି କରି ପକାଇବ । ସ୍ତ୍ରୀର ବିକୃତ ରୂପ ଦେଖି ଗୋପାଳ ଭାଣ୍ଡକୁ ବଡ ଅଡୁଆ ଲାଗିଲା । ରୋଗଟାକୁ ପତଳା କରି କଥାଟା ବାହାର କରିବା ପାଇଁ ସେ ତା ପାଖକୁ ଆଗେଇ ଆସି ହସି ହସି କହିଲା – କି ଗୋ ମାନମୟୀ ଆଜି ଏ ଅଭିମାନ କାହା ଉପରେ? ଗୋପାଳ ଭାଣ୍ଡର ରସିକତା କଥା ପଦକ ଶୁଣିବା ମାତ୍ରେ ସ୍ତ୍ରୀ ତାର ବାଘ ପରି ଗର୍ଜି ଉଠି ସମସ୍ତ କଥା କହି ଗଲା । ଗୋପାଳ କଥା ଗୁଡିକ ପେଟ ଭିତରେ ପୂରାଇ ସ୍ତ୍ରୀର ମୁଣ୍ଡଟି ଆଉଁସି ଦେଇ କହିଲା – ଏଇ ଛାର କଥାଟି ପାଇଁ ତୁମେ ଏତେ ରାଗ କରୁଛ । ସେ ଲୋକଟା ପ୍ରତି ମଙ୍ଗଳ ବାର ଦିନ ଆସୁଛି । ଏବାର ଆସୁ, ତାକୁ ପହଁରାରେ ପିଟି ହୁଡି ଦେଲେ ତ ହେଲା । ସ୍ତ୍ରୀ ତାର କହିଲା ମୁଁ ଯେଉଁ ଅପମାନ ପାଇଛି ତାହା ନ କରିବା ଯାଏଁ ରାଗ ଶାନ୍ତ ହେବନି । ଗୋପାଳ ଭାଣ୍ଡ ହଉ ହଉ ବୋଲି କହି ଚାଲି ଗଲା । ସ୍ତ୍ରୀ ତାର ଶାନ୍ତ ହୋଇ ରନ୍ଧା ବଢା କଲା ।

ଯେଉଁ ଦିନ ପରିବା ବେପାରୀ ଆସିବାର ପାଳି ସେଦିନ ଭାଣ୍ଡ କୁଆଡେ ଗଲାନି । ସ୍ତ୍ରୀ କାନରେ କ’ଣ କହି ଦେଇ ପିକାଟିଏ ଲଗାଇ ଦାଣ୍ଡ ବାରଣ୍ଡାରେ ବସି ରହିଲା । ସ୍ତ୍ରୀ ତାର ପହଁରା ମୁଠା ଧରି କବାଟ ଆଢୁଆଳରେ ଛିଡା ହୋଇ ଥାଏ । ବେଳ ହେଲାରୁ ସେହି ବେପାରୀଟି ବୋଝେ ପନିପରିବା ମୁଣ୍ଡାଇ ଆସି ଗୋପାଳ ଭାଣ୍ଡର ଦୁଆର ସଳଖ ଦାଣ୍ଡରେ ଛିଡା ହୋଇ ଦେଖିଲା ଯେ, ମୁଣ୍ଡରୁ ବୋଝଟି ଓହ୍ଲାଇ ଦେବା ପାଇଁ ସେଠାରେ କେହି ନାହାଁନ୍ତି । କେବଳ ମାତ୍ର ଗୋପାଳ ଭାଣ୍ଡ ପିଣ୍ଡାରେ ବସି ପିକା ଖାଉଛି । ବୋଝଟି ଭାରି ହୋଇ ଥିବାରୁ ବେପାରୀଟି ମୁଣ୍ଡାଇ ନପାରି ଭାଣ୍ଡକୁ ଡାକିଲା, ଭାଇ ଟିକେ ବୋଝଟି ଓହ୍ଲାଇ ଦେଇ ଯିବଟି ।

ବେପାରୀଟିର କଥା ଶୁଣି ଗୋପାଳ ଭାଣ୍ଡ ଆଖି ମିଟି ମିଟି କରି ତାକୁ ଚାହିଁ କହିଲା – ହଁ ବୋଝଟି ଓହ୍ଲାଇ ଦେଇ ପାରିବି । କିନ୍ତୁ ମୋର ଅପସ୍ମାର ଭଳି ମୃଗୀ ରୋଗ ଅଛି । ସେ କେତେ ବେଳେ ବାହାରି ପଡେ ମୁଁ ତାହା ଜାଣି ପାରେ ନାହିଁ । ତେଣୁ ମତେ ବହୁତ ସାବଧାନରେ ଚଳିବାକୁ ହୁଏ । ଆଜି ସକାଳୁ ଥରେ ବାହାରି ପଡି ଥିଲା ବୋଲି ପିଣ୍ଡାରେ ବସି ରହିଛି । ତୁମ ବୋଝଟି ଓହ୍ଲାଉ ଓହ୍ଲାଉ ଯଦି ମୃଗୀ ରୋଗଟି ପୁଣି ବାହାରି ପଡେ, ତେବେ ମୁଁ କଷ୍ଟ ପାଇବି ଓ ତୁମର ବି କ୍ଷତି ହେବ ।

ଏ କଥା ଶୁଣି ବେପାରୀଟି ନିରୂପାୟ ହୋଇ କହିଲା – ନା ଭାଇ କିଛି ହେବନି । ଏହି ସଙ୍ଗେ ସଙ୍ଗେ ଓହ୍ଲାଇ ଦେଇ ଚାଲି ଯିବ । ଗୋପାଳ ଭାଣ୍ଡ ଆଉ କିଛି ନ କହି ଧିରେ ଧିରେ ଆସି ବେପାରୀଟିର ମୁଣ୍ଡରୁ ବୋଝଟି ଓହ୍ଲାଇଲା । କିନ୍ତୁ ବୋଝଟି ଅର୍ଦ୍ଧେକ ଓହ୍ଲାଇଛି ହଠାତ୍ ସେ ଆଁ କରି ବୋଝଟିକି ଛାଡି ଦେଇ ତଳେ ପଡି ଗଲା ଏବଂ ସଙ୍ଗେ ସଙ୍ଗେ ମୁହଁଟାକୁ ମାଟିରେ ଘଷିବା ପରି ଅଭିନୟ କରି ଗଁ ଗଁ ହେଲା । ଗୋପାଳର ଘଟଣା ଦେଖି ବେପାରୀଟି କାଠ ପିତୁଳା ପରି ଛିଡା ହୋଇ ରହିଲା । ପନିପରିବା ଗୁଡିକ ସେଇଠି ରଣ ଝଣ ହୋଇ ପଡି ଥାଏ ।

ଗୋପାଳ ଭାଣ୍ଡର ଅଭିନୟ ପରେ ଗୋପାଳ ସ୍ତ୍ରୀର ଅଭିନୟର ପାଳି ପଡିଲା । ସେ ତ ଆଗରୁ ଯୁଦ୍ଧ କରିବା ପାଇଁ ପହଁରା ହାତରେ ଧରି ଛିଡା ହୋଇ ଥିଲା । ସ୍ୱାମୀ ତା’ର ଗଁ ଗଁ ହୋଇ ପଡିବା ମାତ୍ରେ ସେ ହଠାତ୍ ରଣ ଚଣ୍ଡି ପରି ଘର ଭିତରୁ ଛୁଟି ଆସି ପାଟି କରି କହିଲା – ମାଲୋ, ଏ ଯୋଗିନୀଖିଆ ମୋ ସ୍ୱାମୀକି ମାରି ପକାଇଲା । ସେୟା କହୁ କହୁ ହାତରେ ଧରି ଥିବା ପହଁରା ମୁଠାରେ ବେପାରୀକି ପିଟିବାକୁ ଲାଗିଲା । ବେପାରୀଟି ଯେତେ କହିଲା – ପିଟା ତାର ବନ୍ଦ ହେଲାନି । ସେ ବିଚରା କ’ଣ କରିବ?

ଗୋଟିଏ ଦିଗରେ ପନିପରିବା ଗୁଡିକ ଛିନ୍ନ ଛତ୍ର ହୋଇ ପଡିଛି । ଅନ୍ୟ ଦିଗରେ ଗୋପାଳ ଭାଣ୍ଡ ତଳେ ପଡି ଗଁ ଗଁ ହୋଇ ମୁହଁ ଘଷୁଛି । ଆଉ ଅନ୍ୟ ଦିଗରେ ସ୍ତ୍ରୀ ତାର ପିଠିରେ ପହଁରା ମୁଠା ଛିଡାଇବାରେ ଲାଗିଛି । ଏପରି ପରିସ୍ଥିତିରେ ବିଚରା ବୁଦ୍ଧି କ’ଣ । ପନିପରିବା ଛାଡି ଦେଇ ବେପାରୀଟି କୌଣସି ମତେ ପ୍ରାଣ ଘେନି ପଳାଇ ଗଲେ ବଂଚେ ।

ବେପାରୀଟି ଆଉ ସେଠାରେ ଛିଡା ହୋଇ ପାରିଲାନି । ଗୋପାଳ ଭାଣ୍ଡ ସ୍ତ୍ରୀ କି ହାତ ଯୋଡି କହିଲା – ମା ଉଗ୍ର ଚଣ୍ଡୀ ଏହି ପନିପରିବାତକ ନେଇ ମତେ ଆଜି ଛାଡିଦେ ମୁଁ ଯାଏ । ତା ନୋହିଲେ ତୁମ ସ୍ୱାମୀର ମୃଗୀ ବେମାର, ମତେ ତ ଛାଗଳ ବେମାର ଧରିବ । ଏତିକି କହି ବେପାରୀଟି ଦୌଡି ପଳାଇ ଗଲା । ଗୋପାଳର ସ୍ତ୍ରୀ ତାକୁ ଖଣ୍ଡେ ବାଟ ଗୋଡାଇ ଯାଇ ଫେରି ଆସି ଗୋପାଳକୁ କହିଲା – ଏଥର ଉଠ ପନିପରିବା ତୋଳ । ସେ ଯୋଗିନିଖିଆ ଏକା ଥରକେ ରାଇଜ ଛାଡି ଯାଇଛି । ସେ ଅଖା ଧୋଉ ଥିବ ଗୁଣ ଗାଉ ଥିବ ।

ଗୋପାଳ ଭାଣ୍ଡ ସ୍ତ୍ରୀର ଆଦେଶ ପାଇ ସଙ୍ଗେ ସଙ୍ଗେ ଉଠି ପଡି ଧୂଳି ଗୁଡାକ ଝାଡି ଝୁଡି ହେଲା । ସ୍ତ୍ରୀଟି ପରିବା ଗୁଡିକ ଗୋଟାଇ ବୋଝଟି ଧରି ଘର ଭିତରକୁ ଗଲା । ସେହି ଦିନ ଠାରୁ ସେ ବେପାରୀଟି ସେ ଗାଁକୁ ଆସିଲେ ଆଗେ ଗୋପାଳ ସ୍ତ୍ରୀକି ଦଣ୍ଡବତଟିଏ କରି କିଛି ପରିବା ପତ୍ର ଦେଇ ଅନ୍ୟ ଆଡେ ବିକ୍ରୀ କରିବାକୁ ଯାଏ ।


Rate this content
Log in

Similar oriya story from Children